ବାହାର ରାଜ୍ୟକୁ ଅକ୍ସିଜେନ୍ ପଠାଉଛି ଓଡ଼ିଶା, ଏଯାଏଁ ପଠାଇଲାଣି ୯୦ ଟ୍ୟାଙ୍କର ଅମ୍ଲଜାନ

1 min read
https://twitter.com/i/status/1397449000941326337

ନୂଆଦିଲ୍ଲୀ: କରୋନା ସଂକଟ ସମୟରେ ଦେଶକୁ ସାହାଯ୍ୟ କରୁଛି ଓଡ଼ିଶା । ୮ ରାଜ୍ୟକୁ ଓଡ଼ିଶାରୁ ଅକ୍ସିଜେନ୍ ପଠାଯାଇଛି । ୯୦ଟି ଟ୍ୟାଙ୍କରରେ ୧୬୭୫.୭ ମେଟ୍ରିକ ଟନ୍ ଅକ୍ସିଜେନ୍ ପଠାଇଛି ଓଡ଼ିଶା । ତେଲଙ୍ଗାନାକୁ  ୧୯ଟି ଟ୍ୟାଙ୍କରରେ ୩୨୪.୦୭୯ ମେଟ୍ରିକ ଟନ୍ ଅକ୍ସିଜେନ୍ ପଠାଯାଇଥିବା ବେଳେ ଆନ୍ଧ୍ର ପ୍ରଦେଶକୁ ୩୦ଟି ଟ୍ୟାଙ୍କରରେ ୬୪୪.୭୨ ମେଟ୍ରିକ୍ ଟନ୍, ତାମିଲନାଡୁକୁ ଗୋଟିଏ ଟ୍ୟାଙ୍କରରେ ୧୫.୯୮ ମେଟ୍ରିକ ଟନ୍ ଅକ୍ସିଜେନ୍ ପଠାଯାଇଛି ।

ହରିୟାଣାକୁ ୮ଟି ଟ୍ୟାଙ୍କରରେ ୧୮୭. ୫୧ ମେଟ୍ରିକ ଟନ୍ ଅକ୍ସିଜେନ୍ ପଠାଯାଇଛି । ସେହିପରି ମହାରାଷ୍ଟ୍ରକୁ ୬ଟି ଟ୍ୟାଙ୍କରରେ ୧୧୨.୬, ମଧ୍ୟପ୍ରଦେଶକୁ ୧୫ଟି ଟ୍ୟାଙ୍କରରେ ୨୧୫. ୮୨ ମେଟ୍ରିକ ଟନ୍ ଅକ୍ସିଜେନ୍ ପଠାଯାଇଛି । ଛତିଶଗଡ଼କୁ ୪ଟି ଟ୍ୟାଙ୍କରରେ ୬୧.୪୪ ଓ ଉତ୍ତରପ୍ରଦେଶକୁ ୭ଟି ଟ୍ୟାଙ୍କରରେ ୧୧୪.୧୭ ମେଟ୍ରିକ ଟନ୍ ଅକ୍ସିଜେନ୍ ପଠାଯାଇଛି । ଏସବୁ ଅକ୍ସିଜେନ୍ ଟ୍ୟାଙ୍କର ଅନୁଗୁଳ, ଢେଙ୍କାନାଳ, ଯାଜପୁର ଓ ରାଉରକେଲାରୁ ଯାଇଛି ।

ଅନୁଗୁଳ ଜିଲ୍ଲାରୁ ମୋଟ ୧୬ ଟ୍ୟାଙ୍କରରେ ୨୩୩.୮୨ ମେଟ୍ରିକ୍ ଟନ୍ ଅକ୍ସିଜେନ୍ ପଠା ଯାଇଥିବା ବେଳେ ଢେଙ୍କାନାଳରୁ ୧୨ଟି ଟ୍ୟାଙ୍କରରେ ୧୯୯.୬୬ ମେଟ୍ରିକ୍ ଟନ୍, ଯାଜପୁରରୁ ୨୫ଟି ଟ୍ୟାଙ୍କରରେ ୫୩୯.୯୨ ମେଟ୍ରିକ୍ ଟନ୍, ରାଉରକେଲାରୁ ୩୭ଟି ଟ୍ୟାଙ୍କରରେ ୭୦୨.୩୮୧ ମେଟ୍ରିକ୍ ଟନ୍ ଅକ୍ସିଜେନ୍ ପଠାଯାଇଛି । ପ୍ରତି ଅକ୍ସିଜେନ୍ ଟ୍ୟାଙ୍କରକୁ ସ୍ୱତନ୍ତ୍ର କରିଡରରେ ଓଡ଼ିଶା ପୋଲିସ ଏସକର୍ଟ କରି ନେଉଛି ।

Leave a Reply