spot_img
Home Blog Page 5835

ବିଧାନସଭାରେ କେନ୍ଦ୍ରର କୃଷି ଆଇନ ନେଇ ଝଡ଼, ସଂକଳ୍ପ ମାଧ୍ୟମରେ ଆଲୋଚନା ପାଇଁ ଦାବି

ଭୁବନେଶ୍ୱର: ବିଧାନସଭାରେ କେନ୍ଦ୍ରର କୃଷି ଆଇନ ନେଇ ଝଡ଼। କେନ୍ଦ୍ର ଉପରେ ବର୍ଷିଲେ ନରସିଂହ। ସଂକଳ୍ପ ମାଧ୍ୟମରେ ଆଲୋଚନା ପାଇଁ ଦାବି। କୃଷି ଆଇନ ସପକ୍ଷରେ ଯୁକ୍ତି ବାଢ଼ିଲା ବିଜେପି। କେନ୍ଦ୍ରର କୃଷି ଆଇନ ବିରୋଧରେ ବିଧାନସଭାରେ ବର୍ଷିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ତୁରନ୍ତ ଗୃହରେ ଏହା ଉପରେ ସଂକଳ୍ପ ଅଣାଯାଇ ଆଲୋଚନା କରିବାକୁ  ନରସିଂହଙ୍କ ସମେତ କଂଗ୍ରେସ ଟିମ୍ ଦାବି କରିଛନ୍ତି। ଦେଶରେ ତିନିମାସରୁ ଅଧିକ ସମୟ ଧରି କେନ୍ଦ୍ରର କୃଷି ଆଇନ ବିରୋଧରେ କୃଷକମାନେ ଆନ୍ଦୋଳନ ଜାରି ରଖିଛନ୍ତି।

ଅନେକ ରାଜ୍ୟ ଏହି ଆଇନକୁ ଲାଗୁ କରିନାହାନ୍ତି। ଓଡ଼ିଶାରେ ମଧ୍ୟ କେନ୍ଦ୍ରର ଏହି ତିନି କଳା ଆଇନକୁ ଲାଗୁ ନକରିବା ପାଇଁ ଦାବି କରିଛନ୍ତି ନରସିଂହ। ଏଥିପାଇଁ ଏକ ସଂକଳ୍ପ ଆଣିବା ପାଇଁ ବାଚସ୍ପତିଙ୍କୁ ଦାବିପତ୍ର ଦେଇଛନ୍ତି। ତେବେ କଂଗ୍ରେସ ବିଧାୟକ ଏହି ପ୍ରସଙ୍ଗ ନେଇ ଗୃହରେ ହଟ୍ଟଗୋଳ କରିବାରୁ ବାଚସ୍ପତି ଆସନ୍ତାକାଲି ଏହି ପ୍ରସଙ୍ଗ କାର୍ଯ୍ୟ ପରାମର୍ଶଦାତା କମିଟିରେ ଆଲୋଚନା କରାଯିବ ବୋଲି ରୁଲିଂ ଦେଇଥିଲେ। ଏହାସହ ଆସନ୍ତା ୫ତାରିଖ ଦିନ ପ୍ରାଇଭେଟ ମେମ୍ବର ଦିବସରେ ଆଲୋଚନା କରାଯିବ।

କୃଷି ଆଇନ ନେଇ ନରସିଂହ ପ୍ରଶ୍ନ ଉଠାଇବା ପରେ କେନ୍ଦ୍ର ପାଇଁ ଓକିଲାତି କରିଛି ରାଜ୍ୟ ବିଜେପି। ବିରୋଧୀ ଦଳ ମୁଖ୍ୟ ସଚେତକ କହିଛନ୍ତି, କେନ୍ଦ୍ରୀୟ ଆଇନକୁ ଆମେ ସମର୍ଥନ କରିବା ଦରକାର। ଏହି ଆଇନ ବିରୋଧରେ ଓଡ଼ିଶାରେ ଚାଷୀ ଆନ୍ଦୋଳନ କରୁନାହାନ୍ତି ବୋଲି ସେ ଯୁକ୍ତି ବାଢିଥିଲେ। ସେପଟେ ବିଜେଡି କହିଛି, ସଂକଳ୍ପ ପାଇଁ କଂଗ୍ରେସ ନୋଟିସ ଦେଇଛି। କୃଷି ଆଇନକୁ ଚାଷୀ ବିରୋଧ କରୁଛନ୍ତି। ତେବେ ଆଇନରେ ପରିବର୍ତ୍ତନ କରିବା କେନ୍ଦ୍ର ସରକାରଙ୍କ ଦାୟିତ୍ବ ବୋଲି ବିଜେଡି କହିଛି।

କୃଷି ଆଇନ ବିରୋଧରେ ଆସନ୍ତାକାଲି ଭାରତ ବନ୍ଦ ଡାକରା ଦେଇଛନ୍ତି କୃଷକ ସଂଗଠନ। ଆଉ ବିଧାନସଭାର ଶୂନ୍ୟକାଳରେ ଏ ଆଇନକୁ ନେଇ ଗୃହରେ ମୁହାଁମୁହିଁ  ହୋଇଛନ୍ତି କଂଗ୍ରେସ ଓ ବିଜେପି।

ରଡାରକୁ ଚକମା ଦେଇ ଉଡିଗଲା ଉଡନ୍ତା ଥଳିଆ !

 ଏଲିୟନ ବା ପରଗ୍ରହୀଙ୍କୁ ନେଇ ଅନେକ ଆଲୋଚନା ହେଉଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହାକୁ ନେଇ ସଠିକ୍‌ତଥ୍ୟ ସାମ୍ନାକୁ ଆସିନାହିଁ । କିନ୍ତୁ ଆମେରିକାର ବାୟୁସେନା ଏବଂ ନୌସେନା ଅଧିକାଂଶ ଥର ଏଲିୟନ ଜାହଜ ଦେଖିଥିବା ଖୁଲାସା କରିଛନ୍ତି ଆମେରିକାର ଜାତୀୟ ଗୁଇନ୍ଦା ବିଭାଗର ପୂର୍ବ ନିର୍ଦ୍ଦେଶକ । ଯାହାର ଗତି ଶବ୍ଦର ଗତିଠାରୁ ମଧ୍ୟ ଅଧିକ । ଯାହା ବାୟୁସେନାର ପାଏଲଟଙ୍କୁ ଆଶ୍ଚର୍ଯ୍ୟ ହେବାକୁ ବାଧ୍ୟ କରିଥିଲା । ଅବଶ୍ୟ ପରଗ୍ରହୀ ବା ଏଲିୟନ ଜାହାଜ ନଜର ଆସିଥିବା ଭିଡ଼ିଓ ମଧ୍ୟ ଶେୟାର କରିଛି ଆମେରିକା ନୌସେନା ।

ପୂର୍ବ ନ୍ୟାନସାଲ ଇଣ୍ଟଲିଜେନ୍ସ ନିର୍ଦ୍ଦେଶକ ଜନ୍‌ରଟକ୍ଲିଫଙ୍କ କହିବା ଅନୁସାରେ ଏହିଭଳି ଅନେକ ମାମଲା ସାମ୍ନାକୁ ଆସିଛି । ଥରେ ରଡାରକୁ ଚକମା ଦେଇ ଏହି ଉଡ଼ନ୍ତା ଥାଳିଆ ଉଡ଼ି ଯାଇଥିଲା । ତାହା ମଧ୍ୟ ବିନା ଶବ୍ଦରେ । ନିର୍ଦ୍ଦେଶକ ରଟକ୍ଲିଫ୍‌ଏହା ମଧ୍ୟ କହିଛନ୍ତିଯେ, ଏହାକୁ ନେଇ ଆନୁଷ୍ଠାନିକ ଭାବରେ କିଛି ଘୋଷଣା କରିପାରନ୍ତି ଆମେରିକା ପ୍ରତିରକ୍ଷା ମନ୍ତ୍ରଣାଳୟ । ଏହାକୁ ୧ ଜୁନ୍‌ମଧ୍ୟରେ ସାର୍ବଜନୀନ କରିବାର ଯୋଜନା ରହିଛି । ତେବେ ଏହା ପ୍ରଥମ ଘଟଣା ନୁହେଁ ଯେତେବେଳେ ଆମେରିକା ଏଭଳି କିଛି ବିଚିତ୍ର ପଦକ୍ଷେପ ନେବାକୁ ଯାଉଛି ।

୨୦ ଏପ୍ରିଲ ୨୦୨୦ରେ ଆମେରିକା ନୌସେନା ତିନୋଟି ଭିଡ଼ିଓ ଜାରି କରିଥିଲେ । ଯେଉଁଥିରେ ଉଡ଼ନ୍ତା ଥାଳିଆ ଖୁବ୍‌ତୀବ୍ର ଗତିରେ ଉଡ଼ୁଥିବା ନଜର ଆସିଥିଲା । ଅଚାନକ ଶବ୍ଦଠାରୁ ତୀବ୍ର ଗତିରେ ଉଡ଼ି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲା । ସାମରିକ ଭାଷାରେ ଏହାକୁ UFOର UAP ବା ଅନଆଇଡେଣ୍ଟିଫାଏଡ୍‌ଏରିଅଲ ଫେନୋମେନା କୁହାଯାଏ ।

 

ଜନଙ୍କ କହିବା ଅନୁସାରେ ସିନେଟରେ ରଖାଯାଇଥିବା ଇଣ୍ଟିଲିଜେନ୍ସ ରିପୋର୍ଟ ଅନୁସାରେ ପେଣ୍ଟାଗନ ଏବେ ମଧ୍ୟ UFO ବା UAPକୁ ଖୋଜିବାରେ ଲାଗିଛନ୍ତି । କିନ୍ତୁ ଆଳୁ ଖୋଳୁ ଖୋଳୁ ମହାଦେବ ନ ବହାରନ୍ତୁ, ଅର୍ଥାତ୍‌ଏଲିୟନ ଶିପ୍‌ନ ପରିବର୍ତ୍ତେ ସିକ୍ରେଟ୍‌ଏୟାରକ୍ରାଫ୍ଟ ନହୋଇଥାଉ । ହୁଏତ ଅନ୍ୟ କୌଣସି ଦେଶ ନଜର ରଖିବା ପାଇଁ ଉଦ୍ୟମ କରୁଥିବ । କିନ୍ତୁ ଏହାକୁ ନେଇ ସର୍ବଦା ସକ୍ରିୟ ଅଛି ଆମେରିକା । ତେବେ ଏଭଳି ରିପୋର୍ଟକୁ ସାର୍ବଜନୀନ କରିବା ପାଇଁ ଇଣ୍ଟଲିଜେନ୍ସ ଅଥୋରାଇଜେସନ ଆକ୍ଟ ଅନୁସାରେ ଅନୁମତି ନେବାକୁ ପଡ଼ିଥାଏ ।

ସାବଧାନ ! ସାନିଟାଇଜର ମାରିଲେ ହେଉଛି କ୍ୟାନସର !

ନୂଆଦିଲ୍ଲୀ: ସାବଧାନ ! ସାନିଟାଇଜର ମାରିଲେ ହେଉଛି କ୍ୟାନସର ! ଆମେରିକାର ଲାବୋରେଟୋରୀ ‘ଭେଲିସୁର’ର ଅନୁସନ୍ଧାନ ପରେ ଆସିଲା ସାଂଘାତିକ ତଥ୍ୟ  । ୧୬୮ଟି ବ୍ରାଣ୍ଡର ସାନିଟାଇଜରକୁ ନେଇ ଏଭଳି ଏକ ଗବେଷଣା କରାଯାଇଥିଲା  ।  କରୋନା ଭାଇରସ ଆସିବା ପରଠାରୁ ଅତ୍ୟାବଶ୍ୟକ ସାମଗ୍ରୀ ଭାବେ ଉଭା ହୋଇଛି ସାନିଟାଇଜର । ମାସ୍କ, ସାମାଜିକ ଦୂରତା ସହ କିଛି ସମୟ ବ୍ୟବଧାନରେ ହାତ ସାନିଟାଇଜ କରିବାକୁ ପରାମର୍ଶ ଦେଉଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ।

ହେଲେ ସାନିଟାଇଜରକୁ ନେଇ ଆସିଥିବା ତଥ୍ୟ ଏବେ ଚିନ୍ତାଜନକ ପାଲଟିଛି । ଖୁଚୁରା ବଜାରରୁ ବ୍ରାଣ୍ଡେଡ ସାନିଟାଇଜରର ଅଭାବ ପୂରଣ କରିବାକୁ ବହୁ ବେନାମୀ ବ୍ରାଣ୍ଡର ସାନିଟାଇଜର ବଜାରରେ ପ୍ରବେଶ କରିଛି । ହେଲେ ନନ୍ ବ୍ରାଣ୍ଡ ସାନିଟାଇଜରରେ ମିଶାଯାଉଛି ବେନଜିନ୍, ଟ୍ରାଇକ୍ଲୋଜାନ ଭଳି ମାରାତ୍ମକ କେମିକାଲ । ଯାହା ମଣିଷ ଶରୀରରେ କ୍ୟାନସର ଭଳି ଭୟାନକ ରୋଗ ସୃଷ୍ଟି କରୁଛି ।

ସାନିଟାଇଜର ବ୍ୟବହାର କଲେ କ୍ୟାନସର କିମ୍ବା ଚର୍ମ ରୋଗର ଆଶଙ୍କା ରହିଛି କି ନାହିଁ ବୋଲି ଏକ ଗବେଷଣା କରାଯାଇଥିଲା । ଆମେରିକାର ଲାବରୋଟେରୀ ‘ଭେଲିସୁର’ ୨୬୦ ବୋତଲ ସାନିଟାଇଜର ନେଇ ଗବେଷଣା କରିଥିଲା । ସେଥିରୁ ୪୪ଟି ସାନିଟାଇଜରରେ ବେନଜିନ ସମେତ ଅନ୍ୟ ମାରାତ୍ମକ କେମିକାଲ୍ ବ୍ୟବହାର କରାଯାଉଥିବା ଜଣାପଡିଛି ।

ବେନଜିନ ଏକ ତରଳ ରସାୟନ ପଦାର୍ଥ, ଏହା ରଙ୍ଗହୀନ । କିନ୍ତୁ କେବେ କେବେ ସାମାନ୍ୟ ତାପମାତ୍ରାରେ ଏହା ନାଲି ହୋଇଯାଏ । ମାତ୍ରାଧିକ ବେନଜିନ ସଂସ୍ପର୍ଶରେ ଆସିଲେ ଶରୀରର ରକ୍ତ କଣିକା ଠିକ୍‌ ଭାବେ କାମ କରେନାହିଁ । ବେଳେବେଳେ ରକ୍ତ କଣିକା ତିଆରି ବନ୍ଦ ହୋଇଯାଏ । ଏହାଛଡ଼ା ଶରୀରରେ ହ୍ବାଇଟ୍ ବ୍ଲଡସେଲ୍ ହ୍ରାସ ହେବାକୁ ଲାଗେ । ଯେଉଁଥିପାଇଁ ଦେହରେ ରୋଗପ୍ରତିରୋଧକ ଶକ୍ତି କମିଯାଏ  । ଚର୍ମ ରୋଗ, କର୍କଟ ଭଳି କେତେକ ମାରାତ୍ମକ ରୋଗ ଦେଖାଯାଇଥାଏ । ଭେଲୁସୁର ପକ୍ଷରୁ ଆମେରିକାର ଫୁଡ୍ ଏଣ୍ଡ ଡ୍ରଗ୍ସ ଆଡମିନିଷ୍ଟ୍ରେସନକୁ ବା FDAକୁ ଚିଠି ଲେଖି ଅବଗତ କରାଯାଇଛି । ବ୍ୟୁରୋ ରିପୋର୍ଟ ନନ୍ଦିଘୋଷ ଟିଭି  ।

ରବିନ ଉଥାପ୍ପାଙ୍କ ବଡ଼ ଖୁଲାସା: CSK ପାଇଁ ତାଙ୍କୁ ବାଛିନାହାଁନ୍ତି ଧୋନି

0

ନୂଆଦିଲ୍ଲୀ: ଏପ୍ରିଲ ୯ରୁ ଆରମ୍ଭ ହେବ କ୍ରିକେଟ ମହାକୁମ୍ଭ ଇଣ୍ଡିଆନ ପ୍ରିମିୟର ଲିଗ୍ । ତେବେ ଟୁର୍ଣ୍ଣାମେଣ୍ଟର ବିଗୁଲ ବାଜିବା ପୂର୍ବରୁ ଟିମ୍ ଇଣ୍ଡିଆର ତାରକା ବ୍ୟାଟ୍ସମ୍ୟାନ ରବିନ ଉଥାପ୍ପା  କରିଛନ୍ତି ଏକ ବଡ଼ ଖୁଲାସା । ସେ, ରାଜସ୍ଥାନ ରୟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ତାଙ୍କ ଟ୍ରେଡିଂ ପଛର କାରଣ କ’ଣ ଥିଲା ସେ ନେଇ କରିଛନ୍ତି ଖୁଲାସା ।

ଆଇପିଏଲର ସଫଳ ଖେଳାଳିମାନଙ୍କ ମଧ୍ୟରୁ ଅନ୍ୟତମ ରବିନ୍ ଉଥାପ୍ପା । ଏଥର ତାଙ୍କୁ କିଣିଛି ତିନିଥର ଆଇପିଏଲ୍ ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ । ଆଇପିଏଲ୍ ୨୦୨୧ରେ ପ୍ରଥମ ଥର ପାଇଁ  ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳିବେ ରବିନ। ହେଲେ ଏହାପୂର୍ବରୁ ସେ ସିଏସକେ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ନେଇ କରିଛନ୍ତି କିଛି ଖୁଲାସା।

ରବିନ୍ ଉଥାପ୍ପା ଏକ ସାକ୍ଷାତକାରରେ କହିଛନ୍ତି ଯେ ଧୋନି ତାଙ୍କୁ ସିଏସକ ପାଇଁ ବାଛି ନାହାଁନ୍ତି । ଆଉ ଏ କଥା ନିଜେ ଧୋନି ତାଙ୍କୁ କହିଛନ୍ତି । ଉଥାପ୍ପା କହିଛନ୍ତି ‘ମହେନ୍ଦ୍ର ସିଂ ଧୋନି ଟ୍ରେଡିଂ ପରେ ମୋତେ କଲ୍ କରିଥିଲେ । ସେ କହିଥିଲେ ଯେ ମୁଁ ତୁମକୁ ଦଳକୁ ନେବାକୁ ନିଷ୍ପତ୍ତି ନେଇ ନାହିଁ। ଏହା ଟିମ୍ ମ୍ୟାନେଜମେଣ୍ଟ ଓ ଲିଡରଶିପଙ୍କର ଏକ ନିଷ୍ପତ୍ତି, ଯେଉଁଥିରେ କୋଚ୍ ଏବଂ ସିଇଓ ବି ସାମିଲ ଅଛନ୍ତି।”

ସେ ଆହୁରି କହିଛନ୍ତି, ‘ମୋତେ ଧୋନିଙ୍କର ଏହି କଥା ବହୁତ ଭଲ ଲାଗେ । ଧୋନି କେବେ ହେଲେ ଟିମ ପାଇଁ ଖେଳାଳି ବାଛନ୍ତି ନାହିଁ । ବରଂ ଯେଉଁ ଖେଳାଳୀ ଟିମରେ ଥାନ୍ତି ତାଙ୍କୁ ନେଇ ଭଲ ପ୍ରଦର୍ଶନ କରନ୍ତି। ସେ ସବୁବେଳେ ଚାହାଁନ୍ତି ଯେ ଜଣେ ଖେଳାଳୀ ନିଜ ଦକ୍ଷତା ବଳରେ ଟିମକୁ ଆସୁ । ଆଜି ମୁଁ ମଧ୍ୟ ନିଜ ଦକ୍ଷତା ବଳରେ ଏହି ଟିମ୍ରେ ସାମିଲ ହୋଇଛି । ଆଉ ଏହାର ଶ୍ରେୟ ବି ଧୋନିଙ୍କୁ ହିଁ ଯାଉଛି।’ ନିକଟରେ ‘ବଜୟ ହଜାରେ ଟ୍ରଫିରେ’ କେରଳ ଟିମକୁ କ୍ୱାଟର ଫାଇନାଲ ପର୍ଯ୍ୟନ୍ତ ପହଞ୍ଚାଇଥିଲେ ଉଥାପ୍ପା।

ଜଣାଇ ଦେବାକୁ ଚାହୁଁଛୁ ଯେ ଉଥାପ୍ପା ପୂର୍ବରୁ ରାଜସ୍ଥାନ ରୟାଲ୍ସ, ମୁମ୍ବାଇ ଇଣ୍ଡିଆନ୍ସ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ପୁଣେ ୱାରିୟର୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ପାଇଁ ଖେଳିଛନ୍ତି। ସେ ଆରମ୍ଭରୁ ହିଁ ଆଇପିଏଲ ସହ ଜଡ଼ିତ ଅଛନ୍ତି । ସେ  ମୋଟ ୧୮୯ଟି ମ୍ୟାଚ୍ ଖେଳିଥିବାବେଳେ ୧୨୯.୯୯ ଷ୍ରାଇକ୍ ରେଟରେ ୪ ହଜାର ୬୦୭ ରନ କରିଛନ୍ତି । ଆଇପିଏଲରେ ୨୪ଟି ଅର୍ଦ୍ଧଶତକ ବି ମାରିଛନ୍ତି ଏହି ଷ୍ଟାର କ୍ରିକେଟର।

କେବଳ ଏତିକି ନୁହେଁ ସେ ୨୦୧୪ରେ କେକେଆର୍ ପାଇଁ ୬୬୦ ରନ୍ ସ୍କୋର କରି ଜିତିଥିଲେ ଅରେଞ୍ଡ କ୍ୟାପ୍। ଏପରିକି ୨୦୧୪ରେ କୋଲକାତା ନାଇଟ୍ ରାଇଡର୍ସ ହିଁ ଜିତିଥିଲା ଆଇପିଏଲର ୱିନିଂ ଟାଇଟଲ୍। ଏହି ସିଜିନରେ ଗମ୍ଭୀରଙ୍କ ଅଧିନାୟକତ୍ୱରେ ରବିନ୍ ଉଥାପ୍ପା ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଚଳିତ ବର୍ଷ ମଧ୍ୟ ଉଥାପ୍ପା ଭଲ ପ୍ରଦର୍ଶ କରିବେ ବୋଲି ଆଶା ରଖିଛି ଚେନାଇ ସୁପରକିଙ୍ଗସ୍ ଟିମ୍।

ରାଉରକେଲା NITର ୧୦ ଜଣ ଛାତ୍ରଛାତ୍ରୀ ମିଶି ନିର୍ମାଣ କଲେ ସାଇକେଲ ବାଇକ୍

ରାଉରକେଲା: ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କ ଅଦଭୁତ ଉଦ୍ଭାବନ। ନିର୍ମାଣ କଲେ ସାଇକେଲ ବାଇକର ଡିଜାଇନ। ରାଉରକେଲା NIT ମେକାନିକାଲ ଇଂଜିନିୟରିଂ ବିଭାଗର ୧୦ ଜଣ ଛାତ୍ରଛାତ୍ରୀ ନିର୍ମାଣ କରିଛନ୍ତି ସାଇକେଲ ଵାଇକ ।  ଵିନା ଇନ୍ଧନରେ, ଵିନା ପ୍ରଦୁଷଣରେ ଘଣ୍ଟାକୁ ସର୍ବାଧିକ ୪୫ କିଲୋମିଟର ବେଗରେ ଯାତ୍ରା କରିପାରିବ ଏହି ସାଇକେଲ ବାଇକ । ୨୦ କିଲୋଗ୍ରାମ ଓଜନର ଏହି ସାଇକେଲ ବାଇକକୁ ୧୦ ରୁ ୧୫ ହଜାର ଟଙ୍କାରେ ନିର୍ମାଣ କରାଯାଇ ପାରିବ । ଏଥିରେ କାରରେ ବସିଵା ଭଳି ଆରାମଦାୟକ ସିଟ, ସୁରଷା ପାଇଁ ସିଟ ବେଲଟର ବ୍ୟବସ୍ଥା ରହିଛି ।

ASME ପକ୍ଷରୁ ଅନୁଷ୍ଠିତ ୨୦୨୧ HPVC କ୍ରିଟିକାଲ ଡିଜାଇନ୍ ରିଭ୍ୟୁରେ ଏହି ସାଇକେଲ ବାଇକ, BLUE STREAK ୮.୦ ଦେଶରେ ପ୍ରଥମ ଓ ବିଶ୍ବରେ ତୃତୀୟ ସ୍ଥାନ ହାସଲ କରିଛି। ଏହାକୁ ଜଣେ ୪ରୁ ୫ ଘଣ୍ଟା ଚଳାଇଲେ ମଧ୍ୟ ଥକିବ ନାହିଁ ବୋଲି ଛାତ୍ରଛାତ୍ରୀ ସୂଚନା ଦେଇଛନ୍ତି। ପେଟ୍ରୋଲ ଦର ବୃଦ୍ଧି ପାଉଥିବାରୁ ଗରିଵ ମଧ୍ୟବିତ୍ତ ଲୋକଙ୍କ ପାଇଁ ଏହା ବିଶେଷ ଉପଯୋଗି ହୋଇପାରିବ।

କନ୍ଧମାଳରୁ ପଶ୍ଚିମବଙ୍ଗ ଭାୟା ଭୁବନେଶ୍ବର ହୋଇ ଯାଉଥିଲା ଗଞ୍ଜେଇ, ୩ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଭୁବନେଶ୍ୱର: କନ୍ଧମାଳରୁ ପଶ୍ଚିମବଙ୍ଗ ଭାୟା ଭୁବନେଶ୍ବର। ଗଞ୍ଜେଇ କାରବାରରେ ବୃଦ୍ଧା ମହିଳା। ପାଉରୁଟି ଅଖା ଭିତରେ ନୀଳ ଜହର। ବସରେ ହେଉଥିଲା ଟ୍ରାନ୍ପପୋର୍ଟ। ଗଞ୍ଜେଇ ଅଖା ଭର୍ତ୍ତି ବସ୍ତା ବାସନା ନହେବା ପାଇଁ ପଡିଥିଲା ପାଉଡର। ବସ୍ତା ପିଛା ମହିଳାଙ୍କୁ ମିଳୁଥିଲା କମିଶନ। ପୋଲିସକୁ ଦେଖି ଚମ୍ପଟ ମାରିଲା ମାଷ୍ଟର ମାଇଣ୍ଡ। ଜଣେ କନ୍ଧମାଳରୁ ଆଉ ଦୁଇ ଜଣକ ଘର ପଶ୍ଚିମବଙ୍ଗ। ପୋଲିସକୁ ଚକମା ଦେଇ ଖସିଯିବାକୁ କରିଥିଲେ ଯୋଜନା। କନ୍ଧମାଳର ମହିଳା ଜଣଙ୍କ ଭୁବନେଶ୍ବରରେ ଦେଇଥାନ୍ତେ, ବରମୁଣ୍ଡା ବସଷ୍ଟାଣ୍ଡରୁ ଅନ୍ୟ ଦୁଇଜଣ ମହିଳା ପଶ୍ଚିମବଙ୍ଗ ନେଇକି ଯାଇଥାନ୍ତେ ଏହି ବସ୍ତା। ଖବର ପାଇଁ ୩ ଜଣ ମହିଳାଙ୍କୁ କାବୁ କରିଛି ଭରତପୁର ଥାନା ପୋଲିସ। ସେମାନଙ୍କ ଠାରୁ  ଦେଢ ଲକ୍ଷ ଟଙ୍କା ମୂଲ୍ୟର ୩୦ କେଜି ଗଞ୍ଜେଇ ଜବତ ହୋଇଛି।

ଧରା ପଡ଼ିଥିବା ୩ ଜଣ ମହିଳାଙ୍କୁ ପୋଲିସ ଜେରା କରିଛି। କେବେଠାରୁ  କାରବାର କରୁଥିଲେ ? ରାକେଟର ମାଷ୍ଟର ମାଇଣ୍ଡ କିଏ ? ଏଭଳି କେତେ ଜଣ ମହିଳା ଏଜେଣ୍ଟ ଅଛନ୍ତି ? ଗଞ୍ଜେଇ କାରବାରେ ନ ଧରା ପଡିବା ପାଇଁ ବୃଦ୍ଧା ମହିଳାଙ୍କୁ ନିୟୋଜିତ କରୁଛନ୍ତି ବେପାରି। କେବଳ ଏ ଗୋଟିଏ ମାମଲା ନୁହେଁ ଭୁବନେଶ୍ବରର ବିଭିନ୍ନ ଥାନାରୁ ୧୦ରୁ ଅଧିକ ମହିଳାଙ୍କୁ ଗିରଫ କରିଛି କମିଶନରେଟ ପୋଲିସ।

ଗଞ୍ଜେଇ ଜବତ ହେଉଛି , ଅଭିଯୁକ୍ତ ଗିରଫ ହେଉଛନ୍ତି । ଗଞ୍ଜେଇ ବେପାରୀ ଠାରୁ ମୋଟା ଅଙ୍କର କମିଶନ ନେଇ ବସରେ ଚାଲାଣ ହେଉଛି। ସଂପୃକ୍ତ ବସ କର୍ମଚାରୀଙ୍କ ଉପରେ କାର୍ଯ୍ୟନୁଷ୍ଠାନ କେବେ ହେବ ତାକୁ, ଅପେକ୍ଷା।

ବିଶ୍ବସ୍ତରୀୟ ହେବ କଳିଙ୍ଗ ଷ୍ଟୁଡିଓ, ହାତ ପାଆନ୍ତାରେ ମିଳିବ ସବୁ ପ୍ରକାରର ସୁବିଧା

ଭୁବନେଶ୍ୱର: ବିଶ୍ୱସ୍ତରୀୟ ହେବ କଳିଙ୍ଗ ଷ୍ଟୁଡିଓ। ଷ୍ଟୁଡିଓ ନବୀକରଣ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀକରଣରେ ବିନିଯୋଗ ହେବ ୨ଶହ କୋଟି। ନୂଆ ଷ୍ଟୁଡିଓରେ ରହିବ ଏକାଧିକ ଇନଡୋର ଷ୍ଟୁଡିଓ। ବିଷୟବସ୍ତୁ ଆଧାରିତ ପାର୍କ ସହ ପୋଷ୍ଟ ପ୍ରଡକସନ୍ ସୁବିଧା ରହିବ। ବିମାନବନ୍ଦର, ରେଳଷ୍ଟେସନ, ବିଲଡିଙ୍ଗ, ହସ୍ପିଟାଲ, ଜେଲ ଓ ପୋଖରୀ ସବୁ କିଛିର ସୁବିଧା ମିଳିବ କଳିଙ୍ଗ ଷ୍ଟୁଡିଓରେ।

ଡବିଂ, ଆନିମେସନ ଭଳି ଅତ୍ୟାଧୁନିକ ସୁବିଧା ମଧ୍ୟ ଉପଲବ୍ଧ ହେବ। ଷ୍ଟୁଡିଓରେ ଶିଶୁ ଉଦ୍ୟାନ, ଓ୍ୱାଟର ପାର୍କ ଓ ସ୍ନୋଓ୍ୱାର୍ଲ୍ଡ ରହିବ। ଏଥିସହ କଳାକାର ଓ ପର୍ଯ୍ୟଟକଙ୍କ ପାଇଁ ଡର୍ମିଟୋରୀ ଓ କ୍ୟାଣ୍ଟିନ ବ୍ୟବସ୍ଥା ରହିବ। ଫିଲ୍ମ ସୁଟିଂ ସହ ପର୍ଯ୍ୟଟନକୁ ଗୁରୁତ୍ବ ଦେଇ ଏହାର ପରିକଳ୍ପନା କରିଛନ୍ତି ରାଜ୍ୟ ସରକାର। ବର୍ତ୍ତମାନ ୨୫ ଏକର ଜମିରେ ଏହି ବିଶ୍ବସ୍ତରୀୟ ଫିଲ୍ମସିଟି ନିର୍ମାଣ କରାଯିବ। ଷ୍ଟୁଡିଓର ଡିଜାଇନ ପ୍ରସ୍ତୁତ କରିଛନ୍ତି ଓଡ଼ିଆ ଆର୍କିଟେକ୍ଚର ରୁଚିପୂର୍ଣ୍ଣ ଜେନା। ସେ ବିହାର ଫିଲ୍ମସିଟିର ଡିଜାଇନ ପ୍ରସ୍ତୁତ କରିଥିଲେ। ଆସନ୍ତାକାଲିଠାରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଇଡକୋକୁ ଷ୍ଟୁଡିଓ ନବୀକରଣ ଦାୟିତ୍ବ ଦିଆଯାଇଛି।

ଡିସେମ୍ବର ୨୦୨୨ ସୁଦ୍ଧା ନବୀକରଣ କାର୍ଯ୍ୟ ସାରିବା ପାଇଁ ଲକ୍ଷ୍ୟ ରହିଛି। ଏହି ଷ୍ଟୁଡିଓ ଓଡ଼ିଆ ସିନେମା ଶିଳ୍ପର ବିକାଶ ଦିଗରେ ସହଯୋଗ କରିବା ସହ ଆନୁସଙ୍ଗିକ ଶିଳ୍ପ ପାଇଁ ଭିତ୍ତିଭୂମି ସୃଷ୍ଟି କରିବ। ନୂଆ କଳିଙ୍ଗ ଷ୍ଟୁଡିଓ ସିନେମା ଜଗତ ସହ ଜଡ଼ିତ ୨ହଜାର ଲୋକଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ଦେବ। ଏହାଛଡ଼ା ପ୍ରାୟ ୧୦ହଜାର ଲୋକଙ୍କ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ୧୯୮୦ରେ ପ୍ରତିଷ୍ଠା ହୋଇଥିବା କଳିଙ୍ଗ ଷ୍ଟୁଡିଓ ଓଡ଼ିଆ ସିନେମାକୁ ନୂଆ ଦିଗ ଦେଇଥିଲା। ପୂର୍ବ ଭାରତରେ ଅତ୍ୟାଧୁନିକ ଯନ୍ତ୍ରପାତି ସହ ଏହା ଏକମାତ୍ର ଫିଲ୍ମ ଷ୍ଟୁଡିଓ। ଏଠାରେ ଅନେକ ଉଚ୍ଚକୋଟୀର ସିନେମା ତିଆରି ହୋଇଛି।

ଷ୍ଟୁଡିଓର ନବକଳେବର ପାଇଁ ରାଜ୍ୟ ସରକାର ୨ଶହ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ରାସ୍ତାଠୁ ଆରମ୍ଭ କରି ଏଡିଟିଂ ରୁମ ଓ ଡବିଂ ରୁମ ସବୁକିଛି ପାଇବ ନୂଆରୂପ। ଏଥିସହ କଳାକାର ଓ ପର୍ଯ୍ୟଟକଙ୍କ ପାଇଁ ଡର୍ମିଟୋରୀ ଓ କ୍ୟାଣ୍ଟିନ ବ୍ୟବସ୍ଥା ରହିବ। ଫିଲ୍ମ ସୁଟିଂ ସହ ପର୍ଯ୍ୟଟନକୁ ଗୁରୁତ୍ବ ଦେଇ ଏହାର ପରିକଳ୍ପନା କରିଛନ୍ତି ରାଜ୍ୟ ସରକାର। ଶିଳାନ୍ୟାସ ଉତ୍ସବରେ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ କୁନା ତ୍ରିପାଠୀ ଉପସ୍ଥିତ ଥିଲେ।

ଜମା ଟଙ୍କା ଆତ୍ମସାତ କରିଥିବା ଘଟଣାରେ ୧୦ ହଜାର ଟଙ୍କା ଜୋରିମାନା ସହିତ ୭ ବର୍ଷ କାରାଦଣ୍ଡ

ପୋଷ୍ଟାଲ ଜମାକାରୀଙ୍କ ଟଙ୍କା ହଡପ କରିବା ମାମଲାରେ ଭଦ୍ରକ ଜିଲ୍ଲା ଆହାରପଦା ଶାଖା ପୋଷ୍ଟ ମାଷ୍ଟରଙ୍କୁ ୭ ବର୍ଷ କାରାଦଣ୍ଡ ସହିତ ୧୦ ହଜାର ଟଙ୍କା ଜୋରିମାନା। ଦଣ୍ଡାଦେଶ ଦେଲେ ଭଦ୍ରକ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ। ଭଦ୍ରକ ବ୍ଲକ ଅଧିନସ୍ଥ ଆହାର ପଦା ପୋଷ୍ଟ ଅଫିସ ର ୧୮୫ ଜଣ ଜମାକାରୀଙ୍କର ୩୫ ଲକ୍ଷ ଜମାରାଶି ଟଙ୍କା ଆତ୍ମସାତ କରିଥିବା ଅଭିଯୋଗରେ ଗିରଫ ହୋଇ ଜେଲରେ ଥିଲେ ଆହାରପଦା ଶାଖା ପୋଷ୍ଟ ଅଫିସର ତତ୍କାଳିନ ଶାଖା ପୋଷ୍ଟମାଷ୍ଟର କମଳାକାନ୍ତ ନାୟକ। ୨୦୧୬ ମସିହାରେ ତତ୍କାଳିନ ଭଦ୍ରକ ମଣ୍ଡଳ ପୋଷ୍ଟାଲ ସୁପରିଣ୍ଡେଣ୍ଟ ପରମାନନ୍ଦ ସାହୁ ଅଡିଟ ସମୟରେ ଜାଣିବାକୁ ପାଇଥିଲେ ଯେ ଭଦ୍ରକ ଡାକ ମଣ୍ଡଳ ଅଧିନସ୍ତ ଆହାରପଦା ଶାଖା ପୋଷ୍ଟ ଅଫିସରେ ବ୍ୟାପକ ଆର୍ଥିକ ଅନିୟମିତତା ଦେଖା ଦେଇଛି। ୧୮୫ ଜଣ ଜମାକାରିଙ୍କର ମୋଟ ଜମା ରାଶି ୩୫ ଲକ୍ଷ ଟଙ୍କାକୁ ଶାଖା ପୋଷ୍ଟ ମାଷ୍ଟର କମଳାକାନ୍ତ ନାୟକ ଆତ୍ମସାତ କରି ପୋଷ୍ଟ ଅଫିସର ଜମା ନ କରି ଚଳୁ କରି ଦେଇଛନ୍ତି। ତେଣୁ ସେ ସେତେ ବେଳେ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଓଡ଼ିଶାର ୧୪କୋଲ ବ୍ଲକ୍ ନିଲାମକୁ ମିଳିଲା ଅନୁମତି

ଭୁବନେଶ୍ୱର: ଓଡ଼ିଶାର ୧୪କୋଲ ବ୍ଲକ୍ ନିଲାମକୁ ଅନୁମତି ମିଳିଲା । କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶର ୬୭ଟି କୋଇଲା ଖଣି ନିଲାମ ପାଇଁ ଅନୁମତି ମିଳିଛି । ଏଥିମଧ୍ୟରୁ ଓଡ଼ିଶାର ୧୪ଟି କୋଇଲା ଖଣି ରହିଛି। ଏଥିରେ ମାଛକଟା ଓ ମହାନଦୀ କୋଇଲା ଖଣି, ତେଲି ସାହି, ଅଳକାନନ୍ଦା କୋଲ ବ୍ଲକ, ରାମଚଣ୍ଡୀ ପ୍ରମୋସନ ବ୍ଲକ, ବର୍ତାପ, ବୁରା ପାହାଡ଼, କୋଶଳ ପଶ୍ଚିମକୁ ନିଲାମ ପାଇଁ ଅନୁମତି ମିଳିଛି । ସେହିପରି ବେଲପାହାଡ଼ ଖଣିର ଗଭୀରକୁ ଗ୍ରୀନ ସିଗନାଲ ଦେଇଛନ୍ତି କେନ୍ଦ୍ର ସରକାର । ସେହିଭଳି ଛତାବର, ତେନ୍ତୁଲୋଇ ଖଣି, ଶରଧାପୁର ଉତ୍ତର, ଫୁଲଝଡ଼ି ଉତ୍ତର ଓ ପଶ୍ଚିମ, କର୍ଦାବାହାଲ-ବ୍ରାହ୍ମଣବିଲ ଖଣିକୁ ନିଲାମ ଅନୁମତି ମିଳିଛି । ତେବେ ଏହି ସବୁ କୋଲ ବ୍ଲକ ଦ୍ବିତୀୟ ପର୍ଯ୍ୟାୟରେ ନିଲାମ ହେବ ।

ପାଟ୍ରୋଲିଂ ସମୟରେ CRPF ଯବାନଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ, ୨ ଯବାନ ଶହିଦ

ଶ୍ରୀନଗର: ଶ୍ରୀନଗରରେ CRPF ର ପାଟ୍ରୋଲିଂ ପାର୍ଟି ଉପରେ ଆତଙ୍କବାଦୀଙ୍କ ଆକ୍ରମଣ। ଏହି ଆକ୍ରମଣ ଲାବାପୋରା ଅଞ୍ଚଳରେ ହୋଇଛି। CRPF ପେଟ୍ରୋଲିଂ ପାର୍ଟି ଉପରେ ହୋଇଥିବା ଆକ୍ରମଣରେ ଦୁଇ ଜଣ ଯବାନ ଶହିଦ ହୋଇଛନ୍ତି। ଅନ୍ୟ ଦୁଇଜଣ ଯବାନ ଗୁରୁତର ଆହତ ହୋଇଛନ୍ତି। ଆହତ ସୈନିକମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେପଟେ ଆକ୍ରମଣ ହୋଇଥିବା ଅଞ୍ଚଳକୁ ସୁରକ୍ଷା ବାହିନୀ ଘେରି ରହିଛନ୍ତି। ସର୍ଚ୍ଚ ଅପରେସନ୍ ଜାରି ରହିଛି । ତେବେ ଆତଙ୍କବାଦୀମାନେ ଆକ୍ରମଣ ପରେ ସେହି ଅଞ୍ଚଳରେ ଲୁଚି ରହିଥିବା ସନ୍ଦେହ କରାଯାଇଛି। ଘଟଣା ଘଟିବା ପରେ ଉକ୍ତ ଅଞ୍ଚଳରେ ଏକ ସତର୍କ ସୂଚନା ଜାରି କରାଯାଇଛି।

ଗୁରୁବାର ଅପରାହ୍ନରେ ଲାବାପୋରା ଅଞ୍ଚଳରେ ଆତଙ୍କବାଦୀମାନେ CRPF ର ପାଟ୍ରୋଲିଂ ପାର୍ଟି ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣକୁ ନେଇ କାଶ୍ମୀରର ଆଇଜି ବିଜୟ କୁମାର କହିଛନ୍ତି ଯେ ଦୁଇ ଜଣ CRPF ଯବାନ ଏଥିରେ ସହିଦ ହୋଇଛନ୍ତି। ଆକ୍ରମଣ ପରେ ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହି ଆକ୍ରମଣ CRPF ର ୭୩ ବାଟାଲିୟନ ଉପରେ କରାଯାଇଛି। ଆତଙ୍କବାଦୀମାନେ ଶ୍ରୀନଗରର ଲାବାପୋରା ଅଞ୍ଚଳରେ ସୁରକ୍ଷା ବାହିନୀର ଗାଡି ଉପରେ ଆକ୍ରମଣ କରିଥିଲେ।