ଦ୍ୱିତୀୟଥର କରନ୍ତୁ ନାହିଁ RT-PCR ଟେଷ୍ଟ, ICMR ଜାରି କଲା ନୂଆ ଆଡଭାଇଜରି

1 min read
Coronavirus Mu Variant Case Found In Colombia More Dangerous Than Delta

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହର ତାଣ୍ଡବ ରଚୁଛି । ପ୍ରତ୍ୟେକଦିନ ଲକ୍ଷାଧିକ ଲୋକ ସଂକ୍ରମିତ ଦେଉଛନ୍ତି। ତେବେ ଏଭଳି ସ୍ଥିତିରେ ଦେଶରେ ଟେଷ୍ଟିଂ ଓ ଟିକାକରଣ ମଧ୍ୟ ଜାରି ରହିଛି।  ତେବେ କୋଭିଡ ଟେଷ୍ଟିଂ ନେଇ ICMRପକ୍ଷରୁ ନୂଆ ଆଜଭାଇଜରି ଜାରି ହୋଇଛି। ଏହି ଆଡଭାଇଜରରେ ଆରଟିପିସିଆର୍ ଟେଷ୍ଟକୁ ସର୍ବନିମ୍ନ କରିବା ଓ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ବଢ଼ାଇବା କଥା କୁହାଯାଇଛି।

ଆଡଭାଇଜରରେ କୁହାଯାଇଛି ଯେ ଆଇସୋଲେସନ ଓ ଘରେ ରହି ଚିକିତ୍ସା କଲେ ସଂକ୍ରମଣ ରୋକାଯାଇପାରିବ। ସାରା ଦେଶରେ ୩ଟି ସିଫ୍ଟରେ ଦୈନିକ ୧୫ଲକ୍ଷ ଟେଷ୍ଟିଂ କ୍ଷମତା ରହିଛି । ତେବେ ଥରେ ପଜିଟିଭ ହୋଇଥିଲେ ଠିକ୍‌ ହେବା ପରେ ଆଉଥରେ ରାପିଡ ଆଣ୍ଟିଜେନ ଟେଷ୍ଟ (RAT) କିମ୍ବା RT-PCR ଟେଷ୍ଟ କରନ୍ତୁ ନାହିଁ । ମେଡିକାଲରୁ ଡିସଚାର୍ଜ ହୋଇଥିଲେ ଆଉଥରେ ଟେଷ୍ଟ ଅନାବଶ୍ୟକ।

ଏଥିରେ ଆହୁରି କୁହାଯାଇଛି ଯେ MoH ଦ୍ୱାରା ଜାରି ଡିସଚାର୍ଜ କଟକଣା ମାନିଥିଲେ ଟେଷ୍ଟିଂ ଅନାବଶ୍ୟକ । ସଂକ୍ରମଣ ସନ୍ଦେହରେ RT-PCR ଟେଷ୍ଟ କରିଥିଲେ ସଙ୍ଗରୋଧରେ ରହିବେ। ସଂକ୍ରମଣ ଏଡାଇବା ପାଇଁ ଲକ୍ଷଣଯୁକ୍ତଙ୍କୁ ଯିବାଆସିବା ବାରଣ କରାଯାଇଛି। ଲକ୍ଷଣବିହୀନ ଟ୍ରାଭେଲ କରୁଥିଲେ ଅଣ୍ଡରଟେକିଂ ଦେବା ବାଧ୍ୟ। ରାଜ୍ୟମାନେ ମୋବାଇଲ RT-PCR ଟେଷ୍ଟିଂ ବଢାଇପାରିବେ।

ତେବେ ଏହା ବ୍ୟତୀତ ନୂଆ ଆଜଭାଇଜରିରେ ଘରୋଇ ଓ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଣ୍ଟିଜେନ୍(RAT) ଟେଷ୍ଟକୁ ଅନୁମତି ମିଳିଛି । ବିଭିନ୍ନ ସହର ଓ ଗାଁରେ RAT ଟେଷ୍ଟ ବୁଥ୍‌ କରିବାକୁ ପରାମର୍ଶ ଦିଆଯାଇଛି। ଦିନରାତି ୨୪ଘଣ୍ଟା ଏହି RAT ଟେଷ୍ଟିଂ ଜାରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

Leave a Reply