ପଶ୍ଚିମବଙ୍ଗ ପରେ ଉତ୍ତରପ୍ରଦେଶ ନିର୍ବାଚନରେ ମାଟି କାମୁଡ଼ିଛି ବିଜେପି

bjp defated in panchayat election in up

ଗେରୁଆର ବାନା ଉଡାଇ ଭଗବାନଙ୍କୁ ରାଜନୀତିର ପଶାପାଲି କରି ପଲିଟିକ୍ସ କରୁଥିବା ବିଜେପିକୁ ଶକ୍ତ ଧକ୍କା ।ପଶ୍ଚିମବଙ୍ଗ ପରେ ଉତ୍ତରପ୍ରଦେଶ ପଞ୍ଚାୟତ ନିର୍ବାଚନରେ ବ୍ୟାକଫୁଟ୍‌ରେ ବିଜେପି। ରାମ ଜନ୍ମ ଭୂମି ଅଯୋଧ୍ୟାରୁ ବିଜେପିକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଖାଲି ଅଯୋଧ୍ୟା ନୁହେଁ  ମଥୁରା ଓ କାଶୀର ପଞ୍ଚାୟତ ନିର୍ବାଚନରେ ବି ମାଟି କାମୁଡିଛି ବିଜେପି।

ଧର୍ମକୁ ନେଇ ରାଜନୀତି କରୁଥିବା ଦଳକୁ ପ୍ରତ୍ୟାଖାନ କରି ଲୋକେ ବିକାଶକୁ ପ୍ରାଧାନ୍ୟ ଦେଇଛନ୍ତି। ଏହି ତିନୋଟିଯାକ ଅଞ୍ଚଳରେ ସମାଜବାଦୀ ପାର୍ଟି ବିଜୟ ପତାକା ଉଡାଇଛି। ତଥାପି ବିଜେପି କିନ୍ତୁ ଏହି ପରାଜୟକୁ ମାନିବାକୁ ନାରାଜ। ବିଜେପିର କହିବା କଥା ଜିତିଥିବା ଅଧାରୁ ଅଧିକ ପ୍ରାର୍ଥୀ ତାଙ୍କ ଦଳର। ୩ ହଜାର ୫୧ ଜଣ ସମର୍ଥିତ ପ୍ରାର୍ଥୀଙ୍କ ମଧ୍ୟରୁ ୯୧୮ ଜଣ ବିଜୟ ହାସଲ କରିଥିବା ବେଳେ ୪୫୬ ଜଣ ପ୍ରାର୍ଥୀ ଗଣତିରେ ଆଗରେ ଅଛନ୍ତି। ଅନ୍ୟପଟେ ସମାଜବାଦୀ ପାର୍ଟିର କହିବା କଥା ୫୦ ପ୍ରତିଶତରୁ ଅଧିକ ବିଜେତା ପ୍ରାର୍ଥୀ ତାଙ୍କ ଦଳ ସହ ସମ୍ପର୍ଥନରେ ନିର୍ବାଚନ ଲଢ଼ିଥିଲେ।

କେବଳ ସହର ନୁହେଁ ଗ୍ରାମାଞ୍ଚଳରେ ମଧ୍ୟ ବିଜେପିର ଶାସନ ଫେଲ ମାରିଛି। କରୋନା ସମୟରେ ବିଜେପିର ବିଫଳତା ପଦାକୁ ଆସିଛି ବୋଲି ସମାଜବାଦି ପାଟି କହିଛି। ଅଯୋଧ୍ୟା ପଞ୍ଚାୟତ ନିର୍ବାଚନରେ ୪୦ଟି ଆସନରେ ଭୋଟିଂ ହୋଇଥିବା ବେଳେ ସମାଜବାଦି ପାର୍ଟି ୨୪ଟି ଆସନରେ ବିଜୟ ଲାଭ କରିଛି। ଏଥିସହ ୧୨ ଜଣ ନିର୍ଦଳିୟ ପ୍ରାର୍ଥିଙ୍କର ବିଜୟ ହୋଇଛି। ସେମାନେ ବିଜେପି ଉପରେ ଅସନ୍ତୋଷ ହୋଇ ନିର୍ଦଳୀୟ ନିର୍ବାଚନ ଲଢିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ କ୍ଷେତ୍ରରେ ମଧ୍ୟ ବିଜେପିକୁ ଶକ୍ତ ଧକ୍କା ମିଳିଛି। ବିଧାନ ପରିଷଦ ନିର୍ବାଚନରେ ବାରାଣାସିରୁ ପରାଜୟର ସମ୍ମୁଖିନ୍ନ କରିଥିବା ଦଳକୁ ପଞ୍ଚାୟତ ନିର୍ବାଚନରେ ମଧ୍ୟ ଶକ୍ତ ଧକ୍କା ମିଳିଛି । ବାରାଣାସିର ୪୦ଟି ଆସନରୁ ବିଜେପି ମାତ୍ର ୮ଟି ଆସନରେ ବିଜୟ ହାସଲ କରିଛି।

Leave a Reply