spot_img
Home Blog Page 5836

ଦୁନିଆର ୫ ଭୟାବହ ଚିତ୍ରର କାହାଣୀ,ଯାହା ଏବେ ଅଜ୍ଞାତ ସ୍ଥାନରେ ନେଇଛନ୍ତି କବର

ନୂଆଦିଲ୍ଲୀ:  ଚିତ୍ରଶିଳ୍ପୀର ଚିତ୍ର କଥା କହେ । ସେହି ମନଲୋଭା ଚିତ୍ର ଦେଖିବାମାତ୍ରେ ଇଛାହୁଏ କିଣି ନେଇ ଘରର କାନ୍ଥରେ ସଜେଇ ଦେବାକୁ । କିନ୍ତୁ ସେହି ଚିତ୍ର କେବେ କ’ଣ ଅଘଟଣା ଘଟାଏ? କ’ଣ କଥା କହୁଥିବା ଭଳି ମନେ ହେଉଥିବା ଚିତ୍ର ମଧ୍ୟରେ କେବେ ଆତ୍ମା ଘର କରିଦିଏ? ଆଉ ଶେଷରେ ଚିତ୍ରଶିଳ୍ପୀ ଅତି ସରାଗରେ ଆଙ୍କିଥିବା ଚିତ୍ରକୁ କବର ଦେବାକୁ ବାଧ୍ୟ ହୁଏ । ରିପୋର୍ଟ କହୁଛି ବିଶ୍ୱରେ ଏଭଳି କିଛି ପେଣ୍ଟିଂ ରହିଛି ଯାହା ଏହି ସମସ୍ତ କଥାକୁ ବାସ୍ତବ ବୋଲି ପ୍ରମାଣିତ କରିଛି । ଭୟଙ୍କର ପରିସ୍ଥିତି ସୃଷ୍ଟି କରିଥିବା ସେହି ଫଟୋ ସବୁଦିନ ପାଇଁ ହଜି ଯାଇଛି କେଉଁ ଏକ ଅଜ୍ଞାତ ସ୍ଥାନରେ । ତେବେ ସେହିଭଳି କିଛି ଭୟାନକ ପେଣ୍ଟିଂ ବିଷୟରେ ଆସନ୍ତୁ ଆଲୋଚନା କରିବା ।

ପେଣ୍ଟିଂ ଦୁନିଆରେ ଖୁବ୍‌ପରିଚିତ ୟୁକ୍ରେନର କଳାକାର ସ୍ୱେତଲାନା ଟେଲେଟ୍ସ । ତାଙ୍କର ପ୍ରତ୍ୟେକଟି ଚିତ୍ରକୁ କିଣିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ବଢିଯାଏ । କିନ୍ତୁ ଏହା ମଧ୍ୟ ସତ୍ୟଯେ, ସେ କରିଥିବା ଏକାଧିକ ଚିତ୍ର ମଧ୍ୟରୁ ଖୁବ ଭୟାନକ ଥିଲା The Rain Woman । ଯେଉଁଥିରେ ବର୍ଷାରେ ଜଣେ ମହିଳାଙ୍କ ଚିତ୍ର ଥିଲା । ସ୍ୱେତଲାନାଙ୍କ କହିବା ଅନୁସାରେ ମାତ୍ର ୫ ଘଣ୍ଟାରେ ଆଙ୍କିଥିବା ଏହି ପେଣ୍ଟିଂକୁ ଯଦିଓ ସେ ଆଙ୍କିଥିଲେ ତଥାପି ଏହା ପଛରେ ଥିଲା କୌଣସି ଅଦ୍ଭୁତ ଶକ୍ତିର ପ୍ରଭାବ । ଲୋକ ଏହାକୁ ଚଢା ମୂଲ୍ୟରେ କିଣି ତ ନେଇଯାନ୍ତି, କିନ୍ତୁ କିଛି ଘଣ୍ଟାରୁ ଅଧିକ ସମୟ ରଖିପାରନ୍ତି ନାହିଁ । କୁହାଯାଏ ଏହାକୁ ନେବାପରେ ଘରେ ଦୁଃଖ ଛାଇଯାଏ ଏବଂ ନିଦ ହଜିଯାଏ । ଏହା ସହିତ ଘରେ ପାରାନର୍ମାଲ ଆକ୍ଟିଭିଟି ନଜର ଆସେ ।

କେବଳ The Rain Woman ନୁହେଁ ବରଂ ଏକ କୁନି ଝିଅ ହାତରେ ଗୋଲାପ ଏବଂ ଲଫାପା ଧରି ଛିଡ଼ା ହୋଇଥିବା Love Letters Relpica ମଧ୍ୟ ଲୋକଙ୍କୁ ଖୁବ୍‌ଡରାଏ । ଏହି ଫଟୋ ପଛରେ ରହିଛି ଏକ ଭିନ୍ନ କାହାଣୀ । ୪ ବର୍ଷର ଏହି କୁନି ଝିଅର ନାଁ ହେଉଛି ସମନ୍ଥା ହଷ୍ଟନ । ସିଢୀରୁ ପଡ଼ି ଆଘାତ ପାଇବା ପରେ ସମନ୍ଥାର ମୃତ୍ୟୁ ହୋଇଥିଲା । ୧୮୮୭ରେ ଅଙ୍କା ଯାଇଥିବା ଏହି ଫଟୋକୁ ଦେଖିବାର ଏକ ମିନିଟ୍‌ମଧ୍ୟରେ କାହାର ମଧ୍ୟ ଆବଭାବ ବଦଳିଯାଏ ।

କୁହାଯାଏ ଚିତ୍ରଶିଳ୍ପୀଙ୍କ ଲୌରା ପି’ଙ୍କ The Stagecraft ଏକ ଅଭିଶପ୍ତ ପେଣ୍ଟିଂ । ଯେଉଁଥିରେ ଶଗଡ଼ ଗାଡ଼ି ନିକଟରେ କେହି ଜଣେ ଛିଡ଼ା ହୋଇଥିବା ଦେଖିବାକୁ ମିଳେ । କିନ୍ତୁ ଚିତ୍ରଶିଳ୍ପୀ କୁହନ୍ତି ସେ ଆଙ୍କିଥିବା ଚିତ୍ରରେ କୌଣସି ବ୍ୟକ୍ତି ନଥିଲେ । ଏହି ଚିତ୍ରକୁ ଅଫିସରେ ରଖିବା ପରେ ଅଜବ ପ୍ରକାରର ପରିସ୍ଥିତି ସୃଷ୍ଟି ହେଲା । କେତେବେଳେ ଜରୁରୀ କାଗଜ ସବୁ ଗାଏବ ହୋଇଯାଏ ତ କେତେବେଳେ ଅଜବ ପ୍ରକାରର ଅନୁଭବ ହୁଏ । ଶେଷରେ ବାଧ୍ୟ ହୋଇ ଏହି ପେଣ୍ଟିଂକୁ ଜଳାଇବାକୁ ପଡ଼ିଥିଲା ।

ଅନ୍ୟ ଏକ ପେଣ୍ଟିଂ ହେଉଛି ଇଟାଲୀର ବ୍ରୁନୋ ଏମେଡିଓଙ୍କ ଦ୍ୱାରା ଅଙ୍କା ଯାଇଥିବା The Crying Boy । ଯାହା ଅଭିଶପ୍ତ ପେଣ୍ଟିଂ ନାମରେ ଜଣାଶୁଣା । ସୂଚନାଯୋଗ୍ୟ ଏହାକୁ ରଖିଥିବା ବ୍ୟକ୍ତି ସହିତ ଅଜବ ଘଟଣା ଘଟିବାକୁ ଲାଗିଲା । ଏହି ପେଣ୍ଟିଂ ହେଉଥିବା ସ୍ଥାନରେ ନିଆଁ ଲାଗିଯିବାଠାରୁ ଆରମ୍ଭ କରି ପିଲାର କାନ୍ଦିବା ଶବ୍ଦ ଭଳି ଅଜବ ଘଟଣା ଏଥିରେ ସାମିଲ ଥିଲା ।

ସେହିଭଳି ଅନ୍ୟ ଏକ ପେଣ୍ଟିଂ ହେଉଛି The Anguished Man । ଯାହାକୁ ଦୁନିଆର ସବୁଠାରୁ ଭୟାନକ ଏବଂ ଭୂତ ପେଣ୍ଟିଂ କୁହାଯାଏ । ଏହି ପେଣ୍ଟିଂକୁ ରକ୍ତରେ ଅଙ୍କା ଯାଇଥିଲା । ସିନ୍‌ରବିନସନ୍ସ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ମିଳିଥିବା ଏହି ପେଣ୍ଟିଂକୁ ନେଇ କୁହାଯାଏ,ଯେ ଏହାକୁ ଦେଖିବା ମାତ୍ରେ କାନ୍ଦିବା ଶବ୍ଦ ଠାରୁ ଆରମ୍ଭ କରି ଶୁନ୍ୟଘରେ ଅଜଣା ଚେହେରା ଦେଖିବା ପର୍ଯ୍ୟନ୍ତ ଅଜବ ଘଟଣା ଘଟୁଥିଲା । ଏହା ପଛର ରହସ୍ୟ ଜାଣିବା ପାଇଁ ଅନେକ ଚେଷ୍ଟା କରିଥିଲେ ମଧ୍ୟ କେହି ଏହାର ରାଜ୍‌ଖୋଲିପାରିନଥିଲେ । ଯାହାପରେ ସିନ୍‌ଏହାକୁ ବିକିବା ପରିବର୍ତ୍ତେ କୌଣସି ଏକ ଅଜ୍ଞାତ ସ୍ଥାନରେ ଲୁଚାଇଦେଲେ ।

ସୂଚନାଯୋଗ୍ୟ ଗତବର୍ଷ ସୁଶାନ୍ତ ସିଂଙ୍କ ମୃତ୍ୟୁ ପରେ ଭିନ୍ନ ଭିନ୍ନ ଘଟଣା ସାମ୍ନାକୁ ଆସିଥିଲା । ରିୟା ଚକ୍ରବର୍ତ୍ତୀଙ୍କ ବୟାନ ଅନୁସାରେ ଇଉରୋପରେ ଥିବା ହୋଟେଲରେ କିଛି ପେଣ୍ଟିଂସକୁ ଦେଖି ସୁଶାନ୍ତ ଡରି ଯାଇଥିଲେ ଏବଂ ସେ ଅଜବ ବ୍ୟବହାର କରିବାକୁ ଲାଗିଲେ । ଯାହାକୁ ନେଇ ଅନେକ ଚର୍ଚ୍ଚା ମଧ୍ୟ ହୋଇଥିଲା । ସୁଶାନ୍ତଙ୍କ ମୃତ୍ୟୁ ସହିତ ପେଣ୍ଟିଂସର ଭୂମିକା କ’ଣ ଥିଲା, ଯଦିଓ ତାହାକୁ ନେଇ କୌଣସି ଖୁଲାସା ହୋଇନାହିଁ ତଥାପି ଏହା ସତଯେ, ସୁଶାନ୍ତଙ୍କ ମୃତ୍ୟୁ ଭଳି ବିଶ୍ୱର ଏହି ସମସ୍ତ ଭୟାନକ ପେଣ୍ଟିଂର ରାଜ୍‌ଏବେ ମଧ୍ୟ ରାଜ୍‌ହୋଇ ରହିଯାଇଛି ।

ରେବିଙ୍ଗିଆ ତୁଲିପାଜୁ ଜଙ୍ଗଲରୁ କଙ୍କାଳ ଉଦ୍ଧାର ଘଟଣା, ସାର୍ଟ ଗାମୁଛା ଦେଖି ଚିହ୍ନିଲେ ପରିବାର ଲୋକେ

ବାଲିଗୁଡ଼ା: ରେବିଙ୍ଗିଆ ତୁଲିପାଜୁ ଜଙ୍ଗଲରୁ କଙ୍କାଳ ଉଦ୍ଧାର ଘଟଣା। କଙ୍କାଳରେ ଥିବା ସାର୍ଟ, ଗାମୁଛା ଓ ଲୁଙ୍ଗିକୁ ଚିହ୍ନଟ କଲେ ପରିବାର ଲୋକେ। ନିଖୋଜ ଥିବା ଟିକୁନ ଗୌଡ଼ଙ୍କ କଙ୍କାଳ ବୋଲି ଦାବି କଲେ ପରିବାର ଲୋକେ। ଏକଜୁକୁଟିଭ୍ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କଙ୍କାଳ ଜବତ କରି ଯାଞ୍ଚ୍ ପାଇଁ ଫୋରେନସିକ୍ ଲ୍ୟାବକୁ ପଠାଇଲା ବାଲିଗୁଡ଼ା ପୋଲିସ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କିଛି ସମ୍ପର୍କୀୟ ଲୋକେ ଏହି ହତ୍ୟାକାଣ୍ଡ ଘଟାଇଥିବା ପରିବାର ଲୋକଙ୍କ ଅଭିଯୋଗ। ଅଭିଯୋଗ ପ୍ରକାରେ ଡଗ୍ ସ୍କ୍ୱାର୍ଡ ଓ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ପୋଲିସର ଛାନଭିଭିନ୍।

ସେପଟେ ଟିକୁନ ଗୌଡ଼ ଗତ ଫେବୃଆରୀ ୨୩ ତାରିଖରୁ ନିଖୋଜ ଥିଲେ। ପରିବାର ଲୋକେ ବହୁତ ଖୋଜାଖୋଜି କରି ନପାଇବାରୁ ମାର୍ଚ୍ଚ ୪ତାରିଖରେ ବାଲିଗୁଡ଼ା ଥାନାରେ ଅଭିଯୋଗ କରିଥିଲେ। ଗତକାଲି ରେବିଙ୍ଗିଆ ଅଞ୍ଚଳର କିଛି ଲୋକ ଜଙ୍ଗଲକୁ ମହୁଲ ଗୋଟେଇବାକୁ ଯାଇଥିବା ବେଳେ କଙ୍କାଳ ପଡିଥିବା ଦେଖିଥିଲେ। ଏନେଇ ନିଖୋଜ ବ୍ୟକ୍ତିଙ୍କ ପରିବାର ଏବଂ ପୋଲିସକୁ ଖବର ଦିଆଯାଇଥିଲା  ଏବେ ଘଟଣାସ୍ଥଳରେ ପହଁଚି ଛାନଭିନ୍ ଆରମ୍ଭ କରିଥିଲା ପୋଲିସ ।

ଚାକିରି କରାଇ ଦେବା କହି ଠକେଇ କରି ଫସିଲେ ପୂର୍ବତନ କିରାଣୀ

ବଲାଙ୍ଗୀର: ଚାକିରି କରାଇ ଦେବା ନାଁରେ ଠକେଇ କରି ଫସିଲେ ପୂର୍ବତନ କିରାଣୀ । ଯୁବକ ଯୁବତୀଙ୍କୁ ବଲାଙ୍ଗୀର ଚାକିରି କରାଇ ଦେବାକୁ କହି ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ଗିରଫ ହେଲେ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ତହସିଲର ପୂର୍ବତନ ବରିଷ୍ଠ କିରାଣୀ ଓମ ପ୍ରକାଶ କୁମ୍ଭାର । ଅଭିଯୁକ୍ତ ଓମ ପ୍ରକାଶକୁ ଭୁବନେଶ୍ୱର କଳ୍ପନା ଛକ ନିକଟରୁ ଗିରଫ କଲା ଟିଟିଲାଗଡ଼ ପୋଲିସ । ଓମ ପ୍ରକାଶ ଟିଟିଲାଗଡ଼ ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟକରୁ ଥିବାବେଳେ ନୀରିହ ଯୁବକ ଯୁବତୀଙ୍କୁ ଏସଏସସି ଓ ୟୁପିଏସସିରେ ଚାକିରି କରେଇ ଦେବାକୁ କହି ଲକ୍ଷାଧିକ ଟଙ୍କା ଠକି ଥିଲେ । 17 ଜଣଙ୍କ ଠାରୁ ପ୍ରାୟ ୨୬ ଲକ୍ଷ୍ୟ ଟଙ୍କା ଠକି ନେଇଛନ୍ତି ଓମ ପ୍ରକାଶ । ବହୁ ଦିନ ଧରି ଚାକିରୀ ନ ମିଳିବାରୁ ଆଶାୟୀମାନେ ଟିଟିଲାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଗତ କାଲି ଟିଟିଲାଗଡ଼ ପୋଲିସ ଅଭିଯୁକ୍ତ କିରାଣୀକୁ ଭୁବନେଶ୍ୱରରୁ ଗିରଫ କରିଛି ।

୫ ମାସ ପରେ ବି ସୁସ୍ଥ ହେଉନାହାଁନ୍ତି ୭୦ ପ୍ରତିଶତ କରୋନା ରୋଗୀ

ଲଣ୍ଡନ: ସୁସ୍ଥ ହେଉନାହାଁନ୍ତି କରୋନା ରୋଗୀ । ଏକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ବ୍ରିଟେନରେ ୭୦ ପ୍ରତିଶତ କରୋନା ରୋଗୀ ହସ୍ପିଟାଲରୁ ଡିସ୍ ଚାର୍ଜ ହେବାର ୫ ମାସ ପରେ ବି ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାଁନ୍ତି। ଏ ନେଇ ବ୍ରିଟେନର ଏକ ଜର୍ଣ୍ଣାଲରେ ଏକ ଖବର ପ୍ରକାଶ ପାଇଛି।

ଏହି ଖବର ଅନୁଯାୟୀ ଅନୁସନ୍ଧାନରେ ଜଣାପଡ଼ିଛି ଯେ, କୋଭିଡରୁ ସଂକ୍ରମିତ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ବି ଏମାନଙ୍କଠାରେ ବିଭିନ୍ନ ସ୍ୱାସ୍ଥ୍ୟ ଓ ମାନସିକ ଜନିତ ସମସ୍ୟା ଦେଖାଦେଉଛି।  ପ୍ରତ୍ୟେକ ୫ ଜଣରେ ଜଣେ ବ୍ୟକ୍ତିଙ୍କ ଠାରେ ଏକ ନୂଆ ଅକ୍ଷମତା ବା ଅର୍ଗାନ ଫେଲ ହେବା ଭଳି ସମସ୍ୟା ଦେଖିବାକୁ ମିଳୁଛି।

ବିଶେଷ କରି ମଧ୍ୟ ବୟସ୍କା ମହିଳାଙ୍କ କ୍ଷେତ୍ରରେ ଏଭଳି ଲକ୍ଷଣ ଅଧିକ ଦେଖିବାକୁ ମିଳିଛି। ଯେଉଁମାନେକି ପୂର୍ବରୁ କୋଭିଡର ଗୁରୁତର ଆକ୍ରାନ୍ତ ହୋଇଥିଲେ। ଆଉ ଏମାନେ ଡାଇବେଟିସ୍, ଆଜମା କିମ୍ବା ହୃଦରୋଗ ଭଳି ଗୁରୁତର ରୋଗରୁ ଅତି କମରେ ୨ଟିରେ ପିଡ଼ୀତ। ଯାହାକି ଏମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଅଧିକ ବିପଦ ସୃଷ୍ଟି କରୁଛି।

 

 

ବିଶେଷଜ୍ଞଙ୍କ କହିବା ମୁତାବକ ବିଷେଶ କରି ଯେଉଁମାନଙ୍କୁ କୋଭିଡ ଚିକିତ୍ସାବେଳେ ଆଇସିୟୁ କିମ୍ବା ଭେଣ୍ଟିଲେଟରରେ ରଖାଯାଇଥିଲା ସେମାନେ ସୁସ୍ଥ ହେବାକୁ ଅଧିକ ସମୟ ନେଉଛନ୍ତି।

ସୂଚନା ଅନୁଯାୟୀ, ବ୍ରିଟେନରେ ୨୦୨୦ ମାର୍ଚ୍ଚରୁ ନଭେମ୍ବର ଭିତରେ ପ୍ରାୟ ୧ ହଜାର ୭୭ ଜଣ କୋଭିଡ ଆକ୍ରାନ୍ତ ହସ୍ପଟିଟାଲରୁ ଡିସ୍ଚାର୍ଜ ହୋଇଥିଲେ । ତେବେ ୫ ମାସ ପରେ ଏମାନଙ୍କ ମଧ୍ୟରୁ ମାତ୍ର ୨୯ ପ୍ରତିଶତ ଲୋକ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି । ଆଉ ଏକ ପ୍ରତିଶତ ଲୋକଙ୍କ ପାଖରେ ସାମାନ୍ୟ ଲକ୍ଷଣ ରହିଥିବାବେଳେ । ପାଖାପାଖି ୭୦ ପ୍ରତିଶତ ଲୋକଙ୍କଠାରେ ଏଭଳି ଗୁରୁତର ଲକ୍ଷଣ ସବୁ ଦେଖିବାକୁ ମିଳିଛି ।

ଏମାନଙ୍କ ଠାରେ ସାଧାରଣତ ୧୦ ଟି ଲକ୍ଷଣ ଦେଖାଦେଉଛି ସେଗୁଡ଼ିକ ହେଉଛି, ଶରୀର ଘୋଳା ବିନ୍ଧା, ମାଂସପେଶୀ ଯନ୍ତ୍ରଣା, ଥକ୍କା ଲାଗିବା,  ନିଦ ନ ହେବା, ଗଣ୍ଠି ଫୁଲା ଓ ଯନ୍ତ୍ରଣା, ଅର୍ଗାନ୍ ଡ୍ୟାମେଜ୍, ଶ୍ୱାସକ୍ରିୟାରେ ସମସ୍ୟା, ସ୍ମୃତି ଶକ୍ତି ହ୍ରାସ ପାଇବା ଇତ୍ୟାଦି। କିଛି ଲୋକ ଡିପ୍ରେଶନର ଶିକାର ବି ହୋଇଛନ୍ତି ।

ତେବେ ବିଶେଷଜ୍ଞନଙ୍କ କହିବା କଥା ଯେ ଯେଉଁମାନଙ୍କଠାରେ ହସ୍ପିଟାଲରୁ ଡିସଚାର୍ଜର ପାଞ୍ଚ ମାସ ପରେ, ଗୁରୁତର ଲକ୍ଷଣ ଦେଖାଦେଉଛି, ସେହି ରୋଗୀମାନଙ୍କ ମଧ୍ୟରେ ସି-ରିଆକ୍ଟିଭ୍ ପ୍ରୋଟିନ୍ ନାମକ ଏକ ପ୍ରୋଟିନ୍ ଅଧିକ ରହିଛି, ଯାହାକି ଶରୀରର ରୋଗକୁ ସହଜରେ ଭଲ ହେବାକୁ ଦେଉନାହିଁ । ତେଣୁ ଏତେଦିନ ପରେ ମଧ୍ୟ ଏମାନେ ସୁସ୍ଥ ହୋଇପାରୁ ନାହାଁନ୍ତି ।

ତେବେ ବର୍ତ୍ତମାନ ବ୍ରିଟେନର ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଏହା ଉପରେ ଗବେଷଣା କରୁଛନ୍ତି । ଏବଂ ଖୁବ ଶୀଘ୍ର ଏହି ସମସ୍ୟାର ସମାଧାନ ବି ଖୋଜୁଛନ୍ତି ।

ତଟରକ୍ଷୀ ବାହିନୀ ଶ୍ରୀଲଙ୍କା ଜାହାଜରୁ ୩ହଜାର କୋଟି ଟଙ୍କାର ହେରୋଇନ୍ ସହ ଅସ୍ତ୍ରଶସ୍ତ୍ର, ଗୁଳି ଜବତ କରିଛି

ନୂଆଦିଲ୍ଲୀ: ଆରବ ସାଗର ଦେଇ ଚାଲାଣ ହେଉଛି ନିଶାଦ୍ରବ୍ୟ ସହ ଅସ୍ତ୍ରଶସ୍ତ୍ର । ଏନେଇ ଗତ ୧୫ ତାରିଖରେ ମିଳିଥିବା ଗୁପ୍ତ ସୂଚନା ଅନୁସାରେ ଭାରତୀୟ ତଟରକ୍ଷୀ ବାହୀନି ଆରମ୍ଭ କରିଛନ୍ତି ସର୍ଚ୍ଚ ଅପରେସନ । ବିଦେଶରୁ ଅତ୍ୟାଧୁନିକ ଡଙ୍ଗା ଓ ଲଞ୍ଚ ମାଧ୍ୟମରେ ନିଶାଦ୍ରବ୍ୟ ଚାଲାଣ ହେଉଥିବା ଅଭିଯୋଗ ହୋଇଛି । ଏହି ସର୍ଚ୍ଚ ଅପରେସନ ବେଳେ ୩୦୦ କେଜି ହିରୋଇନ୍‌, ୫ଟି ଏକେ ୪୭ ସହ ହଜାରେ ରାଉଣ୍ଡ ଗୁଳି ଜବତ କରାଯାଇଛି । ଶ୍ରୀଲଙ୍କା ମାଛ ଧରା ଡଙ୍ଗା ରବିହାନ୍ସିରୁ ଏହି ସାମଗ୍ରୀ ଜବତ ହୋଇଛି । ଏହାପରେ ସମୁଦ୍ରରେ ଯିବା ଆସିବା କରୁଥିବା ଜାହାଜ ଉପରେ କଡ଼ା ନଜର ରଖିଛି ଭାରତୀୟ ତଟରକ୍ଷୀ ବାହିନୀ । ଜବତ ହୋଇଥିବା ସାମଗ୍ରୀ ଆନ୍ତର୍ଜାତୀୟ ବଜାରରେ ୩ ହଜାର କୋଟି ଟଙ୍କାର ମୁଲ୍ୟ ହେବ ବୋଲି ଜଣାପଡିଛି । ଲାକ୍ଷାଦୀପ ଅଞ୍ଚଳରେ ମଧ୍ୟ ଏହି ସର୍ଚ୍ଚ ଅପରେସନକୁ କଡାକଡି କରାଯାଇଛି । ସେଠାରେ ୨୦୦ କେଜି ଡ୍ରଗ୍ସ ଜବତ କରାଯାଇଛି । ୨୦୨୦ ନଭେମ୍ବରରେ ମଧ୍ୟ ଆଇସିଜି ପକ୍ଷରୁ ଏଭଳି ଏକ ଅପରେସନ କରାଯାଇଥିଲା । ଶ୍ରୀଲଙ୍କା ଆସୁଥିବା ଡଙ୍ଗାରୁ ବ୍ୟାପକ ମାତ୍ରାରେ ନିଶାଦ୍ରବ୍ୟ ଜବତ କରାଯାଇଥିଲା ।

ରାଜ୍ୟର ଦୁଇଟି ସ୍ଥାନରେ ନଦୀରେ ବୁଡ଼ି ଚାଲିଗଲା ୪ ଜଣ କୋମଳ ଶିଶୁଙ୍କର ଜୀବନ

ଯାଜପୁର: ଯାଜପୁର ଖରସ୍ରୋତାରେ ବୁଡ଼ି ୨ ଭାଇଙ୍କର ସଳିଳ ସମାଧି। ହାତ ଧରାଧରି ହୋଇ ଚାଲିଗଲେ ଏକାବେଳକେ ଦୁଇ ଭାଇ। ରସୁଲପୁର ବ୍ଲକ ବାହାଦଲାପୁର ପଞ୍ଚାୟତ ଚିନ୍ତାପଲ୍ଲୀର ଏଭଳି ଏକ ଦୁଃଖଦପୂର୍ଣ୍ଣ ଘଟଣା ଦେଖିବାକୁ ମିଳିଛି। ମୃତକ ଦ୍ୱୟ ହେଲେ ବଡ଼ପୁଅ ଦୀନବନ୍ଧୁ ଚନ୍ଦ ଓ ସାନ ପୁଅ ଦିବାକର ଚନ୍ଦ। ଦୁଇ ଭାଇ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ନଦୀରେ ବୁଡ଼ି ଯାଇଥିଲେ। ସ୍ଥାନୀୟଲୋକ ଓ ଅଗ୍ନିଶମବାହିନୀ ସହାୟତାରେ ଉଭୟଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ମୃତଦେହ ଉଦ୍ଧାର ବେଳେ ମଧୁବନ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଦୁଇଭାଇଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅ଼ଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପୁରା ପରିବାର ଏବେ କାନ୍ଦବୋବାଳିରେ ଫାଟିପଡ଼ୁଛି।

ସେପଟେ ବନ୍ଧରେ ବୁଡି ୨ ଶିଶୁଙ୍କ ମୃତ୍ୟୁ ହୋଇଛି। କୋରୁକୋଣ୍ଡା ବ୍ଲକ ତାରଲାକୋଟା ପଞ୍ଚାୟତ ସି-କଲୋନୀର ହେଉଛନ୍ତି ୨ ଜଣ ଶିଶୁ। ଗାଁ ପାଖ ବନ୍ଧକୁ ଗାଧୋଇବାକୁ ଯାଇଥିଲା ବେଳେ ଘଟିଛି ଅଘଟଣ। ମୃତକ ୨ ଜଣ ଶିଶୁ ହେଉଛନ୍ତି ୭ବର୍ଷର ରଞ୍ଜିତା ଗୋଲରୀ, ୮ବର୍ଷର ମେଘ ଖରାଙ୍କ। ଗାଁର ଅନ୍ୟପିଲାଙ୍କ ସହ ଗାଧୋଇବା ପାଇଁ ଯାଇଥିଲେ। ୨ଶିଶୁଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଇଥିଲେ ଗ୍ରାମବାସୀ। ମେଡିକାଲରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।

କେନ୍ଦ୍ରୀୟ ଅନୁଦାନର ବଳକା ଟଙ୍କା ପ୍ରଦାନ ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସଂସଦୀୟ ଦଳ

ବଳକା ଟଙ୍କା ପ୍ରଦାନ ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ। ଏପର୍ଯ୍ୟନ୍ତ ଯେତିକି ଟଙ୍କା କେନ୍ଦ୍ରରୁ ରାଗ୍ୟକୁ ମିଳିବା ଅଧିକାର ତାଠାରୁ କମ ମିଳିଛି। ବଳକା ଥିବା ଟଙ୍କାରେ ରାଜ୍ୟର ହକ୍‌ ରହିଛି।

ସେଥିପାଇଁ ସେସବୁ ଟଙ୍କାକୁ ରାଜ୍ୟକୁ ଯଥାଶୀଘ୍ର ଦେବାପାଇଁ ଦାବିପତ୍ର ପ୍ରଦାନ କଲେ ବିଜେଡିର ସଂସଦୀୟ ଦଳ। ଦିଲ୍ଲୀରେ ଯାଇ ଗୋଟିଏ ଦିନରେ ଦୁଇ ଜଣ ମନ୍ତ୍ରୀଙ୍କୁ ଭେଟିଛନ୍ତି ବିଜେଡି ସଂସଦୀୟ ଦଳ। ତେବେ ବଳକା ଥିବା ଟଙ୍କାର ପୁରା ଚିଠା ସେହି ଦାବି ପତ୍ରରେ ବର୍ଣ୍ଣା କରାଯାଇଛି।

ପ୍ରଥମେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲଙ୍କୁ ସାଂସଦ ସସ୍ମିତ ପାତ୍ର, ସାଂସଦ ଅମର ପଟ୍ଟନାୟକ, ସାଂସଦ ସୁବାସ ସିଂ, ସାଂସଦ ଏନ୍‌ ଭାସ୍କର ରାଓ ଭେଟି ଦାବି ପତ୍ର ଦେଇଛନ୍ତି। ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ (ଋସା)ରେ ୨୦୨୦-୨୧ ଶିକ୍ଷା ବର୍ଷରେ ବଳକା ଥିବା ଟଙ୍କାକୁ ରାଜ୍ୟକୁ ଦେବା ପାଇଁ ଦାବି କରିଛନ୍ତି ।

ସେପଟେ କେନ୍ଦ୍ର କୃଷି ରାଷ୍ଟ୍ର ମନ୍ତ୍ରୀ ପୁରୁଷୋତ୍ତମ ରୁପାଲଙ୍କୁ ଭେଟିଛନ୍ତି ସାଂସଦ ସୁବାସ ସିଂ, ସାଂସଦ ଏନ୍‌ ଭାସ୍କର ରାଓ, ମୁନା ଖାଁ ଏବଂ ପ୍ରସନ୍ନ ଆଚାର୍ଯ୍ୟ। କୃଷି କ୍ଷେତ୍ରରେ ସେଣ୍ଟ୍ରାଲି ସ୍ପୋନସରଡ ସ୍କିମ (ସିଏସଏସ) ଅଧିନରେ ବଳକା ଥିବା କେନ୍ଦ୍ରୀୟ ଅନୁଦାନକୁ ପ୍ରଦାନ ପାଇଁ ଦାବି ପତ୍ର ଦିଆଯାଇଛି ।

ସ୍କୁଲରେ SOPକୁ କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶ ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ରାଜଧାନୀରେ ଗୋଟିଏ ପରେ ଗୋଟିଏ ଶିକ୍ଷାନୁଷ୍ଠାନରେ କରୋନା ସଂକ୍ରମଣ ବାହାରିଲାଣି। ଆଜି ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ-୧ରୁ ଜଣେ ଛାତ୍ର କରୋନା ପଜିଟିଭ ବାହାରିବା ପରେ ଚିନ୍ତା ଆହୁରି ବଢ଼ିଯାଇଛି। ସେପଟେ କେନ୍ଦ୍ରୀୟ ବିଦ୍ୟାଳୟରେ କରୋନା ପଜିଟିଭ ବାହାରିବା ପରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ପ୍ରତିକ୍ରିୟା ରଖିଛନ୍ତି। ଏପର୍ଯ୍ୟନ୍ତ ସରକାରଙ୍କ ଦ୍ଵାରା ପରିଚାଳିତ ସ୍କୁଲ ଏବଂ ହଷ୍ଟେଲରେ ଏଯାବତ କୌଣସି ପଜିଟିଭ ବାହାରି ନାହିଁ। କାରଣ ସେଠାରେ ସରକାରଙ୍କ ଦ୍ୱାରା ପ୍ରସ୍ତୁତ SOP କଡ଼ାକଡ଼ି ଭାବେ ପାଳନ କରାଯାଉଛି। କିନ୍ତୁ କେନ୍ଦ୍ରୀୟ ସ୍କୁଲ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ମାନଙ୍କରେ SOPକୁ ଠିକ୍‌ ଭାବରେ ପାଳନ ହେଉନଥିବାରୁ ସେଠାରେ କରୋନା ସଂକ୍ରମଣ ଚିହ୍ନଟ ହେଉଛନ୍ତି। ସେଥିପାଇଁ ସରକାରଙ୍କ SOPକୁ କଡ଼ାକଡ଼ି  ପାଳନ କରାଯିବା ଲାଗି ନିର୍ଦ୍ଦେଶ ଦେଲେ ଗଣଶିକ୍ଷା ମନ୍ତ୍ରୀ। ଏନେଇ ବିଭାଗ ମଧ୍ୟ ଗୁରୁତର ଭାବରେ ଦେଖୁଛି। ପ୍ରାଇଭେଟ ସ୍କୁଲ ଗୁଡିକ ଉପରେ ଜିଲ୍ଲା ପ୍ରସାସନ କଡା ନଜର ରଖିଛନ୍ତି। ତେବେ ସ୍କୁଲ ବନ୍ଦ ଉପରେ ଏପର୍ଯ୍ୟନ୍ତ କୌଣସି ନିଷ୍ପତି ନିଆଯାଇନାହିଁ।

ଦର ଦାମ ବୃଦ୍ଧି ନେଇ ଯୁବ କଂଗ୍ରେସର ଆକ୍ରୋଶ ସମାବେଶ

ଭୁବନେଶ୍ବର: ରାଜ୍ୟ କଂଗ୍ରେସ ଭବନରେ ଯୁବ କଂଗ୍ରେସ ପକ୍ଷରୁ ଆକ୍ରୋଶ ସମାବେଶ । ପିସିସି ସଭାପତିଙ୍କ ସମେତ ବରିଷ୍ଠ କଂଗ୍ରେସ ନେତା ଓ ବିଧାୟକ ସାମିଲ ହୋଇଛନ୍ତି । ରାଜ୍ୟ ଯୁବ କଂଗ୍ରେସ ସଭାପତି ସ୍ମୃତିରଞ୍ଜନ ଲେଙ୍କାଙ୍କ ନେତୃତ୍ବରେ ଆକ୍ରୋଶ ସମାବେଶ ଆୟୋଜନ କରାଯାଇଛି ।

ଏହି ସମାବେଶରେ ଶତାଧିକ ଯୁବ କଂଗ୍ରେସ କର୍ମୀ ଏବଂ ରାଜ୍ୟର ବରିଷ୍ଠ କଂଗ୍ରେସ ନେତା ଯୋଗଦେଇଛନ୍ତି । ଦରଦାମ ବୃଦ୍ଧି ନେଇ ଆୟୋଜିତ ହୋଇଛି ଏହି ସମାବେଶ । ପେଟ୍ରୋଲ, ଡିଜେଲ ଓ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ଆକ୍ରୋଶ ସମାବେଶ କରିଛି ଯୁବ କଂଗ୍ରେସ ।

କେନ୍ଦ୍ର ସରକାର ଦେଶର ସାଧାରଣ ଲୋକଙ୍କ ପାଇଁ କାଳ ସାଜିଛି  । ସାଧାରଣ ଲୋକଙ୍କ ତଣ୍ଟି ଚିପି ଟଙ୍କା ନେଉଛି । ଗରିବୀ ଲୋକଙ୍କ ପାଇଁ ବାଧକ ପାଲଟିଥିବା କହିଛନ୍ତି କଂଗ୍ରେସ ନେତା  । ଯୁବ କଂଗ୍ରେସ ସଭାପତି ସ୍ମୃତିରଞ୍ଜନ ଲେଙ୍କାଙ୍କ ନେତୃତ୍ୱରେ କଂଗ୍ରେସ ଭବନରେ ଆୟୋଜିତ ହୋଇଛି  ଆକ୍ରୋଶ ସମାବେଶ  ।

କଟକରେ କୋଭିଡ ନିୟମ ଉଲ୍ଲଂଘନ, ସୁପର ମାର୍କେଟ ସିଲ କଲା ସିଏମସି

କଟକ: ବଢୁଛି ସଂକ୍ରମଣ କିନ୍ତୁ ମାନୁନାହାଁନ୍ତି ଲୋକେ । ପୁଣି ରାଜ୍ୟରେ ଦୈନକ ସଂକ୍ରମଣ ୨୦୦ ଛୁଇଁଥିବାବେଳେ ନିୟମ ଉଲ୍ଲଂଘନ କରୁଛନ୍ତି ସାଧାରଣ ଲୋକେ । କଟକ ସୁପର ମାର୍କେଟରେ କୋଭିଡ କଟକଣାକୁ ସାଧାରଣ ଲୋକେ ଅବମାମନନା କରୁଥିବା ଦର୍ଶାଇ ମାର୍କେଟ ସିଲ କରିଛି ସିଏମସି।

ହିନ୍ଦ ସିନେମା ହଲ ସୁପର ମାର୍କେଟକୁ ସିଲ କରିଛି CMC। କୋଭିଡ଼ ସଂକ୍ରମଣ ବ୍ୟାପୁଥିବାରୁ ସହରରେ କଡା କଡ଼ି ଯାଞ୍ଚ ହେଉଛି। ସହରର ବିଭିନ୍ନ ସ୍ଥାନରେ ଯାଞ୍ଚ କରୁଛି CMC ଓ ପୋଲିସ। ଯାଞ୍ଚ ବେଳେ ସୁପର ମାର୍କେଟରେ କୋଭିଡର ସାମାନ୍ୟ କଟକଣା ଦେଖିବାକୁ ମିଳିନଥିଲା ।

ସେପଟେ ରାଜ୍ୟରେ କୋଭିଡ ସଂକ୍ରମଣ ପୁନର୍ବାର ବୃଦ୍ଧି ଘଟୁଛି । ଏନେଇ ଜିଲ୍ଲାପାଳଙ୍କୁ ମଧ୍ୟ ସତର୍କ ରହିବାକୁ କହିଛନ୍ତି ରାଜ୍ୟ ସରକାର । ଓଡ଼ିଶାରେ ଆଜି ଗୋଟିଏ ଦିନରେ ୨୧୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯେଉଁଥିରୁ କଟକରୁ 20 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।