କରୋନାକୁ ବ୍ରେକ୍‌ ଦେବା ପାଇଁ ରାଜ୍ୟରେ ଆଜିଠାରୁ ଲକ୍‌ଡାଉନ୍‌

1 min read

ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାକୁ ଲାଗୁଛି। ପ୍ରତିଦିନ ରାଜ୍ୟରୁ ୯ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। କରୋନାକୁ ମାତ ଦେବାକୁ ଆଜିଠୁ ଘରେ ରହୁଛି ପୁରା ରାଜ୍ୟ। କରୋନାକୁ କଣ୍ଟ୍ରୋଲକୁ ଆଣିବ ଲକଡାଉନ। ରାଜ୍ୟରେ ଆଜିଠୁ ଲାଗୁ ହୋଇଛି ୧୪ଦିନିଆ ଲକ୍‌ଡାଉନ୍। ଶୂନଶାନ ହୋଇଛି ରାସ୍ତାଘାଟ ସହର ବଜାର। ସବୁଠି ନିରବତାର ରାଜୁତି। ସବୁଠି କଡ଼ା କଟକଣା। ଅତ୍ୟାବଶ୍ୟକ ସେବା ବ୍ୟତିତ ଅନ୍ୟ ସବୁକିଛି ବନ୍ଦ ରହିଛି ।

ମେ ୧୯ ତାରିଖ ଯାଏଁ ଲକଡାଉନ କଟକଣା ବଳବତ୍ତର ରହିବ। ଏହି ସମୟରେ ସପ୍ତାହାନ୍ତ ସଟ୍‌ଡାଉନ୍ ବି ଲାଗୁ ହେବ। କଟକଣା ସମୟରେ ସ୍ୱାସ୍ଥ୍ୟସେବା ଓ ଜରୁରୀ ସେବାକୁ ଅନୁମତି ମିଳିଛି। ଲକ୍‌ଡାଉନ୍ ବେଳେ ଘରଠାରୁ ୫ଶହ ମିଟର ଭିତରେ ସକାଳ ୬ଟାରୁ ୧୨ଟା ମଧ୍ୟରେ ଚାଲି ଚାଲି ଯାଇ ପରିବା କିଣିପାରିବେ ଜନସାଧାରଣ। ଗାଇଡଲାଇନରେ ସାମାନ୍ୟ ପରିବର୍ତ୍ତନ ଆଣି SRC। ଅତ୍ୟାବଶ୍ୟକ ହେଲେ ବାଇକରେ ଜଣେ ଯାଇପାରିବେ।

କାର, ଅଟୋ, ଓବେର, ଓଲାରେ ଯାଉଥିଲେ ଡ୍ରାଇଭର ସହ ୨ଜଣ ଯାଇପାରିବେ। ଜରୁରୀ ଚିକିତ୍ସା ସେବା ପାଇଁ ୨ଜଣ ପଛ ସିଟରେ ବସି ମଧ୍ୟ ଯାଇପାରିବେ। CRUT ପକ୍ଷରୁ କେବଳ ଏୟାରପୋର୍ଟ, ରେଲଓ୍ୱେ ଷ୍ଟେସନରୁ ମୋ ବସ୍‌ ସେବା ଜାରି ରହିବ। ୨ଟି ସ୍ଥାନ ବ୍ୟତୀତ ଅନ୍ୟ କେଉଁଠି ବି ରହିବନି ମୋ ବସ୍। ଯାତ୍ରାବେଳେ ବସ’ରେ ଛିଡା ହୋଇ କେହି ଯାଇପାରିବେ ନାହିଁ।

Leave a Reply