spot_img
Home Blog Page 5831

ପିପିଲି ଉପନିର୍ବାଚନ: ନାମାଙ୍କନ ପତ୍ର ଦାଖଲ କଲେ ଆଶ୍ରିତ ପଟ୍ଟନାୟକ

ପିପିଲି: ପିପିଲି ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ। ପିପିଲି ସଙ୍କଟମୋଚନ ମନ୍ଦିରରୁ ଦଳୀୟ ନେତା ଓ ସମର୍ଥକଙ୍କ ସହ ସେ ଶୋଭାଯାତ୍ରାରେ ବାହାରିଥିଲେ ।

ପୁରୀ ଏଡିଏମ୍‌ଙ୍କ ନିକଟରେ ଆଶ୍ରିତ ପଟ୍ଟନାୟକ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନାମାଙ୍କନ ଦାଖଲ ବେଳେ ବ୍ରହ୍ମଗିରି ବିଧାୟକ ଲଳିଟେନ୍ଦୁ ବିଦ୍ୟାଧର ମହାପାତ୍ର, ବିଜେପି ନେତ୍ରୀ ପ୍ରଭାତୀ ପରିଡା ଓ ସତ୍ୟବାଦୀ ବିଜେପି ନେତା ଓମ୍‌ ପ୍ରକାଶ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ।

ସୂଚନାଯୋଗ୍ୟ, ନିକଟ ଅତୀତରେ ୨୦୧୯ରେ ଦଳର ପ୍ରାର୍ଥୀ ହୋଇଥିବା ଆଶ୍ରିତ ପଟ୍ଟନାୟକଙ୍କୁ ବିଜେପି ପୁଣିଥରେ ଉପନିର୍ବାଚନରେ ପ୍ରାର୍ଥୀ କରିଛି। ଆଶ୍ରୀତ ଏବେ ବିଜେପିର ପୁରୀ ଜିଲ୍ଲା ସଭାପତି ଅଛନ୍ତି। କଂଗ୍ରେସ ଦଳରୁ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିବା ଆଶ୍ରିତ ୨୦୧୪ ନିର୍ବାଚନ ପରେ ବିଜେପିରେ ସାମିଲ ହୋଇଥିଲେ। ୨୦୧୪ରେ ଆଶ୍ରିତ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ି ୧୮ ହଜାର ଭୋଟ୍ ହାତେଇଥିଲେ।

ପରେ ୨୦୧୯ରେ ବିଜେପି ତାଙ୍କୁ ଟିକେଟ୍ ଦେଇଥିଲା। ୨୦୧୯ରେ ଆଶ୍ରିତ ୭୨ ହଜାର ୭୩୧ ଖଣ୍ଡ ଭୋଟ୍ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ। ବିଜେଡିର ପ୍ରଦୀପ ମହାରଥି ୮୮ ହଜାର ୫୧୮ ଖଣ୍ଡ ଭୋଟ୍ ପାଇ ୧ ନମ୍ବର ସ୍ଥାନରେ ରହିଥିଲେ। ତେବେ ଆସନ୍ତା ଏପ୍ରିଲ ୧୭ ତାରିଖରେ ପିପିଲିରେ ଉପ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ, ମାର୍ଚ୍ଚ ୩୦ ତାରିଖ ରହିଛି ପ୍ରାର୍ଥୀ ପତ୍ର ଦାଖଲର ଶେଷ ଦିନ।

ଟାଟା-ମିସ୍ତ୍ରି ମାମଲା: ଟାଟା ସପକ୍ଷରେ ରାୟ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସାଇରସ୍ ମିସ୍ତ୍ରିଙ୍କ କ୍ରସ ଆବେଦନର ଶୁଣାଣିରେ ଟାଟା ସପକ୍ଷରେ ଆସିଛି ସୁପ୍ରିମକୋର୍ଟଙ୍କ ରାୟ । ଏମିତିକି ସାଇରସ୍ ମିସ୍ତ୍ରିଙ୍କ ପିଟିସନ ସୁପ୍ରିମକୋର୍ଟରେ ଖାରଜ ମଧ୍ୟ ହୋଇଯାଇଛି। ସଲ୍ଟ ଟୁ ସଫ୍ଟୱେର କନଗ୍ଲୋମିରେଟ ଚେୟାରମ୍ୟାନ ଭାବେ ସାଇରମ ମିସ୍ତ୍ରିଙ୍କୁ ବରଖାସ୍ତ କରିବା ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି କୋର୍ଟ ।

ସୂଚନା ଅନୁଯାୟୀ, ଟାଟା ସନ୍ସ ଏବଂ ସାଇରସ୍ ଇନଭେଷ୍ଟମେଣ୍ଟ ଦ୍ୱାରା ଦାଏର କ୍ରସ ଆବେଦନ ଉପରେ କୋର୍ଟ ଏହି ରାୟ ଶୁଣାଇଛନ୍ତି। ୨୦୧୯ ଡିସେମ୍ବର ୧୮ରେ ନ୍ୟାସନାଲ କମ୍ପାନୀ ଆଇନ ଆପିଲେଟ ଟ୍ରୁବ୍ୟୁନାଲ ବା NCLAT ସାଇରମ ମିସ୍ତ୍ରିଙ୍କୁ ଟାଟା ସନ୍ସର କାର୍ଯ୍ୟନିର୍ବାହୀ ପଦରୁ ବରଖାସ୍ତ କରିଥିଲେ । NCLATର ବରଖାସ୍ତ ଅର୍ଡରକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ସାଇରସ୍ ମିସ୍ତ୍ରି । ଏହା ଛଡ଼ା ଟାଟା ସନ୍ସରେ ଇକ୍ୱିଟି ସେୟାରର ଉଚିତ କ୍ଷତିପୂରଣ ଦାବି କରି କୋର୍ଟରେ ଶାପୁରଜୀ ପାଲୋଞ୍ଜୀ କରିଥିବା ଆବେଦନକୁ ମଧ୍ୟ କୋର୍ଟ ଖାରଜ କରିଛନ୍ତି ।

 

ଶାପୁରଜୀ ପାଲୋଞ୍ଜୀ ସେୟାରର ମୂଲ୍ୟ ଟାଟା ସନ୍ସଙ୍କ ଇକ୍ୱିଟିର ମୂଲ୍ୟ ଉପରେ ନିର୍ଭର କରିବ, ଉଚିତ ମୂଲ୍ୟ କ’ଣ ହେବା ଉଚିତ ତାହା ସୁପ୍ରିମକୋର୍ଟ ସ୍ଥିର କରିପାରିବେ ନାହିଁ । ପ୍ରଧାନ ବିଚାରପତି ଏସ୍ ଏ ବୋବଡେଙ୍କ ଗଠିତ ଏକ ବେଞ୍ଚ ଏହି ରାୟ ଶୁଣାଇଛନ୍ତି । ଜଷ୍ଟିସ୍ ଏ ଏସ୍ ବୋପାନ୍ନା ଏବଂ ଭି ରାମାସୁବ୍ରମଣ୍ୟନଙ୍କୁ ନେଇ ଗଠିତ ବେଞ୍ଚ ଗତ ଡିସେମ୍ବର ୧୭ ତାରିଖରେ ଏହି ମାମଲାର ରାୟ ସଂରକ୍ଷିତ ରଖିଥିଲେ ।

‘ଭୁବନେଶ୍ୱରକୁ ସମସ୍ତ ସ୍ଥାନରୁ ଲୋକ ଆସୁଛନ୍ତି, ତେଣୁ ସଂକ୍ରମିତଙ୍କ ସଂଖ୍ୟା ବଢୁଛି’

ଭୁବନେଶ୍ବର: କୋଭିଡ ସ୍ଥିତିକୁ ନେଇ ବିଏମସି ପ୍ରତିକ୍ରିୟା ରଖିଛନ୍ତି କମିଶନର। ସେ କହିଛନ୍ତି କାଲିର ସବୁ ଟେଷ୍ଟର ରିପୋର୍ଟ ଆସିନାହିଁ। ଏବଂ ହୋଲିକୁ ନେଇ ମଧ୍ୟ ସେ କହିଛନ୍ତି, ପୂର୍ବରୁ ଏନେଇ ହୋଲି କଟକଣା ଜାରି କରାଯାଇଛି। SRC ଙ୍କ ଗାଇଡ଼ଲାଇନ ଅନୁଧ୍ୟାନ ପରେ ପୁଣି ଆଲୋଚନା କରି ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।

ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି କଟକଣା ଦୃଢ କରାଯିବ। ଭୁବନେଶ୍ବରକୁ ରାଜ୍ୟ ଓ ଦେଶ ବାହାରୁ ଲୋକଙ୍କ ଯାତାୟାତ ରହୁଛି, ଏଣୁ ଏଠାରେ ସ୍ଥିତି ଉପରେ ନଜର ରଖାଯାଇଛି। ପୋଲିସ ଓ ବିଏମସି ପକ୍ଷରୁ ଉଭୟ ସଚେତନତା ଓ କାର୍ଯ୍ୟାନୁଷ୍ଠାନ ଉପରେ ଗୁରୁତ୍ୱ ଦିଆଯାଇଛି। ଭ୍ୟାକ୍ସିନକୁ ଅଧିକ ତ୍ୱରାନ୍ୱିତ କରାଯାଉଛି, କୋଭିଡ ସଚେତକଙ୍କୁ ପୁନଃ ନିୟୋଜିତ କରାଯିବ। ଏପ୍ରିଲ ପହିଲାରୁ 45ବର୍ଷରୁ ଅଧିକ ଲୋକଙ୍କୁ ଟୀକାକରଣ କରାଯିବ ବୋଲି କହିଛନ୍ତି କିମିଶନର।

ସେପଟେ ସମସ୍ତଙ୍କୁ ଟିକା ନେବା ପ୍ରତି ଆଗ୍ରହ ପ୍ରକାଶ କରିବାକୁ ଅନୁରୋଧ କରାଯାଉଛି। ଖୁବଶୀଘ୍ର ନିର୍ଦେଶନାମା ଜାରିହେବ ସ୍ଥିତି ସଙ୍ଗୀନ ଥିବା ରାଜ୍ୟରୁ ଆସୁଥିବା ଯାତ୍ରୀଙ୍କୁ 3ଦିନର ନେଗେଟିଭ ରିପୋର୍ଟ ସାଙ୍ଗରେ ନେଇ ଆସିବାକୁ ହେବ। ଭୁବନେଶ୍ୱରରେ ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି କିନ୍ତୁ ଏହାର କାରଣ ସ୍ଥାନୀୟ ସଂକ୍ରମଣ ନୁହେଁ। ରାଜ୍ୟ ରାଜଧାନୀ ହୋଇଥିବାରୁ ବାହାରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖାଯାଉଥିବା ପ୍ରତିକ୍ରିୟାରେ କହିଛନ୍ତି କମିଶନର।

ଗୀତ ପ୍ରସ୍ତୁତ ଲାଗି କଣ୍ଠଶିଳ୍ପୀ ସୁସ୍ମିତା ଦାସଙ୍କ ସହ ଚୁକ୍ତି କଲା ଆଇୟୁସିଏନ୍

ଭୁବନେଶ୍ୱର: ଓଡିଶାର ଘରେ ଘରେ ପରିଚିତ କଣ୍ଠଶିଳ୍ପୀ ସୁସ୍ମିତା ଦାସଙ୍କୁ ନିକଟରେ ଇଣ୍ଟରନ୍ୟାସନାଲ୍ ୟୁନିଅନ୍ ଫର୍ କନଜରଭେସନ୍ ଅଫ୍ ନେଚର (ଆଇୟୁସିଏନ୍) ଦ୍ୱାରା ସମ୍ମାନିତ କରାଯାଇଛି। ଯାହା ପରେ ଇଣ୍ଟରନ୍ୟାସନାଲ୍ ୟୁନିଅନ୍ ଫର୍ କନଜରଭେସନ୍ ଅଫ୍ ନେଚର ସହ ସୁସ୍ମିତାଙ୍କ ଚୁକ୍ତିନାମା ହୋଇଛି।

ସୂଚନା ଅନୁଯାୟୀ, ସୁସ୍ମିତାଙ୍କ ସମସ୍ତ ଗୀତ ଗୁଡିକ ଓଡ଼ିଆ ଭାଷା, ସଂସ୍କୃତି ଏବଂ ଅନେକ ସମୟରେ ସାମାଜିକ ଚେତନାକୁ ନେଇ ହେଉଥିବାରୁ ଆଇୟୁସିଏନ୍ ତାଙ୍କୁ ସମ୍ମାନିତ କରିଛି । ଏହାଛଡା ଆଇୟୁସିଏନ୍ ପକ୍ଷରୁ ସୁସ୍ମିତାଙ୍କୁ ବିଶ୍ୱ ପର୍ଯ୍ୟାବରଣ ଦିବସ ଉପଲକ୍ଷେ “ପୃଥିବୀ ମନ୍ଥନ” ବିଷୟବସ୍ତୁ ଆଧାରିତ ଏକ ଗୀତ ପ୍ରସ୍ତୁତ କରିବା ପାଇଁ ଅନୁରୋଧ କରାଯାଇଛି ।

ଏହି ଗୀତରେ ଆଇୟୁସିଏନ୍ ମିଳିତ ଭାବେ ସୁସ୍ମିତାଙ୍କ ସହ କାମ କରିବାକୁ ଥିବା ବେଳେ ଜୁନ ୫ ବିଶ୍ୱ ପର୍ଯ୍ୟାବରଣ ଦିବସରେ ଏହି ଗୀତଟିକୁ ଉନ୍ମୋଚନ କରାଯିବ । ଏହା ସମଗ୍ର ଓଡିଶା ବାସୀଙ୍କ ପାଇଁ ଗୌରବର ପରିଭାଷା ହୋଇଥିବା ବେଳେ ଏହି ସଫଳତା ପାଇଁ ସୁସ୍ମିତା ଆଇୟୁସିଏନ୍ ସହ ସମସ୍ତ ଶ୍ରୋତା ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ରାଷ୍ଟ୍ରପତିଙ୍କ ଛାତିରେ ଯନ୍ତ୍ରଣା, ଆର୍ମି ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅସୁସ୍ଥ । ଛାତିରେ ଯନ୍ତ୍ରଣୀ ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ ଆଜି ସକାଳେ ରାଷ୍ଟ୍ରପତି ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ପରେ ତାଙ୍କୁ ଆର୍ମି ହସ୍ପିଟାଲକୁ ତୁରନ୍ତ ନିଆଯାଇଥିଲା ।

ବର୍ତ୍ତମାନ ରାଷ୍ଟ୍ରପତିଙ୍କୁ ଅବଜରଭେସନରେ ରଖାଯାଇଛି ଏବଂ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ରାଷ୍ଟ୍ରପତିଙ୍କ ଚିକିତ୍ସା  ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ ଜାରି ରଖିଥିବା ନେଇ ସୂଚନା ଦେଇଛନ୍ତି ଆର୍ମି ହସ୍ପିଟାଲ ।

ଗତ କିଛିଦିନ ତଳେ ରାଷ୍ଟ୍ରପତି ଆର୍ମି ହସ୍ପିଟାଲରେ କୋଭିଡ ଭ୍ୟାକ୍ସିନ ନେଇଥିଲେ । କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ଦେଶବାସୀଙ୍କୁ ଆହ୍ବାନ ମଧ୍ୟ ଦେଇଥିଲେ ରାଷ୍ଟ୍ରପତି କୋବିନ୍ଦ । ସେହିପରି ରାଷ୍ଟ୍ରପତି ନିକଟରେ ଅର୍ଥାତ ମାର୍ଚ୍ଚ ୨୧ ତାରିଖରେ ଓଡିଶା ଗସ୍ତରେ ଆସିଥିବା ବେଳେ ପୁରୀ ଆସି ଜକଗନ୍ନାଥଙ୍କୁ ଦର୍ଶନ କରି ଫେରିଥିଲେ ।

ନାବାଳିକାକୁ ମାରି ଜମିରେ ପୋଡ଼ି ପୋତିଦେଲେ ଦୁର୍ବୃତ୍ତ

ପୁରୀ: ପୁରୀ ଚନ୍ଦନପୁର ଥାନା ତଳଜଙ୍ଘ ନଈକୂଳ ସାହି ଗ୍ରାମରେ ଅଭାବନୀୟ ଘଟଣା । ଜଣେ ନାବାଳିକାକୁ ହତ୍ୟାକରି ଅନ୍ୟ ଜଣଙ୍କ ଜମିରେ ପୋତି ଦେଇଥିବା ଅଭିଯୋଗ ହୋଇଛି । ଆଜି ସାଇଣ୍ଟିଫିକ୍ ଟିମ ସହାୟତାରେ ଚନ୍ଦନପୁର ଥାନା ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ନାବାଳିକାକୁ ହତ୍ୟା କରି ପୋଡି ଦେବା ସହ ଅର୍ଦ୍ଧଦଗ୍ଧ ଶବକୁ ସେହି ଜମିରେ ପୋତି ଦିଆଯାଇଥିଲା । ଜମି ମାଲିକ ଏନେଇ ଥାନାରେ ଅଭିଯୋଗ ପରେ ହତ୍ୟାକାଣ୍ଡ ସମ୍ପର୍କରେ ଜଣାପଡିଥିଲା । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବା ବେଳେ, ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି । ପୋଲିସ କିଛି ଲୋକଙ୍କୁ ଅଟକ ରଖି ପଚରା ଉଚରା କରୁଛି ।

ସମ୍ବଲପୁରରୁ କରିଥିଲା ସାଇବର ଠକେଇ, ଫରିଦାବାଦରୁ ହେଲା ଗିରଫ

ସମ୍ବଲପୁର: ସମ୍ବଲପୁର ସାଇବର ପୋଲିସକୁ ବଡ଼ ସଫଳତା। ସମ୍ବଲପୁରରୁ ସାଇବର ଠକେଇ କରିଥିବା ଠକ ଫରିଦାବାଦରୁ ଗିରଫ। କରୋନା ସମୟରେ ଅନଲାଇନ ମାଧ୍ୟମରେ ଫେସମାସ୍କ ଯୋଗାଇ ଦେବା ନାରେ ୨୬ ଲକ୍ଷ ୫୦ ହଜ଼ାର ଟଙ୍କା ହୋଇଥିଲା ଠକେଇ। ରାଜ୍ୟ ବାହାରେ ହୋଇଥିଲା ଠକେଇ। ମୁଖ୍ୟ ଅଭିଯୁକ୍ତ ଯତୀନ ଶେହଗାଲକୁ ଗିରଫ କଲା ପୋଲିସ। ଫରିଦାବାଦରୁ ଅଭିଯୁକ୍ତକୁ ଗିରଫ କଲା ସମ୍ବଲପୁର ପୋଲିସ। ଅଭିଯୁକ୍ତ ଠାରୁ ୧୦ ଲକ୍ଷ ଟଙ୍କା ଜବତ କରିଛି ପୋଲିସ। ମିଳିଥିବା ସୂଚନା ଅନୁସାରେ ସମ୍ବଲପୁରର ମାସ୍କ ବ୍ୟବସାୟୀ ମନୋଜ କୁମାର ସାଇବର ଠକକୁ ଫେଜ ଫେଜ କରି ୨୬ ଲକ୍ଷ ୫୦ ହଜାର ଦେଇଥିବା ଥାନାରେ ଅଭିଯୋଗ କରିଥିଲେ। ସାଇବର ପୋଲିସ ଦିଲ୍ଲୀ ଗାଜିଆବାଦ ଓ ଫରିଦାବାଦରେ ୭ ଦିନ ଡେରା ମାରିବା ପରେ ଧରିବାରେ ସଫଳ ହୋଇଛି। ତାଠାରୁ ଗୋଟିଏ ମୋବାଇଲ ଫୋନ ୧୦ ଟି ସିମକାର୍ଡ ଜବତ କରିଛି ପୋଲିସ।

ସାରା ରାଜ୍ୟରେ ଲାଗିପାରେ ଲକଡାଉନ୍, ଏପ୍ରିଲ୍ ୨ ଯାଏଁ ସ୍ଥିତି ଉପରେ ନଜର

ମୁମ୍ବାଇ: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏକ ବଡ଼ ବୟାନ ଦେଇଛନ୍ତି। ପୁଣେରେ ଏକ ସାମ୍ବାଦିକ ସମ୍ମିଳନୀ କରି ଅଜିତ ପାୱାର କହିଛନ୍ତି ଯେ ରାଜ୍ୟରେ ବଢୁଥିବା କରୋନା ମାମଲାକୁ ମନିଟର କରାଯାଉଛି ।

ଆସନ୍ତା ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ଏହା ଉପରେ ନଜର ରଖାଯିବ। ଯଦି ଲୋକମାନେ କରୋନା ଗାଇଡଲାଇନର ଉଲ୍ଲଂଘନ କରିବା ଜାରି ରଖନ୍ତି ତାହେଲେ ଲକଡାଉନ୍ ଲାଗୁ କରିବା ବ୍ୟତୀତ ସରକାରଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ରହିବ ନାହିଁ ।

ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମଲ୍, ମାର୍କେଟ, ସିନେମା ହଲ୍ ଆଦି ୫୦ ପ୍ରତିଶତ କ୍ଷମତାରେ କାର୍ଯ୍ୟ କରିବ । ସେହିପରି ୫୦ରୁ ଅଧିକ ଲୋକ ବିବାହ ଉତ୍ସବରେ ଯୋଗଦେବେ ନାହିଁ ବୋଲି ଏକ କଟକଣା ଜାରି କରିଛନ୍ତି ।

 

ଅନ୍ତିମ ସଂସ୍କାରରେ ୨୦ ଜଣଙ୍କୁ ଅନୁମତି ଦିଆଯିବ ବୋଲି ଅଜିତ ଘୋଷଣା କରିଛନ୍ତି। ଯଦି କରୋନା ସଂକ୍ରମଣ କ୍ରମାଗତ ଭାବରେ ବଢିଚାଲେ ତାହେଲେ ଆଗାମୀ ଶୁକ୍ରବାର ଲକଡାଉନ୍ ନେଇ ନିଷ୍ପତ୍ତି ନିଆଯିବ ।

ବର୍ତ୍ତମାନ ଦେଶରେ ଚିହ୍ନଟ ହେଉଥିବା କରୋନା ମାମଲା ମଧ୍ୟରୁ ୬୦ ପ୍ରତିଶତରୁ ଅଧିକ ମାମଲା ମହାରାଷ୍ଟ୍ରରୁ ଆସୁଛି। ଏହି କାରଣରୁ ମହାରାଷ୍ଟ୍ରରେ ପ୍ରାୟ ଦେଢ ଶହରୁ ଅଧିକ ଜିଲ୍ଲାରେ ଲକଡାଉନ୍, ନାଇଟ୍ କର୍ଫ୍ୟୁ ଭଳି କଟକଣା ଲାଗୁ କରାଯାଇଛି।

ରୋମାଞ୍ଚକର ହେବ ଦ୍ୱିତୀୟ ଦିନିକିଆ, କୋହଲିଙ୍କ ଟାର୍ଗେଟରେ ରହିବ ତେନ୍ଦୁଲକର ଏବଂ ପଣ୍ଟିଂଙ୍କ ରେକର୍ଡ

ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜର ଦ୍ୱିତୀୟ ମ୍ୟାଚ୍ ଆଜି ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯିବ। ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ। ଟେଷ୍ଟ ଏବଂ ଟି -୨୦ ସିରିଜ୍ ଭାରତ ହାତେଇବା ପରେ ଏହି ମ୍ୟାଚ୍ ଜିତିବାକୁ ଚେଷ୍ଟା କରିବ ଭାରତ।  ଏବଂ ODI ସିରିଜ୍ ମଧ୍ୟ କବଜା କରିବାକୁ ଚେଷ୍ଟା କରିବ। ଏଥିସହ ଅଧିନାୟକ ବିରାଟ କୋହଲିଙ୍କ ପାଇଁ ଏହି ମ୍ୟାଚ୍ ଅତ୍ୟନ୍ତ ସ୍ପେସାଲ ବୋଲି ମଧ୍ୟ କୁହାଯାଉଛି। କାରଣ ଅଧିନାୟକ କିଙ୍ଗ କୋହଲି ଏହି ମ୍ୟାଚରେ ଏମିତି ଅନେକ ରେକର୍ଡ ତାଙ୍କ ନାମରେ କରିପାରନ୍ତି।

ଆନ୍ତର୍ଜାତୀୟ କ୍ରିକେଟ୍ ରେ ସବୁଠାରୁ ଅଧିକ ଶତକ

ଗଡ ଅଫ୍ କ୍ରିକେଟ୍ ଭାବରେ ଜଣାଶୁଣା ପୂର୍ବତନ ଭାରତୀୟ ଭେଟେରାନ୍ ସଚିନ୍ ତେନ୍ଦୁଲକର। ଆନ୍ତର୍ଜାତୀୟ କ୍ରିକେଟରେ ଅଧିକା ଶତକ ମାରି ଏପର୍ଯ୍ୟନ୍ତ ତାଙ୍କ ରେକର୍ଡକୁ ବଜାୟ ରଖିଛନ୍ତି। ସଚିନଙ୍କ ରେକର୍ଡକୁ କୌଣସି ଖେଳାଳି ଭାଙ୍ଗି ନାହାନ୍ତି। ସଚିତ ତାଙ୍କ ଖେଳ କ୍ୟାରିୟରେ ମୋଟ ୧୦୦ଟି ଶତକର ରେକର୍ଡ ହାସଲ କରିଛନ୍ତି। ସେଥିମଧ୍ୟରୁ ODIରେ ୪୯ଟି ଶତକ ମାରିଥିବା ବେଳେ ଟେଷ୍ଟ କ୍ୟାରିୟରରେ ମାରିଛନ୍ତି ୫୧ଟି ଶତକ। ଏହି ତାଲିକାରେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଆନ୍ତର୍ଜାତୀୟ କ୍ରିକେଟରେ ପଣ୍ଟିଂ ମୋଟ ୭୧ ଟି ଶତକ ହାସଲ କରିଛନ୍ତି। ଏଥି ସହିତ କିଙ୍ଗ କୋହଲି ୭୦ଟି ଶତକ ସହିତ ଏହି ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି। ଆଜି ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ କୋହଲି ଯଦି ଏକ ଶତକ ହାସଲ କରନ୍ତି ତେବେ କୋହଲି ପଣ୍ଟିଂ ସହ ସମାନ ହୋଇପାରିବେ।

କୋହଲି ସଚିନ ତେନ୍ଦୁଲକରଙ୍କ ଏହି ରେକର୍ଡକୁ ମିଟ କରିପାରିବେ

ରେକର୍ଡର ଗନ୍ତାଘର ହେଉଛନ୍ତି ଭାରତର ପୂର୍ବତନ ଖେଳାଳି ସଚିନ ତେନ୍ଦୁଲକର। ODI ରେ ଘରୋଇ ମାଟିରେ ସର୍ବାଧିକ ସତକ ମଧ୍ୟ ପୂର୍ବତନ ଭେଟେରାନ ସଚିନ ତେନ୍ଦୁଲକରଙ୍କ ନାମରେ ରହିଛି। ସେ ମୋଟ ୨୦ଟି ଶତକ ହାସଲ କରିଛନ୍ତି। ଏଥି ସହିତ ବର୍ତ୍ତମାନର ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଘରୋଇ ପିଚ୍‌ରେ ୧୯ ଟି ଶତକ ହାସଲ କରିଛନ୍ତି। ଏହି ପରିପ୍ରେକ୍ଷୀରେ, ଆଜି ଯଦି ବିରାଟ ଶତକ ମାରୁଛନ୍ତି ତେବେ ସଚିନଙ୍କ ଏହି ବଡ ରେକର୍ଡ ସହିତ ମଧ୍ୟ ମେଳ କରିପାରିବେ।

ପଣ୍ଟିଂଙ୍କ ଏହି ରେକର୍ଡରେ କିଙ୍ଗ କୋହଲିଙ୍କ ନଜର

ଅଧିନାୟକ ଭାବରେ ODI କ୍ରିକେଟରେ ରିକି ପଣ୍ଟିଂ ସବୁଠାରୁ ଅଧିକ ଶତକ ମାରିଥିବା ରେକର୍ଡରେ ଏପର୍ଯ୍ୟନ୍ତ ରହିଛନ୍ତି। ସେ ମୋଟ ୨୨ଟି ଶତକ ହାସଲ କରିଛନ୍ତି। ଏଥି ସହିତ ବିରାଟ କୋହଲି ଏପର୍ଯ୍ୟନ୍ତ ଅଧିନାୟକ ଭାବରେ ୨୧ ଟି ଶତକ ହାସଲ କରିଛନ୍ତି। ଏଭଳି ପରିସ୍ଥିତିରେ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଏକ ଶତକ ହାସଲ କରି କିଙ୍ଗ କୋହଲି ପଣ୍ଟିଂଙ୍କ ରେକର୍ଡକୁ ODIରେ ଅଧିନାୟକ ଭାବରେ ସର୍ବାଧିକ ଶତକ ହାସଲ କରିପାରନ୍ତି। ୨୩୦ ଟି ମ୍ୟାଚରେ ପଣ୍ଟିଂ ୨୨ଟି ଶତକ ହାସଲ କରିଥିଲେ। କିନ୍ତୁ ପିରାଟ କୋହଲି ମାତ୍ର ୯୩ ଟି ମ୍ୟାଚ୍‌ ଖେଳି ୨୧ ଟି ଶତକ ହାସଲ କରିଛନ୍ତି।

 

ଗାଇଡଲାଇନ ମାନି ହୋଲି ପାଳିବା ପାଇଁ ପୋଲିସ କମିଶନରଙ୍କ ଅନୁରୋଧ

ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମଣ ବଢିବାରେ ଲାଗିଥିବା ବେଳେ ଏହା ମଧ୍ୟରେ ପାଳନ ହେବାକୁ ଯାଉଛି ହୋଲି । ରଙ୍ଗର ପର୍ବ ହୋଲିକୁ ନେଇ ସରକାରଙ୍କ ତରଫରୁ ମଧ୍ୟ କୋଭିଡ଼ ଗାଇଡଲାଇନ ଜାରି କରାଯାଇଛି । ଯେଉଁଥିପାଇଁ କରୋନା କଟକଣା ଅନୁସାରେ ଚଳିତ ଥର ହୋଲି ଉତ୍ସବ ପାଳନ କରିବା ପାଇଁ ଟ୍ୱିନସିଟି ବାସୀଙ୍କୁ ଅପିଲ କରିଛନ୍ତି ପୋଲିସ କମିଶନର (ସିପି) ସୌମେନ୍ଦ୍ର ପ୍ରିୟଦର୍ଶୀ ।

ସୂଚନା ଅନୁଯାୟୀ, ଚଳିତ ଥର ଘରେ ରହି ହୋଲି ଖେଳିବାକୁ ଆହ୍ୱାନ ଦେଇଛନ୍ତି ସିପି । ଏଥିସହିତ ହୋଲି ପାଇଁ କମିଶନରେଟ ପୋଲିସ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି । ନିୟମ ଭାଙ୍ଗି ରାସ୍ତାରେ ହୋଲି ଖେଳିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସିପି କହିଛନ୍ତି।

ସେହିପରି ସର୍ବସାଧାରଣରେ ହୋଲି ଖେଳିବା ଉପରେ ରୋକ ଲଗାଯିବ । ସେପଟେ କେବଳ ନିଜ ପରିବାର ସଦସ୍ୟଙ୍କ ସହ ଘରେ ହୋଲି ଖେଳିପାରିବେ ବୋଲି କହିଛନ୍ତି କମିଶନର। ଅପରପକ୍ଷରେ ଦୋଳ ଯାତ୍ରା ସମୟରେ ଠାକୁରଙ୍କୁ ନେଇ ପରିକ୍ରମା ବେଳେ ମାତ୍ର ୬ ଜଣଙ୍କୁ ନେଇ ଯାଇପାରିବେ । କିନ୍ତୁ କୌଣସି ପ୍ରକାର ବାଜା ବଜାଇବେ ନାହିଁ ଯାହ ଦ୍ୱାରା ଲୋକଙ୍କ ଧ୍ୟାନ ଆକର୍ଷଣ ହେବ ଏବଂ ଲୋକେ ଏଥିରେ ସାମିଲ ହେବେ ବୋଲି ବିଏମସି ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଥିଲା।

ତେବେ ମେଲଣ ପଡ଼ିଆରେ ସର୍ବାଧିକ ୫୦ରୁ ୬୦ ଜଣ ରହିପାରିବେ । ପଡ଼ିଆରେ ଉପସ୍ଥିତ ଥିବା ଲୋକଙ୍କ ମଧ୍ୟରେ ୬ଫୁଟ୍ ଦୂରତା ରହିବା ସହ ସମସ୍ତେ ମାସ୍କ ପିନ୍ଧିଥିବେ । ମେଲଣ ପଡ଼ିଆରେ କୌଣସି ପ୍ରକାର ଯାତ୍ରା, ଅରକେଷ୍ଟ୍ରା ଏବଂ ମୀନା ବଜାରର ଆୟୋଜନ ହେବ ନାହିଁ ।

ଏଥିସହ ପଢନ୍ତୁ- ହୋଲି ଓ ଦୋଳ ଯାତ୍ରା ପାଳନ ନେଇ ବିଏମ୍‌ସି ପକ୍ଷରୁ କଟକଣା ଜାରି, ଜାଣନ୍ତୁ କେମିତି ପାଳିବେ ହୋଲି