spot_img
Home Blog Page 5830

ପ୍ୟାଙ୍ଗୋଗରେ ଭାରତୀୟ ଯବାନଙ୍କ ଡ୍ୟାନ୍ସ, ଭାଇରାଲ ହେଉଛି ଭିଡିଓ

ଲଦାଖ: ଯେଉଁ ପ୍ୟାଙ୍ଗୋଗ ହ୍ରଦ ଦିନେ ରକ୍ତ ରଞ୍ଜିତ ହୋଇଥିଲା, ସେହି ପ୍ୟାଙ୍ଗୋଗ କୂଳ ରୋମାଞ୍ଚିତ ହୋଇ ଉଠୁଛି । ଲଦାଖରେ ପ୍ୟାଙ୍ଗୋଗ କୂଳରେ ଖୁସିରେ ନୃତ୍ୟ କରୁଛନ୍ତି ଭାରତୀୟ ଯବାନ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପ୍ୟାଙ୍ଗୋଗ କୂଳରୁ ବହି ଆସୁଛି ଶୀତଳ ପବନ, ଆକାଶର ଅପୂର୍ବ ଶୋଭା । ଆଉ ଏହି ଶୋଭା ମଧ୍ୟରେ ହଜି ଯାଉଛନ୍ତି ଏ ଦେଶର ସୁରକ୍ଷା ବାହିନୀ । ଗୀତର ତାଳେ ତାଳେ ଯବାନମାନେ ଡ୍ୟାନ୍ସ କରୁଛନ୍ତି । କିଏ ନାଚି ନାଚି ଗଡିଯାଉଛନ୍ତି ତ, ଆଉ କିଏ ଜୋସ ବଢାଇବା ପାଇଁ ସମର୍ଥନ କରୁଛନ୍ତି । ଆପଣ ବି ଦେଖୁ ନାହାଁନ୍ତି କିପରି ଡ୍ୟାନ୍ସରେ ମସଗୁଲ ଏହି ଦୁଇ ଯବାନ ।

ପାଖରେ ବାଜା ଥୁଆହୋଇଛି  ଏବଂ କିଛି ଉଚ୍ଚପଦସ୍ଥ ଅଧିକାରୀ ମଧ୍ୟ ନିକଟରେ ବସିଛନ୍ତି । ନୃତ୍ୟ କରୁଥିବା ଯବାନ ଯେତିକି ଆନନ୍ଦ ଅନୁଭବ କରୁଛନ୍ତି, ପାଖରେ ବସିଥିବା ସାଥି ଯବାନ ମଧ୍ୟ ସେତିକି । ଦେଖୁ ନାହାଁନ୍ତି କିପରି ଏହି ଦୁଇ ଯବାନଙ୍କ ନୃତ୍ୟକୁ ଉପଭୋଗ କରୁଥିବା ସାଥି ତାଳି ମାରି ସମର୍ଥନ କରୁଛନ୍ତି । ପୁଣି ଆଉ କିଏ କିଏ ତ, ଜୋରରେ ଶବ୍ଦ କରି ସମର୍ଥନ କରୁଛନ୍ତି ।

ଏହି ଭିଡିଓକୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରଣ ରିଜଜୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଏବଂ କ୍ୟାପସନରେ ଲେଖିଛନ୍ତି , ଖୁବ ଆନନ୍ଦ ଅନୁଭବ ହେଉଛି, ଯେତେବେଳେ ଏ ଦେଶର ଯବାନ ପ୍ୟାଙ୍ଗୋଗ କୂଳରେ ଏନଜୟ କରୁଛନ୍ତି । ସୂଚନା ଅନୁଯାୟୀ ନୃତ୍ୟ କରୁଥିବା ଯବାନ ହେଉଛନ୍ତି ଗୋରଖା ବାହିନୀର । ପ୍ୟାଙ୍ଗୋଗ ନିକଟରେ କର୍ତ୍ତବ୍ୟରେ ଥିବା ଏହି ଯବାନମାନେ ସୁରକ୍ଷାପ୍ରହରୀ ସାଜିଛନ୍ତି । କିନ୍ତୁ ଅବସର ସମୟରେ ସାଥି ଯବାନଙ୍କ ସହ ଗୀତର ତାଳେ ତାଳେ ନୃତ୍ୟ କରୁଥିବା ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ସାଜିଛି ।

ମାର୍ଚ୍ଚ ୨୮ରୁ ସାରା ରାଜ୍ୟରେ ନାଇଟ୍ କର୍ଫ୍ୟୁ ଲାଗୁ

ମୁମ୍ବାଇ: ମହାରାଷ୍ଟ୍ରରେ ନିଦ ହଜାଇଛି କରୋନା ସଂକ୍ରମଣ। ଏହାକୁ ଆୟତ୍ତ କରିବା ପାଇଁ ସରକାର ପୁରା ରାଜ୍ୟରେ ରବିବାର ଠାରୁ ଅର୍ଥାତ୍ ମାର୍ଚ୍ଚ ୨୮ରୁ ନାଇଟ୍ କର୍ଫ୍ୟୁ ଜାରି କରିଛନ୍ତି । ରାତି ୮ଟାରୁ ସକାଳ ୭ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ରହିବ ବୋଲି ଘୋଷଣା କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ । ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଏହି କଟକଣା ଜାରି କରାଯାଇଛି । ରାଜ୍ୟରେ ସମ୍ପୂର୍ଣ୍ଣ ଭାବେ ଲକଡାଉନ କରିବାକୁ ଆମେ ଚାହୁଁନାହୁଁ ବୋଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ କହିଛନ୍ତି ।

ସୂଚନା ଅନୁଯାୟୀ, କର୍ଫ୍ୟୁ ସମୟରେ ଅତ୍ୟାବଶକୀୟ ସେବା ଜାରି ରହିବ । ବିନା କୌଣସି ଠୋସ୍‌ କାରଣରେ ଘରୁ ବାହାରିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସରକାର କହିଛନ୍ତି। ଏଥିସହ ଦିନରେ ମାସ୍କ ପିନ୍ଧି ଘରୁ ବାହାରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସେହିପରି ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାର କହିଛନ୍ତି ଯେ ମଲ୍, ମାର୍କେଟ, ସିନେମା ହଲ୍ ଆଦି ୫୦ ପ୍ରତିଶତ କ୍ଷମତାରେ କାର୍ଯ୍ୟ କରିବ । ସେହିପରି ୫୦ରୁ ଅଧିକ ଲୋକ ବିବାହ ଉତ୍ସବରେ ଯୋଗଦେବେ ନାହିଁ ବୋଲି ଏକ କଟକଣା ଜାରି କରିଛନ୍ତି। ଅନ୍ତିମ ସଂସ୍କାରରେ ୨୦ ଜଣଙ୍କୁ ଅନୁମତି ଦିଆଯିବ ବୋଲି ଅଜିତ ଘୋଷଣା କରିଛନ୍ତି। ଯଦି କରୋନା ସଂକ୍ରମଣ କ୍ରମାଗତ ଭାବରେ ବଢିଚାଲେ ତାହେଲେ ଆଗାମୀ ଶୁକ୍ରବାର ଲକଡାଉନ୍ ନେଇ ନିଷ୍ପତ୍ତି ନିଆଯିବ ।

ବର୍ତ୍ତମାନ ଦେଶରେ ଚିହ୍ନଟ ହେଉଥିବା କରୋନା ମାମଲା ମଧ୍ୟରୁ ୬୦ ପ୍ରତିଶତରୁ ଅଧିକ ମାମଲା ମହାରାଷ୍ଟ୍ରରୁ ଆସୁଛି। ଆସନ୍ତା ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ଏହା ଉପରେ ନଜର ରଖାଯିବ। ଯଦି ଲୋକମାନେ କରୋନା ଗାଇଡଲାଇନର ଉଲ୍ଲଂଘନ କରିବା ଜାରି ରଖନ୍ତି ତାହେଲେ ଲକଡାଉନ୍ ଲାଗୁ କରିବା ବ୍ୟତୀତ ସରକାରଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ରହିବ ନାହିଁ ।

ସ୍ୱେଜରେ ଅଟକିଲା କଣ୍ଟେନର, ଜଳ ପଥରେ ଟ୍ରାଫିକ ଜାମ୍

କାଇରୋ: ସଡକରେ ଟ୍ରାଫିକ ଜାମ ହେବା ସାଧାରଣ କଥା । ଯାହା ଆମ ସହ ମଧ୍ୟ ଅନେକଥର ଘଟିଛି । ସ୍ଥିତି ଏମିତି ହୋଇଛି କି ଘଣ୍ଟା ଘଣ୍ଟା ଧରି ଅଟକି ରହିବାକୁ ପଡେ । କିନ୍ତୁ କେବେ ଜଳପଥରେ ଟ୍ରାଫିକ ଜାମ କଥା ଶୁଣିଛନ୍ତି କି ? କିନ୍ତୁ ହଁ ଜଳ ପଥରେ ଏମିତି ଏକ ଟ୍ରାଫିକ ଜାମର ଘଟଣା ଏବେ ସାମ୍ନାକୁ ଆସିଛି । ଆଉ ଏହି ଘଟଣା ଘଟିଛି ଇଜିପ୍ଟରେ ।

ଜଳପଥରେ ଯାଉଥିବା ଏକ ଜାହାଜ କେନାଲରେ ଅଟକି ଯାଇଛି । ଏହା କେବଳ ଅଟକି ଯାଇନି, ବଂର ପୃଥିବୀର ନିଶ୍ବାସ ଅଟକାଇ ଦେଇଛି । ଏହି କେନାଲର ନାମ ହେଇଛି ସ୍ବେଜ କେନାଲ । ମଙ୍ଗଳବାର ଏହି କେନାଲରେ ଯାଉଥିବା ଏକ କଣ୍ଟେନର ଜାହାଜ ଟି ଫଶି ଯାଇଛି । ଫଳରେ କଣ୍ଟେନରର ଉଭୟ ପାର୍ଶ୍ବରେ ଶହ ଶହ ଜାହାଜ ଅଟକି ରହିଛନ୍ତି ।

ଏହି କଣ୍ଟେନର ଜାହାଜର ଲମ୍ବ ୪୦୦ ମିଟର ହୋଇଥିବାବେଳେ, ପ୍ରସ୍ଥ ରହିଛି ୫୯ ମିଟର । ଚୀନରୁ ସାମଗ୍ରୀ ନେଇ ଇଜିଫ୍ଟ ଗସ୍ତ କରୁଥିଲା ଏହି ଜାହାଜ । କିନ୍ତୁ ଜଳପଥର ନିତିଦିନିଆ ରାସ୍ତାରେ ଯାଉଥିବା ଏହି ଜାହାଜ ସ୍ବେଜ କେନାଲରେ ମଝି ଭାଗରେ ଫସି ଯାଇଥିଲା । ନା ଏହି ଜାହାଜଟି ଆଗକୁ ଯାଇପାରୁଛି, ନା ପଛକୁ । ଫଳରେ ଜଳପଥର ଟ୍ରାଫିକ ଏକପ୍ରକାର ଜାମ ହୋଇଯାଇଛି । ଯେଉଁଥିପାଇଁ କେନାଲର ଉଭୟ ଦିଗରେ ଅଟକି ରହିଛି ଶହ ଶହ ଜାହାଜ ।

ସେପଟେ ଏହି ଜଳପଥ ଦେଇ ପ୍ରତିଦିନ ହଜାର ହଜାର ଜାହାଜ ଯିବା ଆସିବା କରିଥାନ୍ତି । ଅନ୍ୟ ଦେଶ ମାନଙ୍କୁ ବିଭିନ୍ନ ପ୍ରକାର ସାମଗ୍ରୀ ଏହି ପଥ ଦେଇ ଆମଦାନୀ, ରପ୍ତାନି ହୋଇଥାଏ । କିଛି ବର୍ଷ୍ ପୂର୍ବେ ଅନ୍ୟ ଏକ ଜାହାଜ ମଧ୍ୟ ଏହି କେନାଲରେ ଅଟକି ଯାଇଥିଲା । ସେବେ ମଧ୍ୟ ନିକଟବର୍ତ୍ତୀ ଦେଶ ଗୁଡିକୁ ସାମଗ୍ରୀ ଆମଦାନୀ, ରପ୍ତାନୀ କରିବାରେ ସମସ୍ୟା ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା ।

ଦୁଇ ଟ୍ରେନ୍ ମୁହାଁମୁହିଁ ଧକ୍କା, ୩୨ ମୃତ ଓ ୬୦ରୁ ଉର୍ଦ୍ଧ୍ୱ ଗୁରୁତର

ଇଜିପ୍ଟ: ଦକ୍ଷିଣ ଇଜିପ୍ଟରେ ଶୁକ୍ରବାର ଦୁଇଟି ଟ୍ରେନ୍ ମଧ୍ୟରେ ଧକ୍କା ହେବା ଫଳରେ ୩୨ ଜଣଙ୍କର ମୃତ୍ୟୁ ଘଟିଛି । ଏଥିସହିତ ୬୬ ଜଣ ଆହତ ହୋଇଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିଜ୍ଞପ୍ତି ଅନୁଯାୟୀ ସୋହାଗ ପ୍ରଦେଶର ତାହଟା ଜିଲ୍ଲାରେ ଏହି ଅଘଟଣ ଘଟିଛି । ମିଶରର ରାଜଧାନୀ କାଇରୋ ଠାରୁ ତାହଟା ଜିଲ୍ଲା ପ୍ରାୟ ୪୬୦ କିଲୋମିଟର ଦୂରରେ ଅବସ୍ଥିତ ।

ଭିଡିଓ ଫୁଟେଜରେ ଟ୍ରେନର ଅନେକ କୋଚ୍ ଓଲଟି ପଡିଥିବା ନଜର ଆସିଛି ।

 

ଉଲ୍ଲେଖନୀୟ, ନିକଟ ଅତୀତରେ ପର୍ଯ୍ୟାପ୍ତ ପରିମାଣର ଭିତ୍ତିଭୂମି ଏବଂ ରକ୍ଷଣାବେକ୍ଷଣ ଅଭାବ ହେତୁ ଇଜିପ୍ଟରେ ଅନେକ ବଡ଼ଧରଣର ରେଳ ଦୁର୍ଘଟଣା ଘଟିଛି। ୨୦୦୨ ମସିହାରେ ହୋଇଥିବା ଏକ ଟ୍ରେନ୍ ଦୁର୍ଘଟଣାରେ ୩୭୩ ଜଣ ପ୍ରାଣ ହରାଇଥିଲେ।

ସେହିପରି ଗତ ବର୍ଷ ମାର୍ଚ୍ଚରେ କାଇରୋରେ ଦୁଇଟି ଟ୍ରେନ୍ ଧକ୍କାରେ ୧୩ ଜଣ ଆହତ ହୋଇଥିଲେ । ଯାହା ପରେ ଦେଶରେ ରେଳ ସେବାକୁ ଆଶିଂକ ଭାବେ କିଛି ଦିନ ଲାଗି ସ୍ଥଗିତ ରଖାଯାଇଥିଲା । ଅପରପକ୍ଷେ ୨୦୧୯ ମସିହା ଫେବୃଆରୀ ମାସରେ ଏକ ଟ୍ରେନରେ ନିଆଁ ଲାଗି ୨୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା।

ଟିଏମସି ଅଫିସରେ ବୋମାମାଡ଼, ସମର୍ଥକଙ୍କ ମଧ୍ୟରେ ଉତ୍ତେଜନା

କୋଲକାତା: ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ମତଦାନ ପୂର୍ବରୁ ହିଂସାକାଣ୍ଡ ଦେଖାଦେଇଛି । ଟିଏମସି କାର୍ଯ୍ୟାଳୟରେ ଶୁକ୍ରବାର ଦିନ ବିସ୍ଫୋରଣ ଘଟିଛି । ବାଙ୍କୁରାର ଜୟପୁରରେ ଥିବା ଟିଏମସି କାର୍ଯ୍ୟାଳୟ ଭିତରେ ବୋମା ବିସ୍ଫୋରଣ ଯୋଗୁଁ ଆତଙ୍କ ଖେଳିଯାଇଛି । ଏନେଇ ଟିଏମସି ଲେଫ୍ଟ-କଂଗ୍ରେସ ଉପରେ ଅଭିଯୋଗ କରିଛି । ଏହାକୁ ନେଇ ବିଜେପି କହିଛି ଯେ ଟିଏମସି କାର୍ଯ୍ୟାଳୟ ଭିତରେ ବୋମା ତିଆରି ବେଳେ ଏହି ଅଘଟଣ ଘଟିଛି।

ଏହି ଘଟଣାରେ ତିନି ଜଣ ଆହତ ହୋଇଛନ୍ତି। ଏଥିସହିତ ଟିଏମସି କାର୍ଯ୍ୟାଳୟରେ ବିସ୍ଫୋରଣ ଖବର ମିଳିବା ମାତ୍ରେ ହିଂସାକାଣ୍ଡ ଘଟିଥିଲା। ଉଭୟ ପକ୍ଷ ମଧ୍ୟରେ ସଂଘର୍ଷ ହୋଇଥିଲା ବେଳେ ଏହାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ବହୁ ସଂଖ୍ୟକ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ତେବେ ଏହି ଘଟଣାରେ ତିନି ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାକୁ ପଠାଯାଇଥିବା ନେଇ ସୂଚନା ମିଳିଛି।

ସୁପର ସ୍ପେଡର ହେଲେ IIM ଅହମ୍ମଦାବାଦର ଛାତ୍ର !

ଅହମ୍ମଦାବାଦ: ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ଅହମ୍ମଦାବାଦର କ୍ୟାମ୍ପସରେ ୨୨ ଜଣ ଛାତ୍ର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ମାମଲାଗୁଡ଼ିକ ଅନୁଷ୍ଠାନର ପ୍ରିମିୟର୍ ବି-ସ୍କୁଲରୁ ଚିହ୍ନଟ ହୋଇଥିବା ଜଣାପଡିଛି । ଗତ ମାର୍ଚ୍ଚ ୧୨ରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ହୋଇଥିବା କ୍ରିକେଟ୍ ମ୍ୟାଚ୍ ଦେଖିବାକୁ ଯାଇଥିବା ୬ ଜଣ ଛାତ୍ର ସଂକ୍ରମିତ ଚିହ୍ନଟ ହୋଇଛନ୍ତି ବୋଲି ଆଧିକାରୀକ ସୁତ୍ରରୁ ପ୍ରକାଶ।

ସେହିପରି ଏଯାବତ୍ IIM ଅହମଦାବାଦରେ କରୋନା ରୋଗୀଙ୍କ ସଂଖ୍ୟା ୪୦କୁ ବୃଦ୍ଧି ପାଇଥିବା ବେଳେ ଉଭୟ ଛାତ୍ର ଓ ପ୍ରଫେସର ବି ସଂକ୍ରମିତ ହୋଇପଡିଛନ୍ତି ।

ସେମାନଙ୍କ ମଧ୍ୟରୁ ୫ ଜଣ ଛାତ୍ର ପଜିଟିଭ ଚିହ୍ନଟ ହୋଇଥିଲା ବେଳେ ପରୀକ୍ଷାକୁ ଦେଖି ଏଘଟଣାକୁ ସେମାନେ ଲୁଚାଇଥିବା ଅଭିଯୋଗ ହୋଇଥିଲା । ତେବେ ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିବା ଛାତ୍ରମାନେ ଆଇସୋଲେସନରେ ନ ରହିବା ସହ ମାର୍ଚ୍ଚ ୧୮-୧୯ ତାରିଖରେ ଅଫଲାଇନରେ ଅନୁଷ୍ଠିତ ପରୀକ୍ଷା ମଧ୍ୟ ଦେଇଥିଲେ ବୋଲି ଅଭିଯୋଗ ହୋଇଛି । ଯାହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା।

ଅପରପକ୍ଷେ, ଆଇଆଇଏମ୍ ଅଧିକାରୀମାନେ ଏହାକୁ ଖଣ୍ଡନ କରି କହିଛନ୍ତି ଯେ କରୋନା ସଂକ୍ରମିତ ହୋଇଥିବା କୌଣସି ପିଲାଙ୍କୁ ପରୀକ୍ଷାରେ ବସିବାକୁ ଦିଆଯାଇନଥିଲା, ଯଦିଓ ସେମାନେ ଅନୁରୋଧ କରିଥିଲେ ତଥାପି ମଧ୍ୟ ଛାତ୍ରମାନଙ୍କ ଅନୁରୋଧ ପ୍ରତ୍ୟାଖ୍ୟାନ କରାଯାଇଥିଲା। ଅଧିକାରୀମାନେ ଆହୁରି ମଧ୍ୟ କହିଛନ୍ତି ଯେ ଛାତ୍ରମାନେ ପଜିଟିଭ୍ ଚିହ୍ନଟ ପରେ ହଷ୍ଟେଲ ୱାର୍ଡେନଙ୍କୁ ତୁରନ୍ତ ସେହି ସମସ୍ତ ଛାତ୍ରଙ୍କୁ କ୍ୱାରେଣ୍ଟାଇନରେ ରଖିବାକୁ ସୂଚନା ଦିଆଯାଇଥିଲା।

 

ମାସ୍କ ଓ ପିପିଇ କିଟ୍ ଦୁର୍ନୀତି ଅଭିଯୋଗ; ରାଜ୍ୟ ସରକାରଙ୍କୁ ଲୋକାୟୁକ୍ତଙ୍କ କ୍ଲିନଚିଟ୍‌

ଭୁବନେଶ୍ବର: ମାସ୍କ ଓ ପିପିଇ କିଟ୍ କିଣା ମାମଲାରେ ରାଜ୍ୟ ସରକାରଙ୍କୁ କ୍ଲିନଚିଟ୍‌ ଦେଲେ ଲୋକାୟୁକ୍ତ । ଏହା ସହିତ ଲୋକାୟୁକ୍ତରେ ମାମଲାର ଶୁଣାଣି ଶେଷ ହୋଇଛି । ଭିଜିଲାନ୍ସର ପ୍ରାଥମିକ ତଦନ୍ତ ରିପୋର୍ଟରେ ତ୍ରୁଟି ନଥିବା ଲୋକାୟୁକ୍ତ କହିଛନ୍ତି । ମାସ୍କ ଓ ପିପିଇ କିଣିବାରେ କୌଣସି ପ୍ରକାର ତ୍ରୁଟି ବିଚ୍ୟୁତି ହୋଇନବା ସ୍ପଷ୍ଟ କରିଛନ୍ତି ଲୋକାୟୁକ୍ତ ।

କୋଭିଡ ପରିଚାଳନାରେ ତ୍ରୁଟି ଦର୍ଶାଇ ଲୋକାୟୁକ୍ତରେ ଅଭିଯୋଗ ଦାଖଲ ହୋଇଥିଲା । ଅଭିଯୋଗ ପରେ ଲୋକାୟୁକ୍ତ ଭିଜିଲାନ୍ସକୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ପରେ ଭିଜିଲାନ୍ସ ଏହାର ତଦନ୍ତ ଜାରି ରଖିଥିଲେ । ଶେଷରେ ଆଜି ଲୋକାୟୁକ୍ତଙ୍କ ନିକଟରେ ତଦନ୍ତ ରିପୋର୍ଟ ଦାଖଲ କରିଥିଲେ ଭିଜିଲାନ୍ସ ଟିମ ।

ରାଜ୍ୟରେ ମାସ୍କ ଏବଂ ପିପିଇ କିଟ କିଣାରେ ଦୁର୍ନୀତି ହୋଇଥିବା ଅଭିଯୋଗ କରିଥିଲେ କଂଗ୍ରେସ ସମେତ ବିରୋଧି ବିଜେପି । ଶେଷରେ ରାଜ୍ୟ ସପରକାରଙ୍କୁ ଆଜି କ୍ଲିନଚିଟ ଦେଇଛି ଲୋକାୟୁକ୍ତ । ଭିଜିଲାନ୍ସ ରିପୋର୍ଟ ଆଧାରରେ ଲୋକାୟୁକ୍ତରେ ମାସ୍କ ଓ ପିପିଇ କିଟ୍ କିଣା ମାମଲାରେ ରାଜ୍ୟ ସରକାର କୌଣସି ପ୍ରକାର ଦୁର୍ନୀତି କରିନଥିବା କୁହାଯାଇଛି ।

ମାସ୍କ ଓ ପିପିଇ କିଟ୍‌ କିଣାରେ ତ୍ରୁଟି ହୋଇଥିବା ନେଇ ଲୋକାୟୁକ୍ତଙ୍କ ପାଖରେ ଅଭିଯୋଗ ହୋଇଥିଲା । ଘଟଣାର ତଦନ୍ତ କରିବା ପାଇଁ ଭିଜିଲାନ୍ସକୁ ନିର୍ଦ୍ଦେଶ ଦେଇଥିଲେ ଲୋକାୟୁକ୍ତ । ଏନେଇ ମାର୍ଚ୍ଚ ୧୬ ତାରିଖରେ ଲୋକାୟୁକ୍ତଙ୍କ ପାଖରେ ତଦନ୍ତ ରିପୋର୍ଟ ଦାଖଲ କରିଥିଲା ଭିଜିଲାନ୍ସ । ସାରା ବିଶ୍ବରେ କୋଭିଡ ନିୟନ୍ତ୍ରଣରେ ନିଆରା ଉଦାହରଣ ସୃଷ୍ଟି କରିଥିଲେ ରାଜ୍ୟ ସରକାର । ଜାତିସଂଘର ସାର୍ଟିଫିକେଟ ମିଳିଥିଲା । ଅଭିଯୋଗକାରୀ ମିଥ୍ୟା ପ୍ରଚାର କରି ଲୋକଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରୁଥିବା କହିଛି ଶାସକ ଦଳ  ।

ଅଞ୍ଜନାଙ୍କ ଘରେ ସିବିଆଇ ଟିମ, ୪୫ମିନିଟ୍ ଆଲୋଚନା

ଭୁବନେଶ୍ବର: ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଓ ବିବନ ବିଶ୍ବାଳ ଗିରଫ ମାମଲାରେ ସିବିଆଇର ପଚରାଉଚରା। ଅଞ୍ଜନା ମିଶ୍ରଙ୍କ ଘରେ ପହଞ୍ଚିଛି ସିବିଆଇର ୨ଜଣିଆ ଟିମ୍ । ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିୁଯୁକ୍ତ ବିବନ ବିଶ୍ବାଳ ଗିରଫ ହେବାପରେ ପୁଣି ଥରେ ଫାଇଲ ଖୋଲିଥିଲା ସିବିଆଇ ।

ଭୁବନେଶ୍ବରସ୍ଥିତ ଅଞ୍ଜନା ମିଶ୍ରଙ୍କ ଘରେ ସିବିଆଇର ଦୁଇ ଜଣିଆ ଟିମ ପହଁଚିବା ସହ ଦୁଷ୍କର୍ମ ମାମଲା ବିଷୟରେ ଅଞ୍ଜନାଙ୍କ ସହ ଆଲୋଚନା କରିଛି ସିବିଆଇ ଟିମ । ଅଞ୍ଜନାଙ୍କ ସହ ସିବିଆଇ ୪୫ମିନିଟ୍ ଆଲୋଚନା କରିଥିବା ବେଳେ ସିବିଆଇକୁ ଅଞ୍ଜନା କିଛି ତଥ୍ୟ ଦେଇଥିବା ସୂଚନା ମିଳିଛି ।

ପିପିଲି ଉପ-ନିର୍ବାଚନ; ମହାରଥୀଙ୍କ ପୁଅକୁ ବିଜେଡି ଟିକେଟ

ଭୁବନେଶ୍ବର: ପିପିଲି ଉପନିର୍ବାଚନ ନେଇ ପ୍ରାର୍ଥୀ ଘୋଷଣା କରିଛି ବିଜୁ ଜନତା ଦଳ । ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥିଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀଙ୍କୁ ପ୍ରାର୍ଥୀ ଭାବେ  କରିଛି ବିଜେଡ଼ି । ଗତକାଲି ବିଳମ୍ବିତ ରାତିରେ ବିଜେପି ଆଶ୍ରିତ ପଟ୍ଟନାୟକଙ୍କୁ ଦଳୀୟ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା । ଆଜି ବିଜେଡ଼ି ପିପିଲି ପାଇଁ ରୁଦ୍ର ପ୍ରତାପ ମହାରଥୀଙ୍କୁ ପ୍ରାର୍ଥୀ ହେବା ନେଇ ମୋହର ମାରିଛନ୍ତି ଦଳର ସଭାପତି ନବୀନ ପଟ୍ଟନାୟକ  ।

ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ପରେ ଖାଲି ପଡିଥିଲା ପିପିଲି ଆସନ । ଏପ୍ରିଲ ୧୭ରେ ନିର୍ବାଚନ ହେବା ନେଇ ପୂର୍ବରୁ ନିର୍ବାଚନ କମିସନ ତାରିଖ ଘୋଷଣା କରିସାରିଛନ୍ତି । ରାଜ୍ୟ ନିର୍ବାଚନ ଅଧିକାରୀ ମଧ୍ୟ ପିପିଲିରେ ଉପନିର୍ବାଚନ ହେବା ନେଇ ସବିଶେଷ ତର୍ଜମା କରିଛନ୍ତି । କୋଭିଡ ଗାଇଡଲାଇନକୁ କିପରି ପାଳନ କରି ଭୋଟର ମତଦାନ କରିପାରିବେ ସେନେଇ ମଧ୍ୟ ପ୍ରସ୍ତୁତି ସରିଛି ।

ସେପଟେ ବିଜେପି ପ୍ରାର୍ଥୀ ଘୋଷଣା କରିସାରିବା ପରେ ବିଜେଡ଼ିର ପ୍ରାର୍ଥୀ କିଏ ହେବ ସେନେଇ କଳ୍ପନା ଜାରି ରହିଥିଲା । ପୁଅ ରୁଦ୍ର ମହାରଥି କିମ୍ବା ପ୍ରତିଭା ମହାରଥୀ କାହାକୁ ଟିକେଟ ମିଳିବ ସେନେଇ ଦଳରେ ମଧ୍ୟ ଚର୍ଚ୍ଚା ସୃଷ୍ଟି ହୋଇଥିଲା । ଗୋଟେପଟେ ନିର୍ବାଚନକୁ ମାତ୍ର ହାତରେ ଅଳ୍ପ ଦିନ । ଏନେଇ ମୈଦାନକୁ ବିଜେପି ନିଜ ପ୍ରାର୍ଥୀଙ୍କୁ ଓହ୍ଲାଇ ସାରିଥିବାବେଳେ ବିଜେଡି ମଧ୍ୟ ରୁଦ୍ର ମହାରଥୀଙ୍କୁ ଅବତୀର୍ଣ୍ଣ କରିଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା କଂଗ୍ରେସ ନିଜ ପ୍ରାର୍ଥୀ ନାମ ଘୋଷଣା କରିନାହିଁ ।

ଉତ୍କଳ ଦିବସ ପାଳନ ନେଇ ପ୍ରଶାସନର ଗାଇଡଲାଇନ୍ ଜାରି

ଭୁବନେଶ୍ୱର: ଉତ୍କଳ ଦିବସ ସମାରୋହ ପାଳନ ନେଇ ଜାରି ହେଲା କଟକଣା । ଉତ୍କଳ ଦିବସ ପାଳନ ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଦିଆଯିବନି ଅନୁମତି । ସର୍ବାଧିକ ୨୦୦ ଜଣଙ୍କୁ ନେଇ ଉତ୍କଳ ଦିବସ ପାଳନ କରାଯିବ ।

ଏହି ସମୟରେ ସାମାଜିକ ଦୂରତା ଓ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରାଯାଇଛି । ଘରୋଇ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ ପାଳନ ନେଇ ଜିଲ୍ଲାପାଳ କିମ୍ବା ପୌର ପ୍ରଶାସନ ପକ୍ଷରୁ ଅନୁମତି ନିଆଯିବ । କୋଭିଡ ଗାଇଡଲାଇନ୍ ମଧ୍ୟରେ ଉତ୍କଳ ଦିବସ ପାଳନ ପାଇଁ ଏସଆରସି ଜାରି କରିଛନ୍ତି ଗାଇଡଲାଇନ୍ । ଏଥିସହ ଧାର୍ମିକ ଓ ସାଂସ୍କୃତିକ ଜନସମାବେଶକୁ ବାରଣ କରାଯାଇଛି।

ଗୁଡ୍ ଫ୍ରାଇଡେ, ଇଷ୍ଟର, ପଣାସଂକ୍ରାନ୍ତି, ଝାମୁଯାତ୍ରାରେ ସମାବେଶକୁ ମନା କରାଯାଇଛି । ସେହିପରି ଏପ୍ରିଲରେ ପାଳନ ହେଉଥିବା ଦଣ୍ଡଯାତ୍ରା ଓ ଶ୍ରୀରାମ ନବମୀରେ ମଧ୍ୟ ସମାବେଶକୁ ବାରଣ କରାଯାଇଛି । ମନ୍ଦିର, ଚର୍ଚ୍ଚ ଓ ଅନ୍ୟ ଧର୍ମସ୍ଥଳୀରେ ପୂର୍ବଭଳି ନୀତିକାନ୍ତି ଜାରିରହିବ । ବହୁ କମ୍ ଲୋକରେ ଧାର୍ମିକ ରୀତିନୀତି ଚାଲିବ ବୋଲି ନିର୍ଦ୍ଦେଶ ଦିଆଯାଇଛି । କେତେ ଲୋକ ସାମିଲ ହୋଇପାରିବେ ସେ ନେଇ ନିଷ୍ପତ୍ତି ନେବେ ଜିଲ୍ଲାପାଳ ବୋଲି ବୋଲି ଏସଆରସି ନୂଆ ଗାଇଡଲାଇନରେ କହିଛନ୍ତି ।