‘ଭାରତରେ ନିଶ୍ଚୟ ଆସିବ କରୋନାର ତୃତୀୟ ପ୍ରବାହ, ଟାଳି ହେବନି’

1 min read
Principal Scientific Advisor To Centre Vijayraghavan Warns Third Wave Inevitable

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ମାମଲା ଦ୍ରୁତଗତିରେ ବୃଦ୍ଧି ପାଉଛି । ଦୈନିକ ସାଢ଼େ ୩ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଦେଶରେ ସ୍ଥିତି ଚିନ୍ତାଜନକ ରହିଛି । କରୋନାର ଦ୍ୱିତୀୟ ଲହର ଅଧିକ ଜୀବନ ନେଉଛି । ପ୍ରତିଦିନ ସାଢ଼େ ୩ ହଜାରରୁ ଅଧିକ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେଉଛି । ଏହାରି ଭିତରେ ବୁଧବାର ଦିନ କେନ୍ଦ୍ର ସରକାରଙ୍କ ବରିଷ୍ଠ ବୈଜ୍ଞାନିକ ପରାମର୍ଶଦାତା ବିଜୟ ରାଘବନ କରୋନାର ତୃତୀୟ ପ୍ରବାହ ନେଇ ଚେତାବନୀ ଦେଇ କହିଛନ୍ତି, ନିଶ୍ଚୟ ଆସିବ ।

ରାଘବନ କହିଛନ୍ତି, ବେଶି ସଂକ୍ରମିତ ଚିହ୍ନଟ ହେଉଛନ୍ତି । ତେଣୁ ଏବେ କୁହାଯାଇ ପାରିବ ନାହିଁ କରୋନାର ତୃତୀୟ ପ୍ରବାହ କେବେ ଆସିବ । କିନ୍ତୁ ଏହା ଅବଶ୍ୟ ଆସିବ । ଆମକୁ ସେଥିପ୍ରତି ପ୍ରସ୍ତୁତ ହୋଇ ରହିବାକୁ ପଡ଼ିବ । ତୃତୀୟ ଲହରକୁ ଅଟକାଇ ହେବନାହିଁ ବୋଲି କହିଛନ୍ତି ରାଘବନ ।

ସେ କହିଛନ୍ତି, ଭ୍ୟାକ୍ସିନେସନକୁ ଅପଡେଟ୍ କରିବା ଆବଶ୍ୟକତା ପଡ଼ିବ ଯେମିତି ନୂଆ ଷ୍ଟ୍ରେନର ମୁକାବିଲା କରି ହେବ । ଏଥିସହ କରୋନାର ନୂଆ ପ୍ରବାହକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ହେବା ଲାଗି ସେ କହିଛନ୍ତି । ଭ୍ୟାକ୍ସିନ୍ ଅପଗ୍ରେଡ୍ ସହ ସର୍ଭେଲାନ୍ସ ଉପରେ ଗୁରୁତ୍ୱାରୋପ କରିଛନ୍ତି ।

ଅନ୍ୟପଟେ ନୀତି ଆୟୋଗର ସଦସ୍ୟ ଡକ୍ଟର ବି.କେ ପାଲ୍ କହିଛନ୍ତି- କରୋନା ପଶୁ ଠାରୁ ବ୍ୟାପୁ ନାହିଁ । ଏହା ମଣିଷ ଠାରୁ ମଣିଷକୁ ବ୍ୟାପୁଛି ।

Leave a Reply