spot_img
Home Blog Page 5790

ରାଜ୍ୟରେ ବାଧାପ୍ରାପ୍ତ ହୋଇପାରେ କୋଭିଡ୍ ଟିକାକରଣ

ଭୁବନେଶ୍ୱର: ରାଜ୍ୟରେ ଦେଖା ଦେଇପାରେ କରୋନା ଟିକା ଅଭାବ । ବାଧାପ୍ରାପ୍ତ ହୋଇପାରେ କୋଭିଡ୍ ଟିକାକରଣ । ରାଜ୍ୟରେ ଦୈନିକ ପ୍ରାୟ ୨ ଲକ୍ଷ ଲୋକଙ୍କୁ କୋଭିଡ୍ ଟିକା ଦିଆ ଯାଉଥିବା ବେଳେ କେନ୍ଦ୍ର ଆବଶ୍ୟକ ଷ୍ଟକ ପଠାଉ ନାହିଁ । ଗତକାଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ କେନ୍ଦ୍ରକୁ କୋଭିସିଲ୍ଡ ଟିକାର ୧୫ ଲକ୍ଷ ଡୋଜ୍ ପଠାଇବାକୁ ଅନୁରୋଧ କରିଥିଲେ । ଆଜି ଅପରାହ୍ନରେ ୩ ଲକ୍ଷ ୪୯ ହଜାର ଟିକା ପହଞ୍ଚିବ । ତେବେ ଯେତିକି ଟିକା ଆସୁଛି ତାହା ୩ ଦିନ ହିଁ ଯିବ । ଯଦି ଟିକା ନ ଆସେ ତେବେ ଆଗକୁ ଟିକାକରଣ ବାଧାପ୍ରାପ୍ତ ହେବାର ସମ୍ଭାବନା ରହିଛି । ତେଣୁ ପୁଣି ଆଉ ଥରେ ଆମେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିବୁ ବୋଲି ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ।

ଗତକାଲି ରାଜ୍ୟରେ ୨ ଲକ୍ଷ ୬୩ ହଜାର ୪୧ ଜଣଙ୍କୁ କୋଭିଡ୍ ଟିକା ଦିଆଯାଇଛି । ପ୍ରତିଦିନ ୨ ଲକ୍ଷ ଲୋକଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖା ଯାଇଥିବା ବେଳେ ଏବେ ତାହା ବୃଦ୍ଧି ପାଇଛି । ୫ ଦିନରେ ୧୦ ଲକ୍ଷ ଲୋକଙ୍କୁ ଟିକା ଦେବା ଟାର୍ଗେଟ ଥିବା ବେଳେ ୧୧ ଲକ୍ଷ ପାର କରିଛି । ରାଜ୍ୟରେ ବର୍ତ୍ତମାନ ୩ ଲକ୍ଷ ୪୭ ହଜାର କୋଭିସିଲ୍ଡ ଟିକା ମହଜୁଦ୍ ଅଛି । ହିଟୱେଭ ପାଇଁ ଆମେ ସରକାର ଟିକାକରଣ ସମୟ ପରିବର୍ତ୍ତନ କରିଛନ୍ତିଷ । କରୋନାର ଦ୍ୱିତୀୟ ଲହର ପାଇଁ ପ୍ରଥମ ପର୍ଯ୍ୟାୟ ଅପେକ୍ଷା ଅଧିକ ଦ୍ରୁତ ଗତିରେ ସଂକ୍ରମଣ ହେଉଛି । ତେବେ ଆଶ୍ୱସ୍ତିର କଥା ମୃତ୍ୟୁହାର ନାହିଁ ।

କରୋନା ସଂକ୍ରମଣ ଟିକିଏ କମିବା ପରେ ଲୋକମାନେ ପୁଣି ବେପରୁଆ ହୋଇ ଯାଇଥିଲେ । ଏବେ ସମୟ ଆସିଛି ଲୋକମାନେ ନିଜକୁ ସଚେତନ କରନ୍ତୁ, ଗାଇଡଲାଇନର ଅନୁପାଳନ କରନ୍ତୁ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି । ଅନ୍ୟପଟେ ରାଜ୍ୟରେ ବଢୁଥିବା ପରିସଂଖ୍ୟାନ ଉଦବେଗ୍ ଜନକ ନୁହେଁ । ଅଧିକ ଲୋକ ଟ୍ରେସିଂ, ଟେଷ୍ଟିଂ ହୋଇ ଆଇସୋଲେସନ କରାଯିବା ଭଲ । ଜାତୀୟ ହାର ତୁଳନାରେ ଆମ ରାଜ୍ୟର ସ୍ଥିତି ବହୁତ ଭଲ ରହିଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ।

ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କୁ ଆରଟି-ପିସିଆର ଟେଷ୍ଟିଂ ରିପୋର୍ଟ ଧରି ଆସିବାକୁ କୁହାଯାଇଛି  । ରାଜ୍ୟରେ ମେଡିସିନ୍ ଓ ବେଡ୍ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି । ଜିଲ୍ଲାପାଳ ମାନଙ୍କୁ କୁହାଯାଇଛି ଘରୋଇ ହସ୍ପିଟାଲକୁ ପ୍ରସ୍ତୁତ ରଖିବା ପାଇଁ । ବର୍ତ୍ତମାନ କଟକଣା ଅପେକ୍ଷା ସଚେତନତାକୁ ପ୍ରାଧାନ୍ୟ ଦିଆଯାଉଛି ।

ସମସ୍ତ ଜିଲ୍ଲାପାଳ ଓ ମୁନିସିପାଲ କମିସନର ମାନଙ୍କୁ କୁହାଯାଇଛି ସ୍ଥିତି ଦେଖି ନିଷ୍ପତ୍ତି ନେବା ଲାଗି । ଯେଉଁଠି ଆବଶ୍ୟକ ପଡ଼ିବ ସେଠି ପଦକ୍ଷେପ ନିଆଯିବ । ଅଯଥା ଟେଷ୍ଟିଂ କରିବା ଅପେକ୍ଷା ଆମେ ଟାର୍ଗେଟେଡ୍ ଟେଷ୍ଟିଂ କରୁଛୁ । ତେଣୁ ଏବେ ଟେଷ୍ଟିଂ ଟିକିଏ କମ୍ ରହିଛି । ଆଗକୁ ଧୀରେ ଧୀରେ ଟେଷ୍ଟିଂ ବଢ଼ାଯିବ । କାମ ନଥିଲେ ପଡ଼ୋଶୀ ରାଜ୍ୟକୁ ନ ଯିବା ପାଇଁ ସୀମାବର୍ତ୍ତୀ ଜିଲ୍ଲା ଗୁଡ଼ିକର ଲୋକମାନଙ୍କୁ ସଚେତନ କରାଯାଉଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ଜଷ୍ଟିସ୍ ଏନ.ଭି. ରମଣଙ୍କୁ ପ୍ରଧାନ ବିଚାରପତି ଭାବେ ନିଯୁକ୍ତି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଜଷ୍ଟିସ୍ ଏନ.ଭି. ରମଣଙ୍କୁ ନିଯୁକ୍ତି ମିଳୁଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ନିଯୁକ୍ତି ଦେଇଛନ୍ତି । ଜଷ୍ଟିସ ରମଣ ସୁପ୍ରିମକୋର୍ଟର ୪୮ତମ ପ୍ରଧାନ ବିଚାରପତି ଭାବେ ଏପ୍ରିଲ୍ ୨୪ ତାରିଖରେ ଦାୟିତ୍ୱ ଗ୍ରହଣ କରିବେ । ପ୍ରଧାନ ବିଚାରପତି ଭାବେ କାର୍ଯ୍ୟରତ ଜଷ୍ଟିସ୍ ଶରଦ ଅରବିନ୍ଦ ବୋବଡେ ଏପ୍ରିଲ୍ ୨୪ରେ ଅବସର ଗ୍ରହଣ କରିବେ ।

Justice NV Ramana formally appointed as next CJI

ପ୍ରଧାନ ବିଚାରପତିଙ୍କ ପରେ ସୁପ୍ରିମକୋର୍ଟରେ ବରିଷ୍ଠ ଓକିଲ ହେଉଛନ୍ତି ଜଷ୍ଟିସ୍ ରମଣ । ସେ ୨୦୧୪ ଫେବ୍ରୁଆରୀ ୭ରେ ନିଯୁକ୍ତ ହୋଇଥିବା ବେଳେ ୨୦୨୨ ଅଗଷ୍ଟ ୨୬ରେ ତାଙ୍କ କାର୍ଯ୍ୟକାଳ ସରିବ । ୧୯୮୩ ମସିହା ଫେବ୍ରୁଆରୀ ମାସରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟରେ ଆଇନଜୀବୀ ଭାବେ ଜଷ୍ଟିସ୍ ରମଣ କାର୍ଯ୍ୟ ଆରମ୍ଭ କରିଥିଲେ । ଏଥିସହ ସେ ବିଭିନ୍ନ ସରକାରୀ ବିଭାଗ ଲାଗି ପରାମର୍ଶଦାତା ଭାବେ କାର୍ଯ୍ୟ କରିଛନ୍ତି ।

Justice NV Ramana formally appointed as next CJI

ତେବେ ଆନ୍ଧ୍ରପ୍ରଦେଶ ହାଇକୋର୍ଟରୁ ପ୍ରଥମ ବିଚାରପିତ ଭାବେ ଜଷ୍ଟିସ୍ ରମଣ ପ୍ରଧାନ ବିଚାରପତି ହେବେ । ବହୁଚର୍ଚ୍ଚିତ ଅଯୋଧ୍ୟା ରାମ ମନ୍ଦିର ରାୟ ଦେଇଥିବା ସୁପ୍ରିମକୋର୍ଟର ପାଞ୍ଚ ଜଣିଆ ଖଣ୍ଡପୀଠରେ ଜଷ୍ଟିସ୍ ରମଣ ସାମିଲ୍ ଥିଲେ ।

ଚିନ୍ତା ବଢ଼ାଉଛି ମହାରାଷ୍ଟ୍ର, ଗତ ୨୪ ଘଣ୍ଟାରେ ଦେଶରେ ୪୮୮ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ କୋଭିଡ୍ ମୃତ୍ୟୁସଂଖ୍ୟା ସହ ସଂକ୍ରମଣ ସଂଖ୍ୟା ବଢ଼ିବାରେ ଲାଗିଛି । ଏପ୍ରିଲରେ ଦୈନିକ ସଂକ୍ରମଣ ସବୁଦିନ ବଢ଼ି ବଢ଼ି ଚାଲିଛି । ଗତ ୨୪ ଘଣ୍ଟାରେ ଦେଶରେ କରୋନାରେ ୪୪୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୈନିକ ସଂକ୍ରମଣ ଲକ୍ଷେ ମୁହାଁ ହୋଇଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୬ ହଜାର ୯୮୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଦେଶରେ ଏଯାବତ୍ ୧ କୋଟି ୨୬ ଲକ୍ଷ ୮୬ ହଜାର ୪୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୭ ଲକ୍ଷ ୮୮ ହଜାର ୨୨୩ ଜଣ ସକ୍ରିୟ ସଂକ୍ରମଣ ମାମଲା ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ୫୦ ହଜାର ୧୪୩ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏଥିସହ ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୧ କୋଟି ୧୭ ଲକ୍ଷ ୩୨ ହଜାର ୨୭୯ରେ ପହଞ୍ଚିଛି । କରୋନାରେ ଏଯାବତ୍ ଦେଶରେ ୧ ଲକ୍ଷ ୬୫ ହଜାର ୫୪୭ ଜଣଙ୍କ ମୃତ୍ୟୁ ହୋଇଛି ।

ଦେଶରେ ସବୁଠୁ ଅଧିକ ଚିନ୍ତା ବଢ଼ାଇଛି ମହାରାଷ୍ଟ୍ର । ମହାରାଷ୍ଟ୍ରରେ କରୋନା ସଂକ୍ରମଣ ସହ ମୃତ୍ୟୁ ମାମଲା ସମସ୍ତଙ୍କ ନିଦ ହଜାଇ ଦେଇଛି । ଅନ୍ୟପଟେ ଦେଶରେ କୋଭିଡ୍ ଟିକାକରଣ ଜାରି ରହିଛି । ଏଯାବତ୍ ୮ କୋଟି ୩୧ ଲକ୍ଷ ୧୦ ହଜାର ୯୨୬ ଭ୍ୟାକ୍ସିନ୍ ନେଇଛନ୍ତି । ଗତ ୨୪ ଘଣ୍ଟାରେ ୪୩ ଲକ୍ଷ ୯୬୬ ଜଣଙ୍କୁ କରୋନା ଟିକା ଦିଆଯାଇଛି ।

ଥାନା ଭିତରେ ପୋଲିସର ନାଗିନ୍ ଡ୍ୟାନ୍ସ, ଦେଖନ୍ତୁ ଭିଡିଓ…

ଯାଜପୁର: ହୋଲି ପାଇଁ ସମସ୍ତେ ଘରେ ଥିଲେ । ବାହାରେ ବୁଲି ବୁଲି କରୋନା ସଂକ୍ରମଣ ରୋକିବାକୁ ଜାରି କଟକଣାର ତଦାରଖ କରୁଥିଲା ପୋଲିସ । ହେଲେ ଯାଜପୁରରେ ନିୟମ ରକ୍ଷା ଦାୟିତ୍ୱରେ ଥିବା ପୋଲିସ ନିଜେ ଭାଙ୍ଗିଥିଲା କଟକଣା । ଥାନା ଭିତରେ ପୋଲିସ ୟୁନିଫର୍ମରେ ରଙ୍ଗ ଖେଳ ସହ ଜମିଥିଲା ନାଚଗୀତର ଆସର । ଏବେ ଏଙି ଭିଡିଓ ଭାଇରାଲ୍ ହୋଇଛି ।

Nagin Dance Video Of Jajpur Police Goes Viral In Social Media

ହୋଲି ଦିନ ଯାଜପୁର ଜିଲ୍ଲା ପାଣିକୋଇଲି ଥାନାରେ ନାଚୁଛନ୍ତି ପୋଲିସ କର୍ମଚାରୀ । ତାଳ ସହ ତାଳ ମିଶାଇ ଛନ୍ଦରେ ଗୋଡ଼ ଛନ୍ଦି ଚାଲିଛନ୍ତି ପୋଲିସ ବାବୁ, ତାହା ପୁଣି ଥାନା ଭିତରେ । ଭାଇରାଲ୍ ଭିଡିଓରେ ୩ରୁ ୪ ଜଣ ପୋଲିସ କର୍ମଚାରୀ ନାଚୁଥିବାର ଦେଖାଯାଉଛି ।

Nagin Dance Video Of Jajpur Police Goes Viral In Social Media

ଭାଇରାଲ୍ ଭିଡିଓରେ ଖୋଦ୍ ଥାନା ଅଧିକାରୀ ଚକ୍ରପତି କଅଁରଙ୍କ ସମେତ ୨ ଜଣ ASI, ୨ ଜଣ ଗୃହରକ୍ଷୀ ଓ ଅନ୍ୟ କେତେଜଣ ପୋଲିସ କର୍ମଚାରୀ ଏଥିରେ ସାମିଲ୍ ଅଛନ୍ତି । ଏଠି ପ୍ରଶ୍ନ ଉଠୁଛି, ଯେ ହୋଲି ପାଳନ ନେଇ ସରକାର କଟକଣା ଜାରି କରିଥିବା ବେଳେ ଏହାକୁ ପୋଲିସ ତଦାରଖ କରୁଥିଲା । ଭିଡିଓରୁ ଜଣାପଡ଼ୁଛି ପୋଲିସ କେମିତି ସଜାଗ ଥିଲା ?

ପୁରୀ ଯାଉଛନ୍ତି କି ? ଜାଣନ୍ତୁ ଜିଲ୍ଲା ପ୍ରଶାସନର ନୂଆ ନିୟମ…

ପୁରୀ: ବଢ଼ୁଥିବା କରୋନା ସଂକ୍ରମଣ ମାମଲାକୁ ଦେଖି ପୁରୀ ଜିଲ୍ଲା ପ୍ରଶାସନ କୋଭିଡ୍ କଟକଣାକୁ ଜିଲ୍ଲାରେ କଡ଼ାକଡ଼ି କରିଛି । ଗତ ୨୪ ଘଣ୍ଟାରେ ଜିଲ୍ଲାରେ ୨୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିସହ ଜିଲ୍ଲାରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ଶହେ ଟପିଛି । ଏହାକୁ ନଜରରେ ରଖି ନୂଆ କଟକଣା ଜାରି କରିଛି ଜିଲ୍ଲା ପ୍ରଶାସନ ।

ଅନ୍ୟ ଅଧିକାରୀ ମାନଙ୍କ ସହ ଜିଲ୍ଲାପାଳ ହସ୍ପିଟାଲ ଓ ରେଳ ଷ୍ଟେସନରେ କୋଭିଡ୍ ସ୍ଥିତିର ସମୀକ୍ଷା କରିଛନ୍ତି । ବଢ଼ୁଥିବା କୋଭିଡ୍ ସଂକ୍ରମଣ ମାମଲାକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି ।

ଏଥିସହ ପଢ଼ନ୍ତୁ- ଏପ୍ରିଲରେ ରେକର୍ଡ ଭାଙ୍ଗୁଛି ଦୈନିକ ସଂକ୍ରମଣ, ୫୮୮ ପଜିଟିଭ୍ ଚିହ୍ନଟ

ଏଣିକି ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ହୋଟେଲ ରହଣୀ ପାଇଁ କରୋନା RT-PCR ନେଗେଟିଭି ରିପୋର୍ଟ ଆଣିବାକୁ ବାଧ୍ୟମୂଳକ କରାଯାଇଛି । କରୋନା ନେଗେଟିଭ୍ ରିପୋର୍ଟ ନଥିଲେ ହୋଟେଲରେ ରହିବାକୁ ଅନୁମତି ଦିଆଯିବ ନାହିଁ ବୋଲି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି ।

ଏପ୍ରିଲରେ ରେକର୍ଡ ଭାଙ୍ଗୁଛି ଦୈନିକ ସଂକ୍ରମଣ, ୫୮୮ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଏପ୍ରିଲ୍ ମାସର ପ୍ରତିଦିନ କରୋନା କରୁଛି ନୂଆ ନୂଆ ରେକର୍ଡ । ଗତ ୨୪ ଘଣ୍ଟାରେ ରାଜ୍ୟରୁ ୫୮୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୩୪୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୪୬ଟି ମାମଲା ହେଉଛି ସ୍ଥାନୀୟ ସଂକ୍ରମଣ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଅନୁଗୁଳରୁ ୫ ଜଣ, ବାଲେଶ୍ୱରରୁ ୧୩ ଜଣ, ବରଗଡ଼ରୁ ୨୧, ଭଦ୍ରକରୁ ୯ ଜଣ, ବଲାଙ୍ଗିରରୁ ୧୧ ଜଣ, କଟକରୁ ୩୦ ଜଣ, ଦେବଗଡ଼ରୁ ୪ ଜଣ, ଢେଙ୍କାନାଳରୁ ୬ ଜଣ, ଗଜପତିରୁ ଜଣେ, ଗଞ୍ଜାମରୁ ୨୭ ଜଣ, ଜଗତସିଂହପୁରରୁ ୩ ଜଣ, ଯାଜପୁରରୁ ୧୫ ଜଣ, ଝାରସୁଗୁଡ଼ାରୁ ୩୧ ଜଣ, କଳାହାଣ୍ଡିରୁ ୬୪ ଜଣ, କନ୍ଧମାଳରୁ ୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିଭଲି କେନ୍ଦୁଝରରୁ ୨ ଜଣ, କୋରାପୁଟରୁ ୯ ଜଣ, ମୟୂରଭଞ୍ଜରୁ ୯ ଜଣ, ନବରଙ୍ଗପୁରରୁ ୮ ଜଣ, ନୟାଗଡ଼ରୁ ୭ ଜଣ, ନୂଆପଡ଼ାରୁ ୨୯ ଜଣ, ପୁରୀରୁ ୨୪ ଜଣ, ରାୟଗଡ଼ାରୁ ୬ ଜଣ, ସମ୍ବଲପୁରରୁ ୨୮ ଜଣ, ସୋନପୁରରୁ ୧୧ ଜଣ, ସୁନ୍ଦରଗଡ଼ରୁ ୮୪ ଜଣ ଓ ଷ୍ଟେଟ୍ ପୁଲରୁ ୨୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏଥିସହ ରାଜ୍ୟରେ ମୋଟ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୪୩ ହଜାର ୮୫୬କୁ ବୃଦ୍ଧି ପାଇଛି । ୩ ଲକ୍ଷ ୩୮ ହଜାର ୧୫୦ ଜଣ କରୋନାରୁ ସୁସ୍ଥ ହୋଇଥିବା ବେଳେ ୧୯୨୨ ଜଣଙ୍କ ମୃତ୍ୟୁ ହୋଇଛି । ଏବେ ରାଜ୍ୟରେ କରୋନାର ୩୭୩୧ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି ।

ଭିଡ଼ ପାଇଁ ପ୍ରଶାସନ ସିଲ୍ କଲା ହୋଟେଲ୍

ଭବାନୀପାଟଣା: ବଢ଼ୁଥିବା କୋଭିଡ୍ ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି । ରାଜ୍ୟର ୧୦ ଜିଲ୍ଲାରେ ଲାଗୁ ହୋଇଛି ରାତ୍ରୀକାଳୀନ କର୍ଫ୍ୟୁ । କଳାହାଣ୍ଡି ଜିଲ୍ଲାରେ ମଧ୍ୟ ନାଇଟ୍ କର୍ଫ୍ୟୁ ଲାଗିଛି । କରୋନା କଟକଣାକୁ କଡ଼ାକଡ଼ି ପାଳନ ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି ।

Police Sealed In Hotel In Bhawanipatna For Covid-19 Norms Violation

ତେବେ କିଛି ସ୍ଥାନରେ ନିୟମର ଉଲ୍ଲଂଘନ ହେଉଛି । ହୋଟେଲରେ ଅତ୍ୟଧିକ ଭିଡ଼ ଯୋଗୁଁ ବାଲାଜୀ ସୁଇଟ୍ସକୁ ସିଲ୍ କରି ଦେଇଛି ଭବାନୀପାଟଣା ପୋଲିସ । ହୋଟେଲ ରେ ଅଧିକ ଭିଡ଼ ଥିବା ଯୋଗୁଁ ଭବାନୀପାଟଣା ଟାଉନ୍ ଥାନା ଅଧିକାରୀ ସତ୍ୟ କୁମାର ନନ୍ଦ ଏବଂ ଭବାନୀପାଟଣା ପୌର ପରିଷଦ ଅଧିକାରୀଙ୍କ ଉପସ୍ଥିତିରେ ବାଲାଜୀ ସୁଇଟ୍ସକୁ ସିଲ୍ କରାଯାଇଛି ।

Police Sealed In Hotel In Bhawanipatna For Covid-19 Norms Violation

କୋଭଡ୍ ନିର୍ଦ୍ଦେଶନାମା ଉଲ୍ଲଂଘନ କରିଥିବା ଯୋଗୁଁ ହୋଟେଲକୁ ୧୦ ହଜାର ଟଙ୍କା ଜରିମାନା କରାଯାଇଛି । ଅନିର୍ଦ୍ଦିଷ୍ଟ ସମୟ ଯାଏ ହୋଟେଲ ସିଲ୍ କରାଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି । ବାଲାଜୀ ସୁଇଟ୍ସ ବ୍ୟତୀତ୍ ଅନ୍ୟ ୪ଟି ଦୋକାନ ସିଲ୍ କରି ଫାଇନ୍ ଆଦାୟ କରିଛି ପୋଲିସ ।

ତିନି ସପ୍ତାହ ଲାଗି ହାଟ ବନ୍ଦ, ପରିବା ବ୍ୟବସାୟୀଙ୍କୁ ସହରକୁ ପଶିବାକୁ ଦେଲାନି ପୋଲିସ

ଝାରସୁଗୁଡ଼ା: ବଢ଼ୁଥିବା କୋଭିଡ୍ ସଂକ୍ରମଣକୁ ଦୃଷ୍ଟି ରେଖି ଝାରସୁଗୁଡ଼ା ଜିଲ୍ଲାରେ ପ୍ରଶାସନ ୩ ସପ୍ତାହ ଲାଗି ସାପ୍ତାହିକ ହାଟକୁ ବନ୍ଦ କରି ଦେଇଛି । ଏଥିସହ ଦୈନିକ ବଜାରକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ଗତ ରାତିରୁ ରାତ୍ରୀକାଳୀନ କର୍ଫ୍ୟୁ ମଧ୍ୟ ଲାଗୁ ହୋଇଛି । ଆଜି ସକାଳୁ ପରିବା ବିକ୍ରି ପାଇଁ ଆସିଥିବା ବ୍ୟବସାୟୀଙ୍କୁ ପୋଲିସ ସହର ଭିତରକୁ ଛାଡ଼ିନାହିଁ ।

Jharsuguda Vegetable Vendor Protest Against Market Shut Down For Covid-19

ଯାହାର ତୀବ୍ର ପ୍ରତିବାଦ କରିଛନ୍ତି ପରିବା ବିକାଳି । ରାସ୍ତା ଉପରେ ବସ୍ତା ବସ୍ତା ପରିବାକୁ ଢ଼ାଳି ନଷ୍ଟ କରି ପ୍ରତିବାଦ କରିଛନ୍ତି । ଝାରସୁଗୁଡ଼ା ସହରରେ ଥିବା ଏକ ମାତ୍ର ବଜାରକୁ ପ୍ରଶାସନ କରୋନା କଟକଣା କରି ବନ୍ଦ କରି ଦେଇଥି । ଫଳରେ ଏହି ବଜାର ଉପରେ ନିର୍ଭର କରୁଥିବା ଚାଷୀ ଏବଂ ପରିବା ବ୍ୟବସାୟୀମାନେ ପରିବା ବିକ୍ରି କରି ନପାରି ଅସୁବିଧା ସମ୍ମୁଖୀନ ହୋଇଛନ୍ତି । ପ୍ରଶାସନ ପକ୍ଷରୁ ସାପ୍ତାହିକ ହାଟ ଓ ଦୈନିକ ହାଟ ବନ୍ଦ କରି ଦିଆଯାଇ ସହରର ବିଭିନ୍ନ ସ୍ଥାନରେ ପରିବା ବିକ୍ରି ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।

Jharsuguda Vegetable Vendor Protest Against Market Shut Down For Covid-19

ପରିବା ବିକାଳିଙ୍କ ଅଭିଯୋଗ ହେଲା ବିକ୍ରି ପାଇଁ କୌଣସି ସ୍ଥାନରେ ବ୍ୟବସ୍ଥା କରାଯାଇ ନାହିଁ । ଆଜି ମଙ୍ଗଳବାର ବଜାର ଥିବାରୁ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଚାଷୀ ଓ ବ୍ୟବସାୟୀ ପରିବା ଧରି ପହଞ୍ଚିବା ପରେ ବିକ୍ରି ପାଇଁ ପୋଲିସ ବାରଣ କରିଥିଲା । ବ୍ୟବସାୟୀ ଅସନ୍ତୋଷ ପ୍ରକାଶ କରି ରାସ୍ତା ଉପରେ ପନିପରିବା ଢାଳି ପ୍ରତିବାଦ କରିଛନ୍ତି ।

ପଶ୍ଚିମବଙ୍ଗ ଓ ଆସାମ ସମେତ ୫ ରାଜ୍ୟର ୪୭୫ ଆସନରେ ମତଦାନ ଆରମ୍ଭ

ନୂଆଦିଲ୍ଲୀ: ଦେଶର ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ପ୍ରଦେଶ ନିର୍ବାଚନ ଲାଗି ଆଜି ଦିନଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଯାଇଛି । ଆଜି ତାମିଲନାଡ଼ୁର ସମସ୍ତ ୨୩୪ଟି ଆସନ ସହ କେରଳର ସମସ୍ତ ୧୪୦ ଆସନରେ ଭୋଟ୍ ଗ୍ରହଣ ହେଉଛି । ଆସାମରେ ତୃତୀୟ ତଥା ଶେଷ ପର୍ଯ୍ୟାୟରେ ମତଦାନ ହେଉଥିବା ବେଳେ ପଶ୍ଚିମବଙ୍ଗରେ ତୃତୀୟ ପର୍ଯାୟରେ ୪୧ଟି ଆସନରେ ଭୋଟ୍ ପଡ଼ୁଛି । କେନ୍ଦ୍ରଶାସିତ ପ୍ରଦେଶ ପୁଡୁଚେରୀର ସମସ୍ତ ୩୦ଟି ଆସନରେ ଆରମ୍ଭ ହୋଇଛି ଭୋଟିଂ । ବିଧାନସଭା ବାଦ୍ ମଲ୍ଲପରମ ଓ କନ୍ୟାକୁମାରୀ ଲୋକସଭା ଆସନରେ ଉପନିର୍ବାଚନ ଲାଗି ଆଜି ଭୋଟ୍ ଗ୍ରହଣ ଚାଲିଛି ।

Image

ତାମିଲନାଡ଼ୁ

ତାମିଲନାଡ଼ୁରେ କିଏ ଗଢ଼ିବ ସରକାର ? AIADMK ତୃତୀୟ ଥର ଜିତି ହ୍ୟାଟ୍ରିକ୍ କରିବ ନା ଏକ ଦଶନ୍ଧି ପରେ ପୁଣି କ୍ଷମତାକୁ ଫେରିବ ଡିଏମକେ । ୬.୨୮ କୋଟିରୁ ଅଧିକ ଭୋଟର୍ ୨୩୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି । ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପଲାନିସ୍ୱାମୀ, ଉପମୁଖ୍ୟମନ୍ତ୍ରୀ ପନ୍ନିରସେଲଭମ୍ ଓ ଡିଏମକେ ପ୍ରମୁଖ ଏମକେ ଷ୍ଟାଲିନଙ୍କ ସମେତ ଏଏମଏମକେ ମୁଖ୍ୟ ଟିଟିବି ଦିନାକରଣଙ୍କ ସହ କମଲ ହାସନ ଓ ରାଜ୍ୟ ବିଜେପି ମୁଖ୍ୟ ଏଲ୍ ମୁରୁଗନ ପ୍ରମୁଖ ଚେହେରା ଲଢ଼ୁଛନ୍ତି ।

ଏନଡିଏର ସହଯୋଗୀ ଭାବେ AIADMK ନିର୍ବାଚନ ଲଢ଼ୁଥିବା ବେଳେ ଏଥିରେ ବିଜେପି, ପିଏମକେ ଓ ଅନ୍ୟ ଆଞ୍ଚଳିକ ଦଳ ସାମିଲ୍ ଅଛନ୍ତି । ୟୁପିଏର ଅଂଶୀଦାର ଦଳ ଭାବେ ଡିଏମକେ ନିର୍ବାଚନ ଲଢ଼ୁଛି । କଂଗ୍ରେସ ଅନ୍ୟ ୧୧ଟି ଦଳ ନିର୍ବାଚନ ମୈଦାନରେ ଅଛି । କମଲ ହାସନଙ୍କ ଏମଏନଏମ ଓ ଦିନାକରଣଙ୍କ ଏଏମଏମକେ ଅନ୍ୟ ସହଯୋଗୀ ଦଳ ସହ ନିର୍ବାଚନ ଲଢ଼ୁଛି ।

କେରଳ

୧୯୮୦ ପରେ ସିପିଆଇ(ଏମ) ନେତୃତ୍ୱାଧୀନ ଲେଫ୍ଟ ଡେମୋକ୍ରେଟିକ୍ ଫ୍ରଣ୍ଟ ଓ କଂଗ୍ରେସ ନେତୃତ୍ୱାଧୀନ ୟୁନାଇଟେଡ୍ ଫ୍ରଣ୍ଟ କେରଳରେ ସରକାର ଗଠନ କରୁଥିଲେ । କିନ୍ତୁ ଉଭୟ ଦଳକୁ କେବେ ଲଗାତାର ବିଜୟ ମିଳିନାହିଁ । ଚଳିତଥର ୟୁଡିଏଫ୍, ଏଲଡିଏଫ୍ ବିଜୟୀ ହେବ ନା କ୍ଷମତା ବଜାୟ ରଖିବେ ପିନରାଇ ବିଜୟନ । ରାଜ୍ୟର ୨.୭୪ କୋଟି ମତଦାତା ୧୪୦ ଆସନରେ ୯୫୭ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି । ଏଠାରେ ୟୁଡିଏଫ୍ ଓ ଏଲଡିଏଫ୍ ମଧ୍ୟରେ ଲଢ଼େଇ ହେଉଥିବା ବେଳେ ରାଜନୀତିକ ବିଶେଷଜ୍ଞଙ୍କ ମତରେ ବିଜେପି ତୃତୀୟ ବିକଳ୍ପ ଭାବେ ଉଭା ହୋଇପାରେ ।

ପଶ୍ଚିମବଙ୍ଗ

ମଙ୍ଗଳବାର ପଶ୍ଚିମବଙ୍ଗରେ ତୃତୀୟ ପର୍ଯ୍ୟାୟ ଲାଗି ମତଦାନ ଜାରି ରହିଛି । ଚଳିତ ପର୍ଯ୍ୟାୟରେ ଗ୍ରାମୀଣ ହାୱଡ଼ା, ସୁନ୍ଦରବନ, ଡାଏମଣ୍ଡ ହାର୍ବର ଓ ଦକ୍ଷିଣ ୨୪ ପ୍ରଗଣାର ବାରୁଇପୁର ଅଞ୍ଚଳ ଓ ହୁଗଳି ଜିଲ୍ଲାର କିଛି ଅଞ୍ଚଳରେ ଭୋଟ୍ ହେଉଛି । ମତଦାନ ହେଉଥିବା ଅଧିକାଂଶ ଆସନ ତୃଣମୂଳ କଂଗ୍ରେସର ଗଡ଼ ବୋଲି କୁହାଯାଉଛି । ପ୍ରାୟ ୭୮ ଲକ୍ଷ ୫୨ ହଜାର ୪୨୫ ଜଣ ମତାଦାତା ୩୧ ଆସନର ୨୦୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ।

Image

ଆସାମ

ଅନ୍ତିମ ପର୍ଯ୍ୟାୟରେ ଆସାମର ୪୦ ଆସନରେ ଭୋଟିଂ ଚାଲିଛି । ତୃତୀୟ ପର୍ଯ୍ୟାୟରେ ବରିଷ୍ଠ ମନ୍ତ୍ରୀ ହିମନ୍ତ ବିଶ୍ୱ ମରମା, ୫ କ୍ୟାବିନେଟ ମନ୍ତ୍ରୀ ଓ ରାଜ୍ୟ ବିଜେପି ସଭାପତି ରଣଜୀତ କୁମାର ଦାସଙ୍କ ସହ ୩୩୭ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର ।

ପୁଡୁଚେରୀ

ପୁଡୁଚେରୀର ବିଧାନସଭାର ସମସ୍ତ ୩୦ ଆସନରେ ଆଜି ମତଦାନ ଚାଲିଛି । ନିର୍ବାଚନ ପୂର୍ବରୁ ହିଁ ଭି. ନାରାୟଣସାମୀଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର ବହୁମତ ହରାଇବା ପରେ ଭାଙ୍ଗି ଯାଇଥିଲା । କେନ୍ଦ୍ର ଶାସିତ ଏହି ପ୍ରଦେଶରେ ଏନଡିଏ ଓ ୟୁପିଏ ମଧ୍ୟରେ କଡ଼ା ମୁକାବିଲା ହେଉଛି ।

ସଂକ୍ରମିତଙ୍କ ଘର ପାଖକୁ ଯାଇଁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବେ ଆରଆରଟି ଟିମ୍

ଭୁବନେଶ୍ୱର: ମଙ୍ଗଳବାର ଠାରୁ ଭୁବନେଶ୍ୱରରେ ଆରମ୍ଭ ହେବ ରାପିଡ୍ ରେସ୍ପନ୍ସ ଟିମ୍ (RRT) ଟିମର କାର୍ଯ୍ୟ। ଘର ଘର ବୁଲି ଯୋଗାଇବେ ସ୍ୱାସ୍ଥ୍ୟ ସମ୍ପର୍କିତ ସେବା ଓ ପରାମର୍ଶ। ୩୦ଜଣିଆ ଡାକ୍ତରୀ ଦଳ ଯୋଗ ଦେବେ କାର୍ଯ୍ୟରେ। ଟିମରେ ରହିବେ ଆୟୁର୍ବେଦିକ, ଏଲୋପ୍ୟାଥିକ ଓ ହୋମିଓପ୍ୟାଥିକ ଡାକ୍ତର। ଭୁବନେଶ୍ୱରରୁ ଚିହ୍ନଟ ଅଧିକାଂଶ ଆକ୍ରାନ୍ତ ଘରେ ସଙ୍ଗରୋଧରେ ରହିବାକୁ କରୁଛନ୍ତି ପସନ୍ଦ। ସେମାନଙ୍କୁ ପରାମର୍ଶ ଦେବାକୁ ପୂର୍ବରୁ 1929 ହେଲ୍ପ ଲାଇନ ନମ୍ୱର କାର୍ଯ୍ୟକ୍ଷମ ହୋଇଥିବା ବେଳେ ଏବେ ଘର ଘର ବୁଲି ସ୍ୱାସ୍ଥ୍ୟ ସେବା ଯୋଗାଇଦେବ ଟିମ୍ । ଘରେ ସଂଗରୋଧରେ ଥିବା ସଂକ୍ରମିତଙ୍କ ସମସ୍ୟାର ସମାଧାନ କରିବ RRT।

ଏଥିସହିତ ପଢ଼ନ୍ତୁ: ଆସାମ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବିବାଦୀୟ ବୟାନ, ମାସ୍କ ପିନ୍ଧିଲେ ବେପାର ମାନ୍ଦା