‘ନାରଦା’ ମାମଲାରେ ୩ TMC ନେତାଙ୍କୁ ଗିରଫ କଲା ସିବିଆଇ: ମମତା ପହଞ୍ଚି କହିଲେ ମୋତେ ଗିରଫ କର

କୋଲକାତା: ସରିଲା ନିର୍ବାଚନ ଫେରିଲା ସିବିଆଇ । କିଛି ଦିନର ନିରବତା ପରେ  ପଶ୍ଚିମବଙ୍ଗରେ ପୁଣି ଆକ୍ସନମୋଡରେ ଏହି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ୩ ବରିଷ୍ଠ ତୃଣମୂଳ କଂଗ୍ରେସ ନେତା ଏବଂ ମନ୍ତ୍ରୀଙ୍କୁ ଗିରଫ କରିଛି ସିବିଆଇ । ନାରଦା ଷ୍ଟ୍ରିଂ ଅପରେସନ୍ ମାମଲାରେ ସେମାନଙ୍କୁ ଗିରଫ କରିଥିବା ସୂଚନା । ସୋମବାର ସକାଳେ ପରିବହନ ମନ୍ତ୍ରୀ ଫିରହାଦ୍ ହାକିମ୍, ପଞ୍ଚାୟତ ମନ୍ତ୍ରୀ ସୁବ୍ରତ ମୁଖର୍ଜୀ, ବିଧାୟକ ମଦନ ମିତ୍ର ଏବଂ ପୂର୍ବତନ ଟିଏମ୍‌ସି ମେୟର ଶୋଭାନ ଚାଟାର୍ଜୀ ସିବିଆଇ ଦ୍ୱାରା ଗିରଫ ହୋଇଛନ୍ତି । ଏହା ପରେ ସିବିଆଇ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏବଂ ମୋତେ ମଧ୍ୟ ଗିରଫ କର ବୋଲି ସେ କହିଛନ୍ତି ।

ପ୍ରଥମେ ହକିମ୍ , ଶ୍ରୀ ମିତ୍ର ଏବଂ ଶ୍ରୀ ଚାଟାର୍ଜୀଙ୍କୁ ସେମାନଙ୍କ ଘରେ ଅଟକ ରଖିଥିଲା ସିବିଆଇ ।  ପରେ ସେମାନଙ୍କ କୋଲକାତା ସ୍ଥିତି ସିବିଆଇ କାର୍ଯ୍ୟାଳୟକୁ ନେଇଥିଲା । ତାଙ୍କୁ ନାରଦା ଷ୍ଟ୍ରିଂ ଅପରେସନ୍ ମାମଲାରେ ଗିରଫ କରାଯାଇଥିବା ସେ କହିଛନ୍ତି । ତେବେ ତାଙ୍କୁ କୌଣସି ପ୍ରକାର ନୋଟିସ କରାନଯାଇ ଗିରଫ କରାଯାଇଥିବା ସେ କହିଛନ୍ତି ।

            ତେବେ ହାକିମଙ୍କୁ ସିବିଆଇ କାର୍ଯ୍ୟାଳୟ ନେବା ବେଳେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଥିଲା । ବହୁ ସଂଖ୍ୟାରେ ଟିଏମ୍‌ସି କର୍ମକର୍ତ୍ତା ତାଙ୍କ ଘର ନିକଟରେ ଜମା ହୋଇ ପ୍ରତିବାଦ କରିଥିଲେ । ଏଭଳି କି ସିବିଆଇ ଗାଡ଼ ଯିବାକୁ ବାଟ ଛାଡ଼ି ନଥିଲେ ଟିଏମ୍‌ସି କର୍ମକର୍ତ୍ତା । ପରେ ହାକିମ୍ ବୁଝାସୁଝା କରିବା ପରେ ଟିଏମ୍‌ସି କର୍ମକର୍ତ୍ତା ସିବିଆଇ ଗାଡ଼ି ଯିବାକୁ ବାଟ ଛାଡ଼ିଥିଲେ ।

Leave a Reply