ଏକାକୀ ରହୁଥିବା ବୟସ୍କଙ୍କୁ ଟିକାକରଣ କେନ୍ଦ୍ରରେ ପହଁଚାଉଛି BMC

ଭୁବନେଶ୍ୱର: ବୟସ୍କ ବ୍ୟକ୍ତିଙ୍କ ପାଇଁ ବିଏମସି ବଢାଇଲା ସାହାଯ୍ୟର ହାତ । ସିନିଅର ସିଟିଜେନଙ୍କ ପାଇଁ ସାହାଯ୍ୟର ହାତ ବଢ଼ାଇଛି ଭୁବନେଶ୍ୱର ମହାନଗର ନିଗମ । ଚଳପ୍ରଚଳ କରିପାରୁନଥିବା ୬୦ ବର୍ଷରୁ ଉର୍ଦ୍ଧ ବୟସ୍କ ଲୋକଙ୍କୁ ଘରୁ ଆଣି କୋଭିଡ ଟିକା ଦେଇଛି ବିଏମସି । ଆଜିଠାରୁ ଏଭଳି ଅଭିନବ ଉପାୟରେ ଟିକାକରଣ ଆରମ୍ଭ କରାଯାଉଛି ।

ଅଧିକାଂଶ ବ୍ୟକ୍ତିଙ୍କ ପୁଅ ଓ ଝିଅ ବାହାରେ ରହୁଥିବାରୁ ସେମାନଙ୍କର ଟିକାକରଣରେ ଅସୁବିଧା ସୃଷ୍ଟି ହୋଇଛି । ଏ ସମସ୍ତ ଘଟଣାକୁ ପରିଲିଖିତ କରି ବିଏମସି ଏହି ବ୍ୟବସ୍ଥା କରିଛି । ବିଏମସି ଅଞ୍ଚଳରେ ୬୦ ବର୍ଷରୁ ଉର୍ଦ୍ଧ୍ୱ ବୟସର ଲୋକମାନେ ଟିକା ନେବାର ପୂର୍ଵ ଦିନ ୧୯୨୯ ନମ୍ବରରେ କଲକରିବା ସହ ବୁକିଂ କରିପାରିବେ । ଏହାର ପରଦିନ ବିଏମସିର ସ୍ୱତନ୍ତ୍ର ଗାଡି ଯାଇ ତାଙ୍କୁ ଘରୁ ଆଣିବା ସହ ଟିକାକରଣ ପରେ ଘରେ ଛାଡ଼ି ଆସିବାର ବ୍ୟବସ୍ଥା କରିଛି ।

ବର୍ତ୍ତମାନ ୩ ଟି କେନ୍ଦ୍ରରେ ଏହି ଟିକାକରଣ ଚାଲୁରହିଛି । ଅନ୍ୟପଟେ ଏଭଳି ବ୍ୟବସ୍ଥା ଦ୍ୱାରା ପ୍ରାପ୍ତ ବୟସ୍କ ବ୍ୟକ୍ତି ଉପକାର ପାଇପାରିବେ ଓ ଏହି ପଦକ୍ଷେପ ସ୍ୱାଗତଯୋଗ୍ୟ ବୋଲି କହିଛନ୍ତି କିଛି ବରିଷ୍ଠ ନାଗରିକ । ଏଭଳି ସ୍ଥିତିରେ ଟିକାକରଣର ଆବଶ୍ୟକତା ରହିଥିବାବେଳେ ପରିଜନ ପାଖରେ ନଥିବାରୁ ଟିକାକରଣରୁ ବଞ୍ଚିତ ହେଉଥିଲେ ବୟସ୍କ ବ୍ୟକ୍ତି । ବିଏମସିର ଏହି ପ୍ରୟାସ ଦ୍ୱାରା ସେମାନେ ଉପକୃତ ହୋଇଛନ୍ତି ।

Leave a Reply