ପୋଲିସ-ନକ୍ସଲ ଗୁଳି ବିନିମୟ,କ୍ରସ ଫାୟାରରେ ୩ ଗ୍ରାମବାସୀ ନିହତ

ରାୟପୁର: ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ପୁଣି ମାଓବାଦୀଙ୍କ ତାଣ୍ଡବ । ସୁକମା ଜିଲ୍ଲାରେ ପୋଲିସ୍ କ୍ୟାମ୍ପ ଉପରେ ଗୁଳି ବିନିମୟ କରିଛନ୍ତି ମାଓବାଦୀ । ଏଥିରେ ତିନି ଜଣ ସ୍ଥାନୀୟ ବାସିନ୍ଦାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଲିଛି । ସିଲଗୀର୍ ଅଞ୍ଚଳରେ ହେଉଥିବା ପୋଲିସ୍ କ୍ୟାମ୍ପକୁ ବିରୋଧ କରି ଗତ ତିନି ଦିନ ହେଲା ସ୍ଥାନୀୟଲୋକ ଆନ୍ଦୋଳନ କରୁଥିଲେ । ହେଲେ ଆଜି ପୋଲିସ୍ କ୍ୟାମ୍ପ ଉପରେ ଅଚାନକ ଗୁଳିଚାଳନା କରିଥିଲେ ମାଓବାଦୀ ।

ସୁକମାରେ ମାଓ ଉତ୍ପାତ କମାଇବାକୁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଆଣ୍ଟା ଭିଡିଛନ୍ତି । ସେପଟେ ପ୍ରଶାସନର ଏଭଳି ଋଣନୀତିରେ ରକ୍ତମୁଖା ହୋଇ ଉଠିଛନ୍ତି ମାଓବାଦୀ । ଯେଉଁଥିପାଇଁ ପୋଲିସ କ୍ୟାମ୍ପକୁ ବିରୋଧ କରି ଗୁଳି ଚାଳନା କରିଥିବା ଜଣା ପଡିଛି । ଯେଉଁଥିରେ ସ୍ଥାନୀୟ ଲୋକଙ୍କ ମୃତ୍ୟୁ ହୋଇଛି ।

ଗତମାସରେ ବିଜାପୁର ଏନକାଉଣ୍ଟରରେ 22 ଜଣ ଯବାନ ମାଏବାଦୀଙ୍କ ଗୁଳିରେ ସହିଦ ହୋଇଥିଲେ । ଏହାପରେ ମଧ୍ୟ ଜଣେ ଯବାନଙ୍କୁ ଅପହରଣ କରିନେଇଥିଲେ ମାଓବାଦୀ । ସର୍ତ୍ତ ମୁତାବକ ପରବର୍ତ୍ତୀ ସମୟରେ ଖଲାସ କରିଥିଲେ  । ହେଲେ ପୁଣି ଥରେ ଆଶାକର୍ମୀ ଏବଂ ନର୍ସଙ୍କୁ ଅପହରଣ କରିନେଇଥିଲେ  ।

Leave a Reply