spot_img
Home Blog Page 5770

Cooch Behar Firing : ମମତାଙ୍କ ନିର୍ବାଚନ କମିଶନଙ୍କ ଉପରେ ଆକ୍ରମଣ,ମୋତେ ରୋକିବା ପାଇଁ ୭୨ ଘଣ୍ଟାର ବ୍ୟାନ୍

କୋଲକତା: ଶନିବାର ଦିନ ପଶ୍ଚିମବଙ୍ଗର କୁଚବିହାର ଜିଲ୍ଲାର ଏକ ମତଦାନ କେନ୍ଦ୍ରରେ ସିଆଇଏସଫ ଦ୍ୱାର ହୋଇଥିବା ଗୁଳିକାଣ୍ଡକୁ ପରେ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି । ନିର୍ବାଚନ କମିଶନ କୁଚବିହାରକୁ କୌଣସି ଦଳର ନେତା ଆସନ୍ତା ୭୨ ଘଣ୍ଟା ପାଇଁ ଯାଇ ପାରିବେ ନାହିଁ ବୋଲି ଆଦେଶ ଦେବା ପରେ ଟିଏମସି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆକ୍ରାମକ ହୋଇଛନ୍ତି । ନିର୍ବାଚନ କମିଶନଙ୍କୁ ନିଶାନାକୁ ନେଇ ମମତା କହିଛନ୍ତି ଯେ, ତାଙ୍କୁ ରୋକିବା ପାଇଁ ଏହି ୭୨ ଘଣ୍ଟାର ବ୍ୟାନ୍ ଲାଗୁ କରାଯାଇଛି । ସେ କହିଛନ୍ତି ଯେ, ନିର୍ବାଚନ କମିଶନଙ୍କ MCC(Model Code of Conduct) ହେଉଛି ମୋଦି କୋଡ୍ ଅଫ୍ କଣ୍ଡକ୍ଟ ।

ରବିବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ନିର୍ବାଚନ କମିଶନ ତାଙ୍କୁ କୁଚବିହାର ଯିବାରୁ ରୋକିବା ପାଇଁ ୭୨ ଘଣ୍ଟାର ବ୍ୟାନ୍ ଲଗାଇଛନ୍ତି । ନିର୍ବାଚନ କମିଶନ ତଥ୍ୟକୁ ଲୁଚାଇବା ପାଇଁ ଉଦ୍ୟମ କରୁଛି । ସିତଲକୁଚିରେ ଗ୍ରାମବାସୀଙ୍କ ଉପରକୁ ଗୁଳି ଚଳାଗଲା । କୁଚବିହାର ଯିବାରୁ ନେତାଙ୍କୁ ରୋକିବା ପାଇଁ ନିର୍ବାଚନ କମିଶନଙ୍କ ପଦକ୍ଷେପ ଅଦ୍ଭୁତପୂର୍ବ । ମୁଁ ସିତଲକୁଚି ଯିବାକୁ ଚାହୁଁଛି ।

ଜାଣିଶୁଣି ଗୁଳିମାଡ଼ ହୋଇଛି
ମମତା ଏହା ମଧ୍ୟ କହିଛନ୍ତି ଯେ, ଲୋକଙ୍କ ଉପରକୁ ଜାଣିଶୁଣି ଗୁଳି ଚଳା ଯାଇଥିଲା । କୁଚବିହାର ଗୁଳିକାଣ୍ଡକୁ ସେ ନରସଂହାର ବୋଲି କହିଛନ୍ତି । ସେ କହିଛନ୍ତି ଯେ,ସୁରକ୍ଷାକର୍ମୀ ପାଦ କିମ୍ବା ଶରିରର ନିମ୍ନଭାଗକୁ ଗୁଳି ମାରିବାର ଥିଲା । କିନ୍ତୁ ସେମାନ ଶରିର ଉପରକୁ ଚାରି ପଟୁ ଗୁଳି ମାଡ କରିଛନ୍ତି । ଯେଉଁ ଲୋକମାନଙ୍କର ଏହି ଘଟଣାରେ ମୃତ୍ୟୁ ହୋଇଛି ସେମାନଙ୍କ ଗାଲ ଓ ଛାତିରେ ଗୁଳି ଲାଗିଛି ।

ସିଆଡି ତଦନ୍ତ ହେବ
ଆତ୍ମରକ୍ଷା ପାଇଁ ସିଆଇଏସଏଫ ଗୁଳି ମାରିଥିବା ଦାବିକୁ ମୁଖ୍ୟମନ୍ତ୍ରୀ ମମତା ଖାରଜ କରି ଘଟଣାର ସିଆଇଡି ତଦନ୍ତ କରାଯିବ ବୋଲି କହିଛନ୍ତି । ସେ କହିଛନ୍ତି ଯେ, ସିଆଇଏସଏଫ୍ ଯେଉଁ ଦାବି କରୁଛି ତାକୁ ନେଇ କୌଣସି ଭିଡିଓ ପ୍ରମାଣ କିମ୍ବା ଅନ୍ୟ ପ୍ରମାଣ ନାହିଁ । ସୂଚନାଯୋଗ୍ୟ ଯେ, ନିର୍ବାଚନ କମିଶନଙ୍କ ପକ୍ଷରୁ ସିଆଇଏସଏଫ୍ ଆତ୍ମରକ୍ଷା ପାଇଁ ଗୁଳି ଚଳାଇଥିଲା ବୋଲି କୁହାଯାଇଛି । ନିର୍ବାଚନ କମିଶନ ଅନୁସାରେ ୩ଶହରୁ ୪ଶହ ଲୋକ ସୁରକ୍ଷାବଳଙ୍କ ଉପରେ ଆକ୍ରମଣ କରିଥିଲେ । ଫଳରେ ସେମାନଙ୍କୁ ଆତ୍ମରକ୍ଷା ପାଇଁ ଗୁଳି ଚଳାଇବାକୁ ପଡିଥିଲା ।

ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ: ସୁରକ୍ଷା ଦାୟିତ୍ୱରେ ଥିବା କର୍ମଚାରୀ ନିଲମ୍ୱିତ

ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାରେ କାର୍ଯ୍ୟାନୁଷ୍ଠାନ  । ସୁରକ୍ଷା ଦାୟିତ୍ୱରେ ଥିବା ୬ଜଣ ପୋଲିସ କର୍ମଚାରୀଙ୍କୁ ସସପେଣ୍ଡ କରାଯାଇଛି  । ହାବିଲଦାର ରମେଶ ଚନ୍ଦ୍ର ଦେହୁରୀ ସସପେଣ୍ଡ ହୋଇଥିବେଳେ କନଷ୍ଟେବଳ ବୁଲବୁଲ୍ ସାହୁ, ଦୀପକ ସାହୁ , କନଷ୍ଟେବଳ ମହମ୍ମଦ ମୌସିମ୍, ଉମାକାନ୍ତ ବେହେରା , କନଷ୍ଟେବଳ ସୁଧାଂଶୁ ମାଝୀ ସସପେଣ୍ଡ ହୋଇଛନ୍ତି  । ଏମାନେ ସମସ୍ତେ ହାଇଦରର ସୁରକ୍ଷା ଦାୟିତ୍ବରେ ଥିଲେ । ବିଭାଗୀୟ ତଦନ୍ତ ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସମ୍ବଲପୁର ଏସ୍‌ପି ବି. ଗଙ୍ଗାଧର ଏହି ସୂଚନା ଦେଇଛନ୍ତି ।

ସୂଚନା ଯୋଗ୍ୟ ଯେ, ଗତକାଲି କଟକ ଏସସିବି ମେଡିକାଲରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ହୋଇଛି । ସର୍ଜରୀ ବିଭାଗରେ ଚିକିତ୍ସାଧିନ ଥିବା ବେଳେ କୁଖ୍ୟାତ ଅପରାଧୀ ହାଇଦର ସୁରକ୍ଷାକର୍ମୀଙ୍କୁ ନିଶା ଦେଇ ଫେରାର ହୋଇଯାଇଛି । ଗତ ୧୨ ଦିନ ତଳେ ଏସସିବି ମେଡିକାଲରେ ହାଇଦର ଭର୍ତ୍ତି ହୋଇଥିଲା । ଗ୍ୟାଙ୍ଗଷ୍ଟର ସୁଲେମାନ ହତ୍ୟାକାଣ୍ଡରେ ସଜ୍ଜା କାଟୁଥିଲା ହାଇଦର । ସମ୍ବଲପୁର ସର୍କଲ ଜେଲରେ ସଜା କାଟୁଥିଲା । ୨୦୦୯ ମସିହାରେ ଗ୍ୟାଙ୍ଗଷ୍ଟର ସୁଲେମାନଙ୍କୁ ହତ୍ୟା କରାଯାଇଥିଲା ।

ଏଥିସହିତ ପଢ଼ନ୍ତୁ: ହାଇଦର ଫେରାର୍ ପଛରେ ପରିବାର ! କଟକ ସହ ସଂଲଗ୍ନ ଜିଲ୍ଲାରେ ପୋଲିସର ରେଡ୍

‘ଟିକା ଉତ୍ସବ ଆରମ୍ଭ’: ଦେଶବାସୀଙ୍କୁ ୪ଟି ଅନୁରୋଧ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ମାତ୍ ଦେବା ପାଇଁ ସାରା ଦେଶରେ ଜାରି ରହିଛି ଟିକାକରଣ। ଆଜିଠୁ ଆରମ୍ଭ ହେଭଛି ଟିକା ଉତ୍ସବ। ଆସନ୍ତା ୧୪ ତାରିଖ ଯାଏ ସାରା ଦେଶରେ ଟିକା ଉତ୍ସବ ପାଳନ କରାଯିବ। ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରି ଟିକା ଉତ୍ସବ ପାଳନ କରିବାକୁ ଆହ୍ୱାନ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ତେବେ ଆଜି ଏ ନେଇ ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରି କହିଛନ୍ତି, ‘ଆମେ ଆଜି ସାରା ଦେଶରେ ‘ଟିକା ଉତ୍ସବ’ ଆରମ୍ଭ କରିବାକୁ ଯାଉଛୁ। ମୁଁ ଦେଶବାସୀଙ୍କୁ ଅପିଲ  କରିବାକୁ ଚାହୁଁଛି ଯେ ସେମାନେ ଏହି ୪ ଟି ଜିନିଷ ଅନୁସରଣ କରନ୍ତୁ। ପ୍ରଥମେ, ଯେଉଁମାନେ ଟୀକାକରଣରେ ସାହାଯ୍ୟ ଆବଶ୍ୟକ କରୁଛନ୍ତି ସେମାନଙ୍କୁ ସାହାଯ୍ୟ କରନ୍ତୁ। ଦ୍ୱିତୀୟରେ, କୋଭିଡ ଚିକିତ୍ସାରେ ଲୋକଙ୍କୁ ସାହାଯ୍ୟ କରନ୍ତୁ। ତୃତୀୟତଃ ମାସ୍କ ପିନ୍ଧନ୍ତୁ ଏବଂ ଅନ୍ୟମାନଙ୍କୁ ବି ମାସ୍କ ପିନ୍ଧିବାକୁ ପ୍ରେରିତ କରନ୍ତୁ। ଏବଂ ଚତୁର୍ଥରେ, ଯଦି କୌ ଣସି ଅଞ୍ଚଳରେ କେହି ବ୍ୟକ୍ତି କରୋନା ପଜିଟିଭ ବାହାରୁଛନ୍ତି ତେବେ ତେବେ ସେଠାରେ ଏକ ମାଇକ୍ରୋ-କଣ୍ଟେନମେଣ୍ଟ ଜୋନ୍ ନିର୍ମାଣ କରିବାରେ ସାହାଯ୍ୟ କରନ୍ତୁ।

ମହାମାରୀ ଭୂତାଣୁକୁ ପ୍ରତିହତ କରିବା ପାଇଁ ଆସିଛି ଭ୍ୟାକସିନ୍ । ଅଦୃଶ୍ୟ ଶତ୍ରୁ ବିରୋଧରେ କରୋନା ଟିକା ଫଳପ୍ରଦ ହେଉଛି । ହେଲେ ଅନେକ ରାଜ୍ୟର ଆବଶ୍ୟକ ମୁତାବକ ଟିକା ନଥିବାରୁ ଚିନ୍ତା ବଢିବାରେ ଲାଗିଛି । ଏଭଳିକି ଅନେକ ସ୍ଥାନରେ ଟିକାକେନ୍ଦ୍ର ମଧ୍ୟ ବନ୍ଦ ହୋଇଗଲାଣି । ଓଡ଼ିଶାରେ ମଧ୍ୟ ସମାନ ସ୍ଥିତି ଦେଖାଦେଇଛି । ରାଜ୍ୟ ସରକାର ୧୦ ଦିନ ପାଇଁ ୨୫ଲକ୍ଷ ଟିକା ଦାବି କରିଥିବା ବେଳେ କେନ୍ଦ୍ର ଗତକାଲି ମାତ୍ର ଅଢ଼େଇ ଲକ୍ଷ ଟିକା ଦେଇଛି । ଯଦି ତୁରନ୍ତ ଆଉ ଟିକା ନଆସେ ତେବେ ଆସନ୍ତାକାଲିଠାରୁ ଓଡ଼ିଶାରେ ଟିକାକରଣ ବାଧାପ୍ରାପ୍ତ ହେବା ଆଶଙ୍କା ରହିଛି ।

କରୋନା ନିୟମର କଡ଼ା ପାଳନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅପିଲ୍: କହିଲେ, ‌ସାମାନ୍ୟ ଅସାବଧାନତା ବଡ଼ ବିପଦର କାରଣ ସାଜିପାରେ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ଟ୍ୱିଟ୍ କରି ସଚେତନତା ବାର୍ତ୍ତା ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ଆମେ ସତର୍କ ଓ ସଚେତନ ହେଲେ ହିଁ କରୋନା ସଂକ୍ରମଣକୁ ପ୍ରତିରୋଧ କରିପାରିବା । ଆମର ସାମାନ୍ୟ ଅସାବଧାନତା ବଡ଼ ବିପଦର କାରଣ ସାଜିପାରେ । କୋଭିଡ୍ ନିୟମର କଡ଼ା ଅନୁପାଳନ କରିବାକୁ ମୁଖ୍ୟମନ୍ତ୍ରୀ ଅପିଲ୍ କରିଛନ୍ତି । ନିୟମିତ ମାସ୍କ ପିନ୍ଧିବା, ନିଜକୁ ତଥା ସମଗ୍ର ସମାଜକୁ ସୁରକ୍ଷିତ ରଖିବା ପାଇଁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୪ ଦିନିଆ ମାସ୍କ ଅଭିଯାନ ପାଇଁ ଗତ ଶୁଖ୍ରବାର ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଦେଲେ । ଏହି ଅଭିଯାନରେ ମାଆମାନେ ନେତୃତ୍ବ ନେବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ । ମାସ୍କ ପରିଧାନ ହିଁ କରୋନାକୁ ପ୍ରତିହତ କରିବା ପାଇଁ ଅମୋଘ ଅସ୍ତ୍ର । ମାସ୍କ ପରିଧାନ ଦ୍ବାରା କରୋନାକୁ ପ୍ରତିହତ କରିହେବ ଓ ଲକ୍‌ଡାଉନ୍‌ ସଟ୍‌ଡାଉନ୍‌କୁ ଏଡାଇହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ମାସ୍କ ଅଭିଯାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପ୍ରଶଂସା କରିଛି ।

ଏଥିସହିତ ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ୧୪ ଦିନିଆ ମାସ୍କ ଅଭିଯାନକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରଶଂସା

ହାର୍ଡକୋର ହାଇଦର ପାଇଁ ହାଇଆଲର୍ଟ: ଡିଜି ଅଭୟଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର: କୁଆଡ଼େ ଗଲା ହାର୍ଡକୋର ହାଇଦର । ଏସ୍‌ସିବି ମେଡିକାଲରୁ ଫେରାର ହୋଇଯାଇଥିବା ଗ୍ୟାଙ୍ଗଷ୍ଟର ହାଇଦରକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି ପୋଲିସ । ଘଟଣାରେ ପୋଲିସ ଡିଜି ଅଭୟ କରିଛନ୍ତି ଉଚ୍ଚସ୍ତରୀୟ ବୈଠକ । ବୈଠକରେ କ୍ରାଇମବ୍ରାଞ୍ଚ ଏଡିଜି ଯଶଓ୍ୱନ୍ତ ସିଂ ଜେଠଓ୍ବା ସାମିଲ । ସେହିପରି ରାଜ୍ୟ ବାହାରକୁ ଯାଉଥିବା ଟ୍ରେନ୍‌ରେ ତଲାସି ସହ ବିମାନ ବନ୍ଦରରେ ଚେକିଂ କରାଯାଇଛି । ସେହିପରି ସୀମାନ୍ତରେ ଥିବା ଫାଟକରେ ଜାରି କରାଯାଇଛି ହାଇଆଲର୍ଟ । ଏନେଇ କମିଶନରେଟ ପୋଲିaସ ପକ୍ଷରୁ ସୂଚନା ଦିଆଯାଇଛି । ଗ୍ୟାଙ୍ଗଷ୍ଟର ହାଇଦର ଫେରାର ହେବା ପରେ କଟକ ସହରର ସମସ୍ତ ସୀମାକୁ ସିଲ୍ କରାଯାଇଛି । ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରି ଗାଡ଼ି ଯାଞ୍ଚ କରୁଛି ପୋଲିସ । ହାଇଦରର ବିଭିନ୍ନ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରିଛି । କଟକ ଡିସିପିଙ୍କ ସମେତ ୩ ଏସପିଙ୍କ ନେତୃତ୍ୱରେ ଜାରି ରହିଛି ଚଢ଼ାଉ । ହାଇଦର ଅସୁସ୍ଥ ଥିବାରୁ ତାକୁ କଟକ ଏସସିବିର ସର୍ଜରୀ ବିଭାଗରେ ଭର୍ତ୍ତି କରାଯାଇଥିଲା । ୧୨ ଦିନ ତଳେ ମେଡିକାଲରେ ଭର୍ତ୍ତି ହୋଇଥିଲା ହାଇଦର । ଖଣି ବ୍ୟବସାୟୀ ରଶ୍ମୀରଞ୍ଜନ ମହାପାତ୍ରଙ୍କୁ ଅପହରଣ ଓ ହତ୍ୟା ଏବଂ ସୁଲେମାନ ହତ୍ୟା ମାମଲାରେ ସମ୍ବଲପୁର ଜେଲରେ ସଜା କାଟୁଥିଲା ହାଇଦର । ଅସୁସ୍ଥ ହେବାରୁ ତାକୁ ପ୍ରଥମେ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ କଟକ ଏସ୍‌ସିବିକୁ ରେଫର ହୋଇଆସିଥିଲା । ଏଠାରୁ ସେ ଫେରାର ମାରିଛି ।

ଏଥିସହିତ ପଢ଼ନ୍ତୁ: ହାଇଦର ଫେରାର୍ ପଛରେ ପରିବାର ! କଟକ ସହ ସଂଲଗ୍ନ ଜିଲ୍ଲାରେ ପୋଲିସର ରେଡ୍

 

ଦେଶରେ ଦେଢ଼ ଲକ୍ଷ ଟପିଲା ଦୈନିକ କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ ବେକାବୁ କରୋନା ଭୂତାଣୁ । ଦେଢ଼ ଲକ୍ଷ ଟପିଲା ଦୈନିକ କରେନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଦେଶରେ ୧ ଲକ୍ଷ ୫୨ ହଜାର ୮୭୯ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେହିଭଳି ୮୩୯ ଜଣକ ମୃତ୍ୟୁ ହୋଇଛି । ଅନ୍ୟପଟେ ୯୦ ହଜାର ୫୮୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦେଶରେ ଏବେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୩ ଲକ୍ଷ ୫୮ ହଜାର ୮୦୫ରେ ଥିବାବେଲେ ଆକଟିଭ୍ କେସ୍ ରହିଛି ୧୦ ଲକ୍ଷ ୪୬ ହଜାର ୬୩୧।

ମହାରାଷ୍ଟ୍ରରେ ସ୍ଥିତି ସାଂଘାତିକ ରୂପ ନେବାରେ ଲାଗିଛି । ଗୁଜରାଟ, ଛତିଶଗଡ, ମଧ୍ୟପ୍ରଦେଶ ଓ ଉତ୍ତର ପ୍ରଦେଶରୁ ଦୈନିକ ହଜାର ହଜାର କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଦେଶରେ ଆକ୍ଚିଭ୍ କେସ୍ ୮ ପ୍ରତିଶତ ଥିବାବେଳେ ମୃତ୍ୟୁ ହାର ୧ ଦଶମିକ ୨୭ ପ୍ରତିଶତ ରହିଛି । ସେହିଭଳି ସୁସ୍ଥ ହାର ରହିଛି ୯୧ ପ୍ରତିଶତ । ଏପଟେ ଟିକାକରଣ ଅଭିଯାନ ମଧ୍ୟ ଜାରି ରହିଛି । ଦେଶରେ ଏଯାବତ୍ ୧୦ କୋଟି ୧୫ ଲକ୍ଷ ୯୫ ହଜାର ୧୪୭ ଡୋଜ୍ ଟିକା ଦିଆସରିଛି।

ଜମ୍ମୁ କଶ୍ମୀରରେ ଯବାନ-ଆତଙ୍କବାଦୀ ମୁହାଁମୁହିଁ: ୩ ଆତଙ୍କବାଦୀ ନିପାତ

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଯବାନ- ଆତଙ୍କବାଦୀ ମୁହାଁମୁହିଁ । ଯବାନଙ୍କ ଗୁଳିରେ ୨ ଜଣ ଆତଙ୍କୀ ନିପାତ ହୋଇଛନ୍ତି । ସୋପିଆଁନରେ ସର୍ଚ୍ଚ ଅପରେସନ୍‌ ବେଳେ ଯବାନ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ । ସୀମାରେ ଅନୁପ୍ରବେଶ ପାଇଁ ବାରମ୍ବାର ଆତଙ୍କବାଦୀ ଯୋଜନା କରି ଆସୁଥିବା ବେଳେ, ଏହାକୁ ଭଣ୍ଡୁର କରୁଛନ୍ତି ଯବାନ । ଆଜି ସର୍ଚ୍ଚ ଅପରେଶନ ବେଳେ ଉଭୟ ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ୨ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚେକିଂକୁ ଜୋରଦାର କରାଯାଇଛି । ଗତକାଲି ମଧ୍ୟ ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଯବାନଙ୍କ ଗୁଳିରେ କିଛି  ଆତଙ୍କବାଦୀ ନିପାତ ହୋଇଥିଲେ ।

ରାଜ୍ୟରେ ପୁଣି ହଜାରେ ଉପରେ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଉପରମୁହାଁ କରୋନା । ଆଜି ପୁଣି ଚିନ୍ତା ବଢ଼ାଇଛି ସଂକ୍ରମଣ । ୨୪ ଘଣ୍ଟାରେ ସୁନ୍ଦରଗଡ଼ରୁ ଚିହ୍ନଟ ହୋଇଛନ୍ତି ସର୍ବାଧିକ ୩୧୭ ଆକ୍ରାନ୍ତ । ସେହିପରି ରାଜ୍ୟରୁ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୩୭୯ ପଜିଟିଭ୍ । କ୍ବାରେଣ୍ଟାଇନରୁ ୮୦୮ ଜଣ ଥିବା ବେଳେ, ଲୋକାଲ କେସ୍ ରହିଛି ୫୭୧ । ସେହିପରି ଖୋର୍ଦ୍ଧାରୁ ୧୫୮, ନୂଆପଡ଼ାରୁ ୯୦, ସମ୍ବଲପୁରରୁ ୮୬, ବରଗଡ଼ରୁ ୬୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଅନୁଗୁଳରୁ ୨୭, ବାଲେଶ୍ବରରୁ ୩୩, ଭଦ୍ରକରୁ ୩୬, ବଲାଙ୍ଗୀରରୁ ୫୪, ବୌଦ୍ଧରୁ ୧, କଟକରୁ ୫୬, ଦେବଗଡ଼ ଓ ଢ଼େଙ୍କାନାଳରୁ ୪ ଜଣ ଲେଖାଏଁ, ଗଜପତିରୁ ୩, ଗଞ୍ଜାମରୁ ୩୧, ଜଗତସିଂହପୁରରୁ ୬, ଯାଜପୁରରୁ ୧୯, ଝାରସୁଗୁଡ଼ାରୁ ୪୨, କଳାହାଣ୍ଡିରୁ ୩୦, କନ୍ଧମାଳରୁ ୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଚନ୍ତି । ସେହିପରି କେନ୍ଦ୍ରାପଡ଼ାରୁ ୬, କେନ୍ଦୁଝରରୁ ୩୦, କୋରାପୁଟରୁ ୯, ମାଲକାନଗିରିରୁ ୪, ମୟୂରଭଞ୍ଜରୁ ୪୯, ନବରଙ୍ଗପୁରରୁ ୭୧, ନୟାଗଡ଼ରୁ ୧୮, ପୁରୀରୁ ୪୩, ରାୟଗଡ଼ାରୁ ୨୫, ସୋନପୁରରୁ ୧୪ ଓ ଷ୍ଟେଟ୍ ପୁଲରୁ ୩୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଏପର୍ଯ୍ୟନ୍ତ ରାଜ୍ୟରେ କରୋନା ଆକ୍ରାନ୍ତ ହେଲେଣି ୩ ଲକ୍ଷ ୪୯ ହଜାର ୫୬୧ ଜଣ ।

ଏଥିସହିତ ପଢ଼ନ୍ତୁ: ମହାରାଷ୍ଟ୍ରରେ ଲାଗୁ ହୋଇପାରେ ଲକ୍‌ଡାଉନ୍: ସର୍ବଦଳୀୟ ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ