ରାଜ୍ୟରେ ଆଉ ୧୨ ହଜାର ୮୫୨ କରୋନା ସଂକ୍ରମିତ ଚିହ୍ନଟ

1 min read

ଭୁବନେଶ୍ୱର: ରାଜ୍ୟରେ ଆଉ ୧୨ହଜାର ୮୫୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସର୍ବାଧିକ ୨୮ଜଣଙ୍କ ଜୀବନ ନେଇ କିଲର ଭାଇରାସ୍ । ଖୋର୍ଦ୍ଧାରୁ ସର୍ବାଧିକ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କଳାହାଣ୍ଡି ଓ ସୁନ୍ଦରଗଡରୁ ୪ଜଣ ଲେଖାଏଁଙ୍କ ମୃତ୍ୟୁ ହୋଇଛି । ଅନୁଗୁଳ ଓ କେନ୍ଦ୍ରାପଡାରୁ ୩ଜଣ ଲେଖାଏଁ, ପୁରୀ , ରାୟଗଡା ଓ ନବରଙ୍ଗପୁରରୁ ୨ଜଣ ଲେଖାଏଙ୍କ ମୃତ୍ୟୁ । ଗଞ୍ଜାମ, ଗଜପତି ନୂଆପଡାରୁ ଜଣେ ଲେଖାଏଁଙ୍କ ମୃତ୍ୟୁ ହୋଇଛି । ୨୪ ଘଣ୍ଟାରେ ୧୦ହଜାର ୬୦୧ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କ୍ବାରେଣ୍ଟାଇନରୁ ୭୧୯୫, ଲୋକାଲ କେସ୍ ୫୬୫୭ । ଖୋର୍ଦ୍ଧାରୁ ୧୯୦୯, କଟକରୁ ୧୦୭୩, ଅନୁଗୁଳରୁ ୯୮୪, ସୁନ୍ଦରଗଡ଼ରୁ ୮୪୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କଳାହାଣ୍ଡିରୁ ୬୬୮, ମୟୂରଭଞ୍ଜରୁ ୫୮୬, ବାଲେଶ୍ବରରୁ ୫୦୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଢେଙ୍କାନାଳରୁ ୪୮୨, ପୁରୀରୁ ୪୭୨, ବରଗଡ଼ରୁ ୪୬୧ ସଂକ୍ରମିତ ଚିହ୍ନଟ । ଝାରସୁଗୁ଼ଡାରୁ ୩୯୯, ସମ୍ବଲପୁରରୁ ୩୫୫, ବୌଦ୍ଧରୁ ୩୪୭, ନବରଙ୍ଗପୁରରୁ ୩୪୪, ଗଞ୍ଜାମରୁ ୩୪୦, ଯାଜପୁରରୁ ୩୩୭, ଷ୍ଟେଟପୁଲରୁ ୩୩୩, ନୟାଗଡ଼ରୁ ୩୩୧, ଜଗତସିଂହପୁରରୁ ୩୦୦ ସଂକ୍ରମିତ ଚିହ୍ନଟ । କେନ୍ଦ୍ରାପଡାରୁ ୨୮୫, ବଲାଙ୍ଗୀରରୁ ୨୭୪, କୋରାପୁଟରୁ ୨୭୨ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରାୟଗଡ଼ାରୁ ୧୯୮, କେନ୍ଦୁଝରରୁ ୧୮୦, ଭଦ୍ରକରୁ ୧୫୧, ମାଲକାନଗିରିରୁ ୧୧୪, ଦେଓଗଡ଼ରୁ ୧୦୫, କନ୍ଧମାଳରୁ ୧୦୪ ସଂକ୍ରମିତ ଚିହ୍ନଟ । ଗଜପତିରୁ ୭୭, ନୂଆପଡାରୁ ୭୦, ସୋନପୁରରୁ ୫୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୪ଲକ୍ଷ ୯୨ହଜାର ୩୮୨ ଥିବା ବେଳେ ମୋଟ୍ ସୁସ୍ଥ ହେଲେଣି ୫ଲକ୍ଷ ୭୭ହଜାର ୯୮୩ସଂକ୍ରମିତ ।

Leave a Reply