ଅବପାତର ରୂପ ନେବ ଲଘୁଚାପ: କାଲି ସାଇକ୍ଳୋନ୍ ଷ୍ଟର୍ମରେ ପରିଣତ ହେବ

1 min read

ଭୁବନେଶ୍ୱର: ସ୍ଥଳ ଭାଗ ମୁହାଁ ବାତ୍ୟା ୟଶ । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ପରେ ଧିରେ ଧିରେ ସ୍ପଷ୍ଟ ହେଉଛି ବାତ୍ୟା ୟଶର ତୀବ୍ରତା  । ଆଜି ଅବପାତର ରୂପ ନେବ ଲଘୁଚାପ । ଅବପାତ ସୃଷ୍ଟି  ପାଇଁ ଅନୁକୂଳ ପାଗ ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଭୋର ୪ଟାରେ ସାଟେଲାଇଟରୁ ଉତ୍ତୋଳନ ଚିତ୍ରରୁ ସ୍ପଷ୍ଟ ହେଉଛି ଯେ ଲଘୁଚାପ ଧିରେ ଧିରେ ଘନୀଭୂତ ହୋଇ ଅବପାତର ରୂପ ନେଉଛି । ଏହା ଆସନ୍ତାକାଲି ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ ବାତ୍ୟା ୟଶ୍ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଘଣ୍ଟାପ୍ରତି ୫୦ ରୁ ୭୦ କିଲୋମିଟର ବେଗରେ ପବନ ବହିବ । ୨୫ ତାରିଖରୁ ଉପକୂଳ ଓଡ଼ିଶାର ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, କଟକ, ଖୋର୍ଦ୍ଧା ଏବଂ ପୁରୀରେ ପ୍ରବଳ ବର୍ଷା ହେବ । ୨୬ ତାରିଖ ବେଳକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଏଥିପାଇଁ ଏହି ସବୁ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।

ଏଥିସହିତ ପଢ଼ନ୍ତୁ: ସୁପରମୁନ୍ କ’ଣ: ଜାଣନ୍ତୁ ମେ’ ୨୬ କାହିଁକି ଦେଖାଯିବ ଚଳିତ ବର୍ଷର ଶେଷ ସୁପରମୁନ୍

Leave a Reply