ମୁମ୍ୱାଇ: ମହାରାଷ୍ଟ୍ରରେ ଆଜିଠୁ ଲକଡାଉନ ନେଇ ହୋଇପାରେ ଘୋଷଣା । ଏନେଇ ଆଜି ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୫ ହଜାର ୪୧୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ ଲାଗୁ ହୋଇଛି ସପ୍ତାହାନ୍ତ ଲକ୍ଡାଉନ । ସୋମବାର ସକାଳ ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ବନ୍ଦ ରହିବ । ମୁମ୍ବାଇ, ନାଗପୁର, ପୁନେ, ନାସିକ, ଥାନେ ଆଦି ସହରରେ କରୋନା ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ସେହିପରି ମୁମ୍ବାଇରେ ରେଲ ପ୍ଲାଟଫର୍ମ ଟିକେଟ ବିକ୍ରି ଉପରେ ରୋକ ଲଗାଇଛନ୍ତି ସରକାର । ତେବେ ସମ୍ପୂର୍ଣ୍ଣ ମହାରାଷ୍ଟ୍ର ଲକଡାଉନ୍ ହେବା ଆବଶ୍ୟକ ବୋଲି କହିଛନ୍ତି ରାଜ୍ୟବାସୀ । ସେପଟେ ଦିଲ୍ଲୀରେ ସବୁ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରହିଛି । ଅନ୍ୟାଦେଶ ପର୍ଯ୍ୟନ୍ତ ବନ୍ଦ ରହିଛି ଦିଲ୍ଲୀର ସବୁ ସ୍କୁଲ । କୋଭିଡ୍ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ବନ୍ଦ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର । ମଧ୍ୟପ୍ରଦେଶର ସବୁ ସହରରେ ଆରମ୍ଭ ହେଉଛି ସପ୍ତାହାନ୍ତ ଲକ୍ଡାଉନ୍ । ଏହି ସମୟରେ କେବଳ ଜରୁରୀକାଳୀନ ସେବାକୁ ଅନୁମତି ମିଳିବ । ଛତିଶଗଡ଼ ରାୟପୁରକୁ ସମ୍ପୂର୍ଣ୍ଣ ଲକଡାଉନ କରାଯାଇଛି ।
୪ ଦିନ ଯାଏଁ ରାଜ୍ୟରେ ବଢ଼ିବନି ତାତି: ଅଧିକାଂଶ ସ୍ଥାନରେ ହେବ ଘଡ଼ଘଡ଼ି ବର୍ଷା
ଭୁବନେଶ୍ୱର: ତାତିରେ ବ୍ରେକ ଲଗାଇବ କାଳବୈଶାଖୀ ବର୍ଷା । କାଳବୈଶାଖୀ ପ୍ରଭାବରୁ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବଢିବନି ତାତି । ରାଜ୍ୟର ଅଧିକାଂଶ ସ୍ଥାନରେ ଘଡଘଡି ବିଜୁଳି ସହ ବର୍ଷା ପବନ ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବିଶେଷ କରି ସୁନ୍ଦରଗଡ, ଦେବଗଡ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ରାୟଗଡା, ଗଞ୍ଜାମ, ଗଜପତି, କନ୍ଧମାଳ, ଖୋର୍ଦ୍ଧା, ନୟାଗଡ, କଟକ, ବଲାଙ୍ଗିର, ସୋନପୁର, ଢେଙ୍କାନାଳ ଆଦି ଜିଲ୍ଲାରେ କାଳବୈଶାଖୀ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି । ବର୍ଷା ସମୟରେ ଘଣ୍ଟାପ୍ରତି ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଏହାସହ ବିହାର ଏବଂ ଝାଡଖଣ୍ଡ ମଧ୍ୟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । କାଳବୈଶାଖୀକୁ ନଜରରେ ରଖି ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ସତର୍କ ରହିବା ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି ଏସ୍ଆରସି । ସଂପୃକ୍ତ ଜିଲ୍ଲାଗୁଡିକରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶନାମାରେ କୁହାଯାଇଛି ।
ଏଥିସହିତ ପଢ଼ନ୍ତୁ: ହାଇଦର ଫେରାର୍ ପଛରେ ପରିବାର ! କଟକ ସହ ସଂଲଗ୍ନ ଜିଲ୍ଲାରେ ପୋଲିସର ରେଡ୍
ଭାରତ-ଚୀନ କମାଣ୍ଡର ସ୍ତରୀୟ ବୈଠକ, ସୀମାରେ ଶାନ୍ତି ପାଇଁ ଭଭୟ ଦେଶର ସହମତି
ନୂଆଦିଲ୍ଲୀ: ଭାରତ-ଚୀନ ମଧ୍ୟରେ ୧୧ତମ କମାଣ୍ଡର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଶନିବାର ଏଲଏସିର ପୂର୍ବ ଲାଦାଖରେ ଥିବା ଚୁସୁଲରେ ଦୁଇ ଦେଶର ଅଧିକାରୀଙ୍କ ମଧ୍ୟରେ ହୋଇଛି । ସୀମାନ୍ତରେ ଦୁଇ ଦେଶ ମଧ୍ୟରେ ଥିବା ତ୍ରୁଟିକୁ ନେଇ ବିସ୍ତୃତ ଭାବେ ଆଲୋଚନା କରାଯାଇଛି । ସେପଟେ ଦୁଇ ଦେଶର ସୀମାରେ ଶାନ୍ତି, ସଂହତି ବଜାୟ ରଖିବା ଏବଂ ଉତ୍ତେଜନା ହ୍ରାସ କରିବା ନେଇ ଆଲୋଚନା ହୋଇଛି । ଉଭୟ ଦେଶର ବରିଷ୍ଠ ଅଧିକାରୀ ମଧ୍ୟ ଏନେଇ ସହମତି ପ୍ରକାଶ କରିଥିବା କହିଛି ସୌରାଷ୍ଚ୍ର ବିଭାଗ ।
11th round India-China Corps Commander Level Meeting was held at Chushul-Moldo border meeting point on 09 April. The two sides had a detailed exchange of views for the resolution of the remaining issues related to disengagement along the LAC in Eastern Ladakh: Defence Ministry
— ANI (@ANI) April 10, 2021
ସେପଟେ ଏନେଇ ସୌରାଷ୍ଟ୍ର ବିଭାଗ କହିଛି, ଦୁଇ ପକ୍ଷ ପ୍ରଟୋକଲ ଅନୁଯାୟୀ ପୂର୍ବରୁ ଘଟିଥିବା ଅନେକ ବିବାଦୀୟ ଘଟଣା ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରସ୍ତୁତ ରହିଛନ୍ତି । ଡି-ଏକ୍ସଲେସନ ଅଫ ଫୋର୍ସଜ କୁ ନେଇ ଭଉୟ ପକ୍ଷ ବିଚାର ବିମର୍ଶ କରିବାର ମାର୍ଗ ପ୍ରସ୍ତୁତ କରିଛନ୍ତି ।
ପାଙ୍ଗୋଗ ହ୍ରଦକୁ ନେଇ ଭାରତ-ଚୀନ ସୀମାରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା । ଉଭୟ ଦେଶର ଏକାଧିକ ଯବାନ ସହିଦ ମଧ୍ୟ ହୋଇଥିଲେ । ଗତବର୍ଷ ମାର୍ଚ୍ଚ ୫ ତାରିଖରୁ ଲାଗି ରହିଥିବା ଏହି ବିବାଦ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଲାଗି ରହିଛି । ଅନେକ ସମୟରେ ମୁହାଁମୁହିଁ ହେବା ଭଳି ପରିସ୍ଥିତି ଉପୁଜୁଥିବା ପରିଲିଖିତ ହେଉଛି । ଏହି ବୈଠକରେ ଏସବୁର ପରିସମାପ୍ତି ଘଟିବା ନେଇ କହିଛି ସୌରାଷ୍ଟ୍ର ବିଭାଗ ।
ଉପନିର୍ବାଚନ ହାରିବା ଭୟରେ ବିଜେପି ମିଛର ପନ୍ଥା ଆପଣାଉଛି: ବିଜେଡି
ଭୁବନେଶ୍ୱର: ଆଉ ମାତ୍ର କିଛି ଦିନ ପରେ ହେବ ପିପିଲି ଉପ ନିର୍ବାଚନ। ଏଥିପାଇଁ ନିର୍ବାଚନୀ ପ୍ରଚାରରେ କମ୍ପୁଛି ପିପିଲି। ଯେତିକି ଯେତିକି ନିର୍ବାଚନ ପାଖେଇ ଆସୁଛି ସେତିକି ସେତିକି ବଢ଼ିଚାଲିଛି ଆରୋପ ପ୍ରତ୍ୟାରୋପ। ପିପିଲି ଉପନିର୍ବାଚନରେ ହାରିବା ନିଶ୍ଚିତ ବୋଲି ଜାଣିବା ପରେ ବିଜେପି ଏବେ ବିଜେଡି ବିରୁଦ୍ଧରେ ହିଂସାକାଣ୍ଡ ଭଳି ମିଛ ଅଭିଯୋଗ ଲଗାଇବା ଆରମ୍ଭ କରିଛି ବୋଲି ବିଜେଡି କହିଛି। ବାସ୍ତବରେ ପିପିଲିରେ ବିଜେପି ହିଁ ବିଜେଡି ଉପରେ ଆକ୍ରମଣ କରିଛି । ଆକ୍ରମଣ ପରେ ଏନେଇ ବିଜେଡି ପକ୍ଷରୁ ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଛି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି। ଓଡ଼ିଶାବାସୀ ଭଲଭାବେ ଜାଣିଛନ୍ତି ବିଜେପି ଓଡ଼ିଶାକୁ ଉତ୍ତରପ୍ରଦେଶ ଓ ବିହାରରେ ପରିଣତ କରିବାକୁ ଚାହୁଁଛି।
କାରଣ ଉତ୍ତରପ୍ରଦେଶ ଓ ବିହାରରେ ନିର୍ବାଚନୀ ହିଂସା ଅଧିକ ଦେଖିାବକୁ ମିଳିଥାଏ ବୋଲି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି। ବିଜେପୁର ଉପନିର୍ବାଚନ ହେଉ କିମ୍ବା ୨୦୧୯ ସାଧାରଣ ନିର୍ବାଚନ। ନିର୍ବାଚନୀ ବ୍ୟବସ୍ଥାକୁ ଖରାପ କରିବା ପାଇଁ ବିଜେପି ଓଡ଼ିଶାରେ ହିଂସା କରିଛି। କିଛିଦିନ ତଳେ ପିପିଲିରେ ଦୁଇଜଣ ବିଜେପି ନେତାଙ୍କ ଠାରୁ ୫୦ଲକ୍ଷ ଟଙ୍କା ଜବତ ହୋଇଥିଲା । ହିଂସାକାଣ୍ଡ ପାଇଁ ବିଜେପି ବାରମ୍ବାର ଉପନିର୍ବାଚନରେ ହାରୁଥିବାବେଳେ ପୁଣିଥରେ ଏଭଳି କାର୍ଯ୍ୟପାଇଁ ପିପିଲି ଉପନିର୍ବାଚନରେ ହାରିବ ବୋଲି ଲେନିନ୍ ମହାନ୍ତି କହିଛନ୍ତି ।
ମେଷ ରାଶିରେ ସୂର୍ଯ୍ୟଙ୍କ ଅବସ୍ଥାନ ପରେ ଚମକିବ ଏହି ସମସ୍ତ ରାଶିର ଭାଗ୍ୟ
୧୪ ଅପ୍ରେଲ ବୁଧବାର ଗ୍ରହଙ୍କ ରାଜା ସୂର୍ଯ୍ୟ ମୀନ ରାଶିରୁ ବାହାରି ମେଷ ରାଶିରେ ପ୍ରବେଶ କରିବେ । ଏହା ୧୩ ଅପ୍ରେଲ ମଧ୍ୟ ରାତ୍ରି ପରେ ୨ ଘଣ୍ଟା ୩୩ ମିନିଟରେ ମେଷ ରାଶିରେ ଅବସ୍ଥାନ କରିବେ । ବୈଦିକ ଜ୍ୟୋତିଷ ଅନୁସାରେ ସୂର୍ଯ୍ୟ ଗୋଟିଏ ରାଶିରେ ଏକ ମାସ ପର୍ଯ୍ୟନ୍ତ ରୁହନ୍ତି ଏବଂ ଯେଉଁ ଦିନ ସୂର୍ଯ୍ୟ କୌଣସି ରାଶିରେ ପ୍ରବେଶ କରନ୍ତି, ସେହି ଦିନକୁ ସଂକ୍ରାନ୍ତି କୁହାଯାଏ । ତେବେ ସୂର୍ଯ୍ୟ ମେଷ ରାଶିରେ ପ୍ରବେଶ କଲେ ସମସ୍ତ ରାଶି ଉପରେ କିଛି ନା କିଛି ପ୍ରଭାବ ପଡ଼ିବ । କିଛି ରାଶିର ଆମଦାନୀ ବଢିବ ତ କିଛି ରାଶିର ବ୍ୟକ୍ତିଙ୍କର ବାଣିଜ୍ୟ କାରବାର ବୃଦ୍ଧି ହେବ । ଏହା ସହିତ କେତେକ ରାଶିରେ ଉତଥାନ ପତନ ଦେଖିବାକୁ ମିଳିବ । ତେବେ ମେଷ ରାଶିରେ ସୂର୍ଯ୍ୟ ଅବସ୍ଥାନ କରିବା ପରେ କେଉଁ କେଉଁ ରାଶିରେ ରାଜସୁଖ ରହିଛି ନଜର ପକାନ୍ତୁ ।
ମେଷ ରାଶି- ସୂର୍ଯ୍ୟଙ୍କ ଅବସ୍ଥାନ ଏହି ରାଶିପାଇଁ ଶୁଭ ସମାଚାର ଆଣିବ । ବିଦେଶରେ ରହିବାର ଆପଣଙ୍କର ଇଛା ପୂରଣ ହୋଇପାରେ । ଆର୍ଥିକ କ୍ଷେତ୍ରରେ ଆପଣଙ୍କୁ ଏକାଧିକ ଲାଭ ମିଳିବ । ଆପଣଙ୍କ ସ୍ଥିତି ଏବଂ କ୍ୟାରିଅରରେ ଉନ୍ନତି ଆସିବ । ଏହା ସହିତ ଯଦି ଆପଣ ଆଇନ କାନୁନ ମଧ୍ୟରେ ଫସିଛନ୍ତି ତେବେ ସମାଧାନର ରାସ୍ତା ମିଳିବ । ନିବେଶ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଏହା ଅନୁକୂଳ ପରିସ୍ଥିତି ହେବ । ଏହା ସହିତ ଯଦି ଆପଣ ବାଣିଜ୍ୟ କରୁଛନ୍ତି ତେବେ ବ୍ୟବସାୟରେ ଉନ୍ନତି ଆସିବ । ଅଫିସରେ କାମ କରୁଥିବା ବ୍ୟକ୍ତିଙ୍କର ଉପରସ୍ଥ କର୍ମଚାରୀଙ୍କ ସହିତ ସୁସମ୍ପର୍କ ସ୍ଥାପନ ହେବ ।
ସିଂହ ରାଶି-
ମେଷ ରାଶିରେ ସୂର୍ଯ୍ୟଙ୍କ ଅବସ୍ଥାନ ଆପଣଙ୍କ ପାଇଁ ବିକାଶର ସମ୍ଭାବନା ଆଣିବ । ଏହାଦ୍ୱାରା ଅନେକ ପ୍ରତିଷ୍ଠିତ ଏବଂ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ଆପଣଙ୍କର ସାକ୍ଷାତ ହେବ । ନୂଆ ଚାକିରି ଖୋଜୁଥିବା ବ୍ୟକ୍ତିଙ୍କ ପାଇଁ ଏହା ଏକ ଶୁଭ ସମୟ ରହିବ । ଆପଣଙ୍କ ବ୍ୟାଙ୍କ୍ବାଲାନ୍ସ ବଢିବ ଏବଂ ଆପଣ ସରକାରୀ ଯୋଜନାର ଲାଭ ଉଠାଇବେ । ଜମି କିଣାବିକା କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଏହା ଶୁଭ ସମୟ ରହିବ । ତେଣୁ ସବୁ ଦିଗକୁ ନଜର ରଖି ଯଦି ଉଚିତ୍ପଦକ୍ଷେପ ନିଅନ୍ତୁ, ସଫଳତା ପ୍ରାପ୍ତି ହେବ ।
ଧନୁରାଶି-
ଏହି ସମୟଟି ଆପଣଙ୍କ ପାଇଁ ବେଶ୍ଉତ୍ତମ ରହିବ । ମେଷ ରାଶିରେ ସୂର୍ଯ୍ୟ ଅବସ୍ଥାନ କଲେ ଆପଣଙ୍କ ଭାଗ୍ୟ ଚମକିବ । ଏହି ଦିନ ଗୁଡ଼ିକରେ ଭାଗ୍ୟ ଆପଣଙ୍କୁ ସମ୍ପୂର୍ଣ୍ଣ ଭାବରେ ସାଥ୍ଦେବ । ଲୋକ ଆପଣଙ୍କ ପରାମର୍ଶ ଲୋଡ଼ିବେ । ଯଦି ଲାଭପାଇଁ କିଛି ନୂଆ ଯାତ୍ରା ଆରମ୍ଭ କରୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଫଳପ୍ରଦ ହେବ । ଆପଣଙ୍କ ଉତ୍ତମ ବିଚାର ପାଇଁ ଆପଣଙ୍କୁ ଖୁବ୍ଉନ୍ନତି ମିଳିବ । ଯଦି ଆପଣ ସିଙ୍ଗଲ ଅଛନ୍ତି ତେବେ ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ।
କୁମ୍ଭରାଶି-
ସୂର୍ଯ୍ୟ ମେଷ ରାଶିରେ ପ୍ରବେଶ କରିବାମାତ୍ରେ ଆପଣଙ୍କ ଭାଗ୍ୟ ଯଥେଷ୍ଟ ଚମକିବ । ଏହି ସମୟଟି ଆପଣଙ୍କ ପାଇଁ ସମ୍ପୂର୍ଣ୍ଣ ଫଳପ୍ରଦ ରହିବା ସହିତ ଅନୁକୂଳ ରହିବ । ଛାତ୍ରଙ୍କ ପାଇଁ ଏହି ସମୟ ଖୁବ୍ଶୁଭ ରହିବ । କାର୍ଯ୍ୟକ୍ଷେତ୍ରରେ ଅବସର ମିଳିବା ସହିତ ଖୁବ୍ଖୁସି ରହିବେ । ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହ ସୁସମ୍ପର୍କ ସ୍ଥାପନ ହେବ । ଜୀବନରେ ମଧୁରତା ଆସିବ । ଏହି ସମୟରେ ଭାଗ୍ୟ ଆପଣଙ୍କର ସମ୍ପୂର୍ଣ୍ଣ ସାଥ୍ଦେବ । ପୁରୁଣା ସମସ୍ୟାରୁ ମୁକ୍ତି ପାଇବେ । ସ୍ୱାସ୍ଥ୍ୟ ଭଲ ରହିବ ।
ମହାରାଷ୍ଟ୍ରରେ ଲାଗୁ ହୋଇପାରେ ଲକଡାଉନ, ମୁଖ୍ୟମନ୍ତ୍ରୀ କହିଲେ ନାହିଁ ଅନ୍ୟ କୈଣସି ବିକଳ୍ପ
ମୁମ୍ବାଇ: ମହାରାଷ୍ଟ୍ରରେ ଲାଗୁ ହେବ ପୁନର୍ବାର ଲକଡାଉନ । ସର୍ବଦଳୀୟ ବୈଠକରେ ଏନେଇ ସଂକେତ ଦେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକେର । ସେପଟେ ରାଜ୍ୟରେ ଯେଉଁଭଳି ଭାବରେ କୋଭିଡ ମାମଲା ବଢିବାରେ ଲାଗିଛି ତାହାର ପ୍ରତିହତ କରିବାକୁ ହେଲେ ସଭିଙ୍କୁ ଏକାଠି ହେବାକୁ ପଡିବ । ଏହା କୌଣସି ରାଜନୈତିକ ମୁଦ୍ଧା କିମ୍ବା ଆରୋପ ପ୍ରତ୍ୟାରୋପର ପ୍ରସଙ୍ଗ ନୁହେଁ । ରାଜ୍ୟରେ କରୋନାକୁ ହଟାଇବାକୁ ହେଲେ ସମସ୍ତଙ୍କୁ ମିଳିତ ହେବାକୁ ପଡ଼ିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ
କରୋନାକୁ ହଟାଇବାକୁ ହେଲେ କେବଳ ଲକଡାଉନର ଆବଶ୍ୟକତା ରହିଛି । ଏଥିପାଇଁ ସମସ୍ତଙ୍କ ସମର୍ଥନ ଆବଶ୍ୟକତା । ସାଧାରଣ ଲୋକଙ୍କୁ କଷ୍ଟ ହୋଇପାରେ । ନିହାତି ଲୋକ ହଇରାଣ ହୋଇପାରନ୍ତି । ତାହା ସ୍ବତେ ମଧ୍ୟ ଲକଡାଉନର ଆବଶ୍ୟକତା ରହିଛି । କରୋନା କେସ ପ୍ରତିଦିନ ବୃଦ୍ଧି ଘଟିବାରେ ଲାଗିଛି । ଚେନ ଦିନକୁ ଦନ ସକ୍ରୀୟ ହେବାରେ ଲାଗିଛି । ତେଣୁ କରୋନା ଚେନକୁ ପ୍ରତିହତ କରିବାକୁ ପଡିବ ବୋଲି ସର୍ବଦଳୀୟ ବୈଠକରେ କହିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ।
ସେପଟେ ମୁଖ୍ୟମନ୍ତ୍ରୀ କହିଛନ୍ତି, ୧୫ରୁ ୨୦ ଏପ୍ରିଲ ମଧ୍ୟରେ ରାଜ୍ୟର କୋଭିଡ ସ୍ଥିତି ବହୁତ ଖରାପ ହେବାକୁ ଯାଉଛି । ଯାହା ସରକାରଙ୍କ ଅଣାୟତ ମଧ୍ୟ ହେବାକୁ ଯାଉଥିବା ଆକଳନ କରାଯାଉଛି । ତେଣୁ ଏହାକୁ ରୋକିବାକୁ ପଡିବ । ଏଥିପାଇଁ ସମସ୍ତ ଦଳଙ୍କ ସମର୍ଥନର ଆବଶ୍ୟକତା ରହିଛି । କେନ୍ଦ୍ର ସରକାର କୋଭିଡର ପ୍ରତିହତ ପାଇଁ ମଧ୍ୟ ଯଥା ସମ୍ଭବ ସହାୟତା କରିଛନ୍ତି । କିନ୍ତୁ ଟିକାକରଣ ପରେ ମଧ୍ୟ ରାଜ୍ୟରେ ସଂକ୍ରମଣ କମିନାହିଁ । ଏପରି ସ୍ଥଳେ ଲକଡାଉନର ଆବଶ୍ୟକତା ରହିଛି । ଏହା ଉପରେ ପୁନର୍ବିଚାର କରାଯିବ କହିଛନ୍ତି ଉଦ୍ଧବ ଠାକେର ।



