କଟକରେ ଲଜ୍ଜା: ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ବନ୍ଧା ହେଲେ ଗଣିତ ଶିକ୍ଷକ
କଟକ:କଟକରେ ଲଜ୍ଜା । ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ଶିକ୍ଷକ ଗିରଫ । ପରୀକ୍ଷା ନାଁରେ ଛାତ୍ରୀଙ୍କୁ ଡାକି ଦୁଷ୍କର୍ମ ଉଦ୍ୟମ ଅଭିଯୋଗ । କଟକର ଏକ ଘରୋଇ ସ୍କୁଲର ଗଣିତ ଶିକ୍ଷକଙ୍କ ନାଁରେ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ଆସିଛି । ଛାତ୍ରୀଙ୍କୁ ହୋଟେଲକୁ ଡାକି ଭେରି ସିମିଲାର ଟେଷ୍ଟ- ଭିଏସଟି ନାଁରେ ଦୁଷ୍କର୍ମ ଉଦ୍ୟମ ହୋଇଥିବା ମଧୁପାଟଣା ଥାନାରେ ଏତଲା ଦିଆଯାଇଛି । ଥାନାରେ ନାବାଳିକାଙ୍କ ପରିବାର ପକ୍ଷରୁ ଏତଲା ପରେ ଗଣିତ ଶିକ୍ଷକଙ୍କୁ ଗିରଫ କରିଛି ପୋଲିସ।
ଏଥିସହିତ ପଢ଼ନ୍ତୁ: ମାସ୍କ ପାଇଁ ଫାଇନ୍ ୨୦୦୦ ହଜାର, ମାଗୁଥିଲେ ୫୦୦: ନିୟମ ପଚାରିବାରୁ ଯୁବକଙ୍କୁ ନିର୍ଦ୍ଧୁମ ପିଟିଲେ ପୋଲିସ ବାବୁ
ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ: ୧୧ ପ୍ରସ୍ତାବକୁ ମିଳିପାରେ ମଞ୍ଜୁରୀ
ଭୁବନେଶ୍ୱର: ଆଜି ରାଜ୍ୟ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିବାକୁ ଥିବା ବେଳେ, ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ନିଆଯିବ ନିଷ୍ପତ୍ତି । ମଧ୍ୟାହ୍ନ ୧୨ଟା ୩୦ରେ କ୍ୟାବିନେଟ ବୈଠକ ବସିବ । ତେବେ ବୈଠକରେ ଉଚ୍ଚଶିକ୍ଷାରେ ଅନୁଦାନ ବ୍ୟବସ୍ଥାରେ ସଂଶୋଧନ ପ୍ରସ୍ତାବ ଆସିପାରେ । ସେହିପରି ୧୧ରୁ ଅଧିକ ପ୍ରସ୍ତାବ ଉପରେ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି ।
ଏଥିସହିତ ପଢ଼ନ୍ତୁ: ମେ’ ୧୫ରୁ ବିଭିନ୍ନ ବିଭାଗର କାର୍ଯ୍ୟ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
ଟ୍ରେନରେ ଚଢିଲେ ୨୫୦, ଓହ୍ଲାଇଲେ ୨୫
ରାଞ୍ଚି: ରବିବାର ମୁମ୍ବାଇରୁ ରାଞ୍ଚି ଆସିଥିବା କରୋନା ସ୍ପେଶାଲ୍ ଟ୍ରେନ୍ ପହଞ୍ଚିବା ପରେ ସମସ୍ତେ ତାଜୁବ୍ ହୋଇ ଯାଇଥିଲେ । ଉକ୍ତ ବିଶେଷ ଟ୍ରେନକୁ ନେଇ ଜିଲ୍ଲା ପ୍ରଶାସନ ତରଫରୁ କରୋନା ଯାଞ୍ଚ ନେଇ ଅନେକ ପ୍ରସ୍ତୁତି କରାଯାଇଥିଲା । କିନ୍ତୁ ଟ୍ରେନରୁ ରାଞ୍ଚି ରେଲୱେ ଷ୍ଟେସନରେ ମାତ୍ର ୨୫ ଜଣ ଯାତ୍ରୀ ଓହ୍ଲାଇଥିଲେ ।
ମୁମ୍ବାଇରୁ ରାଞ୍ଚି ଅଭିମୁଖେ ଯାତ୍ରା ଆରମ୍ଭ କରିଥିବା ଟ୍ରେନରେ ପ୍ରାୟ ୨୫୦ ଜଣ ଯାତ୍ରୀ ଥିଲେ । କିନ୍ତୁ ଅଧିକାଂଶ ଯାତ୍ରୀ ରାଞ୍ଚି ପହଞ୍ଚିବା ପୂର୍ବରୁ ହିଁ ଅନ୍ୟ ଷ୍ଟେସନରେ ଓହ୍ଲାଇ ପଡ଼ିଥିଲେ । ଅନ୍ୟପଟେ ରାଞ୍ଚି ପହଞ୍ଚିବାକୁ ଥିବା ୨୫୦ ଯାତ୍ରୀ ସଂଖ୍ୟା ଆଧାରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ରେଳ ଷ୍ଟେସନରେ କରୋନା ଯାଞ୍ଚ ପାଇଁ ପ୍ରସ୍ତୁତି କରାଯାଇଥିଲା । କିନ୍ତୁ ଟ୍ରେନ୍ ପ୍ଲାଟଫର୍ମରେ ଲାଗିବା ପରେ ସମସ୍ତ କୋଚ୍ ଖାଲି ନଜର ଆସିଥିଲା । ଗୋଟିଏ ବଗିରୁ ୫ ଜଣ ଓ ଅନ୍ୟ ବଗିରୁ ୨୦ ଜଣ ଯାତ୍ରୀ ପ୍ଲାଟଫର୍ମରେ ଓହ୍ଲାଇଥିଲେ । ଏହାକୁ ଦେଖି ରେଲୱେ ଅଧିକାରୀଙ୍କ ସହ ଜିଲ୍ଲା ପ୍ରଶାସନର ଅଧିକାରୀ ହଇରାଣ ହୋଇ ଯାଇଥିଲେ ।



