ବିବାଦୀୟ ମନ୍ତବ୍ୟରୁ ଓହରିଲେ ଯୋଗଗୁରୁ ବାବା ରାମଦେବ: କହିଲେ, ବିବୃତ୍ତି ପାଇଁ ଅନୁତପ୍ତ

1 min read

ନୂଆଦିଲ୍ଲୀ: ବିବାଦୀୟ ମନ୍ତବ୍ୟରୁ ଓହରିଲେ ଯୋଗଗୁରୁ ବାବା ରାମଦେବ । ଆଧୁନିକ ଚିକିତ୍ସା ପଦ୍ଧତିକୁ ନେଇ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ରାମଦେବ ପ୍ରତ୍ୟାହାର କରିନେଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଚିଠି ପରେ ବିବାଦୀୟ ବିବୃତ୍ତି ପ୍ରତ୍ୟାହାର କରିଛନ୍ତି ବାବା । ଏ ନେଇ ସେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କୁ ଟ୍ୱିଟ୍ କରି କହିଛନ୍ତି, ଏଲୋପାଥୀକୁ ନେଇ ଦେଇଥିବା ବିବୃତ୍ତିକୁ ମୁଁ ପ୍ରତ୍ୟାହାର କରୁଛି । ଦେଇଥିବା ବିବୃତ୍ତି ପାଇଁ ମୁଁ ଅନୁତପ୍ତ ବୋଲି ରାମଦେବ ଟ୍ୱିଟ୍ କରିଛନ୍ତି । ଏଲୋପାଥୀ ଚିକିତ୍ସାକୁ ଏକ ଦେବାଳିଆ ସାଇନ୍ସ ବୋଲି କହିଥିଲେ ରାମଦେବ । ଏଲୋପାଥି ଖାଇ ଲକ୍ଷାଧିକ ଲୋକଙ୍କ ମୃତ୍ୟୁ ହୋଇଛି । ରେମଡିସିଭିର ଓ ଫାଭି ଫ୍ଲୁ ଭଳି ଔଷଧକୁ ମଧ୍ୟ ରାମଦେବ ନିନ୍ଦା କରିଥିଲେ । ଏହାକୁ ନେଇ ରାମଦେବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆଇଏମଏ ଦାବି କରିଥିବା ବେଳେ ମନ୍ତବ୍ୟ ପ୍ରତ୍ୟାହାର କରିବାକୁ ଚିଠି ଲେଖିଥିଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।

ଏଥିସହିତ ପଢ଼ନ୍ତୁ: ଟୁଲକିଟ୍ ମାମଲାରେ ଆକ୍ସନ୍, ବିଜେପି ପ୍ରବକ୍ତା ସମ୍ବିତ ପାତ୍ରଙ୍କୁ ପୋଲିସର ନୋଟିସ୍

 

Leave a Reply