ମେ’ ୨୯ରେ ସେନା ୟୁନିଫର୍ମ ପିନ୍ଧିବେ ପୁଲୱାମା ଆକ୍ରମଣରେ ସହିଦ ମେଜରଙ୍କ ପତ୍ନୀ

ପୁଲୱାମାରେ ହମଲାରେ ସହୀଦ ହୋଇଥିବା ମେଜର ବିଭୁତି ଶଙ୍କର ଢୋଣ୍ଡିଆଲଙ୍କ ପତ୍ନୀ ନିକିତା ଢୋଣ୍ଡିଆଲ ଆର୍ମିରେ ସାମିଲ ହେବେ । ଆସନ୍ତା ମେ ୨୯ରେ ସେ ବିଦ୍ଧିବଧ ଭାବେ ସେନା ୟୁନିଫର୍ମ ପିନ୍ଧି ଲେଫ୍ଟନାଣ୍ଟ ଭାବେ କାର୍ଯ୍ୟରେ ଯୋଗଦେବେ । ଗତ ବର୍ଷ ଆହ୍ଲାବାଦରେ ମହିଳା ଏଣ୍ଟ୍ରି ସ୍କିମ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ନିକିତା ।

ସୂଚନା ଥାଉକି, ଫେବୃଆରୀ ୧୪ ୨୦୧୯ରେ କାଶ୍ମୀରର ପୁଲୱାମାରେ ଆତଙ୍କବାଦୀ ହମଲାରେ ସହୀଦ ହୋଇଥିଲେ ଡେହରାଡୁନର ବାସିନ୍ଦା ମେଜର ବିଭୁତି ଢୋଣ୍ଡିଆଲ । ଏହା ପରେ ନିକିତା ତାଙ୍କ ସ୍ୱାମୀଙ୍କ ପଦାଙ୍କ ଅନୁସରଣ କରି ଦେଶ ସେବା କରିବାକୁ ନିଷ୍ପତ୍ତି ନେଇଥିଲେ । ଏଥିପାଇଁ ସେ ଆହ୍ଲାବାଦରେ ମହିଳା ଏଣ୍ଟ୍ରି ସ୍କିମ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ଚେନ୍ନାଇର ଅଫିସର୍ସ ଟ୍ରେନିଂ ଏକାଡେମୀରେ ତାଲିମ ନେଉଥିଲେ ।

ବର୍ତ୍ତମାନ ନିକିତା ତାଲିମ ସମାପ୍ତ କରିସାରିଛନ୍ତି । ସେ ଲେଫ୍ଟନାଣ୍ଟ ଭାବରେ ସେନାରେ ଯୋଗଦେବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଶନିବାର ଦିନ ନିକିତା ଲେଫ୍ଟନାଣ୍ଟ ଭାବରେ ଦେଶ ସେବାରେ ଯୋଗଦେବେ। ଲେଫ୍ଟନାଣ୍ଟ କର୍ଣ୍ଣେଲ ବିକାଶ ନୌଟିୟାଲ ସୂଚନା ଦେଇଛନ୍ତି ଯେ ନିକିତାଙ୍କୁ ୨୯ରେ ପାସ୍ ଆଉଟ କରାଯିବ । ଏହି ଉତ୍ସବରେ ତାଙ୍କ ପିତାଙ୍କୁ ଛାଡିଦେଲେ ଅନ୍ୟ କେହି ସାମିଲ ହୋଇପାରିବେନି । ସେ କହିଛନ୍ତି ଯେ ପାସଆଉଟ ପରେ ସେ ୨୧ଦିନ ପାଇଁ ଛୁଟିରେ ଆସିବେ । ଚେନ୍ନାଇରୁ ସେ ସିଧାସଳଖ ଫରିଦାବାଦରେ ଥିବା ତାଙ୍କ ପିତାଙ୍କ ନିକଟକୁ ଯିବେ । ଉତ୍ତରାଖଣ୍ଡରେ କରୋନା ସ୍ୱାଭାବିକ ହେବା ପରେ ଡେରାଡୁନକୁ ଆସିବେ ।

Leave a Reply