ପାରାଦୀପ ବନ୍ଦରକୁ ୩ ନମ୍ୱର ବିପଦ ସଂକେତ

ଜଗତସିଂହପୁର: ପାରାଦୀପ ବନ୍ଦରକୁ ୩ନମ୍ବର ବିପଦ ସଂକେତ ଜାରି । ବାତ୍ୟା ୟଶକୁ ନେଇ ପାରାଦ୍ଵୀପ ବନ୍ଦର ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ । ବନ୍ଦରର ବର୍ଥରେ ଲାଗିଥିବା ଜାହାଜ ଓ ଆଙ୍କରେଜ ମଧ୍ୟରେ ଥିବା ଜାହାଜ ଗୁଡିକୁ ଗଭୀର ସମୁଦ୍ର ମଧ୍ୟକୁ ପଠାଇବା ଆରମ୍ଭ ହୋଇଛି । ବାତ୍ୟା ୟଶ ପାରାଦ୍ଵୀପରୁ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ଥିବାରୁ , ଅଧିକ ଯୋରରେ ପବନ ସହିତ ଉଚ୍ଚ ସାମୁଦ୍ରିକ ଢେ଼ଉ ଉଠିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ବନ୍ଦରର ଆଙ୍କରେଜ ଓ ବର୍ଥ ମଧ୍ୟରେ ଜାହାଜ ଗୁଡିକ ରହିଲେ ବନ୍ଦର ଓ ଜାହାଜର କ୍ଷତି ଘଟିବାର ସମ୍ଭାବନା ରହିଛି । ଯାହାକୁ ଦୃଷ୍ଟିରେ ରଖି ପାରାଦ୍ଵୀପ ବନ୍ଦର ଆଗୁଆ ପଦକ୍ଷେପ ସହିତ ଜାହାଜ ଗୁଡିକୁ ଗଭୀର ସମୁଦ୍ରର ସୁରକ୍ଷିତ ସ୍ଥାନକୁ ପଠାଇ ଦିଆଯାଉଛି    ।

ଏଥିସହିତ ପଢ଼ନ୍ତୁ: ବାତ୍ୟାର ରୂପ ନେଲା ୟଶ, ୨୪ ଘଣ୍ଟା ମଧ୍ୟରେ ଅତି ଭୀଷଣ ବାତ୍ୟାରେ ପରିଣତ ହେବ

Leave a Reply