spot_img
Home Blog Page 5765

BAFTA Award 2021: ‘ନୋମାଡଲ୍ୟାଣ୍ଡ’କୁ ଶ୍ରେଷ୍ଠ ଫିଲ୍ମ ସମେତ ଆଉ ୪ଟି ପୁରସ୍କାର

ନୂଆଦିଲ୍ଲୀ: The British Academy Of Film And Television Arts (BAFTA) ଆୱାର୍ଡ ୨୦୨୧ ସଫଳତା ପୂର୍ବକ ସମାପ୍ତ ହୋଇଛି । ଦୁଇ ଦିନ ଧରି ଚାଲିଥିବା ଏହି ପୁରସ୍କାର ସମାରୋହର ୭୪ତମ ସଂସ୍କରଣରେ ସର୍ବମୋଟ ୨୫ଟି କ୍ୟାଟେଗୋରୀରେ ବିଜେତା ମାନଙ୍କ ନାମ ଘୋଷଣା କରାଯାଇଥିଲା । କରୋନା ମହାମାରୀ କାରଣରୁ ଆୱାର୍ଡ ଫକ୍ସସନକୁ ଭର୍ଚୁଆଲ ଆୟୋଜିତ କରାଯାଇଥିଲା । ସମାରୋହର ପ୍ରଥମ ଦିନ ଫିଲ୍ମ ମେକିଂର କ୍ରାଫ୍ଟ ସାଇଡରେ ଗୁରୁତ୍ୱ ଦିଆଯାଇଥିଲା ଏବଂ ୮ଟି କ୍ୟାଟେଗୋରୀରେ ପୁରସ୍କାର ଘୋଷଣା କରାଯାଇଥିଲା । ଏହାପରେ ଦ୍ୱିତୀୟ ବା ଶେଷ ଦିନରେ ୧୭ଟି କ୍ୟାଟେଗୋରୀରେ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଗଲା ।

‘ନୋମାଡଲ୍ୟାଣ୍ଡ’ ଜିତିଲା ସର୍ବାଧିକ ଆୱାର୍ଡସ

ହଲିଉଡ ଡ୍ରାମା ଫିଲ୍ମ ‘ନୋମାଡଲ୍ୟାଣ୍ଡ’ ସର୍ବାଧିକ ୪ଟି ପୁରସ୍କାର ଜିତିଛି । ଫିଲ୍ମର ମୁଖ୍ୟ ଅଭିନେତ୍ରୀ ଫ୍ରାନସିସ୍ ମ୍ୟାକଡୋରମ୍ୟାଣ୍ଡ ଏହି ଚଳିଚିତ୍ର ପାଇଁ ସର୍ବଶ୍ରେଷ୍ଠ ଅଭିନେତ୍ରୀର ଆୱାର୍ଡ ହାସଲ କରିଛନ୍ତି । ଅନ୍ୟପଟେ ଫିଲ୍ମର ନିର୍ଦ୍ଦେଶକ କ୍ଲୋ ଝାଓଙ୍କୁ ସର୍ବଶ୍ରେଷ୍ଠ ନିର୍ଦ୍ଦେଶକ ଆୱାର୍ଡ ମିଳିଛି । ବେଷ୍ଟ ଫିଲ୍ମ ଏବଂ ବେଷ୍ଟ ସିନେମାଟୋଗ୍ରାଫି କ୍ୟାଟେଗୋରୀରେ ମଧ୍ୟ ‘ନୋମାଡଲ୍ୟାଣ୍ଡ’ର ନାଆ ରହିଛି । ସେହିପରି ଆନ୍ଥନୀ ହପକିନ୍ସଙ୍କୁ ‘ଦ ଫାଦର’ ଚଳଚିତ୍ର ପାଇଁ ମୁଖ୍ୟ ଅଭିନେତା ଆୱାର୍ଡ ମିଳିଛି ।

‘ମା ରାଇନେ ବ୍ଲାକ ବଟମ’ ଦୁଇଟି ଆୱାର୍ଡ ଆହସ କରିଛି । ଏହି ମ୍ୟୁଜିକାଲ ଡ୍ରାମା ଫିଲ୍ମ କଷ୍ଟ୍ୟୁମ ଡିଜାଇନ ଏବଂ ମେକଅପ, ହେୟାର କ୍ୟାଟେଗୋରୀରେ ପୁରସ୍କାର ବିଜେତା ହୋଇଛି । ପପୁଲାର ଆମେରିକାନ ଡାଇରେକ୍ଟର ନୋଲନଙ୍କୁ ସ୍ପେଶିଆଲ ଭିଜୁଆଲ ଇଫେକ୍ଟ କ୍ୟାଟେଗୋରୀରେ ପୁରସ୍କାର ମିଳିଛି । ଏହା ବ୍ୟତୀତ ‘ସାଉଣ୍ଡ ଅଫ ମେଟାଲ’, ‘ମ୍ୟାଙ୍କ’, ‘ରକ୍ସ’ ସମେତ ଅନେକ ଫିଲ୍ମ ଭିନ୍ନ ଭିନ୍ନ କ୍ୟାଟେଗୋରୀରେ ପୁରାସ୍କାର ହାସଲ କରିଛନ୍ତି ।

ବିରୋଧୀ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିରୋଧୀ ଦଳ ପ୍ରାର୍ଥୀଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପିପିଲି ଉପ-ନିର୍ବାଚନ ନେଇ କଂଗ୍ରେସ ପ୍ରାର୍ଥୀ ହୋଇଥିବା ଅଜିତ ମଙ୍ଗରାଜଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ । ଅଜିତ ମଙ୍ଗରାଜଙ୍କ ଭାଇଙ୍କ ସହ ଫୋନ୍ ଯୋଗେ କଥା ହୋଇ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହିତ ଅଜିତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସୂଚନା ଯୋଗ୍ୟ ଯେ, ଗତ କିଛି ଦିନ ପୂର୍ବେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ୍ । ସେ ବର୍ତ୍ତମାନ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ସେ ଶ୍ୱାସ ନେବାରେ ଅସୁବିଧାର ସମ୍ମୁଖିନ ହେଉଛନ୍ତି ।

ଏଥିସହିତ ପଢ଼ନ୍ତୁ: ପିପିଲି କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ଗୁରୁତର, ମେଡିକାଲରେ ଭର୍ତ୍ତି

ଆନ୍ଧ୍ର ନା କର୍ଣ୍ଣାଟକ କେଉଁଠି ଜନ୍ମ ହୋଇଥିଲେ ହନୁମାନ?

0

ବେଙ୍ଗାଲୁରୁ: ତ୍ରେତୟା ଯୁଗରୁ ଆଜି ପର୍ଯ୍ୟନ୍ତ ପ୍ରଭୁ ହନୁମାନଙ୍କ ବୁଦ୍ଧି ଓ ପରାକ୍ରମକୁ ନେଇ ସବୁବେଳେ ଚର୍ଚ୍ଚା ହୋଇ ଆସୁଛି । ପୌରାଣିକ ଗ୍ରନ୍ଥରେ ସଙ୍କଟମୋଚନ ହନୁମାନଙ୍କ ଅଦ୍ଭୁତ ମହିମା ବିଷୟରେ ବର୍ଣ୍ଣନା ରହିଛି । ନିକଟରେ ଭକ୍ତଙ୍କ ଭାବାବେଗ ସହିତ ଜଡ଼ିତ ପ୍ରଭୁ ହନୁମାନଙ୍କ ଜନ୍ମସ୍ଥାନକୁ ନେଇ ଦକ୍ଷିଣ ଭାରତରେ ଆରମ୍ଭ ହୋଇଛି ନୂଆ ବିବାଦ । କର୍ଣ୍ଣାଟକ ଏବଂ ଆନ୍ଧ୍ରପ୍ରଦେଶ ଉଭୟ ହନୁମାନଙ୍କ ଜନ୍ମସ୍ଥଳୀକୁ ନେଇ ନିଜ ନିଜ ଦାବି ରଖିଛନ୍ତି । ଉତ୍ତର କନ୍ନଡ଼ ଜିଲ୍ଲାର ତୀର୍ଥସ୍ଥଳୀ ଗୌକର୍ଣ୍ଣରେ ମାରୁତିନନ୍ଦନଙ୍କ ଜନ୍ମ ହୋଇଥିବା ଦାବି କରିଛନ୍ତି କର୍ଣ୍ଣାଟକର ଶିବମୋଗାର ଜଣେ ଧର୍ମଗୁରୁ ।

କର୍ଣ୍ଣାଟକର ଦାବିଯେ, ହନୁମାନଙ୍କ ଜନ୍ମ କିସ୍କିନ୍ଧ୍ୟାର ଅଞ୍ଜନାନ୍ଦି ପର୍ବତରେ ହୋଇଥିଲା । ଏହି ସ୍ଥାନ କୋପ୍ପଲ ଜିଲ୍ଲାର ଅନେଗୁଣ୍ଡିରେ ଅବସ୍ଥିତ । ଅନ୍ୟପଟେ ଆନ୍ଧ୍ରପ୍ରଦେଶ ମଧ୍ୟ ହନୁମାନଙ୍କ ଜନ୍ମସ୍ଥଳୀକୁ ନେଇ ଲଗାତାର ଦାବି କରି ଆସୁଛି । ଆନ୍ଧ୍ରପ୍ରଦେଶର ଦାବି ଅନୁସାରେ ହନୁମାନଙ୍କ ଜନ୍ମଭୂମି ତିରୁପତିର ସାତଟି ପାହାଡ଼ ମଧ୍ୟରୁ ଗୋଟିଏ । ଯେଉଁ ପାହାଡ଼ ଅଞ୍ଜନାନ୍ଦ୍ରି ନାମରେ ପରିଚିତ । ସୂଚନାଯୋଗ୍ୟ ତିରୁପତି ସ୍ଥିତ ତିରୁମାଳା ମନ୍ଦିର ଭାରତର ଏକ ପ୍ରସିଦ୍ଧ ଧର୍ମପୀଠ । ତେଲୁଗୁରେ ତିରୁମାଳାର ଅର୍ଥ ସାତଟି ପାହାଡ଼ । ଏହି ସାତଟି ପାହାଡ଼କୁ ଅତିକ୍ରମ କରିବା ପରେ ତିରୁପତି ମନ୍ଦିରର ଦର୍ଶନ ମିଳିଥାଏ ।

କର୍ଣ୍ଣାଟକର ଶିବମୋଗା ସ୍ଥିତ ରାମଚନ୍ଦ୍ରପୁର ମଠର ପ୍ରମୁଖ ରାଘବେଶ୍ୱର ଭାରତୀ ରାମାୟଣ ଆଧାରରେ ହନୁମାନଙ୍କ ଜନ୍ମସ୍ଥାନକୁ ନେଇ ଦାବି କରୁଛନ୍ତି । ରାମାୟଣ ଅନୁସାରେ ଗୌକର୍ଣ୍ଣ ହନୁମାନଙ୍କ ଜନ୍ମସ୍ଥଳୀ ଏବଂ କିସ୍କିନ୍ଧ୍ୟା ତାଙ୍କ କର୍ମସ୍ଥଳୀ ବୋଲି ସେ କହିଛନ୍ତି ।

ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଉତ୍ତର କନ୍ନଡ଼ର ଗୌକର୍ଣ୍ଣ ନା ତିରୁପତିର ଅଞ୍ଜାନାନ୍ଦ୍ରି ପାହାଡ଼ କେଉଁଟି ବାସ୍ତବରେ ହନୁମାନଙ୍କ ଜନ୍ମସ୍ଥଳୀ? ଏହି ବିବାଦର ସମାଧାନ ପାଇଁ ତିରୁମାଳା ତିରୁପତି ଦେବସ୍ଥାନମର ବିଶେଷଜ୍ଞଙ୍କ ଦ୍ୱାରା ଏକ ପ୍ୟାନେଲ ଗଠନ ହୋଇଛି । ଏହି ପ୍ୟାନେଲର ବୈଦିକ ବିଶେଷଜ୍ଞ, ପ୍ରଶ୍ନତତ୍ତ୍ୱବିତ୍‌ବିଶେଷଜ୍ଞଙ୍କ ସମେତ ଇସ୍ରୋ ବୈଜ୍ଞାନିକ ମଧ୍ୟ ସାମିଲ ଅଛନ୍ତି । ଯାହାର ରିପୋର୍ଟ ୨୧ ଅପ୍ରେଲରେ ଉପସ୍ଥାପନ କରାଯିବ ।

ତିରୁମାଳା ତିରୁପତି ଦେବସ୍ଥାନମର ଦାବି ଦୃଢ?

ତିରୁପତିର ଅଞ୍ଜାନାଦ୍ରି ପାହାଡ଼କୁ ନେଇ ଟିଟିଡି ବା ତିରୁମାଳା ତିରୁପତି ଦେବସ୍ଥାନମ୍‌ଟ୍ରଷ୍ଟ ନିଜ ଦାବିକୁ ଦୃଢ ବୋଲି ଯୁକ୍ତି ବାଢିଛନ୍ତି । ଟିଟିଡି ଟ୍ରଷ୍ଟ ବୋର୍ଡ଼ର କାର୍ଯ୍ୟକାରୀ ଅଧିକାରୀ କେ.ଏସ.ଜବାହର ରେଡ୍ଡୀଙ୍କ କହିବା ଅନୁସାରେ ତାଙ୍କ ନିକଟରେ ପୌରାଣିକ ଏବଂ ପ୍ରତ୍ନତାତ୍ତ୍ୱିକ ଉଭୟକୁ ଆଧାର କରି ପ୍ରମାଣ ଅଛି ।

ରାମାୟଣକୁ ନେଇ କର୍ଣ୍ଣାଟକ ମଧ୍ୟ ଦାବି କରୁଛି……

ଅନ୍ୟପଟେ କର୍ଣ୍ଣାଟକର କିସ୍କିନ୍ଧ୍ୟାର ଅଞ୍ଜନାଦ୍ରିକୁ ନେଇ କରାଯାଉଥିବା ଦାବି ସମର୍ଥନରେ ଏକ ପ୍ରକଳ୍ପ ଉପରେ କାମ ଆରମ୍ଭ ହୋଇଛି । ରାମାୟଣ ଅନୁସାରେ ଏହି ସ୍ଥାନରେ ରାମ ଓ ଲକ୍ଷ୍ମଣଙ୍କର ପ୍ରଥମ ଥର ଅନୁମାନଙ୍କ ସହିତ ସାକ୍ଷାତ ହୋଇଥିଲା । ଏହି ସ୍ଥାନକୁ ହନୁମାନଙ୍କ ଜନ୍ମସ୍ଥଳୀ ନାମରେ ତୀର୍ଥସ୍ଥଳୀ ରୁପରେ ବିକଶିତ କରାଯିବ ବୋଲି କହିଛନ୍ତି କୋପ୍ପଲ ଜିଲ୍ଲା ମନ୍ତ୍ରୀ ବିସି ପାଟିଲ ।

Russia Ukraine Conflict: ବିଶ୍ୱ ଯୁଦ୍ଧର ଆତଙ୍କ, ୟୁକ୍ରେନ୍‌କୁ ଚାରିପଟୁ ଘେରିଲା ଋଷ ସେନା

ମସ୍କୋ: ଆକ୍ସନ ମୁଡ୍‌ରେ ରୁଷ୍‌ ସେନା । ୟୁକ୍ରେନ୍‌କୁ ଚାରିପଟୁ ଘେରି ନେଇଛି ଋଷ। ସୀମାରେ ସଂଘର୍ଷ ବୃଦ୍ଧି ପାଇଥିବା ବେଳେ ରୋବୋଟ ଟ୍ୟାଙ୍କର ୟୁନିଟ୍‌କୁ ଏବେ ଆକ୍ଟିଭ୍ କରି ଦିଆଯାଇଛି । ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ୍‌ଙ୍କ ଏହି ନିଷ୍ପତି ଏବେ ବିଶ୍ୱ ଯୁଦ୍ଧର ଆତଙ୍କ ଖେଳାଇଛି।

ରୁଷ୍‌ ସୀମାରେ ଅସ୍ତ୍ରଶସ୍ତ୍ର ଓ ସୈନିକଙ୍କ ସଂଖ୍ୟା ବୃଦ୍ଧି କରିଛି। ରୁଷର ହଜାର ହଜାର ସୈନିକ ଏବଂ ମିଶାଇଲ ଏବେ ୟୁକ୍ରେନ ସୀମାକୁ ଘେରି ରହିଛନ୍ତି। ସ୍ଥିତି ଏମିତି ଯେ ବିଶ୍ୱ ଯୁଦ୍ଧ ହେବ ବୋଲି କୁହାଯାଉଛି। କାରଣ ୟୁକ୍ରେନକୁ ଆମେରିକା ସମେତ ଅନେକ ଦେଶ ସମର୍ଥନ କରୁଛନ୍ତି।  ତେବେ ରୁଷ୍ ୟୁକ୍ରେନ ସୀମାରେ ସୈନ୍ୟସାମନ୍ତ ବଢ଼ାଉଥିବା ଦେଖି ଆମେରିକା ମଧ୍ୟ ଦୁଇଟି ଯୁଦ୍ଧ ଜାହାଜ ସମୁଦ୍ର ଭିତରେ ନିୟୋଜିତ କରିବ ବୋଲି କହିଛି। ଏପ୍ରିଲ ୧୪ ଓ ୧୫ରେ ଆମେରିକାର ଯୁଦ୍ଧ ଜାହାଜ ଯିବ ବୋଲି ତୁର୍କୀ କହିଛି।

ଅନ୍ୟପଟେ ପୁଟିନ୍‌ ଆମେରିକା ସମେତ ୟୁରୋପୀୟ ଦେଶକୁ ଚେତାବନୀ ଦେଇ ଅଶାନ୍ତିର ବାତାବରଣ ସୃଷ୍ଟି ନକରିବାକୁ ପରାମର୍ଶ ଦେଇଛନ୍ତି । ସେନାର ସୈନିକ ଓ ଅସ୍ତ୍ରଶସ୍ତ୍ର ଗୁଡ଼ିକୁ ୟୁକ୍ରେନ୍‌ ବର୍ଡରରେ ଠୁଳ କରିବା ଦେଖି ପୁରା ଦେଶ ଆତଙ୍କିତ ଅଛନ୍ତି।

ସୂଚନାଯୋଗ୍ୟ, ୟୁକ୍ରେନ ଏବଂ ରୁଷ୍ ମଧ୍ୟରେ ୨୦୧୪ରେ ବିବାଦ ଆରମ୍ଭ ହୋଇଥିଲା । ଯେତେବେଳେ ରୁଷ୍ କ୍ରିମିୟା ଦ୍ୱୀପପୁଞ୍ଜକୁ ନିଜ ସହିତ ମିଶ୍ରଣ କଲା। ପୂର୍ବରୁ କ୍ରିମିୟା ୟୁକ୍ରେନର ଏକ ଅଂଶ ଥିଲା। ୨୦୧୪ରେ ୟୁକ୍ରେନରେ ଏକ ବିପ୍ଳବ ହୋଇଥିଲା ଏବଂ ସେତିକିବେଳେ ରୁଷ୍ ହସ୍ତକ୍ଷେପ କରି କ୍ରିମିୟାରେ ନିଜ ସୈନ୍ୟ ପୁରାଇ ଏହାକୁ ନିଜ ଅଧୀନରେ ନେଇଗଲା। ବାସ୍ ସେବେଠାରୁ ଦୁଇ ଦେଶ ମଧ୍ୟରେ ତିକ୍ତତା ବଢ଼ିଛି। ତେବେ  ଋଷର ଏଭଳି ପଦକ୍ଷେପକୁ ପରେ ଏହି ପ୍ରସଙ୍ଗକୁ ନେଇ ନେଇ ରୁଷ ସହିତ ଆମେରିକା, ୟୁରୋପୀୟ ଦେଶର ମତଭେଦ ସୃଷ୍ଟି ହୋଇଛି।

‘ବିଜେପି ଜାଣି ସାରିଛି ସେମାନେ ନିର୍ବାଚନ ହାରୁଛନ୍ତି, ଏଣୁ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି’

ଭୁବନେଶ୍ୱର: ରକ୍ତ ମୁଖା ହୋଇଛି ଭାରତୀୟ ଜନତା ପାର୍ଟି । ବିଜୁ ଜନତା ଦଳର ନିର୍ବାଚନ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଭାରତୀୟ ଜନତା ପାର୍ଟି(ବିଜେପି )ର କର୍ମୀମାନେ ଆମ କର୍ମୀଙ୍କୁ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ଆମର ଦୁଇ ଜଣ କର୍ମୀ ଗୁରୁତର ଅବସ୍ଥାରେ ଡେଲାଙ୍ଗ ଏବଂ ଆନ୍ୟ କର୍ମୀ ଅତି ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ବିଜେପି କର୍ମୀ ଯେଉଁ ହିଂସା ଭିଆଇଛନ୍ତି ତାହାର ପ୍ରମାଣ ଆମେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଦେଇଛୁ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଡ. ସସ୍ମିତ ପାତ୍ର । କେବଳ ଆମ କର୍ମୀଙ୍କୁ ଆକମ୍ରଣ କରିବାରେ ବିଜେପି କର୍ମୀ ସୀମିତ ନ ଥିଲେ,  ସେହି ପରିବାର ମହିଳାମାନେ ଯେତେବେଳେ ତାଙ୍କ ଅବସ୍ଥା ଜାଣିବାକୁ ହସ୍ପିଟାଲରେ ପହଞ୍ଚିଲେ ସେଠାରେ ମଧ୍ୟ ତାଙ୍କୁ ଆକ୍ରମଣ କରାଗଲା । ଏଭଳି  କି ସେମାନଙ୍କ ଲୁଗାପଟାକୁ ମଧ୍ୟ ଟାଣଟଣି କରିଛନ୍ତି । ଏଥିସହିତ ମେଡିକାଲକୁ ଭେଟିବାକୁ ଯାଇଥିବା ରାଜ୍ୟ ସରକାରଙ୍କ ବରିଷ୍ଠ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ମଧ୍ୟ ଆକ୍ରମଣ କରିଛନ୍ତି ବିଜେପି କର୍ମୀ  ଏବଂ ତାଙ୍କ ଗାଡ଼ି  ଭଙ୍ଗାରୁଜା କରିଛନ୍ତି । ବିଜେପି ବିହାର ଏବଂ ୟୁପି ଭଳି ହିଂସାକୁ ପ୍ରଶୟ ଦେବାକୁ ଚାହୁଁଛନ୍ତି । ଭାରତୀୟ ଜନତା ପାର୍ଟି ନିର୍ବାଚନ ହାରିବାକୁ ଯାଉଛି । ଏହା ସେମାନେ ସ୍ପଷ୍ଟ ଭାବେ ଜାଣିସାରିଛନ୍ତି । ଏଣୁ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି । ଭାରତୀୟ ଜନତା ପାର୍ଟି ହିଂସାର ରାସ୍ତା ଛାଡ଼ନ୍ତୁ, ଓଡ଼ିଶା ପରି ଶାନ୍ତିପ୍ରିୟ ରାଜ୍ୟରେ ଶାନ୍ତିର ସହ ନିର୍ବାଚନ ଲଢ଼ନ୍ତୁ ବୋଲି କହିଛନ୍ତି ଡ. ସସ୍ମିତ ପାତ୍ର ।

ଏଥିସହିତ ପଢ଼ନ୍ତୁ: ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ଘେରାଉ କରି ଗାଡ଼ି ଭାଙ୍ଗିଲେ ବିଜେପି କର୍ମୀ, ବିଜେପି ପ୍ରାର୍ଥୀ ଆଶ୍ରିତ ଆକ୍ରମଣରେ ସାମିଲ ନେଇ ଅଭିଯୋଗ

ସୁପ୍ରିମ କୋର୍ଟରୁ ୪୪ କର୍ମଚାରୀ କରୋନା ସଂକ୍ରମିତ: ଘରେ ରହି କାମ କରିବେ ସୁପ୍ରିମ୍‌ କୋର୍ଟର ବିଚାରପତି

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହର ସଂକ୍ରମଣ କ୍ଷିପ୍ରଗତିରେ ମାଡିଚାଲିଛି। ଦେଶର ସୁପ୍ରିମକୋର୍ଟରୁ ୫୦ ପ୍ରତିଶତରୁ ଅଧିକ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ଜଣାଯାଇଛି। ଏହି ରିପୋର୍ଟ ମିଳିବାପରେ ସର୍ବୋଚ୍ଚ ଅଦାଲତ ପରିସରରେ ଭୟର ବାତାବରଣ ଖେଳିଯାଇଛି । ସଂକ୍ରମିତ କର୍ମଚାରୀଙ୍କୁ ଗୃହାବଦ୍ଧ ରହିବାକୁ ପରାମର୍ଶ ଦିଆଯାଇଛି। ଏଥିସହିତ ସର୍ବୋଚ୍ଚ ଅଦାଲତର ସମସ୍ତ କୋର୍ଟ ରୁମ୍‍ ଏବଂ ସମୁଦାୟ ପରିସରକୁ ସାନିଟାଇଜ କରାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଇତିମଧ୍ୟରେ ସୁପ୍ରିମକୋର୍ଟର ସମସ୍ତ ବିଚାରପତି ସେମାନଙ୍କ ଘରେ ଥାଇ ଭିଡିଓ କନଫରେନ୍ସିଂ ଜରିଆରେ ମାମଲାଗୁଡିକର ବିଚାର କରିବେ ବୋଲି ସର୍ବୋଚ୍ଚ ଅଦାଲତଙ୍କ ପକ୍ଷରୁ କୁହାଯାଇଛି।

ପ୍ରାପ୍ତ ସୂଚନା ଅନୁସାରେ, ବିଚାରପତିମାନେ ନିଜ ନିଜ ଘରେ ଥାଇ ଭିଡିଓ କନଭରେନ୍ସିଂ ଜରିଆରେ ଶୁଣାଣି କରିବେ। ଏତେ ଜଣ କର୍ମଚାରୀ ପଜିଟିଭ୍‌ ଆସିଥିବାରୁ ସୁପ୍ରିମ୍‌ କୋର୍ଟର ସମସ୍ତ ପ୍ରକୋଷ୍ଠଗୁଡ଼ିକୁ ସମ୍ପ୍ରତି ‘ସାନିଟାଇଜ୍‌’ କରାଯାଉଛି। ସେହି କାରଣରୁ ଆଜି ଦିନ ୧୦: ୩୦ରେ ହେବାକୁ ଥିବା ସୁପ୍ରିମ୍‌ କୋର୍ଟର ଖଣ୍ଡପୀଠ ଦିନ ୧୧:୩୦ରେ ଆରମ୍ଭ ହୋଇଛି । ଏହାଛଡ଼ା, ଦିନ ୧୧ଟାରେ ହେବାକୁ ଥିବା ଖଣ୍ଡପୀଠ ମଧ୍ୟାହ୍ନ ୧୨ରେ ଆରମ୍ଭ ହୋଇଛି । ସୂଚନାଯୋଗ୍ୟ, ସୁପ୍ରିମ୍‌ କୋର୍ଟରେ ସମୁଦାୟ କର୍ମଚାରୀଙ୍କ ସଂଖ୍ୟା ୩, ୪୦୦।  ଗତବର୍ଷ ଏପ୍ରିଲ୍‌ରୁ ଭର୍ଚ୍ୟୁଆଲ୍‌ ଶୁଣାଣି କରି ଆସୁଥିବା ଉଚ୍ଚତମ ନ୍ୟାୟଳୟ ମାର୍ଚ୍ଚ ୧୫ ତାରିଖ ଠାରୁ ଅଦାଲତରେ ଶୁଣାଣି ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ।

ଅନ୍ୟପଟେ ଦେଶରେ ୨୪ ଘଣ୍ଟାରେ ୧ ଲକ୍ଷେ ୬୮ହଜାର ୯୧୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୯୦୪ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ବେଳେ ୨୪ ଘଣ୍ଟାରେ ୭୫ହଜରା ୮୬ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦେଶରେ ମୋଟ୍ କରୋନା ଆକ୍ଟିଭ କେସ୍ ୧୨ଲକ୍ଷ  ୧ହଜାର ୯ ଥିବା ବେଳେ ମୃତ୍ୟୁସଂଖ୍ୟା ୧ ଲକ୍ଷ ୭୦ହଜାର ୧୭୯ରେ ପହଞ୍ଚିଲାଣି ।

ମହାରାଷ୍ଟ୍ରରେ ସ୍ଥିତି ଅସମ୍ଭାଳ, ଲକ୍‌ଡାଉନ୍‌ ଘୋଷଣା କରିପାରନ୍ତି ଉଦ୍ଧବ ସରକାର

ମୁମ୍ବାଇ: ମହାରାଷ୍ଟ୍ରରେ ଲଗାତାର ବଢ଼ିଚାଲିଛ କରୋନା ସଂକ୍ରମଣ। ଦିନକୁ ଦିନ ରାଜ୍ୟରେ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ରାଜ୍ୟରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଘୋଷଣା କରିପାରନ୍ତି। ତେବେ ଏପ୍ରିଲ ୧୪ ପରେ ଲକଡାଉନ୍ ନିଷ୍ପତ୍ତି ନିଆଯିବ ବୋଲି ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ କ୍ୟାବିନେଟ୍ ବୈଠକ ବସିବ। ଏଥିରେ ଲକଡାଉନ ନେଇ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇପାରେ।

ଗତକାଲି ବସିଥିବା ବୈଠକରେ ଟାସ୍କ ଫୋର୍ସ ଲକଡାଉନ୍ ଛଡ଼ା ବିକଳ୍ପ ନାହିଁ ବୋଲି କୁହାଯାଇଥିଲା। ବୈଠକରେ ୧୪ ଦିନିଆ ଲକଡାଉନ୍ ପାଇଁ ସମସ୍ତେ ପ୍ରସ୍ତାବ ଦେଇଥିବା ବେଳେ, ଉଦ୍ଧବ ଠାକରେ ୮ ଦିନିଆ ଲକଡାଉନ୍ ପ୍ରସ୍ତାବ ଦେଇଛନ୍ତି। ରାଜ୍ୟରେ ସପ୍ତାହାନ୍ତ ଲକ୍‌ଡାଉନ୍‌ କରାଯାଇଛି। ମୁମ୍ବାଇ, ପୁନେ, ଔରଙ୍ଗାବାଦ୍‌ ଏବଂ ନାଗପୁର ସମେତ ବିଭିନ୍ନ ପ୍ରମୁଖ ସହରମାନଙ୍କରେ ଦୋକାନ ବଜାର ବନ୍ଦ ରହିଛି।  ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୩ ହଜାର ୨୯୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାସହ ୩୪୯ ଜଣଙ୍କର ମୃତ୍ୟୁ ହୋଇଛି।

ସୂଚନାଯୋଗ୍ୟ, ଗତ ୨୪ଘଣ୍ଟାରେ ଦେଶରେ ୧ ଲକ୍ଷ ୬୮ହଜାର ୯୧୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୯୦୪ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ବେଳେ ୨୪ ଘଣ୍ଟାରେ ୭୫ହଜାର ୮୬ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ମୋଟ୍ କରୋନା ଆକ୍ଟିଭ କେସ୍ ୧୨ଲକ୍ଷ ୧ ହଜାର ୯ ଥିବା ବେଳେ ମୃତ୍ୟୁସଂଖ୍ୟା ଲକ୍ଷେ ୭୦ହଜାର ୧୭୯ରେ ପହଞ୍ଚିଛି।

ଗ୍ୟାଙ୍ଗଷ୍ଟର ହାଇଦର ସହଯୋଗୀ ସିଲ୍ଲୁର ଆତ୍ମସମର୍ପଣ

କଟକ: ଗ୍ୟାଙ୍ଗଷ୍ଟର ହାଇଦର ସହଯୋଗୀ ଗିରଫ । ଆତ୍ମସମର୍ପଣ କଲା ଗ୍ୟାଙ୍ଗଷ୍ଟର ହାଇଦର ସହଯୋଗୀ ୟାକୁବ୍ । ବିଭିନ୍ନ ସ୍ଥାନରେ ଚଢ଼ାଉ ପରେ ଚାପରେ ଆତ୍ମସମର୍ପଣ କଲା ୟାକୁବ୍ । ଚାଉଳିଆଗଞ୍ଜ ଥାନାରେ ଆତ୍ମସମର୍ପଣ କଲା ହାଇଦର ସହଯୋଗୀ ୟାକୁବ୍ । ସହଯୋଗୀ ୟାକୁବ୍କୁ ପଚରାଉଚରା କରିବାକୁ ଗଠିତ ହୋଇଛି ସ୍ପେଶାଲ ଟିମ୍ ।

ସୂଚନା ଯୋଗ୍ୟ ଯେ, ହାଇଦର ଫେରାର ହେବା ପରଠାରୁ ଓଡ଼ିଶା ପୋଲିସର ନିଦ ହଜିଯାଇଛି । ଫେରାର ଗ୍ୟାଙ୍ଗଷ୍ଟର ହାଇଦରକୁ ଧରିବା ପାଇଁ ବଡ଼ ଅପରେସନ । ପୋଲିସ ଡିଜିଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ ସହ ହାଇଦରକୁ ଧରିବାକୁ ସବୁ ଏସପିଙ୍କୁ ଆଲର୍ଟ କରାଯାଇଛି । ଆଲର୍ଟରେ ୩୦ ଜିଲ୍ଲାର ଏସପି । ସଡ଼କ ପଥରୁ ରେଳପଥ, ସୀମା ଅଞ୍ଚଳରୁ ପ୍ରମୁଖ ଛକ । ସବୁଠି କ୍ରାଇମବ୍ରାଞ୍ଚର ୮ଟି ସ୍ପେଶାଲ ଟିମର ଅପରସେନ । ସଜାଗ ରହିଛି STF । ଧଳା ରଙ୍ଗର କାରରେ ମେଡିକାଲରୁ ଚମ୍ପଟ ମାରିଛି ହାଇଦର । ପରିବାର ଲୋକ ନା ସହଯୋଗୀଙ୍କ ଜରିଆରେ ଚମ୍ପଟ ମାରିଛି ହାଇଦର ତାକୁ ନେଇ ତନାଘନା କରୁଛି ପୋଲିସ । ଏସସିବିର ନର୍ସଙ୍କ ବୟାନ ରେକର୍ଡ କରାଯିବା ପରେ ମେଡିକାଲ ସିସିଟିଭି ଯାଞ୍ଚ ହେଉଛି । ହାଇଦରକୁ ତୁରନ୍ତ ଗିରଫ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଛି । ସୁରକ୍ଷା ଦାୟିତ୍ବରେ ଥିବା ୬ଜଣ ପୋଲିସ କର୍ମଚାରୀଙ୍କୁ ସସପେଣ୍ଡ କରାଯାଇଛି । ଏମାନେ ସମସ୍ତେ ହାଇଦରର ସୁରକ୍ଷା ଦାୟିତ୍ବରେ ଥିଲେ । ବିଭାଗୀୟ ତଦନ୍ତ ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସେପଟେ ଆଉ ଗୋଟିଏ ବଡ଼ ଖୁଲାସା ହୋଇଛି । କଟକ ଆସିବା ପୂର୍ବରୁ ହାଇଦର ବୁର୍ଲା ଭିମାସାରରେ ଚିକିତ୍ସାଧୀନ ନଥିଲା ବୋଲି ସୁପରିନ୍‌ଟେଣ୍ଡେଣ୍ଟ ସ୍ପଷ୍ଟ କରିଛନ୍ତି । ଏହାରି ମଧ୍ୟ ହାଇଦର ସହଯୋଗୀ ନିଜେ ଆସି ପୋଲିସ ନିକଟରେ ଆତ୍ମସମର୍ପଣ କରିବା ପୋଲିସ ପାଇଁ ଏକ ସଫଳତା । ଏହା ଦ୍ୱାରା ତଦନ୍ତ ପ୍ରକ୍ରିୟା ଅଧିତ ତ୍ୱରିତ ହୋଇପାରିବ ।

ବେକାବୁ କରୋନା: ୨୪ ଘଣ୍ଟାରେ ଦେଶରେ ଏକ ଲକ୍ଷ ୬ ହଜାର ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ବେକାବୁ ହେଉଛି କରୋନା ଭୂତାଣୁ। ଦିନକୁ ଦିନ ରେକର୍ଡ ଭାଙ୍ଗୁଛି ଦୈନିକ ସଂକ୍ରମଣ । ଗତ ୨୪ଘଣ୍ଟାରେ ଦେଶରେ ୧ ଲକ୍ଷ ୬୮ହଜାର ୯୧୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ଗୋଟିଏ ଦିନରେ ୯୦୪ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ଅନ୍ୟପଟେ ୨୪ ଘଣ୍ଟାରେ ୭୫ହଜାର ୮୬ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି।

ତେବେ ଏଥିସହ ଦେଶରେ ମୋଟ୍ କରୋନା ଆକ୍ଟିଭ କେସ୍ ୧୨ଲକ୍ଷ ୧ ହଜାର ୯ ଥିବା ବେଳେ ମୃତ୍ୟୁସଂଖ୍ୟା ଲକ୍ଷେ ୭୦ହଜାର ୧୭୯ରେ ପହଞ୍ଚିଲାଣି । ଦୈନିକ ସଂକ୍ରମଣରେ ବ୍ରାଜିଲ ସବୁଠୁ ଆଗରେ ରହିଥିବା ବେଳେ ଦ୍ୱିତୀୟ ରହିଛି ଭାରତ । ସଂକ୍ରମିତଙ୍କ ସଂଖା ବଢୁଥିବା ବେଳେ ସୁସ୍ଥତା ହାର କମୁଛି । ଏବେ ଦେଶରେ ସୁସ୍ଥତା ହାର ୯୦ ପ୍ରତିଶତ ରହିଥିବା ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ।

ଅନ୍ୟପଟେ ମହାରାଷ୍ଟ୍ରରେ ସ୍ଥିତି ସଙ୍ଗୀନ ହେଉଥିବାରୁ ସମ୍ପୁର୍ଣ୍ଣ ଲକ୍‌ଡାଉନ କରିବାକୁ ରାଜ୍ୟ ସରକାର ଯୋଜନା କରୁଛନ୍ତି । ସେପଟେ ଦିଲ୍ଲୀରେ ବି କରୋନା ସଂକ୍ରମଣ ତୀବ୍ର ଗତିରେ ବଢୁଛି । ସଂକ୍ରମଣ ଚେନ୍ ଭାଙ୍ଗିବାକୁ ଆଜି ଦିନ ୧୨ଟା ବେଳେ ସମୀକ୍ଷା ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ପୂର୍ବରୁ ଦିଲ୍ଲୀରେ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରାଯାଇଥିବା ବେଳେ ଆଜି ଆଉ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି ଦିଲ୍ଲୀ ସରକାର ।

ବିଜେଡି ପ୍ରାର୍ଥୀଙ୍କ ପାଇଁ ଆଜି ପ୍ରଚାର କରିବେ ଦଳୀୟ ସଭାପତି ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଉପନିର୍ବାଚନ ପାଇଁ କମ୍ପୁଛି ପିପିଲି ମଇଦାନ । ଆଜି ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ପାଇଁ ପ୍ରଚାର କରିବେ ଦଳର ଏକ ନମ୍ବର ଷ୍ଟାର କ୍ୟାମ୍ପେନର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ନ ୪ଟାରେ ଭର୍ଚୁଆଲ ମାଧ୍ୟମରେ ପ୍ରଚାର କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏନେଇ ପିପିଲି ବ୍ଲକ, ପିପିଲି ଏନଏସି ଓ ଡେଲାଙ୍ଗ ବ୍ଲକର ୬ଟି ଜିଲ୍ଲା ପରିଷଦ ଜୋନରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପିପିଲି ବ୍ଲକ ଓ ଏନଏସିର ପାଟ୍ଟଶାହାଣୀପୁର, ଦାଣ୍ଡମୁକୁନ୍ଦପୁର ଓ କୁମାରେଶ୍ବରଠାରେ ସଭା ମଞ୍ଚର ଆୟୋଜନ କରାଯାଇଛି । ଏଠାରେ ଏଲଇଡି ଲଗାଯାଉଛି । କୋଭିଡ ନିୟମ ମାନି ନବୀନଙ୍କୁ ଶୁଣିବେ ପିପିଲିବାସୀ । ସେହିପରି ଡେଲାଙ୍ଗ ବ୍ଲକର ରେଞ୍ଚ, ବଡ଼ ଆଙ୍କୁଳ ଓ ସିଂହବରହମପୁରରେ ବି ସମାନ ବ୍ୟବସ୍ଥା କରାଯାଇଛି । ତେବେ ପିପିଲି ପ୍ରଚାର ମଇଦାନରେ ଷ୍ଟାର ଓ୍ବାର ଚାଲିଥିବା ବେଳେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚାର ପରେ ଆହୁରି ସରଗରମ ହେବ ମଇଦାନ ।

ଏଥିସହିତ ପଢ଼ନ୍ତୁ: ମାସ୍କ ପାଇଁ ଫାଇନ୍ ୨୦୦୦ ହଜାର, ମାଗୁଥିଲେ ୫୦୦: ନିୟମ ପଚାରିବାରୁ ଯୁବକଙ୍କୁ ନିର୍ଦ୍ଧୁମ ପିଟିଲେ ପୋଲିସ ବାବୁ