ବିବାହ ବାର୍ଷିକୀରେ ୧କିଲୋର ହାର ପିନ୍ଧିବା ପଡିଲା ମହଙ୍ଗା: ଥାନାକୁ ଗଲେ ସ୍ୱାମୀ, ସ୍ତ୍ରୀ

ମୁମ୍ବାଇ: ବିବାହ ବାର୍ଷିକୀରେ ଜଣେ ମହିଳା ପିନ୍ଧିଲେ ୧ କିଲୋର ସୁନାର ହାର । ହେଲେ ସୋସିଆଲ ମିଡିଆରେ ଫଟୋ ଭାଇରାଲ ପରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ପତି ପତ୍ନୀ । ତେବେ ପୋଲିସ ପଚାରିବାରୁ ଦମ୍ପତ୍ତିଙ୍କ କଥା ଶୁଣି ପୋଲିସର ହୋସ ଉଡିଯାଇଥିଲା । ସୂଚନା ଥାଉକି, ମୁମ୍ୱାଇ ଭିମଣ୍ଡୀ କୋଗାଁରେ ରୁହନ୍ତି ବାଲା କୋଲି ନାମକ ବ୍ୟକ୍ତି ।

ଏଇ ନିକଟରେ ବ୍ୟକ୍ତି ଜଣଙ୍କ ତାଙ୍କ ବିବାହ ବାର୍ଷିକୀ ପାଳନ କରିଥିଲେ । ଏହି ସମୟରେ ସେ ଗୋଟିଏ ସେ ତାଙ୍କ ପତ୍ନୀଙ୍କୁ ଲମ୍ୱା ମଙ୍ଗଳସୂତ୍ର ଉପହାର ସ୍ୱରୂପ ଭେଟି ଦେଇଥିଲେ । ଏହାର ଲମ୍ୱା ଏତେ ଥିଲା କି, ଏହା ପତ୍ନୀ ଆଣ୍ଠୁଯାଏ ଲମ୍ୱିଥିଲା । ତେବେ ଏହି ଫଟୋଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକେ ଅନେକ କଥା ଚର୍ଚ୍ଚା କରିଥିଲେ । ଆଉ ଏହି କଥା ପୋଲିସ କାନକୁ ବି ପହଞ୍ଚିଯାଇଥିଲା । ପରେ ପୋଲିସ ଏହି ଦମ୍ପତ୍ତିଙ୍କୁ ଥାନାକୁ ଡାକିଥିଲେ ।

ତେବେ ବାଲା କୋଲି ଯାହା କହିଥିଲେ ତା ଶୁଣି ପୋଲିସ ତାଜୁବ ହୋଇଥିଲା । ବାଲା କୋଲିଙ୍କ ମତରେ ଆନିଭର୍ସରୀକୁ ଟିକେ ନିଆରା ଢଙ୍ଗରେ ପାଳିବାକୁ ଏମାନେ ନିଷ୍ପତ୍ତି ନେଇଥିଲେ । କେକ୍ କାଟିବା ସହ ନିଆରା ଉପହାର ବି ଦେଇଥିଲେ । ହେଲେ ଏହି ଦେଇଥିବା ୧ କିଲୋର ହାରରେ ଅସଲି ସୁନାର ଅଳଙ୍କାର ନଥିଲା । କଲ୍ୟାଣ ଜୁଏଲାରୀ ଗୋଟିଏ କାରିଗର ଏହି ନକଲି ହାର ପ୍ରସ୍ତୁତ କରିଥିଲେ ।

ହାର ପାଇଁ ଖର୍ଚ୍ଚ କରିବାକୁ ପଡିଥିଲା ପାଖାପାଖି ୩୮ ହଜାର ଟଙ୍କା । ତେବେ ଏକଥା ଜାଣିବା ପରେ ପୋଲିସ ଦମ୍ପତ୍ତଙ୍କୁ ଦଣ୍ଡ ଦେବା ବଦଳରେ ଚେତାଇ ଦେଇଥିଲା । କି ଆପଣ ଏମିତି ନକଲି ହାର କିମ୍ୱା ଅସଲି ଗହଣା ପିନ୍ଧି ସୋସିଆଲ ମିଡିଆରେ ଫଟୋ ଛାଡନ୍ତୁ ନାହିଁ କାରଣ ଏହା ଆପଣଙ୍କ ପାଇଁ ବିପଦ ସୃଷ୍ଟି କରିପାରେ ।

Leave a Reply