spot_img
Home Blog Page 5746

ସୋନାଗାଛି : କୋଲକାତାର ଏହି ବଦନାମ ଗଳିର ନାଁ ପଛର କ’ଣ ରହିଛି କାହାଣୀ?

ନୂଆଦିଲ୍ଲୀ:  ସୋନାଗାଛି ଶବ୍ଦ ଆପଣଙ୍କ କାନରେ ଅନେକ ଥର ବାଜିଥିବ । କେବେ ଗପରେ ତ କେବେ ବହିରେ । ଆଉ କେବେ ଦୁଃଖି ଝିଅର କରୁଣ କାହାଣୀ ଆପଣଙ୍କ ନିଦ ହଜେଇ ଦେଇଥିବ । ଏଠାରେ ପ୍ରତି ଘରୁ କ୍ରନ୍ଦନର ସ୍ୱର ଶୁଣିବାକୁ ମିଳେ । ଆଉ ପ୍ରତ୍ୟେକଟି ଶବ୍ଦ କହେ ଅଲଗା କାହାଣୀ । କାହା ପାଇଁ ଏହା ଏକ ମନୋରଞ୍ଜନ । ଯେଉଁଠାରେ ଟଙ୍କା ବଦଳରେ ସୌଦା ହୁଏ । ଆଉ କିଛି କ୍ଷଣ ମଧ୍ୟରେ ଏହା ଏକ କାହାଣୀ ହୋଇଯାଏ, ଯାହା ନା ଇତିହାସରେ ଲେଖାହୁଏ ନା କିମ୍ବଦନ୍ତୀ ସାଜେ । ନା ସେଠାରେ ତାରକାକୁ ଦେଖିବାକୁ ମିଳେ । ଘନ ଅନ୍ଧକାର ବ୍ୟତୀତ ଏଠାରେ କିଛି ନଥାଏ ।

 

ନଗମା ନିଗାର ସାହିର ଲୁଧିୟାନବୀ ସୋନାଗାଛିର ଏହି ବିରୋଧାଭାସକୁ ଫିଲ୍ମ ‘ଚାନ୍ଦି କି ଦିଓ୍ୱାର’ର ଏକ ଗୀତରେ ଖୁବ୍‌କଷ୍ଟର ସହିତ ଉପସ୍ଥାପନା କରିଛନ୍ତି । ଏଥିରେ ତାଙ୍କର ଦୁନିଆକୁ ନେଇ ରହିଥିବା ଅଭିଯୋଗ ନଜର ଆସିଛି । ମୋହମ୍ମଦ ରଫିଙ୍କ କଣ୍ଠରେ ସୋନାଗାଛି ଆପେ ଆପେ ତା ପରିଚୟ ସହ ସାମ୍ନାକୁ ଚାଲିଆସେ ।

 

ସୋନାଗାଛି କୋଲକାତାର ଏକ ଅଞ୍ଚଳ । ୩୦୦ ବର୍ଷରୁ ବି ପୁରୁଣା ହୁଗୁଳି ନଦୀ କୂଳରେ ଅବସ୍ଥିତ କୋଲକାତା ସହର ଅନେକ ଜିନିଷକୁ ନେଇ ଖୁବ୍‌ଚର୍ଚ୍ଚିତ । ସେ ହିଲ୍ସା ମଛଲୀ ହେଉ ବା ଗୀତ ସଙ୍ଗୀତ । କିନ୍ତୁ କୋଲକାତା ଆଉ ଏକ ଜିନିଷ ପାଇଁ ମଧ୍ୟ ପ୍ରସିଦ୍ଧତା ହାସଲ କରିଛି । ତାହା ହେଉଛି ସୋନାଗାଛି । କୁହାଯାଏ ଏହା ଏକ ରେଡ୍‌ଲାଇଟ୍‌ଅଞ୍ଚଳ । ଆମ ଜୀବନରେ ଏହି ରଙ୍ଗ ବିପଦର ସଙ୍କେତ ଦେଇଥାଏ । ଆମକୁ ହଠାତ୍‌ଅଟକି ଯିବାକୁ ଇସାରା କରିଥାଏ । ସୋନାଗାଛି ଦୁନିଆର ସବୁଠାରୁ ବଡ଼ ଦେହ ବ୍ୟାପାର କେନ୍ଦ୍ର । ଆକଳନ ଅନୁସାରେ ୧୦ ହଜାରରୁ ଅଧିକ ସେକ୍ସ ଓ୍ୱର୍କର ଏଠାରେ କାମ କରନ୍ତି । ନା ବୟସର ସୀମା ଅଛି ନା ଧର୍ମରେ ପ୍ରତିବନ୍ଧକ । କିନ୍ତୁ ଏହାକୁ ନେଇ ଚର୍ଚ୍ଚା କରିବା ପୂର୍ବରୁ ଲୋକ ଅଟକିଯାନ୍ତି । ତଥାପି ମଧ୍ୟ ଏହି ଅଞ୍ଚଳକୁ ନେଇ ସରକାରଙ୍କ ପକ୍ଷରୁ ସ୍ୱୀକୃତି ଦେଦିଆଯାଇଛି । ଏମାନଙ୍କୁ କେହି ମଧ୍ୟ ଏଠାରୁ ହଟାଇ ପାରିବେ ନାହିଁ । ତେଣୁ ବର୍ଷ ବର୍ଷ ଧରି ଏଠାରେ ଏହି ବସ୍ତି ରହି ଆସିଛି । ଉତ୍ତର କୋଲକାତାର ଶୋଭାବଜାର ସ୍ଥିତ ଚିତ୍ତରଞ୍ଜନ ଏବେନ୍ୟୁ ସ୍ଥିତ ଅଞ୍ଚଳ ପ୍ରାୟ ଶହେ ବର୍ଷ ଧରି ସୋନାଗାଛି ନାମରେ ଜଣାଶୁଣା ।

 

ସୋନାଗାଛି ନାମକରଣ ପଛର ରହସ୍ୟ କ’ଣ?

ସୋନାଗାଛିର ଅର୍ଥ ସୁନାର ଗଛ । କିନ୍ତୁ ଏହି ସ୍ଥାନର ଏଭଳି ନାମକରଣ କାହିଁକି ହୋଇଛି?
୩୦୦ ବର୍ଷ ତଳର ଘଟଣା । ସେତେବେଳେ ନୂଆ ନୂଆ କୋଲକାତା ସହର ବସିଥାଏ । ଯାହା ବାଣିଜ୍ୟର କେନ୍ଦ୍ରବିନ୍ଦୁ ଥିଲା । କୁହାଯାଏ, ଏହି ଅଞ୍ଚଳରେ ସନାଉଲ୍ଲାହ ନାମକ ଜଣେ କୁଖ୍ୟାତ ଡକାୟତ ତା ମା ସହିତ ରହୁଥିଲା । କିଛିଦିନ ପରେ ତା’ର ମୃତ୍ୟୁ ହୋଇଗଲା । ଆଉ ମୃତ୍ୟୁର କିଛିଦିନ ପରେ ତା ମା’କୁ ରାତିରେ ହଠାତ୍‌ଏକ ଶବ୍ଦ ଶୁଣାଗଲା । ବସ୍ତିରୁ ଶବ୍ଦ ଆସିଲାଯେ, ମା ତୁ କାନ୍ଦନି ମୁଁ ଗାଜି ହୋଇସାରିଛି । ଯାହାପରେ ସନ୍ନାଉଲ୍ଲାହ ହୋଇଗଲା ସୋନାଗାଜି ।

 

କିମ୍ବଦନ୍ତୀ ଅନୁସାରେ, ଏହି କଥା ଧୀରେଧୀରେ ଚାରିଆଡ଼େ ଖେଳିବାକୁ ଲାଗିଲା । ଏଠାରେ ଲୋକଙ୍କର ଭିଡ଼ ଜମିଲା । ଏଠାକୁ ଆସିବା ପରେ ଲୋକ ଆରୋଗ୍ୟ ହେଉଥିବା କୁହାଗଲା । ଇତିହାସ କହେ ପୁଅ ସ୍ମୃତିରେ ସନ୍ନାଙ୍କ ମା ଏକ ମସଜିଦ୍‌ନିର୍ମାଣ କଲେ । ଯାହା ସୋନାଗାଜି ନାମରେ ପରିଚିତ ହେବାକୁ ଲାଗିଲା । କିଛି ଦିନ ପରେ ସନ୍ନାଉଲ୍ଲାହଙ୍କ ମା’ଙ୍କର ପରଲୋକ ହେଲା । କେହି ମଧ୍ୟ ଏହି ମସଜିଦର ଦେଖାଶୁଣା ନକରିବାରୁ ଧୀରେଧୀରେ ତାହା ବିଲୀନ ହୋଇଗଲା । ପରେ ଧୀରେଧୀରେ ଏହି ସ୍ଥାନର ନାମ ସୋନା ଗାଜିରୁ ଅପଭ୍ରଂଶ ହୋଇ ସୋନାଗାଛି ହୋଇଗଲା । କିନ୍ତୁ ଏହାର ପ୍ରାରମ୍ଭିକ ଇତିହାସ ବିଷୟରେ ବିଶେଷ କିଛି ସୂଚନା ନାହିଁ । କିନ୍ତୁ କୁହାଯାଏ ଦିନେ ଏହା ବାଣିଜ୍ୟର କେନ୍ଦ୍ରବିନ୍ଦୁ ଥିଲା । ବଡ଼ବଡ଼ ବ୍ୟବସାୟୀ ଏଠାକୁ ଆସିଥିଲେ । ତେଣୁ ଏଠାରେ ଦେହ ବ୍ୟବସାୟ ଖୁବ୍‌ସହଜ ହୋଇଗଲା ।

କରୋନାରୁ ବଞ୍ଚିବା ପାଇଁ କ’ଣ ଖାଇବେ, ସାରଣୀ ଜାରି କଲା WHO

ନୂଆଦିଲ୍ଲୀ:  ପୁଣିଥରେ ସମସ୍ୟା ବଢାଇ ଦେଇଛି କରୋନାର ଦ୍ୱିତୀୟ ପ୍ରବାହ । ଯାହା ଏବେ କାୟା ବିସ୍ତାର କରି ସାରିଲାଣି । ଏଭଳି ସ୍ଥିତିରେ କରୋନାକୁ ବେଖାତିର କରିବାର ଅର୍ଥ ହେଉଛି ତାକୁ ନିମନ୍ତ୍ରଣ କରିବା । ବାରମ୍ବାର ହାତ ଧୋଇବା, ଠିକ୍ଭାବରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ମାନିବା ସହିତ ଖାଦ୍ୟପେୟକୁ ମଧ୍ୟ ଉଚିତ୍ଧ୍ୟାନ ଦେବା ଉଚିତ୍। ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ପୁଷ୍ଟିକର ଖାଦ୍ୟ ଖାଇବା ନିହାତି ଆବଶ୍ୟକ । ଏହାଦ୍ୱାରା ରୋଗର ଆଶଙ୍କା ସାମାନ୍ୟ କମ୍ହୋଇଯାଏ । ତେବେ କରୋନାରୁ ବଞ୍ଚିବା ପାଇଁ କେଉଁଭଳି ଡାଇଟ ନେବା ଆବଶ୍ୟକ ତାହାକୁ ନେଇ ଏକ ସାରଣୀ WHO ପକ୍ଷରୁ ଜାରି ହୋଇଛି ।

ଓ୍ୱର୍ଲଡ ହେଲଥ ଅର୍ଗାନାଇଜେସନ ଅନୁସାରେ ଆପଣଙ୍କୁ ଆପଣଙ୍କ ଡାଇଟରେ କେତେକ ତାଜା ଫଳ ଓ ଅନପ୍ରୋସେସ୍ଡ ଫୁଡ୍ସାମିଲ କରିବା ଉଚିତ୍, ଯେଉଁଥିରୁ ଆପଣଙ୍କୁ ଆବଶ୍ୟକୀୟ ଭିଟାମିନ୍, ମିନେରାଲ୍ସ, ଫାଇବର, ପ୍ରୋଟିନ୍ଏବଂ ଆଣ୍ଟି ଅକ୍ସିଡାଣ୍ଟ ମିଳିପାରିବ ।

ଖାଦ୍ୟରେ ଫଳ, ପନିପରିବା, ବିଭିନ୍ନ ପ୍ରକାରର ଡାଲି, ନଟ୍ସ ଏବଂ ଅନପ୍ରୋସେସ୍ଡ ମକା, ବାଜରା,ଓଟ୍ସ,ଗହମ,ବ୍ରାଉନ ରାଇସ୍, ଆଳୁ,ଶାକରକନ୍ଦା,ଶାରୁ ଆଦି ମୂଳ ଜାତୀୟ ପନିପରିବା ସାମିଲ କରନ୍ତୁ । ଏହା ବ୍ୟତୀତ ମାଂସ,ମାଛ,ଅଣ୍ଡା ଏବଂ ଦୁଗ୍ଧକୁ ମଧ୍ୟ ଡାଇଟରେ ସାମିଲ କରିବା ପାଇଁ ଭୁଲିବେ ନାହିଁ । ତେବେ କେତେ ପରିମାଣର ଖାଇବେ ଆସନ୍ତୁ ଆଲୋଚନା କରିବା ।

ପ୍ରତିଦିନ ଅତି କମରେ ୨ କପ୍ପରିମାଣର ଫଳ,୨.୫ କପ୍ପରିମାଣର ପରିବା, ୧୫୦ ଗ୍ରାମ ଡାଲି ଏବଂ ୧୬୦ ଗ୍ରାମ ମାଂସ ଡାଇଟରେ ସାମିଲ କରନ୍ତୁ । ତେବେ ସପ୍ତାହରେ ଥରେ କିମ୍ବା ଦୁଇଥର ରେଡ୍ମିଟ୍ଏବଂ ୨ରୁ ୩ ଥର ଚିକେନ ଖାଇପାରିବେ । ସଂନ୍ଧ୍ୟା ସମୟରେ ହାଲକା ଭୋକ ଲାଗିଲେ ସନ୍ତୁଳିତ ପରିବା ଏବଂ ତାଜା ଫଳ ଖାଆନ୍ତୁ ।

ଅନ୍ୟପଟେ ଶରୀର ପାଇଁ ଜଳର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହା ଶରୀରର ତାପମାତ୍ରାକୁ ନିୟନ୍ତ୍ରଣ କରିବା ସହିତ ବିଷାକ୍ତ ପଦାର୍ଥକୁ ଶରୀରରୁ ବାହାର କରିଥାଏ । ପ୍ରତିଦିନ ଅତି କମରେ ୮ରୁ ୧୦ ଗ୍ଲାସ ପାଣି ପିଅନ୍ତୁ । ଜଳ ବ୍ୟତୀତ ଆପଣ ଫଳ ରସ ଏବଂ ଲେମ୍ବୁ ପାଣି ପିଇପାରିବେ । ସଫ୍ଟ ଡ୍ରିଙ୍କ୍, କୋଲ୍ଡ ଡ୍ରିଙ୍କ୍, ସୋଡ଼ା ଆଦିର ମାତ୍ରାକୁ କମ୍ କରିଦିଅନ୍ତୁ ।

ଜଣେ ଅନ୍ୟ ଜଣକର ସମ୍ପର୍କରେ ଆସିବା ଦ୍ୱାରା କରୋନା ସଂକ୍ରମଣ ବଢିଥାଏ । ତେଣୁ ବାହାରେ ଖାଇବା ଠାରୁ ଦୂରେଇ ରୁହନ୍ତୁ ।

ଏହା ବ୍ୟତୀତ ଚିନି, ଅଧିକ ଲୁଣ ଏବଂ ଫ୍ୟାଟ୍ଜାତୀୟ ଖାଦ୍ୟଠାରୁ ଦୂରେଇ ରୁହନ୍ତୁ । ଗୋଟିଏ ଦିନରେ ୧ ଚାମଚରୁ ଅଧିକ ଲୁଣ ଖାଆନ୍ତୁ ନାହିଁ ।
ପ୍ରୋସେସ୍ଡ ଫୁଡ୍, ଫାଷ୍ଟ୍ଫୁଡ୍, ସ୍ନାକ୍ସ ଫୁଡ୍,ଫ୍ରାଇଡ୍ଫୁଡ୍, ସ୍ନାକ୍ସ ଫୁଡ୍,ଫ୍ରୋଜେନ ଫୁଡ୍, ପିଜ୍ଜା,କୁକିଜ୍ଆଦିରେ ଅଧିକ ଫ୍ୟାଟ୍ସ ରହିଥାଏ । ତେଣୁ ସୁସ୍ଥକର ଖାଦ୍ୟ ଡାଇଟରେ ସାମିଲ କରନ୍ତୁ । ତେବେ ଖାଦ୍ୟ ବ୍ୟତୀତ ମାନସିକ ଭାରସାମ୍ୟ କିଭଳି ଠିକ୍ରହିବ ସେଥିପ୍ରତି ଧ୍ୟାନ ଦିଅନ୍ତୁ ।

କାଳବୈଶାଖୀ ନେଇ ୧୨ ଜିଲ୍ଲାକୁ ୩ ଘଣ୍ଟା ଯାଏ ଆଲର୍ଟ

ଭୁବନେଶ୍ୱର: କାଳବୈଶାଖୀ ବର୍ଷା ଓ ବଜ୍ରପାତ ନେଇ ୧୨ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆଗାମୀ ୩ ଘଣ୍ଟା ମଧ୍ୟରେ ୧୨ ଗୋଟି ଜିଲ୍ଲାର କେତେକ ସ୍ଥାନର କାଳବୈଶାଖୀ ବର୍ଷା ସହ ସମ୍ଭାବନା ରହିଛି ।

ଯାଜପୁର, ଢେଙ୍କାନାଳ, ବଲାଙ୍ଗିର, ଗଜପତି, ବରଗଡ଼, ନବରଙ୍ଗପୁର, କନ୍ଧମାଳ, ସମ୍ବଲପୁର, ଦେବଗଡ଼, ମୟୂରଭଞ୍ଜ, ନୂଆପଡ଼ା ଓ କେନ୍ଦୁଝର ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି । ପାଗକୁ ଦେଖି ବଜ୍ରପାତ ବେଳେ ସୁରକ୍ଷିତ ସ୍ଥାନକୁ ଚାଲି ଯିବାକୁ ପାଣିପାଗ ବିଭାଗ କହିଛି ।

ତା’ଛଡ଼ା ଆଗାମୀ ୨ରୁ ୩ ଦିନ ଯାଏ ରାଜ୍ୟ ବିଭିନ୍ନ ସ୍ଥାନରେ ଦିନ ତାପମାତ୍ରାରେ ୨ରୁ ୪ ଡିଗ୍ରୀ ଯାଏ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ୨୧ ତାରିଖ ଯାଏ ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି ।

ଗୁଟଖା ପାଇଁ ଜମିଥିଲା ଗହଳି, ଗୋଡାଇ ଗୋଡାଇ ପିଟିଲା ପୋଲିସ୍

ଶିବପୁରୀ: ମଧ୍ୟପ୍ରଦେଶର ଶିବପୁରୀରେ ୫ ଦିନିଆ ଲକଡାଉନ୍ ଭଳି କର୍ଫ୍ୟୁ ଆରମ୍ଭ ହୋଇଯାଇଛି । ଏଭଳି ସମୟରେ କିଛି କିଛି ଲକଡାଉନକୁ ମାନୁଥିବା ବେଳେ ଆଉ କିଛି କିଛି କର୍ଫ୍ୟୁକୁ ହେଜ୍ଞାନ କରୁଥିବା ନଜର ଆସୁଛି । ଏହି ଅବଧିରେ ନିତିଦିନିଆ ଗୁଟଖା ଗରାଖ ମାନେ ଗୁଟଖା କିଣିବା ପାଇଁ ଦୋକାନ ଆଗରେ ଭିଡ଼ ଜମାଇଥିଲେ । ଲାେକଙ୍କ ମଧ୍ୟରେ ସାମାଜିକ ଦୁରତ୍ୱ ନଥିଲା ବେଳେ ଏଭଳି ଅମାନିଆଙ୍କୁ ସାବାଡ୍ କରିବା ଲାଗି ପୋଲିସ ଲାଠି ଚାର୍ଜ କରିଥିଲା ।

ଏହି ମାମଲା ଶିବପୁରୀ ସ୍ଥିତ ଶଙ୍କର କଲୋନୀରେ ଦେଖିବାକୁ ମିଳୁଛି। ଯେଉଁଠି ଗୁଟଖା କିଣିବା ଲାଗି ଲମ୍ବା ଲାଇନ୍ ଲାଗିଥିଲା । ଏଭଳି ଭିଡ଼କୁ ଦେଖି କେହି ପୋଲିସକୁ ଫୋନ୍ କରିଥିଲେ। ଯାହା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପୋଲିସକୁ ଦେଖି ଭିଡ଼ ଭାଙ୍ଗି ଲୋକମାନେ ଏଣେତେଣେ ଦୗେଡୁ ଥିବା ବେଳେ ଲାଠିଚାର୍ଜ କରାଯାଇଥିଲା ।

ଏମିତିକି ଦୋକାନ ଭିତରେ ଲୁଚିଥିବା ଲୋକଙ୍କୁ ମଧ୍ୟ ବାହାରକୁ ଟାଣିଆଣି ପୋଲିସ ପିଟିଥିଲା । ଆଉ ଏବେ ଏହି ଘଟଣାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଭିଡିଓରେ ଗୁଟଖା ପାଇଁ ଲୋକମାନେ ଦୋକାନ ଆଗରେ ଲମ୍ବା ଲାଇନ୍ ଲଗାଇଥିଲା ବେଳେ ପୋଲିସ ପହଞ୍ଚି ସେମାନଙ୍କ ଉପରେ ଲାଠି ଚାର୍ଜ କରୁଥିବା ନଜର ଆସିଛି।

ନାଇଟ କର୍ଫ୍ୟୁ ସହ ଟ୍ୱିନ୍ ସିଟିରେ ୧୪୪ ଧାରା, ଜାଣନ୍ତୁ ଜାରି ରହିବ କେଉଁ ସେବା…

ଭୁବନେଶ୍ୱର: ଟ୍ବିନସିଟିରେ ୧୪୪ ଧାରା । କଟକ-ଭୁବନେଶ୍ବରରେ ନାଇଟ୍ କର୍ଫ୍ୟୁ ସମୟରେ ୧୪୪ ଧାରା ଲାଗୁ କରିବ କମିଶନରେଟ୍ ପୋଲିସ । ରାଜ୍ୟର ୨୦ ଜିଲ୍ଲାର ସହରାଞ୍ଚଳରେ ଆଜିଠୁ ରାତି ୯ରୁ ସକାଳ ୫ଟା ଯାଏ କର୍ଫ୍ୟୁ ଜାରି ହେବ । ବର୍ତ୍ତମାନ ସୁଦ୍ଧା କୌଣସି ପାସ୍ ସୁବିଧା ନଥିବା ବେଳେ ଲୋକ ଆବଶ୍ୟକ ପ୍ରମାଣପତ୍ର ଦେଖାଇ ଜରୁରୀ କାମରେ ଯାଇପାରିବେ । ସେଥିପାଇଁ କିଛି ଜରୁରୀ ସେବାପ୍ରଦାନକାରୀଙ୍କୁ କର୍ଫ୍ୟୁରୁ ବାଦ୍ ଦିଆଯାଇଛି ।

ଭୁବନେଶ୍ବରରେ ନାଇଟ୍ କର୍ଫ୍ୟୁ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । ଭୁବନେଶ୍ବରର ୨୫ଟି ସ୍ଥାନରେ ବ୍ଲକିଂ ପଏଣ୍ଟ ହୋଇଛି । ପିସିଆର, ପାଟ୍ରୋଲିଂ ଓ କର୍ଫ୍ୟୁ ଏନଫୋର୍ସମେଣ୍ଟ ଗାଡ଼ି ନିୟୋଜିତ ହୋଇଛନ୍ତି । ଭୁବନେଶ୍ବରକୁ ୩ଟି ଜୋନରେ ବିଭକ୍ତ କରାଯାଇଛି । ୩ ଜଣ ଡିଏସପି ପାହ୍ୟାର ଅଧିକାରୀ ଏହି ଦାୟିତ୍ବରେ ଅଛନ୍ତି । କର୍ଫ୍ୟୁ ସମୟରେ ସବୁ ଚିକିତ୍ସା ସେବା ସଂସ୍ଥା ଖୋଲା ରହିବ । ପରିଚୟପତ୍ର ଦେଖାଇ ସ୍ବାସ୍ଥ୍ୟକର୍ମୀ ଯାତାୟତ କରିପାରିବେ । ମେଡିସିନ୍ ଷ୍ଟୋର ଖୋଲା ରହିବ ।

144 Imposed In Twin City With Night Curfew Cuttack And Bhubaneswar

କର୍ମଚାରୀ ବାଣିଜ୍ୟ ଅନୁମତିପତ୍ର ଦେଖାଇ ଯାଇପାରିବେ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କର୍ମଚାରୀ ପରିଚୟପତ୍ର ଦେଖାଇ ଯାତ୍ରା କରିବାକୁ କୁହାଯାଇଛି । ପେଟ୍ରୋଲ ବିତରକ ସଂସ୍ଥା ବିଭାଗୀୟ ପ୍ରାଧିକରଣ ପତ୍ର ଦେଖାଇପାରିବେ । ସାମ୍ବାଦିକ ପରିଚୟ ପତ୍ର ଦେଖାଇ ଯିବା ଆସିବା କରିବେ । ପାନୀୟଜଳ ଯୋଗାଣ, ବିଦ୍ୟୁତ ଓ ସଫେଇ କର୍ମଚାରୀ ପରିଚୟପତ୍ର ଦେଖାଇ ପାରିବେ । ହୋମ୍ ଡେଲିଭରୀ ସୁବିଧା ଜାରି ରହିବ ।

ଆସୁଛି Motorolaର ନୂଆ ସ୍ମାର୍ଟଫୋନ୍, ୨୦ରେ ଭାରତରେ ଲଞ୍ଚ

ନୂଆଦିଲ୍ଲୀ: Moto G60 ଓ Moto G40 Fusion ସ୍ମାର୍ଟଫୋନ୍ ଭାରତରେ ଏପ୍ରିଲ୍ ୨୦ ତାରିଖରେ ଲଞ୍ଚ ହେବାକୁ ଯାଉଛି । ଏସବୁ ଫୋନ୍ ଫ୍ଲିପକାର୍ଟରେ ବିକ୍ରି ହେବ ବୋଲି କମ୍ପାନୀ ସୂଚନା ଦେଇଛି । ଏମତିକି କମ୍ପାନୀ ଟିଜର ବି ଜାରି କରିବା ସହ ଦୁଇ ନୂଆ ଫୋନ୍ସ ସମ୍ପର୍କରେ କିଛି ସ୍ପେସିଫିକେସନ୍ ଦେଇଛି।

ଏହି ଦୁଇ ଫୋନ୍ ଭାରତରେ ଏପ୍ରିଲ୍ ୨୦ ତାରିଖ ଦ୍ୱିପ୍ରହର ୧୨ଟାରେ ଲଞ୍ଚ ହେବ । ଏନେଇ କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

Moto G60 ଓ Moto G40 Fusionର ସ୍ପେସିଫିକେସନ୍

Moto G60ରେ ମେଜର ସ୍ପେସିଫିକେସନ୍ସ ସମ୍ପର୍କରେ ଫ୍ଲିପକାର୍ଟ ଓ ଟ୍ୱିଟରରେ ସୂଚନା ଦିଆଯାଇଛି । ଏହି ଫୋନ୍ ଆଣ୍ଡ୍ରୋଏଡ୍ 11 OS ରେ ଚାଲିବ । ଏଥିରେ HDR 10 ସର୍ପୋଟ୍ ଓ 120Hz ରିଫ୍ରେଶ ରେଟ୍ ସହ ୟୁଜର୍ସଙ୍କୁ ୬.୮ ଇଞ୍ଚ ହୋଲ-ପଞ୍ଚ ଡିସପ୍ଲେ ମିଳିବ । 6,000mAh ବ୍ୟାଟେରୀ ରହିଛି।

Moto G60ର ରିୟର ପେନେଲରେ 108MP କ୍ୟାମେରା ମିଳିବ । ଏହା ସହ ଟ୍ରିପଲ୍ କ୍ୟାମେରା ସେଟଅପରେ 108MP ପ୍ରାଇମେରି କ୍ୟାମେରା ବ୍ୟତୀତ 8MP ଅଲ୍ଟ୍ରା-ୱାଇଡ୍ ଏଙ୍ଗଲ୍ କ୍ୟାମେରା ଓ ଡେପଥ୍ ସେନ୍ସର ରହିଛି । 32MP ଫ୍ରଣ୍ଟ କ୍ୟାମେରା ରହିଛି ।

Moto G40 Fusionରେ ରିୟର 64MP ମେନ୍ ସେନସର ରହିଛି । ଏଥିସହ Moto G60 ର ଡିସପ୍ଲେ ଓ ପ୍ରୋସେସର ରହିିଛି । ମୋଟୋରୋଲା ପକ୍ଷରୁ ଆଣ୍ଡ-ଟୁ-ଆଣ୍ଡ ମୋବାଇଲ୍ ସିକ୍ୟୁରିଟି ସଲ୍ୟୁସନ୍ ପାଇଁ ThinkShield ସହ ବୁଝାମଣା କରିଛି।

Moto G60 ବ୍ଲୁ ଓ ଗ୍ରେ ରଙ୍ଗ ଏବଂ Moto G40 ଗ୍ଲସି ବ୍ଲୁ ଓ ବ୍ଲାକ୍ ରଙ୍ଗରେ ଉପଲବ୍ଧ ହୋଇପାରେ । Moto G60 ସ୍ମାର୍ଟଫୋନ୍ 6GB ରାମ୍ ଓ Moto G40 Fusion 4GB ରାମ୍ ସହ ବଜାରକୁ ଆସୁଛି । ଏଥିରେ ଡେଡିକେଟେଡ୍ ଗୁଗୁଲ୍ ଆସିଷ୍ଟାଣ୍ଟ୍ ବଟନ୍ ରହିଛି ।

ତିନି ବର୍ଷ ପରେ ଜେଲରୁ ମୁକୁଳିବେ ଲାଲୁ ଯାଦବ, ଜାମିନ୍ ପାଇଁ ଏହି ସର୍ତ୍ତ ରଖିଲେ ହାଇକୋର୍ଟ

ରାଞ୍ଚି: ଗୋ-ଖାଦ୍ୟ ଦୁର୍ନୀତି ମାମଲାରେ ଜେଲ ଦଣ୍ଡ ଭୋଗୁଥିବା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟରୁ ଜାମିନ୍ ମିଳିଛି । ଲାଲୁଙ୍କୁ ୧ ଲକ୍ଷ ଟଙ୍କାର ବନ୍ଧକ ଓ ୧୦ ଲକ୍ଷ ଟଙ୍କାର ଜରିମାନା ଦେବାକୁ ପଡ଼ିବ । ବେଲ୍ ବଣ୍ଡ ଜମା କରିବାର ଦିନେ କିମ୍ବା ଦୁଇଦିନ ପରେ ତାଙ୍କୁ ମୁକ୍ତି ମିଳିବ । ଲାଲୁଙ୍କ ପ୍ରାୟ ତିନିବର୍ଷ ପରେ ବେଲ୍ ମିଳିଛି । ଗୋ-ଖାଦ୍ୟ ଦୁର୍ନୀତି ସହ ଜଡ଼ିକ ଏକ ମାମଲାରେ ଲାଲୁ ଯାଦବ ୨୦୧୭ ଡିସେମ୍ବର ୨୩ ତାରିଖରେ ଜେଲ୍ ଯାଇଥିଲେ ।

Fodder Scam RJD Supremo Lalu Prasad Yadav Get Bail From Jharkhand High Court

କୋର୍ଟଙ୍କ ସର୍ତ୍ତ

୧) ଜାମିନ୍ ସମୟ ମଧ୍ୟରେ କୋର୍ଟଙ୍କ ଅନୁମତି ବିନା ଲାଲୁ ଦେଶ ବାହାରକୁ ଯାଇପାରିବେ ନାହିଁ

୨) ସେ ନିଜ ମୋବାଇଲ୍ ନମ୍ବର ଏବଂ ଠିକଣା ପରିବର୍ତ୍ତନ କରିବେ ନାହିଁ

ଦୁମକା ଟ୍ରେଜେରୀ ମାମଲାରେ ଅଧା ସଜା ଭୋଗିବା ପରେ ଲାଲୁ ଯାଦବଙ୍କୁ ଜାମିନ୍ ମିଳିଛି । ଏହା ପୂର୍ବରୁ ଲାଲୁଙ୍କୁ ୨୦୨୦ ଅକ୍ଟୋବରରେ ଚାଇବାସା ଟ୍ରେଜେରୀ ମାମଲାରେ ଜାମିନ୍ ମିଳିଥିଲା । ଦୁମକା ଟ୍ରେଜେରୀ ମାମଲା ପାଇଁ ସେତେବେଳେ ଜେଲରୁ ମୁକୁଳି ପାରି ନଥିଲେ ଲାଲୁ । ଅନ୍ୟ ଏକ ଡୋରଣ୍ଡା ଟ୍ରେଜେରୀ ମାମଲାରେ ଶୁଣାଣି ସରିନାହିଁ । କୋଭିଡ୍ ପାଇଁ ମାମଲାର ଶୁଣାଣି ସିବିଆଇ କୋର୍ଟରେ ଅଟକିଛି ।

Fodder Scam RJD Supremo Lalu Prasad Yadav Get Bail From Jharkhand High Court

ଏମ୍ସରେ ଚିକିତ୍ସିତ ହେଉଥିବା ଲାଲୁ ଯାଦବ ପ୍ରାୟ ଅଢ଼େଇ ବର୍ଷ ଧରି ରାଞ୍ଚି ସ୍ଥିତ ରିମ୍ସରେ ଭର୍ତ୍ତି ହୋଇଥିଲେ । ଗତ ଜାନୁଆରୀରେ ତାଙ୍କ ସ୍ୱାସ୍ଥ୍ୟରେ ଅଚାନକ ଅବନତି ଦେଖା ଦେଇଥିଲା । ଛାତିରେ ଯନ୍ତ୍ରଣା ଓ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଯୋଗୁଁ ଲାଲୁଙ୍କୁ ୨୦୨୧ ଜାନୁଆରୀ ୨୩ରେ ରିମ୍ସରୁ ଏମ୍ସକୁ ରେଫର୍ କରାଯାଇଥିଲା ।

IPL14: ଆଜି ମୁମ୍ବାଇ-ହାଇଦ୍ରାବାଦ ମୁକାବିଲା, ବଦଳିପାରେ ପ୍ଲେଇଂ ଇଲେଭେନ୍

0

ଚେନ୍ନାଇ: ଆଇପିଏଲ ୧୪ ତମ ସଂସ୍କରଣରେ ଶନିବାର ଖେଳାଯିବ ନବମ ମ୍ୟାଚ୍। ଏଥିରେ ମୁହାମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ ଓ ମୁମ୍ବାଇ ଇଣ୍ଡିଆନ୍ସ। ଗତ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ କୋଲକାତା ନାଇଟ୍ ରାଇଡର୍ସକୁ ପରାସ୍ତ କରିଥିବାବେଳେ ସନରାଇଜର୍ସ ହାଇଦ୍ରାବାଦ କିନ୍ତୁ ଦୁଇଟି ଯାକ ମ୍ୟାଚ୍ ହାରିଯାଇଛି।

ହାଇଦ୍ରାବାଦ ଦଳକୁ ଚେନ୍ନାଇର ପିଚ୍ ସୁହାଉନାହିଁ । ଗତ ମ୍ୟାଚରେ ଦଳ ୧୫୦ ରନ୍ ଲକ୍ଷ୍ୟ ବି ହାସଲ କରିବାରେ ବିଫଳ ହୋଇଛି। ଦୁଇଟି ଯାକ ମ୍ୟାଚ୍‌ରେ ଦଳ ବିପକ୍ଷ ଦେଇଥିବା ଲକ୍ଷକୁ ହାସଲ କରିପାରି ନାହିଁ। ତେବେ ଦଳ ଉପରେ ଷ୍ଟାର ପ୍ଲେୟାର କେନ ୱିଲିୟମସନଙ୍କ ଅନୁପସ୍ଥିତି ବହୁତ ପ୍ରଭାବ ପକାଉଛି। ଆଜି ମଧ୍ୟ ୱିଲିୟମସନ୍ ମ୍ୟାଚ ଖେଳି ପାରିବ ନାହିଁ।

ତେବେ ତାଙ୍କ ସ୍ଥାନରେ ତିନି ନମ୍ବରରେ ଖେଳୁଥିବା ମନୀଷ ପାଣ୍ଡେ ଗତ ଦୁଇଟି ମ୍ୟାଚରେ ରନ୍ ସ୍କୋର କରିଥିଲେ ମଧ୍ୟ ଦଳ ଜିତିବାରେ ବିଫଳ ହୋଇଥିଲେ। ଦୁଇ ଦିନ ପୂର୍ବେ ବିସିସିଆଇର କେନ୍ଦ୍ରୀୟ ଚୁକ୍ତିନାମା ତାଲିକାରୁ ବାଦ ପଡ଼ିଥିବା ପାଣ୍ଡେଙ୍କ ଷ୍ଟ୍ରାଇକ୍ ରେଟକୁ ନେଇ ଅନେକ ସମାଲୋଚନା କରାଯାଉଛି।

ତେବେ ମୁମ୍ବାଇ ଇଣ୍ଡିଆନ୍ସ ନିଜ ପ୍ଲେଇଁ ଇଲେଭେନରେ କୌଣସି ପରିବର୍ତ୍ତ କରି ନପାରେ । ବିଶେଷ କରି ଗତ ମ୍ୟାଚରେ କୋଲକାତା ବିପକ୍ଷରେ ଭଲ ପ୍ରଦର୍ଶନ କରି ବିଜୟୀ ହେବା ପରେ ଦଳ ବିଶେଷ କିଛି ପରିବର୍ତ୍ତନ କରିବନି ବୋଲି ଆଶା କରାଯାଉଛି । ଅବଶ୍ୟ ଦଳର ବୋଲିଂ ପ୍ରଦର୍ଶନ ଏତେ ଭଲ ନାହିଁ ତେବେ କ୍ୟାପ୍ଟେନ ରୋହିତ ଶର୍ମା ଦଳରେ ବୋଲରଙ୍କ ବଦଳିପାରନ୍ତି । ମାର୍କୋ ଜେନଶନଙ୍କ ବଦଳରେ ରୋହିତ ନାଥନ କୁଲ୍ଟର ନାଇଲ୍ , ଜିମି ନିଶମ ଓ ଆଡମ ମିଲନେଙ୍କ ମଧ୍ୟରୁ କାହାକୁ ନେଇପାରନ୍ତି।

ଅନ୍ୟପଟେ ସନରାଇଜ୍ରସ ହାଇଦ୍ରାବାଦ ଟିମ ଇଲେଭେନରେ କିନ୍ତୁ ବଡ଼ ପରିବର୍ତ୍ତନର ଆଶଙ୍କା କରାଯାଉଛି। କ୍ୟାପ୍ଟେନ ଡେଭିଡ୍ ୱାରନର୍ଙ୍କ ପ୍ଲେଇଁ ୧୧ ଚୟନ ଉପରେ ନାନା ପ୍ରଶ୍ନ ଉଠୁଛି। ଏକାବେଳକେ ଦୁଇଜଣ ୱିକେଟ କିପର ରିଦ୍ଧିମାନ ଶାହ ଓ ଜୋନି ବେୟାରଷ୍ଟୋଙ୍କୁ ସ୍ଥାନ ଦେଇ ଦଳର ବହୁତ କ୍ଷତି ହେଉଛି । ଏମିତିରେ ରିଦ୍ଧିମାନ ଶାହ ବି ଭଲ ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି।

ଦଳ ବେୟାରଷ୍ଟୋଙ୍କୁ ଓପନିଂ ଓ ୱିକେଟ କିପିଂ ଦୁଇଟି ପାଇଁ ବ୍ୟବହାର କରିପାରିବ । ଏବଂ ରିଦ୍ଧିମାନ ସାହାଙ୍କୁ ବସାଇ ତାଙ୍କ ବଦଳରେ ସ୍ପିନର କେଦାର ଯାଦବଙ୍କୁ ସୁଯୋଗ ଦେଇପାରିବ। ଯାହା ଦ୍ୱାରା ବୋଲିଂ ଆହୁରି ମଜଭୁତ ହୋଇଯିବ। ବିଜୟ ଶଙ୍କର ବି ଗତ ୨ଟି ଯାକ ମ୍ୟାଚରେ ବିଫଳ ରହିଛନ୍ତି । ତେଣଉ ତାଙ୍କ ସ୍ଥାନରେ ଦଳ ପ୍ରିୟମ ଗର୍ଗଙ୍କୁ ଖେଳାଇପାରେ।

ସାମ୍ଭାବ୍ୟ ପ୍ଲେଇଁ ଇଲେଭେନ୍:

ମୁମ୍ବାଇ ଇଣ୍ଡିଆନ୍ସ: ରୋହିତ ଶର୍ମା (ଅଧିନାୟକ), କ୍ୱିଣ୍ଟନ୍ ଡିକକ୍, ସୂର୍ଯ୍ୟକୁମାର ଯାଦବ, ଇଶାନ କିଶନ, ହାର୍ଦ୍ଦିକ ପାଣ୍ଡ୍ୟା, କାଏରନ ପୋଲାର୍ଡ, କୃନାଲ ପାଣ୍ଡ୍ୟା, ଜସପ୍ରୀତ ବୁମରାହ, ରାହୁଲ ଚହର, ଟ୍ରେଣ୍ଟ ବୋଲ୍ଟ, ଆଡାମ ମିଲନେ/ ମାର୍କୋ ଜେନସନ।

ସନରାଇଜର୍ସ ହାଇଦ୍ରାବାଦ: ଡେଭିଡ ୱାର୍ଣ୍ଣର (ଅଧିନାୟକ), ରିଦ୍ଧିମାନ ସାହା, ମନୀଷ ପାଣ୍ଡେ, ଜନି ବେୟାରଷ୍ଟୋ, ବିଜୟ ଶଙ୍କର/କେଦାର ଯାଦବ, ଜେସନ ହୋଲ୍ଡର, ଅବଦୁଲ ସମଦ, ଭୁବନେଶ୍ୱର କୁମାର, ରସିଦ ଖାନ୍ନ, ଟି ନଟରାଜନ୍, ସନ୍ଦୀପ ଶର୍ମା।

 

ଟ୍ୱିନ୍‌ସିଟିରେ ୧୪୪ ଧାରା ଲାଗୁ କଲା କମିଶନରେଟ୍ ପୋଲିସ

ଭୁବନେଶ୍ୱର/କଟକ: ଟ୍ବିନସିଟିରେ ୧୪୪ ଧାରା । କଟକ- ଭୁବନେଶ୍ବରରେ ନାଇଟ କର୍ଫ୍ୟୁ ସମୟରେ ୧୪୪ ଧାରା ଲାଗୁ କଲା କମିଶନରେଟ୍ ପୋଲିସ । ରାଜ୍ୟର ସବୁ ଜିଲ୍ଲାରେ ଆଜିଠୁ ରାତି ୯ରୁ ସକାଳ ୫ଯାଏଁ କର୍ଫ୍ୟୁ ଜାରି ହେବ । ବର୍ତ୍ତମାନ ସୁଦ୍ଧା କୌଣସି ପାସ୍ ସୁବିଧା ନଥିବା ବେଳେ ଲୋକ ଆବଶ୍ୟକ ପ୍ରମାଣପତ୍ର ଦେଖାଇ ଜରୁରୀ କାମରେ ଯାଇପାରିବେ । ସେଥିପାଇଁ କିଛି ଜରୁରୀ ସେବାକାରୀଙ୍କୁ କର୍ଫ୍ୟୁରୁ ବାଦ୍ ଦିଆଯାଇଛି । ଭୁବନେଶ୍ବରରେ ନାଇଟ କର୍ଫ୍ୟୁ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । ଭୁବନେଶ୍ବରର ୨୫ଟି ସ୍ଥାନରେ ବ୍ଲକିଂ ପଏଣ୍ଟ ହୋଇଛି । ପିସିଆର, ପାଟ୍ରୋଲିଂ ଓ କର୍ଫ୍ୟୁ ଏନଫୋର୍ସମେଣ୍ଟ ଗାଡ଼ି ନିୟୋଜିତ ହୋଇଛନ୍ତି । ଭୁବନେଶ୍ବରକୁ ୩ଟି ଜୋନରେ ବିଭକ୍ତ କରାଯାଇଛି । ୩ଜଣ ଡିଏସପି ପାହ୍ୟାର ଅଧିକାରୀ ଏହି ଦାୟିତ୍ବରେ ଅଛନ୍ତି । କର୍ଫ୍ୟୁ ସମୟରେ ସବୁ ଚିକିତ୍ସା ସେବା ସଂସ୍ଥା ଖୋଲାରହିବ । ପରିଚୟପତ୍ର ଦେଖାଇ ସ୍ବାସ୍ଥ୍ୟକର୍ମୀ ଯାତାୟାତ କରିପାରିବେ । ମେଡିସିନ୍ ଷ୍ଟୋର ଖୋଲା ରହିବ  । କର୍ମଚାରୀ ବାଣିଜ୍ୟ ଅନୁପତିପତ୍ର ଦେଖାଇ ଯାଇପାରିବେ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କର୍ମଚାରୀ ପରିଚୟପତ୍ର ଦେଖାଇ ଯାତ୍ରା କରିବାକୁ କୁହାଯାଇଛି । ପେଟ୍ରୋଲ ବିତରକ ସଂସ୍ଥା ବିଭାଗୀୟ ପ୍ରାଧିକରଣ ପତ୍ର ଦେଖାଇପାରିବେ । ସାମ୍ବାଦିକ ପରିଚୟ ପତ୍ର ଦେଖାଇ ଯିବା ଆସିବା କରିବେ । ପାନୀୟଜଳ ଯୋଗାଣ, ବିଦ୍ୟୁତ ଓ ସଫେଇ କର୍ମଚାରୀ ପରିଚୟପତ୍ର ଦେଖାଇ ପାରିବେ । ହୋମ୍ ଡେଲିଭରୀ ସୁବିଧା ରହିବ ବୋଲି ସୂଚନା ଦିଆଯାଇଛି  ।

ଏଥିସହିତ ପଢ଼ନ୍ତୁ: ‘ଛତିଶଗଡ଼ ଫେରନ୍ତା ଜଣେ ସଂକ୍ରମିତଙ୍କ ଠାରୁ ୩୦ ଜଣ ସଂକ୍ରମିତ ହେଉଛନ୍ତି’

 

ଅହଙ୍କାରୀ ଦିଦିକୁ ସମସ୍ତେ ଛାେଟ ଲାଗୁଛନ୍ତି: ପ୍ରଧାନମନ୍ତ୍ରୀ ମୋଦି

କୋଲକାତା: ପଶ୍ଚିମବଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଟି ରାଲି କରୁଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ପ୍ରଥମେ ଆସନସୋଲରେ ସାଧାରଣ ସଭାକୁ ସମ୍ବୋଧିତ କରିବେ। ଏହା ପରେ ସେ ଗଙ୍ଗାରାମପୁରରେ ହେବାକୁ ଥିବା ରାଲିକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି।

ଆସନସୋଲରେ ପ୍ରଧାନମନ୍ତ୍ରୀ ମୋଦି ଜନସଭାରେ ଲୋକଙ୍କୁ ସମ୍ବୋଧନ କରି କହିଛନ୍ତି, ମୁଖ୍ୟମନ୍ତ୍ରୀ ମାନଙ୍କ ଅନେକ ବୈଠକରେ ମମତା ବାନାର୍ଜୀ ଯୋଗ ଦେଇନାହାଁନ୍ତି। ସେ ଅହଙ୍କାରରେ ନିଜକୁ ଏତେ ବଡ ଭାବୁଛନ୍ତି ଯେ ଅନ୍ୟମାନେ ସବୁ ତାଙ୍କୁ ଛୋଟ ଲାଗୁଛନ୍ତି।

ପ୍ରଧାନମନ୍ତ୍ରୀ ମାନଙ୍କ ବୈଠକରେ ସେ ବିଭିନ୍ନ ଆଳ ଦେଖାଇ ସାମିଲ ହୋଇନାହାଁନ୍ତି । କରୋନା ଲାଗି ହୋଇଥିବା ଗତ ୨ଟି ବୖେଠକରେ ସବୁ ମୁଖ୍ୟମନ୍ତ୍ରୀ ଆସିଥିବା ବେଳେ କେବଳ ଦିଦି ଆସିନଥିଲେ । ସେହିପରି ନିତି ଆୟୋଗର ଗଭର୍ଣ୍ଣିଂ କାଉନସିଲରେ ଅନ୍ୟ ମୁଖ୍ୟମନ୍ତ୍ରୀ ମାନେ ଆସିଥିଲେ ହେଲେ ମମତା ଆସିନଥିଲେ । ଗଙ୍ଗା ମାଙ୍କ ସଫେଇ ଅଭିଯାନରେ ଦେଶରେ ଏତେ ବଡ଼ ଅଭିଯାନ ଆରମ୍ଭ ହୋଇଥିଲେ ମଧ୍ୟ ତତସମ୍ବନ୍ଧୀୟ ବୈଠକରେ ସେ ଯୋଗ ଦେଇନଥିଲେ।

ସେ ପୁଣି କହିଛନ୍ତି ୪ ପର୍ଯ୍ୟାୟ ମତଦାନ, ଟିଏମସି ଖଣ୍ଡ-ଖଣ୍ଡ ହାେଇଗଲା । ବାକି ୪ ପର୍ଯ୍ୟାୟ ମତଦାନ, ଦିଦି-ଭାଇଙ୍କ ପତ୍ତା ସାଫ୍ । ୫ମ ଚରଣ ମତଦାନରେ ମଧ୍ୟ ଜନତା ପଦ୍ମ ଫୁଲରେ ଭୋଟ୍ ଦେଇ ବିଜେପିକୁ ସରକାର ଗଠନ କରିବାରେ ବହୁମାତ୍ରାରେ ସହଯୋଗ କରିବେ ।

ଆପଣଙ୍କର ଗାେଟିଏ ଭୋଟ୍ କେବଳ ଟିଏମସିର ପତ୍ତା ସାଫ୍ କରିବ ନାହିଁ ବରଂ ରାଜ୍ୟରୁ ମାଫିଆ ରାଜ୍ୟ ଶେଷ ହୋଇଯିବ ବୋଲି ମୋଦି ସଭାରେ କହିଛନ୍ତି । ଆମେ ରାଜ୍ୟରେ ଆାଇନ୍ ବ୍ୟବସ୍ଥାକୁ ଫେରାଇ ଆଣିବୁ । ଆମେ ଏଠାରେ ଉଦ୍ୟୋଗୀକରଣ କରିବୁ । ପୋଲିସ ଓ ପ୍ରଶାସନ ମଧ୍ୟ ଆପଣଙ୍କ ସୁବିଧା ପାଇଁ କାମ କରିବେ ।

ବିକାଶ ନାମରେ ରାଜ୍ୟରେ କେବଳ ଲୁଟ୍ କରାଯାଉଛି। କେନ୍ଦ୍ରର ଅନେକ ଯୋଜନାକୁ ମମତା ଅଟକାଇ ରଖିଛନ୍ତି । ଦିଦି ଯେଉଁସବୁ ସ୍କିମକୁ ବିରୋଧ କରୁଛନ୍ତି ଆମେ ସେସବୁକୁ ଲାଗୁ କରାଇବୁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମୋଦି ।