Lockdown Update: କେଉଁଠି ବଢିଲା ଲକଡାଉନ୍ ଓ କେଉଁ ରାଜ୍ୟରେ ଆରମ୍ଭ ହେଲା ଅନଲକିଂ ? ଜାଣନ୍ତୁ

1 min read

ଭୁବନେଶ୍ୱର: କେରଳ,ମହାରାଷ୍ଟ୍ର,ଗୋଆ,ତାମିଲନାଡୁ,ପୁଡୁଚେରି ଭଳି ରାଜ୍ୟ ନିଜ ନିଜ ଅଂଚଳରେ ଲକଡାଉନ୍ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ଆସାମ,ଅରୁଣାଚଳ ପ୍ରଦେଶ ଓ ମଣିପୁରକୁ ଛାଡି ଦେଶର ବାକି ପ୍ରାୟ ସମସ୍ତ ରାଜ୍ୟରେ କରୋନା ସଂକ୍ରମଣ ମାମଲାରେ ହ୍ରାସ ପରିଲକ୍ଷିତ ହେଉଛି । ଏହା ସତ୍ୱେ ରାଜ୍ୟ ସରକାର ଗୁଡିକ କୌଣସି ପ୍ରକାରର ରିସ୍କ ନେବାକୁ ଚାହୁଁନାହାନ୍ତି ।

ରାଜଧାନୀ ଦିଲ୍ଲୀରେ ମଧ୍ୟ ଲକଡାଉନ୍ କଟକଣାକୁ ୭ ଜୁନ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ଏହା ସହିତ ଦିଲ୍ଲୀ ସରକାର ଅନଲକ୍ ଦିଗରେ କିଛି ପଦକ୍ଷେପ ମଧ୍ୟ ନେଇଛନ୍ତି । ମଧ୍ୟପ୍ରଦେଶ,ହିମାଚଳ ପ୍ରଦେଶ ମଧ୍ୟ ଲକଡାଉନରେ ଅଳ୍ପ ରିହାତି ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏହାସହିତ ହରିଆନା ଲକଡାଉନକୁ ଆଉ ଏକ ସପ୍ତାହ ପର୍ଯ୍ୟନ୍ତ ବଢାଇଛି । ।

ଦିଲ୍ଲୀରେ ଲକଡାଉନ୍ ସହ ଅନଲକ ପ୍ରକ୍ରିୟା ଆରମ୍ଭ

ଦିଲ୍ଲୀରେ ସୋମବାରଠାରୁ ଅନଲକ୍ ପ୍ରକ୍ରିୟା ଆରମ୍ଭ ହେବ । ତେବେ ଦିଲ୍ଲୀ ବିପର୍ଯ୍ୟୟ ପ୍ରବନ୍ଧନ ପ୍ରାଧିକରଣ କରୋନା କର୍ଫ୍ୟୁକୁ ଜୁନ୍ ୭ ତାରିଖ ପର୍ଯ୍ୟନ୍ତ ସକାଳ ୫ଟା ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି । ଦିଲ୍ଲୀ ସରକାର ସୋମବାରଠାରୁ ମ୍ୟାନୁଫେକ୍ଚରିଂ ପାଇଁ ଅନୁମତି ଦେଇଛନ୍ତି । ଉତ୍ପାଦନ ଗତିବିଧି ସହ ଜଡିତ ବ୍ୟକ୍ତିଙ୍କୁ ଇ-ପାସ୍ ନେବାକୁ ପଡିବ । କର୍ମଚାରୀଙ୍କ ପାଇଁ ମାଲିକ,ଠିକାଦର ଇ-ପାସ୍ ପାଇଁ ଆବେଦନ କରିବାକୁ ପଡିବ ।

କେରଳ ସରକାର ସପ୍ତାହକ ପାଇଁ ବଢାଇଲେ ଲକଡାଉନ୍

କେରଳ ସରକାର ଆହୁରି ଏକ ସପ୍ତାହ ପାଇଁ ଲକଡାଉନକୁ ବଢାଇ ଦେଇଛନ୍ତି । ଲକଡାଉନ୍ ୯ ଜୁନ୍ ପର୍ଯ୍ୟନ୍ତ ଜାରି ରହିବ । ତେବେ ଜରୁରୀକାଳିନ ସେବାକୁ ଏହି ସମୟରେ କାମ କରିବାକୁ ଅନୁମତି ମିଳିବ ।ଟେଷ୍ଟ୍ ପଜିଟିଭ୍ ରେଟ୍ କ୍ରମାଗତ ଭାବେ ତିନିଦିନ ୧୫ ପ୍ରତିଶତରୁ କମ ରହିଲେ ଲକଡାଉନ୍ ହଟିବ ବୋଲି ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ କହି ସାରିଛନ୍ତି । ତେବେ ସରକାର ରାଜ୍ୟରେ ତିନି ଦିନ ପାଇଁ ଅଳଙ୍କାର,ଲୁଗା ଦୋକାନ ଖୋଲିବା ପାଇଁ ଅନୁମତି ଦେଇଛନ୍ତି । ଏହାସହିତ ବ୍ୟାଙ୍କ ମଧ୍ୟ ତିନି ଦିନ ପାଇଁ ଖୋଲିବ । ଶିଳ୍ପ ଓ କ୍ଷୁଦ୍ର ଶିଳ୍ପ ୟୁନିଟକୁ ୫୦ ପ୍ରତିଶତ କ୍ଷମତା ସହିତ କାମ କରିବାକୁ ଅନୁମତି ମିଳିଛି ।

ମହାରାଷ୍ଟ୍ରରେ ୧୪ ଦିନ ପାଇଁ ବଢିଲା ଲକଡାଉନ୍

ମହାରାଷ୍ଟ୍ର ସରକାର ଜୁନ୍ ୧ ତାରିଖରେ ଶେଷ ହେବାକୁ ଥିବା ଲକଡାଉନକୁ ଆହୁରି ୧୫ ଦିନ ପାଇଁ ବଢାଇ ଦେଇଛନ୍ତି । ରାଜ୍ୟରେ ଏପ୍ରିଲ ୧୪ ଏପ୍ରିଲ ଠାରୁ ଲକଡାଉନ୍ ରହିଛି ।ଜୁନ୍ ୧ ତାରିଖ ଦିନ ନୂଆ ମାର୍ଗଦର୍ଶିକ ଜାରି କରିବେ ମହାରାଷ୍ଟ୍ର ସରକାର । ଯେଉଁ କ୍ଷେତ୍ରରେ ସ୍ଥିତି ସୁଧୁରିଛି ସେହି କ୍ଷେତ୍ରକୁ ରିହାତି ମିଳିବା ସମ୍ଭାବନା ରହିଛି ।

ଗୋଆରେ ୭ ଜୁନ୍ ପର୍ଯ୍ୟନ୍ତ ବଢିଲା କରୋନା କର୍ଫ୍ୟୁ

ଗୋଆରେ କରୋନା କର୍ଫ୍ୟୁକୁ ଜୁନ୍ ୭ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କହିଛନ୍ତିଯେ, କରୋନା ସଂକ୍ରମଣ ହାର କମିକରି ୨୧ ପ୍ରତିଶତ ହୋଇଯାଇଛି । ଏହାକୁ ଆହୁରି କମାଇବା ପାଇଁ ପ୍ରୟାସ ଜାରି ରହିଛି ବୋଲି ସେ କହିଛନ୍ତି । ଖାଦ୍ୟସାମଗ୍ରୀ ଓ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ଦୋକାନ ସକାଳ ୭ରୁ ଦି’ପହର ୧ ଯାଏଁ ଖୋଲିବ

ମଧ୍ୟପ୍ରଦେଶରେ ଜିଲ୍ଲା ନେବେ ନିଷ୍ପତ୍ତି

ମଧ୍ୟପ୍ରଦେଶରେ ଅନଲକ୍ ପ୍ରକ୍ରିୟା ଆଡକୁ ଗତି କରୁଛି । ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଶନିବାର ଦିନ କହିଥିଲେ ଯେ, ରାଜ୍ୟ ସରକାର ଯାହା ବି ଗାଇଡଲାଇନ୍ ଜାରି କରନ୍ତି ଅନ୍ତିମ ନିର୍ଣ୍ଣୟ ଜିଲ୍ଲା ସ୍ତରରେ କ୍ରାଇସିସ୍ ମ୍ୟାନେଜମେଣ୍ଟ୍ ଗ୍ରୁପକୁ ନେବାକୁ ପଡିବ । ଯେଉଁଠାରେ ପଜିଟିଭ୍ ହାର ୫ ପ୍ରତିଶତରୁ ଅଧିକ ସେଠାକାର ସ୍ଥାନୀୟ ପ୍ରଶାସନକୁ କ’ଣ ଖୋଲା ଯିବ,କ’ଣ ବନ୍ଦ ରହିବ ତ’ର ନିଷ୍ପତ୍ତି ନେବାକୁ ପଡିବ । ଅର୍ଥାତ ରାଜ୍ୟରେ ଲକଡାଉନ୍ ସମ୍ବନ୍ଧିତ ନିଷ୍ପତ୍ତି ଜିଲ୍ଲା ପ୍ରଶାସନକୁ ନିଜ ଜିଲ୍ଲାର ସ୍ଥିତିକୁ ନେଇ ନିଷ୍ପତ୍ତି ନେବାକୁ ପଡିବ ।
ୟୁପି,ବିବାର ଏବଂ ଓଡ଼ିଶା : ଏବେ ଲକଡାଉନ୍ ବୃଦ୍ଧି ଉପରେ ନେଇ ନାହାନ୍ତି ନିଷ୍ପତ୍ତି

ଉତ୍ତର ପ୍ରଦେଶରେ ଆଂଶିକ କର୍ଫ୍ୟୁ ୩୧ ମେ ସକାଳ ୭ ପର୍ଯ୍ୟନ୍ତ ଜାରି ରହିବ । ରାଜ୍ୟରେ ପ୍ରତିବନ୍ଧକ ଜାରି ରହିବ କି ନାହିଁ ତାହା ଉପରେ ନିଷ୍ପତି ଆଜି(ରବିବାର) ସଂଧ୍ୟା ବେଳକୁ ସରକାର ନେବେ । ଅନ୍ୟପକ୍ଷରେ ଓଡ଼ିଶା,ଉତ୍ତରାଖଣ୍ଡ,ବିହାର ଭଳି ରାଜ୍ୟ ଲକଡାଉନ୍ ବଢାଇବାକୁ ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇ ନାହାନ୍ତି । ଏହି ତିନୋଟି ରାଜ୍ୟ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ରହିଛନ୍ତି

Leave a Reply