ରାଉରକେଲାରେ ସଟ୍‌ଡାଉନ୍ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ୪ ଦୋକାନ ସିଲ୍

ଭୁବନେଶ୍ୱର:   ରାଉରକେଲାରେ ଉଲ୍ଲଂଘନ  ହୋଇଛି  ସଟ୍‌ଡାଉନ୍‌ ନିୟମ  । ସଟ୍‌ଡାଉନ୍‌ ସମୟରେ ଦୋକାନ ଖୋଲିବାକୁ ନେଇ ୪ଟି ଦୋକାନ ସିଲ୍ କରାଯାଇଛି । ଟ୍ରାଫିକ ମାର୍କେଟରେ ଏକ ଢାବାକୁ ସିଲ୍‌ କରାଯାଇଥିବା ବେଳେ ଡେଲି ମାର୍କେଟର ଗୋଟିଏ ମାଛ ଦୋକାନ ସିଲ୍ କରାଯାଇଛି ।

ମାଛ ଦୋକାନରୁ ୨୦  କେଜିରୁ ଅଧିକ ପଚାମାଛ ଜବତ କରାଯାଇଛି । ସେହିପରି ସହରର ଭାଟିରୋଡରେ ଗୋଟିଏ ମାଂସ ଦୋକାନ ଓ ଗୋଟିଏ ଚିକେନ ଦୋକାନକୁ ସିଲ୍ କରିଛି ପୋଲିସ । ତେବେ ସଟଡାଉନ ସମୟରେ ଦୋକାନ ଖୋଲାଯାଇଥିବାରୁ ପୋଲିସ ଓ ମହାନଗର ନିଗମ ପକ୍ଷରୁ ଚଢାଉ କରାଯାଇଥିଲା ।

ଗୋଟିଏ ପଟେ ରାଜ୍ୟରେ କରୋନା ସଂକ୍ରମଣ ହାର ବଢୁଥିବାରୁ ଏଥିରେ ବ୍ରେକ୍‌ ଲଗାଇବା ପାଇଁ ରାଜ୍ୟ ସରକାର  ସାରା ରାଜ୍ୟରେ ଲକଡାଉନ ଜାରି କରିଥିଲେ । ଲକଡାଉନ ହେତୁ ରାଜ୍ୟରେ ଏବେ ଦୈନିକ ସଂକ୍ରମଣ ହାର ମଧ୍ୟ କମ୍‌ ହେଉଥିବା ଦେଖିବାକୁ ମିଳିଛି । ବିଭିନ୍ନ ସହରରେ ସଟଡାଉନରେ ଚେକିଂକୁ କଡ଼ାକଡ଼ି କରାଯାଇଛି । ଏଭଳି ସ୍ଥିତିରେ ଅମାନିଆଙ୍କୁ ସାବାଡ଼ କରୁଛି ପୋଲିସ୍‌ ।

Leave a Reply