କରୋନା ଭୂତାଣୁକୁ ନେଇ ଚୀନ୍‌ ସହରରେ ଉତ୍ତେଜନା

ନୂଆଦିଲ୍ଲୀ:  ଦକ୍ଷୀଣ ଚୀନର ଗୁଆଙ୍ଗଝୁ ପ୍ରଦେଶର କିଛି ଅଂଚଳରେ କରୋନା ସଂକ୍ରମଣର ନୂଆ ମାମଲା ସାମ୍ନାକୁ ଆସିବା ପରେ ସେଠାରେ ପ୍ରଶାସନ କଠୋର ପଦକ୍ଷେପ ନେଇଛି । ଶନିବାର ଦିନ ସ୍ଥାନୀୟ ପ୍ରଶାସନ ଅନେକ ଗତିବିଧିର ଉପରେ ପ୍ରତିବନ୍ଧକ ଲାଗୁ କରିଛି । ଲୋକଙ୍କୁ ନିଜ ଘରେ ରହିବାକୁ ପ୍ରଶାସନ କହିଛି ।

ହଂକଂର ଉତ୍ତରରେ ଅବସ୍ଥିତି ଦେଢ କୋଟି ଜନସଂଖ୍ୟା ବିଶିଷ୍ଟ ଏହି ବାଣିଜ୍ୟକ ଓ ଶିଳ୍ପାଞ୍ଚଳରେ ଗତ ସପ୍ତାହରେ କରୋନା ସଂକ୍ରମଣର ୨୦ ମାମଲା ସାମ୍ନାକୁ ଆସିଥିଲା । ଭାରତ ତୁଳନାରେ ଏହି ସଂଖ୍ୟା ଢେର କମ ଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ କୌଣସି ରିସ୍କ୍ ନେବାକୁ ଚାହୁଁ ନାହିଁ । ତେଣୁ ସେଠାରେ କଠୋର କଟକଣା ଲାଗୁ ହୋଇଛି । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ସୃଷ୍ଟି ହୋଇଛି ।

ଚୀନର ସରକାରୀ ଖବରକାଗଜ ‘ଗ୍ଲୋବାଲ ଟାଇମ୍ସ’ ଅନୁସାରେ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଗୁଆଙ୍ଗଝୁର ଲିବାନ ଜିଲ୍ଲାର ୫ ଅଞ୍ଚଳରେ ଲୋକଙ୍କ ସ୍କ୍ରିନିଂ କରାଯାଉଛି । ବଜାର ସମେତ ସିନେମା ହଲ,ଷ୍ଟାଡିୟମ ଭଳି ଭିଡଭାଡ ସ୍ଥାନକୁ ବନ୍ଦ କରି ଦିଆଯାଇଛି । ଜିଲ୍ଲାର ୪ ଟି ଅଂଚଳର ଲୋକଙ୍କୁ ଘରୁ ନବାହାରିବାକୁ କୁହାଯାଇଛି ।


ସୂଚନାଯୋଗ୍ୟ ଯେ, ଏବେ ଚୀନରେ କରୋନା ସଂକ୍ରମଣର ୯୧ ହଜାର ୬୧ ମାମଲା ସାମ୍ନାକୁ ଆସିଥିବା ବେଳେ ୪ ହଜାର ୬୩୬ଜଣଙ୍କ ମୃତ୍ୟୁ ହୋଇଛି । ଅଧିକାରୀଙ୍କ ମାନିବା ହେଉଛି ଯେ, ବିଦେଶରୁ ଆସୁଥିବା ଲୋକଙ୍କ ହିଁ ଅଧିକ ସଂକ୍ରମିତ ହେଉଛନ୍ତି । ସ୍ଥାନୀୟ ସ୍ତରରେ ସଂକ୍ରମଣ ହାର ଢେର କମ ବୋଲି ସରକାରୀ ସୂତ୍ର କହୁଛି ।

 

Leave a Reply