ହୋଟେଲଙ୍କ ସହିତ ମିଶି ଟୀକାକରଣ କରୁଥିବା ଡାକ୍ତରଖାନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ରର ଆଦେଶ

ନୂଆଦିଲ୍ଲୀ: କରୋନା ଟିକାକରଣର ଗାଇଡଲାଇନ୍ ଉଲ୍ଲଂଘନ କରୁଥିବା ସଂସ୍ଥାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳଙ୍କୁ ଆଦେଶ ଦେଇଛନ୍ତି । କିଛି ଘରୋଇ ହସ୍ପିଟାଲ ଗାଇଡ୍ ଲାଇନ୍ ଉଲ୍ଲଂଘନ କରି ହୋଟେଲଙ୍କ ସହିତ ବୁଝାମଣା କରି କୋଭିଡ୍ ଟିକାକରଣ ପ୍ୟାକେଜ୍ ଦେଉଥିବା ନଜରକୁ ଆସିବା ପରେ କେନ୍ଦ୍ର ଏଭଳି ଆଦେଶ ଦେଇଛି ।

ସ୍ୱାସ୍ଥ୍ୟ ବିଭାଗ ତରଫରୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଏନେଇ ପତ୍ର ଲେଖା ଯାଇଛି । ପତ୍ରରେ କୁହଯାଇଛି ଯେ, କିଛି ଘରୋଇ ହସ୍ପିଟାଲ ହୋଟେଲଙ୍କ ସହିତ ମିଶି କୋଭିଡ୍ ଟୀକାକରଣ ପ୍ୟାକେଜ୍ ଦେଉଥିବା ଘଟଣା ନଜରକୁ ଆସିଛି । ଯାହା ଜାତୀୟ ଟିକାକରଣ ଗାଇଡଲାଇନର ଉଲ୍ଲଂଘନ ଅଟେ ।

ଗାଇଡଲାଇନ୍ ଅନୁସାରେ ସରକାରୀ ଟୀକାକରଣ କେନ୍ଦ୍ର ଓ ଘରୋଇ ହସ୍ପିଟାଲ ଟିକାକେନ୍ଦ୍ର, କାର୍ଯ୍ୟସ୍ଥଳ,ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କ ପାଇଁ ଘର ନିକଟରେ ଟୀକାକରଣ କେନ୍ଦ୍ର ବ୍ୟତୀତ ଅନ୍ୟ କୌଣସି ଠାରେ ଟୀକାକରଣ ହୋଇ ପାରିବ ନାହିଁ । ତେଣୁ ହୋଟେଲରେ ଟିକାକରଣ ଗାଇଡଲାଇନର ଉଲ୍ଲଂଘନ ଅଟେ । ଏହାକୁ ତୁରନ୍ତ ରୋକିବାକୁ ପତ୍ରରେ କୁହାଯାଇଛି ।

Leave a Reply