ଓଡ଼ିଶା କରୋନା ପିକ୍ ଅତିକ୍ରମ କରି ସାରିଛି,ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଧୀରେଧୀରେ କମିବା ସହିତ ସୁସ୍ଥତା ହାର ବଢିବାରେ ଲାଗିଛି । କରୋନା ସଂକ୍ରମଣ ହାର କମ୍‌କରିବା ପାଇଁ ଲକଡାଉନ ଜାରି କରିଛନ୍ତି ରାଜ୍ୟ ସରକାର । ରାଜ୍ୟରେ ପ୍ରତ୍ୟେକ ସହରରେ ନିୟମ କଡ଼ାକଡ଼ି କରାଯାଇଛି । ତେବେ ଏହାକୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରଜ ମିଶ୍ରଙ୍କ କହିବା ହେଉଛି ବର୍ତ୍ତମାନ ଆମେ ପିକ ପାସ କରି ସାରିଛୁ। କେବଳ ଟେଷ୍ଟିଂ ବଢ଼ୁଛି ବୋଲି ସକ୍ରିୟ ମାମଲା ମଧ୍ୟ ବଢୁଛି । ସକ୍ରିୟ ହାର ୧୪.୪ ହ୍ରାସ ହୋଇଛି । ବାତ୍ୟା ପାଇଁ ଟେଷ୍ଟ କମ୍‌ ହୋଇଥିବାରୁ ସକ୍ରିୟ ମାମଲା କମ ଆସିଥିଲା। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏବେ ଟେଷ୍ଟିଂ ବଢିଥିଲେ ବି ସକ୍ରିୟ ମାମଲା କମିଛି। ତେଣୁ ଏଥିରେ ଆଗକୁ ମଧ୍ୟ ହ୍ରାସ ଘଟିବ । ତେବେ  ସକ୍ରିୟ ମାମଲା ହ୍ରାସ ହୋଇ ୫ ପ୍ରତିଶତରେ ପହଂଚିବାକୁ ଆହୁରି ୩ ସପ୍ତାହ ଲାଗିଯାଇପାରେ। ୫ ପ୍ରତିଶତ ତଳକୁ ଆସିଲେ କଟକଣା ହଟେଇବା ସହଜ ହୋଇଯିବ ଏବଂ ଏହାକୁ ନେଇ ନିଷ୍ପତ୍ତି ନିଆଯିବ ।

ବର୍ତ୍ତମାନ ସ୍ଥିତିରେ ଅଧିକ ଗହଳି,ବନ୍ଦ କୋଠରୀ ରେ କାର୍ଯ୍ୟକ୍ରମ ,ସାମାଜିକ ଓ ରାଜନୈତିକ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ବ୍ୟାନ କରିବାକୁ ପଡିବ। ଦିନକୁ ଦିନ ନୂଆ ମ୍ୟୁଟାଣ୍ଟ ଆସୁଛନ୍ତି । ଯାହାକି ଅଧିକ ଘାତକ ପ୍ରମାଣିତ ହୋଇପାରେ । ଏପରି ସ୍ଥିତିରେ କୋଭିଡ ନିୟମକୁ ସମ୍ପୂର୍ଣ୍ଣ ଭାବେ ଅନୁପାଳନ କରିବାକୁ ପଡିବ। ଲକଡାଉନ ସକ୍ରିୟ ମାମଲା ବଢିବ । ଅତିକମରେ ଦୁଇ ସପ୍ତାହ ଲାକଡାଉନ କରି ସ୍ଥିତି ଦେଖି ସରକାର ବିଚାର କରିବା ଉଚିତ ବୋଲି କହିଛନ୍ତି ନିରଜ ମିଶ୍ର ।

Leave a Reply