ଦେଶରେ କମୁଛି ସଂକ୍ରମଣ: ୨୪ ଘଣ୍ଟାରେ ଦେଢ ଲକ୍ଷ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହରରେ ଏବେ ବ୍ରେକ ଲାଗିଛି । ଦିନ ବଢିବା ସହ ଧିରେ ଧିରେ ଦୁର୍ବଳ ହେବାରେ ଲାଗିଛି ସଂକ୍ରମଣ । ପ୍ରତିଦିନ, କରୋନାରେ ହ୍ରାସ ପାଉଥିବା ମାମଲା ଲୋକମାନଙ୍କୁ ଆଶ୍ୱସ୍ଥି ଦେଇଛି । ଯଦିଓ କରୋନାରୁ ମୃତ୍ୟୁ ସଂଖ୍ୟା ଏତେଟା ହ୍ରାସ ପାଇନାହିଁ । ଯଦିଓ କରୋନାରେ ସଂକ୍ରମିତଙ୍କ ସଂଖ୍ୟା କିଛି ମାତ୍ରାରେ କମିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ ଲକ୍ଷ ୫୨ ହଜାର ୭୩୪ଟି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ୩ ହଜାର ୧୨୮ ରୋଗୀ ପ୍ରାଣ ହରାଇଛନ୍ତି। ଯଦିଓ କରୋନାରୁ ୨ ଲକ୍ଷ ୩୮ ହଜାର ଲୋକ କରୋନା ମାତ୍ ଦେବାରେ ସକ୍ଷମ ହୋଇଛନ୍ତି । ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ବର୍ତ୍ତମାନ ୨ କୋଟି ୮୦ ଲକ୍ଷ ୪୭ ହଜାର ୫୩୪କୁ ବୃଦ୍ଧି ହୋଇଛି ।

ସେହିପରି ଗତ ୨୪ ଘଣ୍ଟାରେ ତାମିଲନାଡୁରେ ୨୮ ହଜାର ୮୬୪ ନୂଆ ସଂକ୍ରମିତ ମାମଲା ଚିହ୍ନଟ ହୋଇଛନ୍ତି  । ଏବଂ କରୋନାରେ ଅଧିକ ପ୍ରଭାବିତ ହୋଇଥିବା ରାଜ୍ୟ ମହାରାଷ୍ଟ୍ରରେ ସଂକ୍ରମଣରେ ବ୍ରେକ  ଲାଗିଛି । ମାର୍ଚ୍ଚ ୧୬ ପରେ ପ୍ରଥମଥର ପାଇଁ ମହାରାଷ୍ଟ୍ରରେ ୧୮ ହଜାର ୬୦୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି  । ଏବଂ ୪୦୨ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି  ।  ଏହାସହ ସଂକ୍ରମଣ ଚେନ ଭାଙ୍ଗିବା ପାଇଁ କିଛି ରାଜ୍ୟ କଟକଣା ସହ ଲକଡାଉନ ଅବଧିକୁ ବୃଦ୍ଧି କରିଛନ୍ତି । ମହାରାଷ୍ଟ୍ର ସରକାର ଜୁନ ୧୫ ଯାଏ ଲକଡାଉନ ବୃଦ୍ଧି କରିଛନ୍ତି । ସେପଟେ ତେଲେଙ୍ଗାନାରେ ଆଉ ୧୦ ଦିନ ଲକଡାଉନ ଅବଧି ବୃଦ୍ଧି କରାଯାଇଛି  ।

Leave a Reply