spot_img
Home Blog Page 5743

ପିପିଲି ଉପ-ନିର୍ବାଚନ: ବିଜେଡି, ବିଜେପି ସମ୍ପୂର୍ଣ୍ଣ ପ୍ରସ୍ତୁତ, ପ୍ରାର୍ଥୀ ଅପେକ୍ଷାରେ କଂଗ୍ରେସ

ପିପିଲି: ପୁଣି ଚଳଚଞ୍ଚଳ ପିପିଲି ରାଜନୀତି । ଉପ-ନିର୍ବାଚନ ନେଇ ସାନି ତାରିଖ ଘୋଷଣା ପରେ ଏବେ ପୁଣି ସକ୍ରିୟ ହୋଇଛନ୍ତି ଉଭୟ ନେତା ଓ କର୍ମୀ । କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ପୁଣି ନୂଆ ପ୍ରାର୍ଥୀ ଦେବ କଂଗ୍ରେସ । ୫ ରୁ ୭ ଜଣ ପ୍ରାର୍ଥୀ ହେବାକୁ ଆଶାୟୀ ଥିବା ବେଳେ ୨ରୁ ୪ ଦିନ ମଧ୍ୟରେ ଦଳ ପ୍ରାର୍ଥୀ ଘୋଷଣା କରିବ ।  ଅଜିତ୍ ମଙ୍ଗରାଜଙ୍କ ପତ୍ନୀଙ୍କୁ ପ୍ରାର୍ଥୀ କରିବାକୁ ଦାବି କରିବୁ ବୋଲି ଶ୍ରୀ ରାଉତରାୟ କହିଛନ୍ତି । ଅଜିତଙ୍କ ପ୍ରାର୍ଥୀ ବନ୍ଦନା ପ୍ରାର୍ଥୀ ହେଲେ ଉଭୟ ବିଜେପି ଓ ବିଜେଡିକୁ ଭଲ ଫାଇଟ ଦେବୁ ଓ ଆମ ଭୋଟ ପ୍ରତିଶତ ବି ବଢ଼ିବ । ତେବେ ଚୂଡ଼ାନ୍ତ ନିଷ୍ପତ୍ତି ଏଆଇସିସି ହିଁ ନେବ ବୋଲି ଶ୍ରୀ ରାଉତରାୟ କହିଛନ୍ତି ।

ଅପରପକ୍ଷରେ ପିପିଲି ଉପନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛି ଶାସକ ବିଜେଡି । ଏବେ ବିଭିନ୍ନ ପଞ୍ଚାୟତରେ ଦାୟିତ୍ବରେ ଥିବା ନେତାମାନେ ନିଜ ଦାୟିତ୍ବ ତୁଲାଉଛନ୍ତି  । ରବିବାର ପିପିଲିରେ ବିଭିନ୍ନ ଦଳର ନେତା ବିଜେଡିରେ ସାମିଲ ହେବେ  । ଏକ ଦୁଃଖଦ ଘଟଣା ଘଟିବାରୁ ନିର୍ବାଚନ ପ୍ରକ୍ରିୟା ସ୍ଥଗିତ ରହିଥିଲା । କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପରଲୋକ ଯୋଗୁ ଭୋଟିଂ ସ୍ଥଗିତ ରହିଥିଲା । ଆସନ୍ତା ମେ ୧୩ ତାରିଖରେ ଭୋଟ୍‌ଗ୍ରହଣ ପାଇଁ ସାନି ସମୟ ଧାର୍ଯ୍ୟ କରାଯାଇଛି । ଏଥିପାଇଁ  ବିଜେଡି ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।

ଅନ୍ୟପକ୍ଷରେ ବିଜେପିର ନିର୍ବାଚନ ପ୍ରସ୍ତୁତି ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ । ୧୭ ତାରିଖରେ ନିର୍ବାଚନ ହୋଇଥିଲେ ଯାହା ହୋଇଥାନ୍ତା ତାହା ମେ’ ୧୩ ତାରିଖରେ ବି ହେବ । ଭାରତୀୟ ଜନତା ପାର୍ଟି ସପକ୍ଷରେ ଫଳାଫଳ ଯିବ ବୋଲି ବାହାସ୍ଫୋଟ ମାରିଛନ୍ତି । ସେଠି କୌଣସି ପ୍ରକାରର ଅନୁକମ୍ପା ମୂଳକ ଭୋଟ ନାହିଁ । ଆଗାମୀ ଦିନରେ କ’ଣ ହେବ ତାହା ସେବେ ଜଣା ପଡିବ । ଦୀର୍ଘ ଦିନ ଧରି ପିପିଲି ବାସୀ ଅବହେଳିତ ହୋଇଛନ୍ତି ଓ ସେଠି ଅରାଜକତା ଚାଲିଛି । ଏହା ବିରୁଦ୍ଧରେ ଜନମତ ସୃଷ୍ଟି ହେଉଛି । ଯେଉଁମାନେ ଆମର ପଞ୍ଚାୟତ ଦାୟିତ୍ୱରେ ଥିଲେ ସେମାନେ ତାଙ୍କ ତୁଲାଉଛନ୍ତି ଓ ଯିବାଆସିବା ବି କରୁଛନ୍ତି । ପିପିଲିରେ ସ୍ଥାନୀୟ କାର୍ଯ୍ୟକର୍ତ୍ତା ବହୁତ ସକ୍ରିୟ ସକ୍ଷମ ଅଛନ୍ତି  । ପୂର୍ବରୁ ଯେଉଁ ଯୋଜନା ହୋଇଛି ସେହି ପ୍ରକ୍ରିୟାରେ ଭାରତୀୟ ଜନତା ପାର୍ଟି କାର୍ଯ୍ୟ କରୁଛି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।

ସିନିୟର ଏସିଆନ ଭାରୋତ୍ତୋଳନ ଚାମ୍ପିୟନସିପରେ ସ୍ୱର୍ଣ୍ଣ ଜିତିଲେ ଓଡିଆ ଝିଅ ଝିଲି

ତାସକେଣ୍ଟ: ସିନିୟର ଏସିଆନ ଓ୍ୱେଟଲିପ୍ଟିଂ ଚାମ୍ପିୟନସିପରେ ୪୫ କିଲୋ କ୍ୟାଟେଗୋରୀରେ ମୋଟ ୧୫୭ କେଜି ଭାରୋତ୍ତୋଳନ କରି ଓଡ଼ିଶାର ଝିଲି ଦଳବେହେରା ସ୍ୱର୍ଣ୍ଣ ପଦକ ପାଇଛନ୍ତି । ଓଡ଼ିଶାରୁ ୨ ଜଣ ମହିଳା ଭାରୋତ୍ତୋଳନକାରୀ ଉଜବେକିସ୍ତାନର ତାସକେଣ୍ଟରେ ଚାଲିଥିବା ଏସିଆନ ଓ୍ୱେଟଲିପ୍ଟିଂ ଚାମ୍ପିୟନସିପରେ ଅଂଶଗ୍ରହଣ କରିଥିଲେ।

ଭାରୋତ୍ତଳନକାରୀ ଝିଲି ଦଳବେହେରା ଓ ସ୍ନେହା ସୋରେନ ଏହି ପ୍ରତିଯୋଗିତାରେ  ଅଂଶଗ୍ରହଣ କରିଥିଲେ । ଆଜିର ପ୍ରତିଯୋଗିତକାରେ ସେ ସ୍ୱର୍ଣ୍ଣପଦକ ପାଇଥିବା ବେଳେ ଫିଲିପାଇନ୍ସରେ ମ୍ୟାରି ଫ୍ଲୋର ଡିଆଜ ସିଲଭର ପଦକ ପାଇଛନ୍ତି । ଏହା ବ୍ୟତୀତ ସେ ଦେଶ ପାଇଁ ଅନେକ ପଦକ ଜିତିଛନ୍ତି ।

ସ୍ୱର୍ଣ୍ଣ ବିଜୟିନୀ ଝିଲି ଦଳବେହେରା ବର୍ତ୍ତମାନ ଭାରତୀୟ ରେଳପଥରେ କାର୍ଯ୍ୟ କରୁଛନ୍ତି । ପୂର୍ବରୁ ଝିଲି ଜୁନିୟର ୱାର୍ଲଡ ଚାମ୍ପିୟେସିପରେ ବ୍ରୋଞ୍ଜ ପଦକ ପାଇଛନ୍ତି । ଆଜିର ପ୍ରତିଯୋଗିତାରେ ୨୦ରୁ ଅଧିକ ଦେଶର ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ବେଳେ ଭାରତରୁ ୨ଜଣ ଓଡ଼ିଆ ଝିଅ ପ୍ରତିନିଧିତ୍ୱ କରିଥିଲେ । ଝିଲିଙ୍କ ସହ ସ୍ନେହ ସୋରେନ ମଧ୍ୟ ଅଂଶଗ୍ରହଣ କରିଥିଲେ ।

ରେମଡେସିଭିରର ବ୍ଲାକମାର୍କେଟିଂ: ୮୯୯ ଟଙ୍କାରେ କିଣି ୧୨ ହଜାରରେ ବିକ୍ରି, ପୋଲିସ କବଜାରେ ରାକେଟ୍

ଅହମ୍ମଦାବାଦ: କରୋନା ଭାଇରସର ଦ୍ୱିତୀୟ ଆକ୍ରମଣ ସମ୍ପୂର୍ଣ୍ଣ ଦେଶକୁ ଆତଙ୍କିତ କରି ରଖିଛି । ଏହାରି ଭିତରେ କିଛି ବ୍ୟକ୍ତି ଟଙ୍କା ପାଇଁ ଅମାନବୀୟ କାମ କରିବାକୁ ପଛାଉ ନାହାନ୍ତି । କରୋନା ରୋଗୀଙ୍କ ପାଇଁ ଜରୁରୀ ରେମଡେସିଭିର ଇଂଜକ୍ସନକୁ କିଛି ଅସାଧୁ ବ୍ୟକ୍ତି କଳାବଜାର କରୁଛନ୍ତି । ୮୯୯ ଟଙ୍କାର ରେମଡେସିଭିର ଇଂଜକ୍ସନ ବ୍ଲାକ୍ ମାର୍କେଟରେ ୧୨ ହଜାର ଟଙ୍କାରେ ବିକ୍ରୀ ହେଉଛି । ଗୁଜୁରାଟ୍ ପୋଲିସ ଏମିତି ଗୋଟିଏ ରାକେଟକୁ ଧରିଛି ଯେଉଁଥିରେ ହସ୍ପିଟାଲ ମାଲିକଙ୍କ ସହିତ ପାଥୋଲାବ କର୍ମଚାରୀ ସାମିଲ ଅଛନ୍ତି।

ସୁରଟରେ କରୋନାର ଦ୍ୱିତୀୟ ପର୍ଯ୍ୟାୟ ଆତଙ୍କର ଅନ୍ୟନାମ ପାଲଟି ଯାଇଛି । କରୋନା ସଂକ୍ରମିତଙ୍କ ପାଇଁ ଅତ୍ୟାଶ୍ୟକ ରେମଡେସିଭିର ଇଂଜକ୍ସନକୁ ରୋଗୀଙ୍କ ଆଧାର କାର୍ଡ୍ ବ୍ୟବହାର କରି ୮୯୯ ଟଙ୍କାରେ କିଣି ବ୍ଲାକ୍ ମାର୍କେଟରେ ୧୨ ହଜାର ଟଙ୍କାରେ ବିକ୍ରି କରାଯାଉଛି ବୋଲି ସୁରଟ୍ ପୋଲିସ ପାଖରେ ଅଭିଯୋଗ ପହଂଚିଥିଲା । ପୋଲିସ ଅଭିଯୋଗକୁ ଗୁରୁତ୍ୱର ସହ ନେଇ ଗୁପ୍ତ ତଦନ୍ତ ଆରମ୍ଭ କରିଥିଲା ।

ସୁରଟ୍ ପୋଲିସର ଗୋଟିଏ ଟିମ୍ ରେମଡେସିଭିର ବ୍ଲାକମାର୍କେଟ୍ କରୁଥିବା ରାକେଟ୍ ପାଖରେ ପହଞ୍ଚି ଇଂଜକ୍ସନ କିଣିବା ପାଇଁ ଡିଲ୍ କରିଥିଲା । ଡିଲ୍ ଅନୁସାରେ ୬ ଟି ଇଂଜକ୍ସନ ପାଇଁ ପୋଲିସକୁ ୭୦ ହଜାର ଟଙ୍କା ଦେବାକୁ ପଡିଥିଲା ।

ଏହି ରାକେଟର ମୁଖ୍ୟ କାର୍ପଟଦାର ଥିଲା ନିତ୍ୟା ହସ୍ପିଟାଲ ଆଣ୍ଡ୍ ହେଲ୍ଥ ମାଲିକ ବିବେକ ଧାମେଲିଆ । ଧାମେଲିଆ ତା’ ହସ୍ପିଟାଲକୁ ଆସୁଥିବା କରୋନା ସଂକ୍ରମିତଙ୍କ ଆଧାର କାର୍ଡ୍ ବ୍ୟବହାର କରି ସରକାରୀ ହସ୍ପିଟାଲରୁ ରେମଡେସିଭିର ଇଂଜକ୍ସନ ୮୯୯ ଟଙ୍କାରେ କିଣୁଥିଲା । ପରେ ଏହି ଇଂଜକ୍ସନକୁ ସେ ୟୋଗେସ କବାଡେ ନାମକ ବ୍ୟକ୍ତିକୁ ୧୫ଶହ ଟଙ୍କାରେ ବିକ୍ରି କରୁଥିଲା । ହସ୍ପିଟାଲ ମାଲିକ ହିସାବରେ ତା’ ପାଇଁ ଡାକ୍ତରଙ୍କ ପ୍ରେସକ୍ରିପ୍ସନ ସଂଗ୍ରହ କରିବା ସହଜ ଥିଲା । ୟୋଗେସ ୧୫ଶହ ଟଙ୍କାରେ କିଣିଥିବା ଇଂଜକ୍ସନକୁ ଫ୍ୟୁଜନ୍ ପାଥୋଲୋଜି ନାମକ ସଂସ୍ଥାକୁ ୪ ହଜାର ଟଙ୍କାରେ ବିକ୍ରି କରୁଥିଲା ।

ଫ୍ୟୁଜନ୍ ପାଥୋଲୋଜି ଏହି ଇଂଜକ୍ସନକୁ ସଂକ୍ରମିତଙ୍କୁ ୧୨ ହଜାର ଟଙ୍କାରେ ବିକ୍ରି କରୁଥିଲା । ଫ୍ୟୁଜନ ପାଥୋଲୋଜି ମାଲିକ ଶୈଲେଶ ହାଡିଆ ଓ ନିତିନ ହାଡିଆ ଏଜେଣ୍ଟଙ୍କ ଜରିଆରେ ଇଂଜକ୍ସନ ବିକ୍ରି କରୁଥିଲେ ।

PDF ଜନକଙ୍କ ମୃତ୍ୟୁ,୮୧ ବର୍ଷରେ ଦୁନିଆକୁ ଅଲବିଦା କହିଲେ ଚାର୍ଲସ ଗେସ୍କି

ଲସଏଞ୍ଜଲସ: ସଫ୍ଟୱେୟାର କମ୍ପାନୀ ଆଡୋବର ସହ ପ୍ରତିଷ୍ଠାତା ଓ ପୋର୍ଟେବଲ ଡକ୍ୟୁମେଣ୍ଟ୍ ଫର୍ମାଟ୍ ବା PDF ଟେକନିକ ଉଦ୍ଦଭାବକ ଚାର୍ଲସ ‘ଚକ’ ଗେସ୍କିଙ୍କର ୮୧ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ଆଡୋବ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଗେସ୍କିଙ୍କର ଶୁକ୍ରବାର ଦିନ ଦେହାନ୍ତ ହୋଇଛି ।
ଆଡୋବ ସିଇଓ ଶାନ୍ତନୁ ନାରାୟଣ କମ୍ପାନୀ କର୍ମଚାରୀଙ୍କୁ ପଠାଇଥିବା ଇମେଲରେ ଲେଖିଛନ୍ତି ଯେ, ଏହା ଆଡୋବ ଓ ସୂଚନା ପ୍ରଯୁକ୍ତି ଜଗତ ପାଇଁ ଏକ ବଡ କ୍ଷତି । ସେ ଦଶକ ଦଶକ ଧରି ମାର୍ଗଦର୍ଶକ ଓ ନାୟକ ଭାବେ ରହିଥିଲେ । ଆଡୋବର ସହ ପ୍ରତିଷ୍ଠାତା ଭାବେ ଚକ୍ ଓ ଜନ୍ ୱାରନକ୍ ଏକ ଯୁଗାନ୍ତକାରୀ ସଫ୍ଟୱେୟାର ତିଆରି କରିଥିଲେ,ଯାହା ଲୋକଙ୍କ ଯୋଗାଯୋଗ କରିବାର ଉପାୟକୁ ବଦଳାଇ ଦେଇଥିଲା ।
ସେ କହିଛନ୍ତି ଯେ, ଚକ୍ କମ୍ପାନୀ ପାଇଁ ଅଥକ ପ୍ରୟାସ କରିଥିଲେ । ଯାହାର ପରିଣାମ ସ୍ୱରୁପ ପିଡିଏଫ୍,ଏକ୍ରୋବେଟ୍,ଇଲଷ୍ଟ୍ରେଟର,ପ୍ରିମିୟର ପ୍ରୋ ଓ ଫଟୋସପ୍ ଭଳି ଯୁଗାନ୍ତକାରୀ ସଫ୍ଟୱେୟାର ବିକଶିତ ହୋଇ ପାରିଥିଲା । ୨୦୦୯ରେ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ବାରାକ ଓବାମା ଗେସ୍କି ଓ ୱାରନକଙ୍କୁ ମେଡାଲ ଅଫ୍ ଟେକ୍ନୋଲୋଜି ସମ୍ମାନରେ ସମ୍ମାନିତ କରିଥିଲେ ।
୧୯୯୧ ମସିହାରେ ଗେସ୍କିଙ୍କ ଅପହରଣ ହୋଇଥିଲା । ଅଫିସ ଯାଉଥିବା ବେଳେ ତାଙ୍କୁ ଦୁଇ ଜଣ ବ୍ୟକ୍ତି ବନ୍ଧୁକ ଦେଖାଇ ଅପହରଣ କରି ନେଇଥିଲେ । ଏହି ମାମଲାରେ ଜଣେ ବ୍ୟକ୍ତିଙ୍କୁ ପୋଲିସ ପଣବନ୍ଦୀ ଟଙ୍କା ସହିତ ଗିରଫ କରିଥିଲା ।

‘ଗତ ବର୍ଷ ଅପେକ୍ଷା ୪ରୁ ୫ ଗୁଣ ଅଧିକ ଶଯ୍ୟାର ବ୍ୟବସ୍ଥା କରିବାକୁ ପ୍ରସ୍ତୁତି ଚାଲିଛି’

ଭୁବନେଶ୍ୱର: ଶଯ୍ୟା ସଂଖ୍ୟା ଵୃଦ୍ଧି କରିବା ପାଇଁ ପ୍ରସ୍ତୁତି ଚାଲିଛି । ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଗତ ବର୍ଷ ଅପେକ୍ଷା ୪ରୁ ୫ ଗୁଣ ଅଧିକ ଶଯ୍ୟା ଵୃଦ୍ଧି କରାଯିବ । ଆଇସିୟୁ ବଢ଼ାଇବା ଏତେଟା ସମ୍ଭବପର ନୁହେଁ । କାରଣ ଆଇସିୟୁ ପାଇଁ ସେଟଅପ୍ ଦରକାର । ତଥାପି ପ୍ରାୟ ୨ଗୁଣ ଆଇସିୟୁ ବେଡ୍‌ ଵୃଦ୍ଧି କରାଯିବ । ୪ଟି କଟାଗୋରୀର ବେଡ୍ ଦରକାର । ସାଧାରଣ ବେଡ୍, ଅକ୍ସିଜେନ ସପୋର୍ଟ ବେଡ୍, ଆଇସିୟୁ ବେଡ୍ ଏବଂ ଆଇସିୟୁ ସହ ଭେଣ୍ଟିଲେଟର ଥିବା ବେଡ୍ । ନିୟମ ଅନୁସାରେ ୧୦୦ ବେଡରେ ହାରାହାରି ୬ ପ୍ରତିଶତ ଆଇସିୟୁ ବେଡ ଦରକାର । ତେବେ ବର୍ତ୍ତମାନ ସ୍ଥିତି ଦେଖି ଅକ୍ସିଜେନ ସପୋର୍ଟ ବେଡ୍ ଅଧିକ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହାଦ୍ୱାରା କେଵଳ ଗୁରୁତର ରୋଗୀଙ୍କୁ ଆଇସିୟୁରେ ରଖାଯିବ । ଆଇସିୟୁ ଓ ଏଚଡିୟୁ ବେଡ୍ ସଂଖ୍ୟା ଵୃଦ୍ଧି କରାଯିବ । କିନ୍ତୁ ପର୍ଯ୍ୟାୟ କ୍ରମେ ଆବଶ୍ୟକତା ଅନୁସାରେ ବୃଦ୍ଧି କରାଯିବ । ବର୍ତ୍ତମାନ ସାଧାରଣ ବେଡ଼ରେ ୨୫ ପ୍ରତିଶତ ଓ ଆଇସିୟୁରେ ୬୦ ପ୍ରତିଶତ ବେଡ୍‌ରେ ରୋଗୀ ଅଛନ୍ତି । ଭେଣ୍ଟିଲଟର ୧୮ ପ୍ରତିଶତ ବ୍ୟବହାର ହୋଇଛି । ୨୪୮ବେଡରୁ ୪୫ ଜଣ ରୋଗୀ ଭେଣ୍ଟିଲେଟରରେ ଅଛନ୍ତି । ଆଇସିୟୁ ବେଡ଼ ୫୪୧ଟି ରଖିଥିବା ବେଳେ ୩୨୯ ଜଣ ରୋଗୀ ଅଛନ୍ତି । ଏହାଛଡ଼ା ଷ୍ଟାଣ୍ଡବାୟ ବେଡ୍ ଆମ ପାଖରେ ଅଛି । ତେଣୁ କୌଣସି ଅସୁବିଧା ହେବ ନାହିଁ ବୋଲି କହିଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ଏଥିସହିତ ପଢ଼ନ୍ତୁ: କୁମ୍ଭମେଳା ଅଂଶଗ୍ରହଣକାରୀଙ୍କ ତାଲିକା ପ୍ରଦାନ କଲେ SRC: ଓଡ଼ିଶା ଫେରିବା ପୂର୍ବରୁ ଆରଟିପିସିଆର ଟେଷ୍ଟ ପାଇଁ ପରାମର୍ଶ

କୁମ୍ଭମେଳା ଅଂଶଗ୍ରହଣକାରୀଙ୍କ ତାଲିକା ପ୍ରଦାନ କଲେ SRC: ଓଡ଼ିଶା ଫେରିବା ପୂର୍ବରୁ ଆରଟିପିସିଆର ଟେଷ୍ଟ ପାଇଁ ପରାମର୍ଶ

ଭୁବନେଶ୍ୱର: କୁମ୍ଭମେଳାରେ ଭାଗ ନେବାକୁ ଉତ୍ତରାଖଣ୍ଡ ସରକାରଙ୍କ ନିକଟରେ ପଞ୍ଜିକୃତ ବ୍ୟକ୍ତିଙ୍କ ନାମ ସେୟାର କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ ମ୍ୟୁନସିପାଲଟି କମିଶନରଙ୍କୁ ଏହି ପଞ୍ଜିକୃତ ବ୍ୟକ୍ତିମାନଙ୍କ ତାଲିକା ପ୍ରଦାନ କରିଛନ୍ତି । ଏବଂ ତାଲିକାରେ ନାମ ଥିବା ବ୍ୟକ୍ତିଙ୍କ ସହ ଯୋଗାଯୋଗ କରି ଓଡ଼ିଶା ଫେରିବା ପୂର୍ବରୁ ଆରଟିପିସିଆର ଟେଷ୍ଟ କରାଇ ନେବାକୁ ପରାମର୍ଶ ଦେବାକୁ ଏସ୍‌ଆରସି ଚିଠିରେ ଉଲ୍ଲେଖ କରିଛନ୍ତି । କୁମ୍ଭମେଳାରେ ଭାଗ ନେଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ସହ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରହିବାକୁ କୁହାଯାଇଛି । ଏଥିସହିତ ଭାଗନେଇଥିବା ବ୍ୟକ୍ତି ୧୪ ଦିନ ପାଇଁ ବାଧ୍ୟତାମୂଳକ ଭାବେ କ୍ୱାରେଣ୍ଟାଇନ୍‌ରେ ରହିବେ । ଆଶା ଏବଂ ଅଙ୍ଗନଓ୍ୱାଡି କର୍ମୀ କୁମ୍ଭ ଫେରନ୍ତାଙ୍କ ଘରକୁ ପରିଦର୍ଶନରେ ଯିବା ସହ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବେ । ସମସ୍ତ କୁମ୍ଭ ଫେରନ୍ତା ନିଜକୁ ସ୍ୱେଚ୍ଚାକୃତ ଭାବେ ଆଇସୋଲେସନ୍‌ରେ ରଖିବା ସହ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ବିଡିଓ, ମ୍ୟୁନସିପାଲ, ଏନ୍ଏସି ଅଫିସର, ପିଏଚ୍‌ସି, ସିଏଚ୍‌ସିକୁ ରିପୋର୍ଟ କରିବେ ।

ଏଥିସହିତ ପଢ଼ନ୍ତୁ: କୁମ୍ଭମେଳାରେ କରୋନା ତାଣ୍ଡବ, ଅଂଶଗ୍ରହଣକାରୀଙ୍କୁ ନେଇ ବଢ଼ିଲା ଓଡ଼ିଶାର ଚିନ୍ତା

କରୋନା ପାଇଁ ଜେଇଇ ମେନ୍ ପରୀକ୍ଷା ସ୍ଥଗିତ: ୧୫ ଦିନ ପୂର୍ବରୁ ପରବର୍ତ୍ତୀ ତାରିଖ ଘୋଷଣା ହେବ

ଭୁବନେଶ୍ୱର: କରୋନା ପାଇଁ ଜେଇଇ ମେନ୍ ପରୀକ୍ଷା ସ୍ଥଗିତ । କରୋନା ସଂକ୍ରମଣ ବଢୁଥିବାରୁ ଯୁଗ୍ମ ପ୍ରବେଶିକା ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ୨୦୨୧ ଏପ୍ରିଲ ସେସନର ପରୀକ୍ଷା ସ୍ଥଗିତ ହୋଇଛି । ପରୀକ୍ଷା ପାଇଁ ପରବର୍ତ୍ତୀ ସମୟରେ ତାରିଖ ଘୋଷଣା ହେବ। ଆସନ୍ତା ୨୭,୨୮ ଓ ୩୦ତାରିଖରେ ହୋଇଥାନ୍ତା ପରୀକ୍ଷା । ପୂର୍ବରୁ ଫେବ୍ରୁଆରୀ ଓ ମାର୍ଚ୍ଚ ସେସନ ପରୀକ୍ଷା ସରିଯାଇଥିଲା । ପରୀକ୍ଷାର ୧୫ଦିନ ପୂର୍ବରୁ ତାରିଖ ଘୋଷଣା ହେବ ବୋଲି ସୂଚନା ମିଳିଛି । ନ୍ୟାସନାଲ ଟେଷ୍ଟିଂ ଏଜେନ୍‌ସି ଏହି ସୂଚନା ଦେଇଛି । ପୂର୍ବରୁ ସିବିଏସ୍‌ଇ ବୋର୍ଡ ପକ୍ଷରୁ ହେବାକୁ ଥିବା ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ବାତିଲ କରିଦିଆଯାଇଛି । ଅନୁରୂପ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ରାଜ୍ୟରେ ହେବାକୁ ଥିବା ସମସ୍ତ ବୋର୍ଡ ପରୀକ୍ଷାକୁ ବାତିଲ କରିଦେଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ହେବାକୁ ଥିବା ସମସ୍ତ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଜୟପୁର ଉପ-କାରାଗାରରେ ଚଢ଼ାଉ: ନଗଦ ୧୮ ହଜାର ଟଙ୍କା, ମୋବାଇଲ୍ ଫୋନ୍ ଜବତ

ଜୟପୁର: ଉପ-କାରାଗାରରେ ଚଢ଼ାଉ । କଏଦୀଙ୍କଠାରୁ ୧୮ହଜାର ୨୦୬ ଟଙ୍କା, ଗୋଟିଏ ଏମଆଇ ରେଡ୍‌ମି ମୋବାଇଲ ଫୋନ୍, ୩ଟି ଏକ୍ସରସାଇଜ ଡମ୍ବଲ, ୩ଟି ଷ୍ଟିଲ୍ ରଡ୍‌, କିଛି ଟବାକୋ ପ୍ୟାକେଟ୍ ଓ ଗୋଟିଏ ୧୬ ଜିବିର ପେନଡ୍ରାଇଭ ଜବତ ହୋଇଛି । କୋରାପୁଟ ଏସପି ବରୁଣ ଗୁଣ୍ଠପାଲିଙ୍କ ନେତୃତ୍ବରେ ରେଡ୍ କରାଯାଇଥିଲେ । ଅତିରିକ୍ତ ଏସପିଙ୍କ ସମେତ ୨ ଜଣ ଡିଏସପି ଓ ୩ ଜଣ ଇନ୍ସପେକ୍ଟର ବିଭିନ୍ନ ୱାର୍ଡରେ ଚଢାଉ କରିଥିଲେ । ଜୟପୁର ଉପ- କାରାଗାରର ସମସ୍ତ ୮ଟି ପୁରୁଷ ଓ ଗୋଟିଏ ମହିଳା ୱାର୍ଡରେ ତଲାସି କରାଯାଇଥିଲା । ଜେଲ୍ ଭିତରେ କଏଦୀମାନେ କିଛି ବେଆଇନ ଜିନିଷ ରଖିଥିବା ଖବର ମିଳିବା ପରେ ରେଡ୍ କରାଯାଇଥିଲା । ତେବେ ଜେଲ୍ ଅନ୍ତେବାସୀଙ୍କ ପାଖକୁ ଏସବୁ ବେଆଇନ ସାମଗ୍ରୀ କେମିତି ଆସିଲା ତାକୁ ନେଇ ଉଠିଛି ପ୍ରଶ୍ନ ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ଆଉ ୩୬୬୪ ଜଣ କରୋନା ସଂକ୍ରମିତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ ୭୦୪ ଜଣ ସଂକ୍ରମିତ

ଦୁଇ ସପ୍ତାହରେ ବଢିଲାଣି ୪ ହଜାର, ବଜେଟକୁ ଦେଖି ଓଜନରେ କାଣ୍ଟଛାଣ୍ଟ କରୁଛନ୍ତି ଗ୍ରାହକ

ଭୁବନେଶ୍ୱର: ବଢୁଛି ସୁନାର ଭାଉ  । ଏପ୍ରିଲ ପହିଲାରୁ ଲଗାତାର ଦର ବଢି ଚାଲିଛି  । ପହିଲାରେ ଦର ୪୧ ହଜାର ଟଙ୍କା ଥିବା ବେଳେ ଏବେ ୪୫ ହଜାର ଛୁଇଁବାକୁ ବସିଲାଣି । କରୋନାର ଦ୍ରୁତ ସଂକ୍ରମଣ ସୁନା ବଜାରକୁ ପ୍ରଭାବିତ କରିଛି । ଆଗକୁ ମଧ୍ୟ ଏହି ଧାରା ଜାରି ରହିବ ବୋଲି ଅନୁମାନ କରାଯାଇଛି । ସେପଟେ ଦର ବୃଦ୍ଧି ପାଇଁ ଆବଶ୍ୟକତାକୁ କାଣ୍ଟଛାଣ୍ଟ କରୁଛନ୍ତି ଗ୍ରାହକ ।

୬ ଜାନୁଆରୀ ୨୦୨୧ରେ ସୁନା ଦର ୧୦ ଗ୍ରାମ୍ ପ୍ରତି ସର୍ବାଧିକ ୫୧ ହଜାର ୮୪୨ଟଙ୍କା ରହିଥିଲା । ତା’ ପରଠାରୁ ଧିରେ ଧିରେ କମିବା ଆରମ୍ଭ ହୋଇଥିଲା ଦର । ୩୧ ମାର୍ଚ୍ଚ ବେଳକୁ କମି ସର୍ବନିମ୍ନ ୪୧ ହଜାର ୧୦୦ ଟଙ୍କାରେ ପହଞ୍ଚିଥିଲା ଦର । କିନ୍ତୁ ଏପ୍ରିଲ ପହିଲାରୁ ପୁଣି ଦର ବୃଦ୍ଧି ହେବାରେ ଲାଗିଛି । ପ୍ରତିଦିନ ୩ ଶହରୁ ୫ ଶହ ଟଙ୍କା ବୃଦ୍ଧି ପାଉଛି । ଏବେ ୨୨ କ୍ୟାରେଟ୍ ସୁନାର ଦର ୧୦ ଗ୍ରାମ୍‌କୁ ୪୪ ହଜାର ୩୮୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନାର ଦର ୪୮ ହଜାର ୩୬୦ଟଙ୍କା ରହିଛି । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଉପରେ କରୋନା ପ୍ରଭାବ ଏବଂ କଟକଣା ପାଇଁ ସପ୍ଳାଇ କମ୍ ରହୁଥିବାରୁ ଦର ବୃଦ୍ଧି ହୋଇଥିବା ବ୍ୟବସାୟୀ କହିଛନ୍ତି ।

ଦର ବୃଦ୍ଧି ଗ୍ରାହକଙ୍କ ଉପରେ ଚଡକ ପକାଇଛି । ବିବାହ ସିଜିନ ଆସୁଥିବାରୁ ସୁନା ଅଳଙ୍କାରର ଡିମାଣ୍ଡ ରହିଛି । ଆବଶ୍ୟକ ଅଳଙ୍କାରର ଦାମ୍‌ ଦେଖି ଓଜନରେ କାଣ୍ଟଛାଣ୍ଟ କରି ଚଳେଇ ନେଉଛନ୍ତି ଗ୍ରାହକ । ଯେଉଁ ଗ୍ରାହକ ଏକ ଭରି ବା ୧୦ ଗ୍ରାମ୍ ଓଜନର ଅଳଙ୍କାର ନେବାକୁ ଇଛା ପ୍ରକାଶ କରିଥିଲେ ସେମାନେ ୬ ରୁ ୮ ଗ୍ରାମ୍ ଓଜନରେ ଗହଣା କିଣୁଛନ୍ତି । ଫଳରେ ଯେତିକି ଓଜନର ଅଳଙ୍କାର ବିକ୍ରି ହେବା କଥା ସେତିକି ହେଉନଥିବା ବ୍ୟବସାୟୀ କହିଛନ୍ତି । ଆକଳନ ଅନୁସାରେ ଯଦି କରୋନା ସଂକ୍ରମଣ ଏଭଳି ବୃଦ୍ଧି ପାଏ ତେବେ ସୁନା ଦର ୧୦ ଗ୍ରାମ ପ୍ରତି ୬୦ ହଜାର ଛୁଇଁବା ଅସମ୍ଭବ ନୁହେଁ ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ଆଉ ୩୬୬୪ ଜଣ କରୋନା ସଂକ୍ରମିତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ ୭୦୪ ଜଣ ସଂକ୍ରମିତ

ଶ୍ରୀମନ୍ଦିରରେ ବନ୍ଦ ରହିଛି ସାଧାରଣ ଦର୍ଶନ

ପୁରୀ: ଆଜି ମଧ୍ୟ ବନ୍ଦ ରହିଛି ଶ୍ରୀମନ୍ଦିର । ସାଧାରଣ ଦର୍ଶନ ବନ୍ଦ ରହିବା ସହ ମନ୍ଦିରର ଚତୁଃପାର୍ଶ୍ବକୁ କରାଯାଉଛି ସାନିଟାଇଜ୍ । ଏହାଛଡ଼ା ଆସନ୍ତା ୨୪ ତାରିଖରୁ ସପ୍ତାହକୁ ଦୁଇଦିନ ଶନି ଓ ରବିବାର ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିବ । ଗତକାଲିଠାରୁ ରାଜ୍ୟର ସବୁ ସହରାଞ୍ଚଳରେ ଆରମ୍ଭ ହୋଇଛି ନାଇଟ୍ କର୍ଫ୍ୟୁ । ରାତି ୮ରୁ ଦୋକାନ ବଜାର ବନ୍ଦ କରିବା ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ପୁରୀରେ ରାତି ୮ଟାରୁ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିଥିଲା ।

ଏଥିସହିତ ପଢ଼ନ୍ତୁ: କୁମ୍ଭମେଳାରେ କରୋନା ତାଣ୍ଡବ, ଅଂଶଗ୍ରହଣକାରୀଙ୍କୁ ନେଇ ବଢ଼ିଲା ଓଡ଼ିଶାର ଚିନ୍ତା