‘ବାତ୍ୟାଞ୍ଚଳରେ ପ୍ରଣବଙ୍କ କାର୍ଯ୍ୟକୁ ସୁରଙ୍କ ପ୍ରଶଂସା: କହିଲେ, ଟ୍ରକ ଟ୍ରକ ରିଲିଫ୍ ସାମଗ୍ରୀ ପହଞ୍ଚାଇଛନ୍ତି’

1 min read

ଭୁବନେଶ୍ୱର: ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ପ୍ରଶଂସା କଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ବାତ୍ୟାଞ୍ଚଳରେ ଭଲ କାମ କରିଛନ୍ତି ପ୍ରଣବ । ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କ ଦଃଖ ବୁଝିଛନ୍ତି । ଟ୍ରକ ଟ୍ରକ ରିଲିଫ ପହଞ୍ଚାଇଛନ୍ତି । ସେଥିପାଇଁ ପ୍ରଣବ ପ୍ରକାଶ ଦାସଙ୍କୁ ସୁରେଶ ରାଉତରାୟ ଧନ୍ୟବାଦ ଦେଇଛନ୍ତି । ବିପତ୍ତି ସମୟରେ ଗରିବ ଲୋକଙ୍କୁ ପ୍ରଣବ ସହଯୋଗର ହାତ ବଢାଇଛନ୍ତି । ତାଙ୍କଠୁ ଅନ୍ୟମାନେ ଶିଖିବା ଉଚିତ୍ । ପ୍ରଣବଙ୍କ ବାପା ଅଶୋକ ଦାସ ବି ଏପରି କାମ କରୁଥିଲେ । ବିପଦ ସମୟରେ ଲୋକଙ୍କ ପାଖରେ ପହଞ୍ଚୁଥିଲେ । ପ୍ରଣବ ଠିକ୍ ତାଙ୍କ ବାପାଙ୍କ ପରି ବୋଲି ସୁର କହିଛନ୍ତି । ସେହିଭଳି ବାତ୍ୟା ସମୟରେ ମନ୍ତ୍ରୀମାନେ ଗ୍ରାଉଣ୍ଡରେ କରିଥିବା କାମକୁ ପ୍ରଶଂସା କରିଛନ୍ତି ସୁରେଶ ରାଉତରାୟ ।

ସୂଚନା ଯୋଗ୍ୟ ଯେ, ‘ୟାସ’ ପ୍ରଭାବିତ ଅଞ୍ଚଳରେ ଥଇଥାନ ଓ ପୁନର୍ଗଠନ କାର୍ଯ୍ୟକୁ ତ୍ବରାନ୍ବିତ କରିବା ଲାଗି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଡେରା ପକାଇଥିଲେ ବରିଷ୍ଠ ମନ୍ତ୍ରୀ ଓ ବିଧାୟକ । ଏହା ପରେ ପ୍ରଭାବିତ ଲୋକଙ୍କ ପାଖରେ ଯେମିତି କୌଣସି ମୌଳିକ ସମସ୍ୟା ନ ରହେ ଏବଂ ଥଇଥାନ ଓ ପୁନର୍ଗଠନ କାର୍ଯ୍ୟ ଯେମିତି ଅବିଳମ୍ବେ ଶେଷ ହେବ ସେ ନେଇ କାର୍ଯ୍ୟ ଆରମ୍ଭ କରିଥିଲେ ।

ଏଥିସହିତ ପଢ଼ନ୍ତୁ: ବାଲେଶ୍ବର ଓ ଭଦ୍ରକ ଗସ୍ତରେ ୫ ମନ୍ତ୍ରୀ ଓ ୪ ବିଧାୟକ: ରିଲିଫ୍ ଓ ପୁନର୍ଗଠନ କାର୍ଯ୍ୟକୁ ଗୁରୁତ୍ବ

Leave a Reply