ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷା ନେଇ ଦୁଇଦିନ ମଧ୍ୟରେ ନିଷ୍ପତ୍ତି ନେବ କେନ୍ଦ୍ର

ନୂଆଦିଲ୍ଲୀ: ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ନେଇ କେନ୍ଦ୍ର ସରକାର ଦୁଇଦିନ ମଧ୍ୟରେ ନିଷ୍ପତ୍ତି ନେବେ। ଏନେଇ ସୁପ୍ରିମକୋର୍ଟଙ୍କୁ ଆଟର୍ଣ୍ଣି ଜେନେରାଲ ଅବଗତ କରାଇଛନ୍ତି। ଆସନ୍ତା ଜୁନ ୩ ତାରିଖରେ ସୁପ୍ରିମକୋର୍ଟରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ସୂଚନା ଅନୁଯାୟୀ, ସିବିଏସଇ ଦ୍ୱାଦଶ ବୋର୍ଡ ପରୀକ୍ଷା ବାତିଲ ସହ ପୂର୍ବବର୍ଷ ନୀତି ଅନୁସାରେ ପରୀକ୍ଷା ଫଳ ଘୋଷଣା କରିବାକୁ ସୁପ୍ରିମକୋର୍ଟରେ ପିଟିସନ ଦାଏର ହୋଇଛି । ଆଜି ଏହାର ଶୁଣାଣି ଆରମ୍ଭ ପରେ କେନ୍ଦ୍ର ସରକାର ଦୁଇ ଦିନ ସମୟ ମାଗିଛନ୍ତି । ଦୁଇ ଦିନ ମଧ୍ୟରେ ଏନେଇ କେନ୍ଦ୍ର ସରକାର ନିଷ୍ପତ୍ତି ନେବେ ବୋଲି ଆଟର୍ଣ୍ଣି ଜେନେରାଲ ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି ।

Schools Must Reduce Fees For Online Classes Supreme Court

ତେବେ ଜଷ୍ଟିସ୍ ଏ. ଏମ. ଖାନୱିଲକର ଏବଂ ଜଷ୍ଚିସ୍ ଦିନେଶ ମାହେଶ୍ୱରୀ ମାମଲାର ଶୁଣାଣି କରି ତୁରନ୍ତ ନିଷ୍ପତ୍ତି ଶୁଣାଇବାକୁ କେନ୍ଦ୍ର ସରକାରଙ୍କୁ କହିଛନ୍ତି। ଯାହା ଫଳରେ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୩ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। କରୋନା ମହାମାରୀକୁ ଦୃଷ୍ଟିରେ ରଖି ସିବିଏସ୍‌ଇ ଓ ସିଆଇଏସ୍ଇ ପକ୍ଷରୁ ଦଶମ ପରୀକ୍ଷା ବାତିଲ କରାଯିବା ସହ ଦ୍ୱାଦଶ ବୋର୍ଡ ପରୀକ୍ଷା ସ୍ଥଗିତ ରଖାଯାଇଥିଲା।

All Higher Educational Institutions of State Remain Closed Tomorrow For Congress Odisha Bandh

 

ବାରମ୍ବାର ପରୀକ୍ଷାକୁ ନେଇ ଅନିଶ୍ଚିତତା ଲାଗି ରହିଥିବାବେଳେ ଏହାକୁ ନେଇ ଚିନ୍ତାରେ ପଡିଛନ୍ତି ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଓ ଅଭିଭାବକ। ଏପରିକି ସୁପ୍ରିମକୋର୍ଟ ଏହାର ବିଚାର କରି କେନ୍ଦ୍ର ସରକାରଙ୍କୁ ଉଚିତ୍ ପରାମର୍ଶ ଦେବା ପାଇଁ ଅପିଲ୍ କରିଛନ୍ତି ଛାତ୍ରଛାତ୍ରୀ। ସେପଟେ ଆସନ୍ତାକାଲି ପରୀକ୍ଷା ତାରିଖ ଘୋଷଣା କରିପାରନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ। କିଭଳି ପରୀକ୍ଷା କରାଯିବ ସେ ନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସରକାରଙ୍କ ନିକଟରୁ କେନ୍ଦ୍ର ସରକାର ପ୍ରସ୍ତାବ ଗ୍ରହଣ କରିଛନ୍ତି।

Leave a Reply