spot_img
Home Blog Page 5732

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲଙ୍କୁ କରୋନା

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବଢ଼ି ଚାଲିଥିବା ବେଳେ ଜଣଙ୍କ ପରେ ଜଣେ କରୋନା ସଂକ୍ରମିତ ହେବାରେ ଲାଗିଛନ୍ତି । ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଡ. ରମେଶ ପୋଖରିୟାଲ୍ ନିଶଙ୍କ କୋଭିଡ୍ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଏନେଇ ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

ସେ ଲେଖିଛନ୍ତି- କରୋନା ସଂକ୍ରମିତ ଜଣାପଡ଼ିବା ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ମୁଁ ଚିକିତ୍ସିତ ହେଉଛି । ମୋ ସହିତ ନିକଟରେ ସମ୍ପର୍କରେ ଆସିଥିବା ସମସ୍ତେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ସହ କୋଭିଡ୍ ପରୀକ୍ଷୀ କରାଇ ନିଅନ୍ତୁ ।

ଦେଶରେ ଗତ ୨୪ ଘଣ୍ଟାରେ ପ୍ରାୟ ୩ ଲକ୍ଷ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତକାଲି କଂଗ୍ରେସ ସାଂସଦ ତଥା ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧି କୋଭିଡ୍ ସଂକ୍ରମିତ ହୋଇଥିଲେ । ଦିଲ୍ଲୀରେ ବଢ଼ୁଥିବା ସଂକ୍ରମଣକୁ ଦେଖି ସରକାର ୨୬ ତାରିଖ ଯାଏ ଲକଡାଉନ୍ ଘୋଷଣା କରିଛନ୍ତି ।

ଅକ୍ସିଜେନ୍ ଟ୍ୟାଙ୍କ ଲିକ୍ ପରେ ଅମ୍ଲଜାନ ଅଭାବ, ମୃତ୍ୟୁ ସଂଖ୍ୟା ୨୨କୁ ବୃଦ୍ଧି

ନାସିକ: ମହାରାଷ୍ଟ୍ରରେ ଅକ୍ସିଜେନ୍ ଅଭାବ ଲାଗି ରହିଥିବା ବେଳେ ନାସିକ ସହରରେ ଥିବା ଜାକିର ହୁସେନ୍ ହସ୍ପିଟାଲରେ ଅକ୍ସିଜେନ୍ ଟ୍ୟାଙ୍କର ଲିକ୍ ହୋଇଛି । ଫଳରେ ଅକ୍ସିଜେନ୍ ଅଭାବ କାରଣରୁ ୨୨ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ବରଣ କରିଥିବା ସମସ୍ତ ରୋଗୀ ଭେଣ୍ଟିଲେଟରରେ ଥିଲେ । ଏସମ୍ପର୍କରେ ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ସୂଚନା ଦେଇଛନ୍ତି । ରାଜେଶ ଟୋପେଙ୍କ ଅନୁସାରେ ହସ୍ପିଟାଲରେ ଅକ୍ସିଜେନ୍ ଟ୍ୟାଙ୍କର ଲିକ୍ ହୋଇଯାଇଥିଲା । ଫଳରେ ଭେଣ୍ଟିଲେଟରରେ ଥିବା ରୋଗୀଙ୍କୁ ଅକ୍ସିଜେନ୍ ମିଳିନଥିଲା ।

ଅନ୍ୟପକ୍ଷରେ ରାଜ୍ୟ ଖାଦ୍ୟ ମନ୍ତ୍ରୀ ରାଜେନ୍ଦ୍ର ଶିଙ୍ଗଣେଙ୍କ ଅନୁସାରେ ଏବେ ୨୫ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି । ରିପୋର୍ଟ ଅନୁସାରେ ଟ୍ୟାଙ୍କରକୁ ଭରା ଯାଉଥିବା ବେଳେ ଲିକ୍ ହୋଇଥିଲା । ଫଳରେ ହସ୍ପିଟାଲ ପରିସରରେ ଅକ୍ସିଜେନ୍ ବ୍ୟାପି ଯାଇଥିଲା । ରିପୋର୍ଟ ଅନୁସାରେ ଦୁର୍ଘଟଣା ଘଟିବା ବେଳେ ଭେଣ୍ଟିଲେଟରରେ ୨୫ରୁ ଅଧିକ ରୋଗୀ ଥିଲେ । ମହାରାଷ୍ଟ୍ର ସରକାରଙ୍କ ଅନୁସାରେ ଏବେ ୬୦ ଜଣ ରୋଗୀଙ୍କୁ ଅକ୍ସିଜେନ୍ ଯୋଗାଇ ଦିଆଯାଉଛି । ଘଟଣାର ତଦନ୍ତ ପାଇଁ ଆଦେଶ ଦିଆଯାଇଛି ।

ସ୍ଥାନୀୟ ପ୍ରଶାସନ ଅନୁସାରେ, ଲିକ୍ କାରଣରୁ ଅକ୍ସିଜେନ୍ ସପ୍ଲାଏ ପ୍ରାୟ ଅଧ ଘଣ୍ଟା ଧରି ବନ୍ଦ ହୋଇ ଯାଇଥିଲା । ଏବେ ପ୍ରଶାସନ ଲିକେଜ୍ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଅକ୍ସିଜେନ ଲିକ୍ ବେଳେ ହସ୍ପିଟାଲରେ ୧୭୧ ଜଣ ରୋଗୀ ଥିଲେ । ଦୁର୍ଘଟଣା ପରେ ରୋଗୀମାନଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଏବେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି ।

ମେ’ରୁ ଘରୋଇ ହସ୍ପିଟାଲରେ କୋଭିସିଲ୍ଡର ଗୋଟିଏ ଡୋଜ୍ ପାଇଁ ଦେବାକୁ ହେବ ୭୦୦ ଟଙ୍କା

ନୂଆଦିଲ୍ଲୀ: ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ କରୋନା ଭ୍ୟାକ୍ସିନ୍ କୋଭିସିଲ୍ଡ ଦର ଘୋଷଣା କରିଛନ୍ତି । କମ୍ପାନୀ ଅନୁସାରେ ରାଜ୍ୟ ସରକାରଙ୍କୁ ଭ୍ୟାକ୍ସିନ ୪୦୦ ଟଙ୍କାରେ ଏବଂ ଘରୋଇ ହସ୍ପିଟାଲକୁ ୬୦୦ ଟଙ୍କା ଦେବାକୁ ପଡ଼ିବ । ସରକାରୀ ଡାକ୍ତରଖାନାରେ ଏବେ ଟିକା ମାଗଣାରେ ଦିଆ ଯାଉଥିବା ବେଳେ ଘରୋଇ ହସ୍ପିଟାଲରେ ଏଥିପାଇଁ ୬୦୦ ଟଙ୍କା ଦେବାକୁ ପଡ଼ିବ । ଅର୍ଥାତ୍ ଆସନ୍ତା ମାସରୁ ଘରୋଇ ହସ୍ପିଟାଲରେ କୋଭିସିଲ୍ଡ ଟିକା ନେଲେ ଆପଣଙ୍କୁ ସମସ୍ତ ଚାର୍ଜ ସହ ୭୦୦ ଟଙ୍କା ଦେବାକୁ ହେବ ।

ତେବେ, ସରକାରୀ ହସ୍ପିଟାଲରେ ଟିକା ମାଗଣା ମିଳିବ । ଅଧିକାଂଶ ରାଜ୍ୟ ମାଗଣାରେ ଟିକା ଦେବା ପାଇଁ ଘୋଷଣା କରିଛନ୍ତି । କରୋନା ଭ୍ୟାକ୍ସିନ୍ କୋଭିସିଲ୍ଡର ଦର ଘୋଷଣା ବେଳେ ଦୁନିଆର ସବୁଠୁ ବଡ଼ ଭ୍ୟାକ୍ସିନ୍ ନିର୍ମାଣର ସେରମର ସିଇଓ ଅଦର ପୁନାୱାଲା କହିଛନ୍ତି- ଆସନ୍ତା ୨ ମାସ ମଧ୍ୟରେ ଭ୍ୟାକ୍ସିନ୍ ଉତ୍ପାଦନ ବୃଦ୍ଧି କରାଯାଇ ଅଭାବକୁ ଦୂର କରାଯିବ । ଆଗାମୀ ଦିନରେ ସେରମ କେନ୍ଦ୍ର ସରକାରଙ୍କୁ ୫୦ ପ୍ରତିଶତ ଟିକା ଦେବ । ବଳକା ଟିକା ରାଜ୍ୟ ଓ ଘରୋଇ ହସ୍ପିଟାଲକୁ ମିଳିବ ।

ବିଦେଶୀ ଟିକା ତୁଳନାରେ ଶସ୍ତା

ସେରମର ସିଇଓ ପୁନାୱାଲା କହିଛନ୍ତି- ଭାରତ ସରକାରଙ୍କ ନିର୍ଦ୍ଦେଶ ପରେ ଟିକାର ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି । ଦୁନିଆର ଅନ୍ୟ ଟିକା ତୁଳନାରେ ଭାରତରେ ଭ୍ୟାକ୍ସିନର ମୂଲ୍ୟ ବହୁତ କମ୍ । ଆମେରିକାରେ ଭ୍ୟାକ୍ସିନର ମୂଲ୍ୟ ୧୫୦୦ ଟଙ୍କାରୁ ଅଧିକ । ଯେତେବେଳେ କି ଋଷ ଓ ଚୀନ ନିର୍ମିତ ଭ୍ୟାକ୍ସିନ୍ ଦାମ ୭୫୦ ଟଙ୍କାରୁ ଅଧିକ । ଏବେ ସମସ୍ତ କମ୍ପାନୀଙ୍କୁ ଭ୍ୟାକ୍ସିନ୍ ଯୋଗାଣ ସମ୍ଭବ ନୁହେଁ । ତେଣୁ ଟିକା ସରକାରୀ ଓ ଘରୋଇ ହସ୍ପିଟାଲରେ ନେବାକୁ ହେବ । ୪ରୁ ୫ ମାସ ପରେ ଭ୍ୟାକ୍ସିନ୍ ଖୋଲା ବଜାରରେ ମିଳିବ ।

ମହାରାଷ୍ଟ୍ର ନାସିକ ହସ୍ପିଟାଲରେ ଅକ୍ସିଜେନ୍ ଅଭାବରୁ ୧୧ ରୋଗୀଙ୍କ ମୃତ୍ୟୁ

ନାସିକ: ମହାରାଷ୍ଟ୍ରର ନାସିକ ସହରରେ ଥିବା ଜାକିର ହୁସେନ୍ ହସ୍ପିଟାଲରେ ଅକ୍ସିଜେନ୍ ଅଭାବ କାରଣରୁ ୧୧ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ବରଣ କରିଥିବା ସମସ୍ତ ରୋଗୀ ଭେଣ୍ଟିଲେଟରରେ ଥିଲେ । ଏସମ୍ପର୍କରେ ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ସୂଚନା ଦେଇଛନ୍ତି ।
ରାଜେଶ ଟୋପେଙ୍କ ଅନୁସାରେ ହସ୍ପିଟାଲରେ ଅକ୍ସିଜେନ୍ ଟ୍ୟାଙ୍କର ଲିକ୍ ହୋଇଯାଇଥିଲା । ଫଳରେ ଭେଣ୍ଟିଲେଟରରେ ଥିବା ରୋଗୀଙ୍କୁ ଅକ୍ସିଜେନ୍ ମିଳିନଥିଲା ।

ଅନ୍ୟପକ୍ଷରେ ରାଜ୍ୟ ଖାଦ୍ୟ ମନ୍ତ୍ରୀ ରାଜେନ୍ଦ୍ର ଶିଙ୍ଗଣେଙ୍କ ଅନୁସାରେ ଏବେ ୨୫ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି । ରିପୋର୍ଟ ଅନୁସାରେ ଟ୍ୟାଙ୍କରକୁ ଭରା ଯାଉଥିବା ବେଳେ ଲିକ୍ ହୋଇଥିଲା । ଫଳରେ ହସ୍ପିଟାଲ ପରିସରରେ ଅକ୍ସିଜେନ୍ ବ୍ୟାପି ଯାଇଥିଲା । ରିପୋର୍ଟ ଅନୁସାରେ ଦୁର୍ଘଟଣା ଘଟିବା ବେଳେ ଭେଣ୍ଟିଲେଟରରେ ୨୫ରୁ ଅଧିକ ରୋଗୀ ଥିଲେ । ମହାରାଷ୍ଟ୍ର ସରକାରଙ୍କ ଅନୁସାରେ ଏବେ ୬୦ ଜଣ ରୋଗୀଙ୍କୁ ଅକ୍ସିଜେନ୍ ଯୋଗାଇ ଦିଆଯାଉଛି । ଘଟଣାର ତଦନ୍ତ ପାଇଁ ଆଦେଶ ଦିଆଯାଇଛି ।

ଦିଲ୍ଲୀରେ ଅକ୍ସିଜେନର ଘୋର ଅଭାବ, ମାତ୍ର ୬ ଘଣ୍ଟା ପାଇଁ ରହିଛି ଷ୍ଟକ

ନୂଆଦିଲ୍ଲୀ: ଦିଲ୍ଲୀରେ ଦୈନିକ ସଂକ୍ରମଣ ବଢୁଥିବାବେଳେ ଅନେକ ହସ୍ପିଟାଲରେ ଅକ୍ସିଜେନର ଘୋର ଅଭାବ ଦେଖାଦେଇଛି । ଯାହାକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ଦିଲ୍ଲା ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ଖୁବ ଶୀଘ୍ର କେନ୍ଦ୍ର ସରକାର ହସ୍ପିଟାଲ ପାଇଁ ଅକ୍ସିଜେନ୍ ଯୋଗାଇ ନଦେଲେ ଦିଲ୍ଲୀରେ ହା ହା କାର ପରିସ୍ଥିତି ସୃଷ୍ଟି ହେବ । ହସ୍ପିଟାଲରେ ମାତ୍ର ୬ରୁ ୮ ଘଣ୍ଟା ପାଇଁ ଅକ୍ସିଜେନ୍ ରହିଥିବା କହିଛନ୍ତି ଦିଲ୍ଲା ଉପ-ମୁଖ୍ୟମନ୍ତ୍ରୀ ।

ଜେଟିବି, ଗଙ୍ଗାରାମ ଭଳି ହସ୍ପିଟାଲରେ ସ୍ଥିତି ଚିନ୍ତାଜନକ ରହିଥିବା ଉଲ୍ଲେଖ କରିଛନ୍ତି ସିସୋଦିଆ । ଏଥି ପ୍ରତି କେନ୍ଦ୍ର ସରକାର ଖୁବ୍ ଶୀଘ୍ର ଦୃଷ୍ଟି ଦେବାର ଯଥେଷ୍ଟ ଆବଶ୍ୟକତା ରହିଛି । ସେପଟ ଓଡ଼ିଶା ମଡେଲକୁ ପ୍ରଶଂସା କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ଅକ୍ସିଜେନ ସିଲିଣ୍ଡରକୁ କିପରି ଆୟତ କରାଯିବ ଏବଂ ଏହାର କିପରି ସଦୁପଯୋଗ କରାଯିବ  ।

 

ପଶ୍ଚିମ ଓଡିଶାରେ ପୋଲିସ ମହାନିର୍ଦ୍ଦେଶ

ଭୁବନେଶ୍ୱର: ପୋଲିସ ମହାନିର୍ଦ୍ଦେଶକ ଅଭୟଙ୍କ ଦିନିକିଆ ବଲାଙ୍ଗୀର, କଳାହାଣ୍ଡି ଓ ନୂଆପଡା ଜିଲ୍ଲା ଗସ୍ତ । ଭବାନୀପାଟଣା ରିଜର୍ଭ ପୋଲିସରେ ଉଚ୍ଚସ୍ତରୀୟ ଅଧିକାରୀଙ୍କ ସହ କୋଭିଡ ପରିଚାଳନା ନେଇ ସମୀକ୍ଷା କରିବା ସହ । କରୋନା କଟକଣା କଡାକଡି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଡିଜିପି ।

ଏକ ସ୍ବତନ୍ତ୍ର ହେଲିକେପ୍ଟର ଯୋଗେ ସକାଳ ପ୍ରାୟ ୯ଟା ୩୦ ମିନିଟ ସମୟରେ ବଲାଙ୍ଗୀର ମନୋହରପୁର ରିଜର୍ଭ ପୋଲିସ ଖେଳ ପଡିଆରେ ଓହ୍ଲାଇଥିଲେ ପୋଲିସ ମହାନିର୍ଦ୍ଦେଶକ । ରିଜର୍ଭ ପୋଲିସ କାର୍ଯ୍ୟାଳୟ ଠାରେ ଜିଲ୍ଲାର ଆଇନ ଶୃଙ୍ଖଳା, କୋଭିଡ ପରିସ୍ଥିତି ସହ ମାଓ ମୁକାବିଲା ନେଇ ସମୀକ୍ଷା କରିଛନ୍ତି । ଡିଜିପିଙ୍କ ସହ ସ୍ବତନ୍ତ୍ର ଗୁଇନ୍ଦା ଶାଖା ଡିଆଇଜି ଅନିରୁଦ୍ଧ ସିଂ, ଉତ୍ତରାଞ୍ଚଳ ପୋଲିସ ଆଇ.ଜି. ନରସିଂହ ଭୋଳ ଓ ବଲାଙ୍ଗୀର ଏସପି ଦାୟୀତ୍ବରେ ଥିବା ବରଗଡ ଏସପି ପଦ୍ମିନୀ ସାହୁ ଉପସ୍ଥିତ ରହିଥିଲେ ।

ଡିଜିପି ରିଜର୍ଭ କାର୍ଯ୍ୟାଳୟରୁ ବାହାରି ବଲାଙ୍ଗୀର ଟାଉନଥାନା ଓ ସଦରଥାନା ପରିଦର୍ଶନ କରିଥିଲେ । ଜିଲ୍ଲାରେ ଆଇନଶ୍ରୁଙ୍ଖଳା ଓ କୋଭିଡ ପରିସ୍ଥିତି ନିୟନ୍ତ୍ରଣାଧିନ ରହିଥିବା ବେଳେ ଜିଲ୍ଲାବାସୀ ପୋଲିସ ଓ ରାଜ୍ୟ ସରକାରଙ୍କ ଗାଇଡ୍ ଲାଇନ୍ ପାଳନ କରିବାକୁ ପୋଲିସ ମହାନିର୍ଦ୍ଦେଶକ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି ।

ମେ ମାସରୁ ଖୋଲା ବଜାରରେ ମିଳିବ କୋଭିସିଲ୍ଡ, ଜାଣନ୍ତୁ କେତେ ଦାମ …

ନୂଆଦିଲ୍ଲୀ: ବୁଧବାରଠୁ ଖୋଲା ବଜାରରେ ମିଳିବ ଟିକା । କୋଭିସିଲ୍ଡ ଭ୍ୟାକ୍ସିନ ପ୍ରସ୍ତୁତ କରୁଥିବା ସେରମ ଇନଷ୍ଟଚ୍ୟୁଟ ଅଫ ଇଣ୍ଡିଆ ଟିକା ପ୍ରଦାନ କରିବ । ଟିକାର ଦାମ୍ କେତେ ରହିବ ସେନେଇ ମଧ୍ୟ ସ୍ପଷ୍ଟ କରିଛି କମ୍ପାନୀ । ଘରୋଇ ହସ୍ପିଟାଲରେ ଟିକାର ଦାମ ୬୦୦ ଟଙ୍କା ରହିଥିବାବେଳେ ସରକାରୀ ହସ୍ପିଟାଲରେ ଏହି ଦାମ ୪୦୦ ଟଙ୍କାରେ ମିଳିବ ।

ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୋଲା ବଜାରରେ ଭ୍ୟାକ୍ସିନ ମିଳିବା ନେଇ ପ୍ରସ୍ତାବ ପ୍ରଦାନ କରିଥିଲେ  । ନବୀନ ପଟ୍ଟନାୟକଙ୍କ ପ୍ରସ୍ତାବକୁ କେନ୍ଦ୍ର ସରକାର ଗ୍ରହଣ କରିବା ସହ ଖୋଲା ବଜାରରେ ଚିକା ମିଳିବା ନେଇ ଅନୁମତି ଦେଇଥିଲେ  । ଗତକାଲି ମଧ୍ୟ ପ୍ରଧାନମନ୍ତ୍ରୀ ସମ୍ବୋଧନ କରିବା ଅବସରରେ ଏହି କଥା ଉଲ୍ଲେଖ କରିଥିଲେ  ।

ବଢୁଥିବା ସଂକ୍ରଣକୁ ଦୃଷ୍ଟିରେ ରଖି ଟିକା ଖୋଲା ବଜାରରେ ଉପଲବ୍ଧ ହେଉ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ  । ଆଜି ସେରମ ଇନଷ୍ଟଚ୍ୟୁଟ ଅଫ ଇଣ୍ଡିଆ କୋଭିସିଲ୍ଡ ଟିକାକୁ ଖୋଲା ବଜାରରେ ଦେବା ନେଇ ଘୋଷଣା କରିଛି  । ମେ ପ୍ରଥମ ସପ୍ତାହରେ ଘରୋଇ ଏବଂ ସରକାରୀ ହସ୍ପିଟାଲରେ ଟିକା ଉପଲବ୍ଧ କରାଯିବ ବୋଲି ନିଷ୍ପତ୍ତି କରାଯାଇଛି  । ଯାହାର ନୂଆ ଦାମ ମଧ୍ୟ ପ୍ରଦାନ କରିଛି କମ୍ପାନୀ  । ଘରୋଇ ହସ୍ପିଟାଲରେ ଏହି ଦାମ ୬୦୦ ଟଙ୍କା ରହିଛି ଏବଂ ସରକାରୀ ମେଡିକାଲରେ ଭ୍ୟକ୍ସିନର ମୂଲ୍ୟ ୪୦୦ ଟଙ୍କା ଧାର୍ଯ୍ୟ କରିଛି ସେରମ ଇନଷ୍ଟଚ୍ୟୁଟ ଅଫ ଇଣ୍ଡିଆ  ।

ହସ୍ପିଟାଲରେ ସଂକ୍ରମିତ, ବାହାର ଅକ୍ସିଜେନ୍ ସିଲିଣ୍ଡର ଲାଇନରେ ପରିଜନ

ଲକ୍ଷ୍ନୌ: କରୋନାର ଦ୍ୱିତୀୟ ପର୍ଯ୍ୟାୟ ଉତ୍ତର ପ୍ରଦେଶରେ ହାହାକାରୀ ସ୍ଥିତି ସୃଷ୍ଟି କରିଛି । କରୋନା ସଂକ୍ରମିତଙ୍କୁ ନେଇ ହସ୍ପିଟାଲ ଭର୍ତ୍ତି ହୋଇଥିବା ବେଳେ ନାହିଁ ନାହିଁରେ ଚାଲିଛି ସ୍ୱାସ୍ଥ୍ୟ ବ୍ୟବସ୍ଥା । ବେଡ୍ ନାହିଁ, ଅକ୍ସିଜେନ ନାହିଁ । ଭଗବାନଙ୍କ ଭରସାରେ ରୋଗୀ ହସ୍ପିଟାଲରେ ଥିବା ବେଳେ ବାହାରେ ଅକ୍ସିଜେନ୍ ସିଲିଣ୍ଡର ଭର୍ତ୍ତିକରିବାକୁ ଲାଇନରେ ଛିଡା ହେଉଛନ୍ତି ପରିଜନ । ଅକ୍ସିଜେନ୍ ଅଭାବ କାରଣରୁ ହସ୍ପିଟାଲ କର୍ତ୍ତୁପକ୍ଷ ହାତ ଟେକି ଦେଇଛନ୍ତି । ସଂକ୍ରମିତଙ୍କ ପରିଜନଙ୍କୁ କହୁଛନ୍ତି ନିଜ ପରିବାର ସଦସ୍ୟଙ୍କ ପାଇଁ ନିଜେ ଅକ୍ସିଜେନ୍ ସିଲିଣ୍ଡର ଯୋଗାଡ କର ।

ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌର ତାଲକଟୋରା ସ୍ଥିତ ଏକ ଅକ୍ସିଜେନ୍ ପ୍ଲାଣ୍ଟ୍ ଆଗରେ ଲୋକଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳୁଛି । ସେଠାରେ ଲାଇନ୍ ଲଗାଇଥିବା ଲୋକଙ୍କ ପରିଜନ କରୋନା ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । କିନ୍ତୁ ହସ୍ପିଟାଲରେ ଅକ୍ସିଜେନର ଅଭାବ ରହିଛି । ଫଳରେ ଡାକ୍ତରଖାନା କର୍ତ୍ତୁପକ୍ଷ କହୁଛନ୍ତି ପରିଜନଙ୍କୁ ବଂଚାଇବାକୁ ଚାହୁଁଛ ତ’ ଅକ୍ସିଜେନ୍ ସିଲିଣ୍ଡର ରିଫିଲ କରି ଆଣ । ହସ୍ପିଟାଲ ଶଯ୍ୟାରେ ଜୀବନ ମୃତ୍ୟୁ ମଧ୍ୟରେ ସଂଘର୍ଷ ଚାଲିଥିବା ବେଳେ ବାହାର ଏପ୍ରିଲ ମାସ ମୁଣ୍ଡଫଟା ଖରାରେ ପରିବାର ସଦସ୍ୟ ଅକ୍ସିଜେନ୍ ପାଇଁ ଡହଳ ବିକଳ ହେଉଛନ୍ତି । ଅକ୍ସିଜେନ୍ ପାଇଁ ନିଜ ପ୍ରିୟଜନଙ୍କ ଜୀବନ ଯେମିତି ନଯାଏ ସେଥିପାଇଁ ଏହି ଧାଁଦୌଡ଼ ।

ଲୋକଙ୍କ ଅଭିଯୋଗ ଯେ, ଲକ୍ଷ୍ନୌର ପ୍ରାୟ ସବୁ ସରକାରୀ ହସ୍ପିଟାଲ ସଫାସଫା କହୁଛନ୍ତି ଅକ୍ସିଜେନ୍ ଆଣ,ରୋଗୀକୁ ଭର୍ତ୍ତି କରାଯିବ । ଅକ୍ସିଜେନ୍ ନାହିଁ ତ’ ପ୍ରବେଶ ନାହିଁ । ଏମିତିରେ ପରିବାର ସଦସ୍ୟ ଲକ୍ଷ୍ନୌ ସହର ଭିତରେ ଅକ୍ସିଜେନ୍ ଖୋଜୁଛନ୍ତି । ଲାଇନ୍ ଲଗାଇଲା ପରେ ମଧ୍ୟ ଅକ୍ସିଜେନ୍ ମିଳିବ ବୋଲି କିଛି ଗ୍ୟାରେଣ୍ଟି ନାହିଁ । ଲକ୍ଷ୍ନୌର ମୁଖ୍ୟ ଅକ୍ସିଜେନ୍ ରିଫିଲିଂ ସେଣ୍ଟରରେ ଏତେ ଭିଡ଼ ଯେ, ସେଠାରେ ପୋଲିସକୁ ମଧ୍ୟ ମୁତୟନ କରାଯାଇଛି । ଲକ୍ଷ୍ନୌର ନାଦରଗଂଜ୍ ଶିଳ୍ପାଞ୍ଚଳର ସବୁଠାରୁ ବଡ ଅକ୍ସିଜେନ୍ ରିଫିଲିଂ ସେଣ୍ଟରରେ ମଧ୍ୟ ଗହଳି ଲାଗି ରହିଛି । ସେଠାରେ ମଧ୍ୟ ଲୋକଙ୍କୁ ୨୪ ଘଣ୍ଟାରୁ ଅଧିକ ସମୟ ଲାଇନରେ ଛିଡା ହେବାକୁ ପଡୁଛି । ଅକ୍ସିଜେନ୍ ମିଳିଗଲେ ରୋଗୀ ବଂଚିଯିବ ଏଇ ଆଶାରେ ପରିବାରର କେହି ନା କେହି ସଦସ୍ୟ ଲାଇନରେ ୨୪ ଘଣ୍ଟା ପର୍ଯ୍ୟନ୍ତ ଛିଡା ହେଉଛନ୍ତି ।

ସରପଞ୍ଚଙ୍କ ସଟଡାଉନ ନିର୍ଦ୍ଦେଶ, ସଂକ୍ରମିତ ବଢିବାରୁ ନିଷ୍ପତ୍ତି

ସୁନ୍ଦରଗଡ: କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଗ୍ରାମ ପଞ୍ଚାୟତକୁ ସଟଡାଉନ ନିର୍ଦ୍ଦେଶ ଦେଲେ ଗ୍ରାମ ପଞ୍ଚାୟତ ସରପଞ୍ଚ । ସୁନ୍ଦରଗଡ ଜିଲ୍ଲାର ଢେଲୁଆ ଗ୍ରାମପଞ୍ଚାୟତରେ ସଂକ୍ରମିତଙ୍କ ସଂଖ୍ୟ ବୃଦ୍ଧି ଘଟିବାରୁ ସରପଞ୍ଚ ଏହି ନିଷ୍ପତ୍ତି ନେଇଛନ୍ତି । ପଞ୍ଚାୟତର ବିଲେଇଗଡ଼ ଏବଂ କଂସାବାହଲ ଗ୍ରାମରେ ନିକଟରେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏହି ପରିପ୍ରେକ୍ଷୀରେ ସଂମ୍ପୂର୍ଣ୍ଣ ପଞ୍ଚାୟତକୁ ସଟଡାଉନ କରାଯିବା ନେଇ ଘୋଷଣା କରାଯାଇଛି । ଗୁରୁବାର ୧୨ ଟାରୁ ଶୁକ୍ରବାର ସକାଳ ୫ଟା ପର୍ଯ୍ୟନ୍ତ ପଞ୍ଚାୟତକୁ ସଟଡାଉନ କରାଯିବ । ଏନେଇ ସ୍ଥାନୀୟ ତହସିଲଦାର, ଥାନା ଅଧିକାରୀଙ୍କୁ ଜଣାଇଛନ୍ତି ସରପଞ୍ଚ ।

ସଟଡାଉନ ସମୟରେ ପଞ୍ଚାୟତରେ ସମସ୍ତ ଜରୁରୀକାଳୀନ ସେବା ଜାରି ରହିବ । କିନ୍ତୁ ସମସ୍ତ ଦୋକାନ ବଜାର ବନ୍ଦ ରହିବା ନେଇ ନିଷ୍ପତ୍ତି ନେଇଛନ୍ତି ସ୍ଥାନୀୟ ସରପଞ୍ଚ । ସେହିପରି ସୁନ୍ଦରଗଡ ଜିଲ୍ଲାର ଚୁଙ୍ଗିମାଟି ପଞ୍ଚାୟତରେ ମଧ୍ୟ ଲକଡାଫନ ଘୋଷଣା କରାଯାଇଛି । ଗୁରୁବାର ରୁ ସୋମବାର ପର୍ଯ୍ୟନ୍ତ ଚୁଙ୍ଗିମାଟି ଗ୍ରାମପଞ୍ଚାୟତର ଦୁଇଟି ଗ୍ରାମରେ ଲକଡାଉନ ଘୋଷଣା କରିଛନ୍ତି ସରପଞ୍ଚ ।

ଦିନରେ ୨ ଲକ୍ଷ ୯୫ ହଜାର ନୂଆ କେସ, ମହାରାଷ୍ଟ୍ରରେ ସର୍ବାଧିକ ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ ମାଡିଚାଲିଛି ମହାମାରୀ ଭୂତାଣୁ । ଗୋଟିଏ ଦିନରେ ୨ ଲକ୍ଷ ୯୫ ହଜାର ୪୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨ ହଜାର ୨୩ ଜଣକ ଜୀବନ ନେଲା ଭୂତାଣୁ । ଦେଶରୁ ସର୍ବାଧିକ ସଂକ୍ରମିତ ଆଜି ଚିହ୍ନଟ ହୋଇଛନ୍ତି ।

ସଂକ୍ରମିତଙ୍କ ତାଲିକାରୁ ମହାରାଷ୍ଟ୍ରରୁ ଆସିଛି ସର୍ବାଧିକ ମାମଲା । ସେହିଭଳି ୨୪ ଘଣ୍ଟାରେ ୧ ଲକ୍ଷ ୬୭ ହଜାର ୪୫୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦେଶରେ ଆକଟିଭ୍ କେସ୍ ରହିଛି ୨୧ ଲକ୍ଷ ୫୭ ହଜାର ୫୩୮ ।

ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ହେଉଛି ୧ କୋଟି ୫୬ ଲକ୍ଷ ୧୬ହଜାର ୧୩୦ । ଏ ପର୍ଯନ୍ତ ୧ କୋଟି ୩୨ ଲକ୍ଷ ୭୬ ହଜାର ୩୯ ଜଣ ସୁସ୍ଥ ହୋଇସାରିଛନ୍ତି । ସେହିଭଳି ୧ ଲକ୍ଷ ୮୨ ହଜାର ୫୫୩ ଜଣକ ଜୀବନ ନେଇଛି ଭୂତାଣୁ ।