ଦ୍ୱାଦଶ ଶ୍ରେଣୀ ପିଲାଙ୍କୁ ମିଳିବନି ଟିକା

Influenza vaccine injection. Injection into a patient's arm of the 2018/2019 seasonal influenza (flu) vaccine for the northern hemisphere season. This is a quadrivalent inactivated vaccine designed for intramuscular and subcutaneous injection. Inactivated influenza vaccines contain dead influenza viruses. When injected, these stimulate the body's immune system to produce antibodies that protect against future infection by live viruses. Influenza vaccination is recommended for the elderly, the very young, and anyone suffering from respiratory or circulatory disease. It is provided annually because of the need to protect against new strains. This is a vaccine from the Sanofi Pasteur Europe company.

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟରେ ପହଞ୍ଚିଲା ଦ୍ୱାଦଶ ଶ୍ରେଣୀ ପିଲାଙ୍କୁ ଟିକା ଦେବା ମାମଲା । ଏହି ମାମଲାରେ ଶୁକ୍ରବାର କେନ୍ଦ୍ର ସରକାର ହାଇକୋର୍ଟରେ ଦାଖଲ ହୋଇଥିବା ସତ୍ୟପାଠରେ କହିଛନ୍ତିଯେ, ଭାରତ ବାୟୋଟେକକୁ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍‌ଇଣ୍ଡିଆ ବା ଡିସିଜିଆଇ ୧୨ ମଇକୁ ସୁସ୍ଥ ଦ୍ୱାଦଶ ଶ୍ରେଣୀ ପିଲାଙ୍କୁ ଟିକା ଦେବାପାଇଁ ଅନୁମତି ଦେଇଛନ୍ତି । ତେଣୁ ଏବେ ଦ୍ୱାଦଶ ଶ୍ରେଣୀ ପିଲାଙ୍କୁ ଭ୍ୟାକ୍ସିନ୍‌ଦିଆଯାଇପାରିବ ନାହିଁ ।

ଯେପର୍ଯ୍ୟନ୍ତ ଭ୍ୟାକ୍ସିନର ସଫଳ ପରୀକ୍ଷଣ ସରିନାହିଁ ସେପର୍ଯ୍ୟନ୍ତ ଭ୍ୟାକ୍ସିନ୍‌ଦିଆଯାଇପାରିବ ନାହିଁ ବୋଲି କହିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାର ଏହା ମଧ୍ୟ କହିଛନ୍ତିଯେ, ଭ୍ୟାକ୍ସିନ କମ୍ପାନୀ ନିକଟରେ ଏବେ ଜରୁରୀକାଳୀନ ପରିସ୍ଥିତିରେ ଭ୍ୟାକ୍ସିନ୍‌ଦେବାପାଇଁ ଅନୁମତି ରହିଛି, କିନ୍ତୁ ଛୋଟ ପିଲାଙ୍କ କ୍ଷେତ୍ରରେ କ୍ଲିନିକାଲ ଟ୍ରାଏଲ ପୂରା ହୋଇନାହିଁ ।

 

ସୂଚନାଯୋଗ୍ୟ ଦିଲ୍ଲୀ ହାଇକୋର୍ଟରେ ଜଣେ ଛାତ୍ର ଏକ ଆବେଦନପତ୍ର ଦାଖଲ କରିଥିଲେ । ଯେଉଁଥିରେ ଦ୍ୱାଦଶ ଶ୍ରେଣୀ ପିଲାଙ୍କୁ ଭ୍ୟାକ୍ସିନ୍‌ଦେବା କଥା ଉଲ୍ଲେଖ ଥିଲା । ହାଇକୋର୍ଟ ଏହି ଆବେଦନରେ ନୋଟିସ ଜାରି କରି କେନ୍ଦ୍ର ସରକାରଙ୍କୁ ଜବାବ ମାଗିଥିଲେ ।
ନିକଟରେ କରୋନା ସମୟରେ ଅନାଥ ହୋଇଥିବା ପିଲାଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଏହି ପିଲାଙ୍କ ପାଇଁ ୨୪ ଘଣ୍ଟା ସେଲ୍ଟର ହୋମ୍‌ଖୋଲିବା ପାଇଁ ଆଦେଶ ଦେଇଛନ୍ତି କୋର୍ଟ । ଯେଉଁଠାରେ ସେମାନଙ୍କୁ ସମସ୍ତ ପ୍ରକାରର ସୁବିଧା ମିଳିବ ।

Leave a Reply