କୋ-ଓ୍ୱିନ ନାମରେ ଦୃତ ଗତିରେ ବ୍ୟାପୁଛି ମାଲଓ୍ୱେର, ଡାଉନଲୋଡ କଲେ ଆକାଉଣ୍ଟ ହୋଇଯିବାର ଭୟ

1 min read

ସାରା ଦେଶରେ ଜାରି ରହିଛି କୋଭିଡ ଭ୍ୟାକ୍ସିନର ଅଭାବ । ଆଉ ଏହା ହିଁ ଭ୍ୟାକ୍ସିନେସନରେ ବିଳମ୍ବର କାରଣ ସାଜିଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । କିଭଳି ଯଥାଶୀଘ୍ର ଭ୍ୟାକ୍ସିନ ମିଳିବ ତାହାକୁ ନେଇ ଲୋକଙ୍କ ମଧ୍ୟରେ ବ୍ୟଗ୍ରତା ଦେଖାଦେଇଛି । ଅନ୍ୟପଟେ ଏହାର ଫାଇଦା ଉଠାଉଛନ୍ତି ସ୍କାମର୍ସ ।

ଭ୍ୟାକ୍ସିନ୍‌ସ୍ଲଟ୍‌ବୁକ୍‌କରିବା ପାଇଁ କୋ-ଓ୍ୱିନ୍‌ପ୍ଲାଟଫର୍ମକୁ ଯିବାକୁ ପଡ଼େ । ଏବେ ଏହି ପ୍ଲାଟଫର୍ମ ସ୍କାମର୍ସଙ୍କୁ ଲୋକଙ୍କ ସହିତ ସ୍କାମ୍‌କରିବା ପାଇଁ ଏକ ସୁଯୋଗ ଦେଇଛି । ଯାହାର ଦୁରପଯୋଗ କରୁଛନ୍ତି ସ୍କାମର୍ସ । ଏହାକୁ ବ୍ୟବହାର କରି ସ୍କାମର୍ସ ଆଣ୍ଡରଏଡ୍‌ମାଲଓ୍ୱେରର ବ୍ୟାପକ ପ୍ରସାର କରୁଛନ୍ତି, ଯାହା ଲୋକଙ୍କ ପାଇଁ ଖୁବ୍‌କ୍ଷତିକାରକ ହୋଇପାରେ। ଅର୍ଥାତ୍‌ଯଦି ଆପଣ ସ୍କାମର୍ସଙ୍କ ସ୍କାମର ଶୀକାର ହେଉଛନ୍ତି ତେବେ ଆପଣଙ୍କ ଆକାଉଣ୍ଟ ପୂରା ଖାଲି ହୋଇପାରେ ।


ତେବେ କ’ଣ ଏହି ମାଲଓ୍ୱେର?
ମାଲଓ୍ୱେର ହେଉଛି ଏକ ହାନିକାରକ କମ୍ପ୍ୟୁଟର ପ୍ରୋଗ୍ରାମ । ଏହା ନିଜର କପି କ୍ରିଏଟ୍‌କରି ଅନ୍ୟ କମ୍ପ୍ୟୁଟର, ସର୍ଭର, କ୍ଲାଏଣ୍ଟ ଏବଂ କମ୍ପ୍ୟୁଟର ନେଟଓ୍ୱର୍କକୁ ଡ୍ୟାମେଜ୍‌କରିଥାଏ ।

ତେବେ ସ୍କାମର୍ସ କିଭଳି ଏହାକୁ ବ୍ୟବହାର କରନ୍ତି ?
ଏହା ମାଧ୍ୟମରେ ଲୋକଙ୍କୁ ଏକ ମେସେଜ୍‌ପଠାଯାଏ । ଏଥିରେ ଫ୍ରି କରୋନା ଭ୍ୟାକ୍ସିନେସନ ସ୍ଲଟ୍‌ ବୁକ୍‌କରିବା ପାଇଁ କୁହାଯାଏ । SMS ସହିତ ପଠାଯାଏ ଏକ ଲିଙ୍କ୍‌। ଯାହା ଆଣ୍ଡରଏଡ ମାଲଓ୍ୱେରର ଲିଙ୍କ୍‌। ଲିଙ୍କ୍‌ଉପରେ କ୍ଲିକ କରିବା ମାତ୍ରେ ସେହି ବ୍ୟକ୍ତିଙ୍କ ମୋବାଇଲ ଫୋନରେ ମାଲଓ୍ୱେର ଇନଷ୍ଟଲ ହୋଇଯାଏ । ଏହି ମାଲଓ୍ୱେର ୟୁଜର୍ସଙ୍କ ଫୋନରୁ କଣ୍ଟାକ୍ଟ ଓ SMS ସହିତ ଅନ୍ୟ ଡିଟେଲ୍ସର ଆକ୍ସେସ ମାଗେ । ସାଇବର ସିକ୍ୟୁରିଟି ଫର୍ମ ESET Lukas Stefankoର ମାଲଓ୍ୱେରର ରିସର୍ଚରଙ୍କ କହିବା ହେଉଛି ଏହି ମାଲଓ୍ୱେର ଚଳିତ ବର୍ଷ ଅପ୍ରେଲ ମାସରେ ଆରମ୍ଭ ହୋଇଥିଲା ଏବଂ ଏହା ଲଗାତାର ସକ୍ରିୟ ରହିଛି ।

ମାଲଓ୍ୱେରକୁ covid 19 vaccine, covid 19 vaccine registration ଏବଂ Vaccine Registration ଭଳି ଅନେକ ନାମ ଦିଆଯାଇଛି । ତେବେ SMS ପଠାଉଥିବା ଫେକ୍‌କୋ-ଓ୍ୱିନ୍‌ଭ୍ୟାକ୍ସିନ ରେଜିଷ୍ଟ୍ରେସନ ଆପ୍‌ଠାରୁ ସାବଧାନ ରହିବା ପାଇଁ କହିଛି Indian Computer Emergency Response Team ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଆପ୍‌, SMS ଜରିଆରେ ଆପେ ଆପେ ଅନ୍ୟ କଣ୍ଟାକ୍ଟ ସହିତ ବ୍ୟାପିଯାଏ । ଏହାପରେ ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ନେଇ ଆର୍ଥିକ ଫ୍ରଡ୍‌କରିପାରେ । ତେଣୁ ଏହାକୁ ନେଇ ୟୁଜର୍ସ ସାବଧାନ ରହିବା ନିହାତି ଜରୁରୀ ।

Leave a Reply