spot_img
Home Blog Page 5712

ଅକ୍ସିଜେନ କମିଲେ କେମିତି କରିବେ ଉପଚାର, ଘରେ କରନ୍ତୁ ପ୍ରୟୋଗ

ନନ୍ଦିଘୋଷ ବ୍ୟୁରୋ: ଅକ୍ସିଜେନର ଅଭାବରେ ଆଉଟପାଉଟ ଏବେ ଅନେକ ରାଜ୍ୟ । ବେଡ ସଂଖ୍ୟା ଠାରୁ ବଳି ପଡୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଯଦି ବେଡ ମିଳୁଛି ତେବେ ଅକ୍ସିଜେନ ମିଳୁନି, ଆଉ ଯଦି ଅକ୍ସିଜେନ ମିଳୁଛି ତେବେ ବେଡ ମିଳୁନାହିଁ । ଏପରି ସ୍ଥିତି ଏବେ ଦେଶବ୍ୟାପୀ ଆତଙ୍କ ସୃଷ୍ଟି କରିଛି । ଅନେକ ଆକ୍ରାନ୍ତ ଏବେ ଘରେ ରହି ଚିକିତ୍ସିତ ହେଉଛନ୍ତି ଏବଂ ଅକ୍ସିଜେନ ସଂଯୋଗରେ ମଧ୍ୟ ରହୁଛନ୍ତି । ତେବେ ଘରେ ରହିବା ସମୟରେ ଆପଣ କିମ୍ବା ଆପଣଙ୍କ ସମ୍ପର୍କୀୟ ନିଶ୍ୱାସ ନେବାରେ ଅସୁବିଧା ଅନୁଭବ କରନ୍ତି ତେବେ କରିବେ କଣ ? କିପରି କରିବେ ସମାଧାନ ? କଣ ରହିଛି ଏହାର ଦେଶୀ ଉପଚାର ?

ଦେଶର ଅନେକ ବରିଷ୍ଠ ବିଶେଷଜ୍ଞଙ୍କ ଏନେଇ କିଛି ଟିପସ ଦେଇଛନ୍ତି । ଆମେ ଘରେ ରହିବା ସମୟରେ ନିଶ୍ୱାସ ନେବାରେ ଅସୁବିଧା ହେଲେ ଏହି ଉପାୟକୁ ଅବଲମ୍ବନ କରିପାରିବା । ବିଶେଷଜ୍ଞଙ୍କ କହିବା ମୁତାବକ ଜଣେ ସଂକ୍ରମିତଙ୍କୁ ମୁହଁ ମାଡି ତଳେ ଶୁଆଇବା ଦ୍ୱାରା ନିଶ୍ବସ ପ୍ରଶ୍ୱାସ ନେବାରେ ଉନ୍ନତି ଆସିଥାଏ । ଶରୀରକୁ ଅମ୍ଲଜାନ ମିଳିବାରେ ସହଜ ବି ହୋଇଥାଏ । କୋଭିଡ ଆକ୍ରାନ୍ତଙ୍କ ଠାରେ ଏହି ଉପାୟ ବେଶ ଫଳପ୍ରଦ ହେଉଥିବା କୁହାଯାଇଛି । ଏଭଳି ପ୍ରସେସକୁ ପ୍ରୋନିଂ କୁହାଯାଉଥିବା କହିଛନ୍ତି ବିଶେଷଜ୍ଞ ।

ଜଣେ ବ୍ୟକ୍ତି ନିଜେ ଚାହିଁଲେ ପ୍ରୋନିଂ କରିପାରିବେ । ଏଥିପାଇଁ କେବଳ ୪ରୁ ୫ଟି ତକିଆର ଆବଶ୍ୟକତା ରହିଛି । ପେଟ ମାଡି ଶୋଇବା, ବାମ କଡ଼ରେ ଶୋଇବା, ଡାହାଣ କଡ଼ ମାଡି ଶୋଇବା ଏବଂ ପୁଣି ଥରେ ପେଟ ମାଡି ଶୋଇବା ମଧ୍ୟ ପ୍ରୋନିଂର ପ୍ରୋସେସ । ଏହି ଉପାୟକୁ ଦିନକୁ ଏକ ଘଣ୍ଟାରୁ ଦୁଇ ଘଣ୍ଟା କରାଯାଇପାରିବ । ଏକକାଳୀନ ଅଧ ଘଣ୍ଟାଏ ପ୍ରୋସେସିଂରେ ରହିବା ଦ୍ବାରା ସୁଫଳ ମିଳିପାରିଥାଏ । ଏହାର ଅର୍ଥ ଆପଣ ଯେପର୍ଯ୍ୟନ୍ତ ଶରୀରର କଷ୍ଟ ସମ୍ଭାଳିପାରୁଛନ୍ତି ସେପର୍ଯ୍ୟନ୍ତ କରିପାରିବେ । କିନ୍ତୁ ଖାଇବା ପରେ ହଠାତ ପ୍ରୋନିଂ କରିବା ଶରୀରପ୍ରତି ଫଳପ୍ରଦ ନୁହେଁ । ଖାଇବାର ୩୦ ମିନିଟ ପରେ କରାଯାଇପାରିବ ।

ପ୍ରତ୍ୟକ ବ୍ୟକ୍ତି ପ୍ରୋନିଂ କରିପାରିବେ ହେଲେ କିଛି ନିର୍ଦ୍ଧିଷ୍ଟ ଲୋକଙ୍କୁ ଏହିସବୁ ମନା । ଯେପରିକି ଗର୍ଭବତୀ ମହିଳା, ରକ୍ତ ଜମାଟ ବାନ୍ଧିଥିବା ବ୍ୟକ୍ତି, ଶରୀରରେ କୈଣସି ଅଙ୍ଗରେ ଫ୍ୟାକ୍ଚର ଥିବା ବ୍ୟକ୍ତି ଏବଂ ଯଦି ହାର୍ଟ ସମସ୍ୟା ଥାଏ ତେବେ ପ୍ରୋନିଂ କରିବା ମନା । ତେବେ ପ୍ରଶ୍ନ ଉଠିବା ସ୍ୱଭାବିକ କେତେବେଳେ ଆମେ ଏହି ଉପାୟ ଅବଲମ୍ବନ କରିବା । ବା ଆମେ କେତେବେଳେ ଜାଣିବା ଯେ, ବର୍ତ୍ତମାନ ପ୍ରୋନିଂ କରିବା ଠିକ ବୋଲି । ଶରୀରରେ ଅମ୍ଳଜାନ ସ୍ତର ହ୍ରାସ ଘଟିଲେ ଅର୍ଥାତ ନିଶ୍ବାସ ପ୍ରଶ୍ୱାସ ନେବାରେ ସମସ୍ୟା ସୃଷ୍ଟି ହେଲେ ପ୍ରୋନିଂ କରିପାରିବେ । ଯଦ୍ବାରା ଏଭଳି ସମୟରେ ଆମେ ଘରେ ରହି ମଧ୍ୟ ଜୀବନ ସୁରକ୍ଷିତ ରଖିପାରିବା ।

ବାଇଡେନଙ୍କ ସହ କଥା ହେଲେ ମୋଦି, କୋଭିଡ ସ୍ଥିତି ନେଇ ଆଲୋଚନା

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଜୋ. ବିଡେନ୍‌ଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶରେ କୋଭିଡର ସ୍ଥିତି ଉଦବେଗଜନକ ହୋଇଥିବାବେଳେ କରୋନା ଟିକାରେ ବ୍ୟବହୃତ ହେଉଥିବା କଞ୍ଚାମାଲ ପାଇଁ ଆମେରିକା ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଫୋନ ଯୋଗେ କଥା ହୋଇଥିବା ନେଇ ମୋଦି ନିଜେ ଟ୍ବିଟ୍‌ କରିଛନ୍ତି ।

ଆମେରିକାର ରାଷ୍ଟ୍ରପତି ବିଡେନଙ୍କ ସହ ଫଳପ୍ରଦ ବାର୍ତ୍ତାଳାପ ହୋଇଛି ବୋଲି ମୋଦି କହିଛନ୍ତି । ଆମେ ଉଭୟ ଦେଶର COVID ପରିସ୍ଥିତି ବିଷୟରେ ଭଲ ଭାବରେ ଆଲୋଚନା କରିଛୁ । ଜୋ. ବିଡେନ୍‌ଙ୍କ ସହ ମୋର ଆଲୋଚନା ଟିକାର କଞ୍ଚାମାଲ ଏବଂ ଔଷଧ ଉପରେ ହୋଇଛି । ତେବେ ଦୁଇଜଣଙ୍କ ଆଲୋଚନା ସଫଳ ହୋଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଗତକାଲି ଭାରତ କୋଭିଡ ସ୍ଥିତି ଦେଖି ସବୁ ପ୍ରକାର ସମର୍ଥନ କରିବେ ବୋଲି ବିଡେନ ଟୁଇଟ କରିଥିଲେ । କରୋନାର ପ୍ରଥମ ଲହର ବେଳେ ଭାରତ ସହାୟତା କରିଥିବାରୁ ଦ୍ବିତୀୟ ଲହରରେ ଆମେରିକା ସହାୟତା କରିବାକୁ ପ୍ରତିଶ୍ରୁତି ବଦ୍ଧ ବୋଲି ବିଡେନ ଟୁଇଟ କରିଥିଲେ ।

କୁମିନ୍ସଙ୍କୁ ଅଥୟ କଲା କୋଭିଡ ସ୍ଥିତି, ଭାରତକୁ ସହାୟତାର ହାତ ବଢାଇଲେ ଅଷ୍ଟ୍ରେଲିଆ ଖେଳାଳି

ଭୁବନେଶ୍ୱର: ଦେଶରେ କୋଭିଡ ସ୍ଥିତି ଉଦବେଗଜନକ । ଅକ୍ସିଜେନ ଅଭାବରୁ ଅନେକ ପ୍ରାଣହାନୀ ଘଟୁଛି । ଏପରିସ୍ଥିତିରେ ଭାରତକୁ ସାହାଯ୍ୟର ହାତ ବଢାଇଛନ୍ତି ଅନେକ ଅନ୍ତ୍ରର୍ଜାତୀୟ ସଂଗଠନ । ଭାରତରେ କୋଭିଡ ଆକ୍ରାନ୍ତଙ୍କ ବିପର୍ଯ୍ୟସ୍ତ ପରିସ୍ଥିତିରେ ସହାୟତା ପ୍ରଦାନ କରିଛନ୍ତି ଅଷ୍ଟ୍ରେଲିଆ କ୍ରିକେଟ ଖେଳଳୀ ପ୍ୟାଟ କୁମିନ୍ସ । ଅକ୍ସିଜେନ ପାଇଁ ପିଏମ କେୟାର ଫଣ୍ଡକୁ କମିନ୍ସ ଦାନ କରିଛନ୍ତି ୫୦ ହଜାର ୟୁଏସ ଡଲାର । ଭାରତୀୟ ମୁଦ୍ରାରେ ୩୮ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ଏହି ଖେଳାଳୀ ।

ପିଏମ କେୟାର ଫଣ୍ଡକୁ ଏହି ଅର୍ଥ ପ୍ରଦାନ କରିବା ସହ ପ୍ୟାଟ କୁମିନ୍ସ ଟ୍ବିଟରରେ ଲେଖିଛନ୍ତି ମୁଁ ଗତ କିଛି ଦିନ ହେବ ଭାରତରେ ଖେଳି ଆସୁଛି । ଭାରତୀୟ ଦର୍ଶକ ମୋତେ ଭଲପାଇବା ଦେଇଛନ୍ତି । କିନ୍ତୁ ସେହି ଦେଶର ଲୋକଙ୍କ ସ୍ଥିତି ଏବେ ଭଲ ନାହିଁ । କୋଭିଡ ସ୍ଥିତି ଭାରତରେ ବ୍ୟାପିବାରେ ଲାଗିଛି । ଅକ୍ସିଜେନ ଅଭାବରୁ ଅନେକ ଜୀବନ ଚାଲି ଯାଉଛି । ପୁଣି ଅନେକ ଆକ୍ରାନ୍ତ ବେଡ ପାଇ ପାରୁନାହାଁନ୍ତି । ତେଣୁ କିଛି ମାତ୍ରାରେ ସେବା କରିବାରେ ସାମର୍ଥ୍ୟ ହୋଇଛି ବୋଲି କହିଛନ୍ତି ଅଷ୍ଟ୍ରେଲିଆ ଖେଳାଳୀ ।

ମୟୂରଭଞ୍ଜରେ ୧୦୦ ଶଯ୍ୟା ବିଶିଷ୍ଟ କିମସ କୋଭିଡ ହସ୍ପିଟାଲ ଉଦଘାଟନ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାର ବାଙ୍କିଶୋଳ ଠାରେ ଆଜିଠାରୁ କାର୍ଯ୍ୟକାରୀ ହେଲା କିମସ କୋଭିଡ ହସ୍ପିଟାଲ। ପୂର୍ବଵର୍ଷ ପରି ବାରିପଦା ସହର ଉପକଣ୍ଠ ର ଥିବା ବାଙ୍କିଶୋଳ ଠାରେ ଏହି ହସ୍ପିଟାଲ କୁ ମୟୂରଭଞ୍ଜ ଜିଲ୍ଲାପାଳ ଭିନିତ ଭରଦ୍ୱାଜ ଉଦଘାଟନ କରିଥିଲେ। ୧୦୦ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲ ରେ ୨୦ ଟି ଆଇସିୟୁ ଏବଂ ୧୦ ଟି ଭେଣ୍ଟିଲେଟର ରହିବା ପାଇଁ ବ୍ୟବସ୍ଥା ରହିଛି।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ରୁଦ୍ରନାରାୟଣ ମହାନ୍ତିଙ୍କ ସମେତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ରୁପଭାନୁ ମିଶ୍ର, କୋବିଡ ନୋଡାଲ ଅଫିସର ଗ୍ୟାନରଞନ ମହାନ୍ତି, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସୁଜୟ କୁମାର ପତି ଏବଂ କିମସ କୋଵିଡ ହସ୍ପିଟାଲ ଇନଚାର୍ଯ ଡକ୍ଟର ସରୋଜ କୁମାର ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

ଅକ୍ସିଜେନ ଅଭାବରୁ ରୋଗୀ ମୃତ୍ୟୁ ଅଭିଯୋଗ, ଖଣ୍ଡନ କଲେ ସିଡିଏମଓ

ବଲାଙ୍ଗୀର: କଣ୍ଟାବାଞ୍ଜି ଡାକ୍ତରଖାନାରେ ଅକ୍ସିଜେନ୍ ଅଭାବରୁ ରୋଗୀ ମୃତ୍ୟୁ ଅଭିଯୋଗ ନେଇ ତୁମୁଳକାଣ୍ଡ । ଅକ୍ସିଜେନ ଅଭାବରୁ ମୃତ୍ୟୁ ହୋଇଥିବା ନେଇ ଭଙ୍ଗାରୁଜା କଲେ ସମ୍ପର୍କୀୟ । ସେପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବଲାଙ୍ଗୀର ସିଡିଏମଓ । ମୃତ ବ୍ୟକ୍ତି କଣ୍ଟାବାଞ୍ଜି ଆଶ୍ରମପଡ଼ାର ପ୍ରେମ ମେହେର । ନିଶା ସେବନ କରି ସେ ଗୁରୁତର ଅବସ୍ଥାରେ କଣ୍ଟାବାଞ୍ଜି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ତାଙ୍କଠାରେ କରୋନା ଲକ୍ଷଣ ନଥିଲା କିମ୍ବା ତାଙ୍କୁ ଅକ୍ସିଜେନର ଆବଶ୍ୟକତା ନଥିଲା କହିଛନ୍ତି ଡାକ୍ତର।

କଣ୍ଟାବାଞ୍ଜି ଡାକ୍ତରଖାନାରେ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ ମହଜୁଦ ରହିଛି। ଅକ୍ସିଜେନ ଅଭାବ ଏକ ଗୁଜବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡ. ଭୀମ ସାହୁ ସୂଚନା ଦେଇଛନ୍ତି । ତେବେ ମେଡିକାଲରେ ଭଙ୍ଗାରୁଜା କରିଥିବା ୨ରୁ ଅଧିକ ବ୍ୟକ୍ତିଙ୍କ ବିରୋଧରେ ଏତଲା ଦିଆଯିବ।

ବଲାଙ୍ଗୀର ଜିଲ୍ଲାରେ ଅକ୍ସିଜେନର ଅଭାବ ନାହିଁ । କରୋନା ଓ ଅକ୍ସିଜେନର ମିଛ ପ୍ରଚାର ଓ ଡାକ୍ତରଖାନାରେ ଗଣ୍ଡଗୋଳ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବଲାଙ୍ଗୀର ଏସପି କହିଛନ୍ତି ।

କୋଭିସିଲଡ ଏବଂ କୋଭାକ୍ସିନ ଭିତରେ କଣ ରହିଛି ପ୍ରଭେଦ ?

ନନ୍ଦିଘୋଷ ବ୍ୟୁରୋ: ମେ ୧ରୁ ସମଗ୍ର ଦେଶରେ ୧୮ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଟିକା ଦିଆଯିବ । ୪୫ ବର୍ଷରୁ ଉର୍ଦ୍ଧ୍ୱ ବୟସର ଲୋକଙ୍କୁ ପୂର୍ବରୁ ଟିକା ଦିଆଯାଇଥିବା ବେଳେ ବର୍ତ୍ତମାନ ଯୁବ ବୟସ୍କଙ୍କୁ ଟିକାପ୍ରଦାନ କରାଯିବ । ସରକାର ଖୋଲା ବଜାରରେ ଟିକା ବିକ୍ରୟ ନେଇ ମଧ୍ୟ ଅନୁମତି ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ଘୋଷଣା ପରେ ଟିକା ପ୍ରସ୍ତୁତକାରୀ କମ୍ପାନୀ ନିଜ ନିଜର ଦର ନିର୍ଦ୍ଧାରଣ କରିସାରିଛନ୍ତି । କେନ୍ଦ୍ର ସରକାରଙ୍କ ପାଇଁ ଟିକାର ମୂଲ୍ୟ ଭିନ୍ନ ରହିଥିବାବେଳେ ରାଜ୍ୟ ସରକାରଙ୍କ ପାଇଁ ମଧ୍ୟ ଦାମ ଭିନ୍ନ ରହିଛି ।

ସେପଟେ ଓଡିଶା ସମେତ ଦିଲ୍ଲୀ ଭଳି ରାଜ୍ୟ ନିଜ ରାଜ୍ୟରେ ଟିକାକରଣ ପକ୍ରିୟାକୁ ମାଗଣା କରାଯିବା ନେଇ ଘୋଷଣା କରିଛନ୍ତି । ଏହାରି ଭିତରେ କିନ୍ତୁ ଦୁଇ ଭ୍ୟାକ୍ସିନ କୋଭିସିଲ୍ଡ ଏବଂ କୋଭାକ୍ସିନକୁ ନେଇ ସମସ୍ୟା ସୃଷ୍ଟି ହୋଇଛି । ଭଭୟ ଭ୍ୟାକ୍ସିନକୁ ନେଇ ପ୍ରଭେଦ ସୃଷ୍ଟି ହୋଇଛି । ତେବେ କୋଭିସିଲ୍ଡ ଏବଂ କୋଭାକ୍ସିନ ମଧ୍ୟରେ କଣ ରହିଛି ପାର୍ଥକ୍ୟ ?

କୋଭିସିଲ୍ଡ
ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଦ୍ୱାରା ନିର୍ମାଣ କରାଯାଉଛି ଅକ୍ସୋଫୋର୍ଡ ଏଷ୍ଟ୍ରାଜେନିକାର ଭ୍ୟାକ୍ସିନ କୋଭିସିଲ୍ଡ । ଏଡିନୋ ଭାଇରସକୁ ନିଷ୍କ୍ରିୟ କରାଯାଇ ବିକଶିତ କରାଯାଇଛି ଏହି ଭ୍ୟାକ୍ସିନ । ପ୍ରଥମେ ଏଡିନୋ ଭାଇରସକୁ ନିଷ୍କ୍ରିୟ କରାଯିବା ସହ ଏହା ଉପରେ SARS-CoV-2 ସ୍ପାଇନ ପ୍ରୋଟିନର ଜିନେଟିକ ମେଟେରିଆଲ ଲଗାଯାଇ ନିର୍ମାଣ କରାଯାଇଥିବା କହିଛନ୍ତି ବିଶେଷଜ୍ଞ ।

କେତେ ଫଳପ୍ରଦ କୋଭିସିଲ୍ଡ
ଯେତେବେଳେ ପ୍ରାଥମିକ ସ୍ତରରେ କୌଣସି କୋଭିଡ ଆକ୍ରାନ୍ତଙ୍କୁ ଭ୍ୟାକ୍ସିନ ଦିଆଯାଏ । ଅର୍ଥାତ ପ୍ରାଥମିକ ପର୍ଯ୍ୟାୟରେ ଯେତେବେଳେ କୋଭିସିଲ୍ଡ ଭ୍ୟାକ୍ସିନର ଡୋଜ ଦିଆଯାଏ, ସେତେବେଳେ ଶରୀରେ ରୋଗପ୍ରତିରୋଦ୍ଧକ ଶକ୍ତି ବଢାଇବା ସହ ଆଣ୍ଟିବଡି ବୃଦ୍ଧି କରିଥାଏ । ତତକ୍ଷାଣତ ଶରୀରେର ଉତ୍ପାତ ମଚାଇବା ସହ ଭାଇରସ ଉପରେ ଆଟାକ କରିବା ଆରମ୍ଭ କରିଦିଏ ।

ପ୍ରତିଶତ କେତେ..
କୋଭିସିଲ୍ଡର ପ୍ରଭାବ ଶରୀରେରେ ହଠାତ ପଡିଥାଏ । ପ୍ରଥମ ଡୋଜ ନେବାର କିଛି ଘଣ୍ଟା ପରେ ଭାଇରସକୁ ହ୍ରାସ ଘଟାଇଥାଏ ଏହି ଟିକା । ବିଶେଷଜ୍ଞଙ୍କ କହିବା ମୁତାବକ କୋଭିସିଲ୍ଡ ଭ୍ୟାକ୍ସିନ ୭୦ ପ୍ରତିଶତ ପ୍ରଭାବ ପକାଇଥାଏ । ମାସେ ପରେ ଯେତେବେଳେ ଜଣେ ଆକ୍ରାନ୍ତ ସମ୍ପୂର୍ଣ୍ଣ ଡୋଜ ନିଏ ସେତେବେଳେ ପାଖାପାଖି ୮୫ରୁ ୯୦ ପ୍ରତିଶତ ଫଳପ୍ରଦ ହୋଇଥାଏ ।

ଷ୍ଟୋରେଜ
କୋଭିସିଲ୍ଡ ଭ୍ୟାକ୍ସିନ ୨ରୁ ୮ ଡିଗ୍ରୀ ସେଲସିୟସର ତାପମାତ୍ରାରେ ଷ୍ଟୋର ହୋଇପାରୁଛି । ଏହି ନିର୍ଦ୍ଧିଷ୍ଟ ତାପମାତ୍ରା ମଧ୍ୟରେ କୋଭିସିଲ୍ଡ ଭ୍ୟାକ୍ସିନ ସୁରକ୍ଷିତ ରହୁଥିବା ଜଣାପଡିଛି ।

ଦର
ଖୋଲା ମାର୍କେଟରେ ଟିକା ମିଳିବା ନେଇ କେନ୍ଦ୍ର ସରକାର ଘୋଷଣା କରିବା ପରେ କୋଭିସିଲ୍ଡ କମ୍ପାନୀ ନିଜର ଦର ଧାର୍ଯ୍ୟ କରିଛି । ବିଭିନ୍ନ ରାଜ୍ୟ ପାଇଁ ନୂଆ ଦର ମୁତାବକ ୪୦୦ ଟଙ୍କା ଧାର୍ଯ୍ୟ କରାଯାଇଥିବାବେଳେ ଘରୋଇ ହସ୍ପିଟାଲ ପାଇଁ ଦର ରହିଛି ୬୦୦ ଟଙ୍କା । ସେହିପରି କେନ୍ଦ୍ର ସରକାରଙ୍କ ପାଇଁ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ୧୫୦ ଟଙ୍କା ରଖିଥିବା ଘୋଷଣା କରିଛି ।

କୋଭାକ୍ସିନ
କୋଭାକ୍ସିନ ଏକ ନଷ୍କ୍ରିୟ ଭ୍ୟାକ୍ସିନ । ଏହାର ଅର୍ଥ ନୁହେଁ ଯେ ଏହି ଭ୍ୟାକ୍ସିନ ନିଷ୍କ୍ରିୟ । ଏହାର ଅର୍ଥ ହେଉଛି ମୃତ ଭ୍ୟାକ୍ସିନ ଠାରୁ ନିର୍ମାଣ କରାଯାଇଛି କୋଭାକ୍ସିନ । ଏହି ଭ୍ୟାକ୍ସିନକୁ ଭାରତୀୟ କମ୍ପାନୀ ଭାରତ ବାଓଟେକ ଏବଂ ଆଇସିଏମଆର ନିର୍ମାଣ କରିଛନ୍ତି । ଏହି ଭ୍ୟାକ୍ସନି ଇମ୍ୟୁନ ସେଲରେ କୋରୋନା ଭାଇରସ ବିପକ୍ଷରେ ମାନବ ଶରୀରରେ ଇମ୍ୟୁନ ସିଷ୍ଟମକୁ ସାହାଯ୍ୟ କରିଥାଏ । ବର୍ତ୍ତମାନ ଦେଶରେ ଏହି ଭ୍ୟାକ୍ସିନ ସମସ୍ତ ରାଜ୍ୟରେ ଦିଆଚାଲିଛି । କୋଭାକ୍ସିନର ଫଳପ୍ରଦ ମଧ୍ୟ ଅନେକ ସ୍ଥାନରେ ଉପଲବ୍ଦ ହେଉଅଛି ।

କେତେ ଫଳପ୍ରଦ କୋଭାକ୍ସିନ
ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟ ମୁତାବକ କୋଭାକ୍ସିନ ଶରୀରରେ ଆଣ୍ଟିବଡ଼ି ବୃଦ୍ଧି କତରିବାରେ ବିଶେଷ ଭାବରେ ସହାୟକ ହୋଇଥାଏ । ଶରୀରରେ କୋଭିଡକୁ ପ୍ରତିହତ କରିବା ପାଇଁ ଅର୍ଥାତ କୋଭିଡ ଜୀବାଣୁଙ୍କ ବିରୋଦ୍ଧରେ ଇମ୍ୟୁନ ସିଷ୍ଟମକୁ ଅଗ୍ରଗତି କରିବାରେ ସହାୟକ ହୋଇଥାଏ । SARS-CoV-2 ବିପକ୍ଷରେ ବିଶେଷ ଭାବେ ଏହା କାର୍ଯ୍ୟ କରିଥାଏ ।

ପ୍ରତିଶତ କେତେ

କୋଭାକ୍ସିନର ପ୍ରଭାବ ଶରୀରେରେ ହଠାତ ପଡିନଥାଏ । ପ୍ରଥମ ଡୋଜ ନେବାର କିଛି ଦିନ ପରେ ଭାଇରସ ବିରୋଧରେ ଇମ୍ୟୁନିଟ ବଢାଇଥାଏ । କୋଭାକ୍ସିନ ଶରୀରରେ ପ୍ରାଥମିକ ପର୍ଯାୟରେ ପ୍ରାୟ ୭୮ ପ୍ରତିଶତ ପ୍ରଭାବ ପକାଇଥାଏ । ଗୁରୁତ୍ତର କୋଭିଡ ସଂକ୍ରମିତଙ୍କ ଉପରେ ଏହାର ପ୍ରଭାବ ୧୦୦ ପ୍ରତିଶତ ରହୁଥିବା କହିଛନ୍ତି ବିଶେଷଜ୍ଞ ।

ଷ୍ଟୋରେଜ
କୋଭିସିଲ୍ଡ ଭଳି କୋଭାକ୍ସିନ ମଧ୍ୟ ୨ରୁ ୮ ଡିଗ୍ରୀ ସେଲସିୟସର ତାପମାତ୍ରାରେ ଷ୍ଟୋର ହୋଇପାରୁଛି । ଏହି ନିର୍ଦ୍ଧିଷ୍ଟ ତାପମାତ୍ରା ମଧ୍ୟରେ କୋଭିସିଲ୍ଡ ଭ୍ୟାକ୍ସିନ ସୁରକ୍ଷିତ ରହୁଥିବା ଜଣାପଡିଛି ।

ଦର
ଖୋଲା ମାର୍କେଟରେ ଟିକା ମିଳିବା ନେଇ କେନ୍ଦ୍ର ସରକାର ଘୋଷଣା କରିବା ପରେ କୋଭିସିଲ୍ଡ କମ୍ପାନୀ ନିଜର ଦର ଧାର୍ଯ୍ୟ କରିଛି । ବିଭିନ୍ନ ରାଜ୍ୟ ପାଇଁ ନୂଆ ଦର ମୁତାବକ ୬୦୦ ଟଙ୍କା ଧାର୍ଯ୍ୟ କରାଯାଇଥିବାବେଳେ ଘରୋଇ ହସ୍ପିଟାଲ ପାଇଁ ଦର ରହିଛି ୧୨୦୦ ଟଙ୍କା । ସେହିପରି କେନ୍ଦ୍ର ସରକାରଙ୍କ ପାଇଁ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ୧୫୦ ଟଙ୍କା ରଖିଥିବା ଘୋଷଣା କରିଛି ।

ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ମୁମ୍ବାଇରେ କୋଭିଡ୍ ପରିଚାଳନାରେ ବ୍ୟାପକ ସଂପ୍ରସାରଣ

ଭୁବନେଶ୍ୱର: ମୁମ୍ବାଇରେ କୋଭିଡ୍ ସଂକ୍ରମଣକୁ ଏଡ଼ାଇବା ପାଇଁ ହାତ ବଢ଼ାଇଛି ରିଲାଏନ୍ସ ଫାଉଣ୍ଡେସନ।  ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ସହରରେ କୋଭିଡ୍ ପରିଚାଳନାର ବର୍ଦ୍ଧିତ ଆବଶ୍ୟକତାକୁ ପୂରଣ କରିବା ସହ ମହାମାରୀ ବିରୋଧରେ ସରକାରୀ ଲଢ଼େଇକୁ ସୁଦୃଢ଼ କରିଥିବା ଲାଗି ବ୍ୟାପକ ସଂପ୍ରସାରଣ କରାଯାଇଛି। ମହାରାଷ୍ଟ୍ର ସରକାର ଓ ବ୍ରିହାନମୁମ୍ବାଇ ମୁନିସପାଲ କର୍ପୋରେସନ ସହିତ ଏହାର ସମ୍ପର୍କକୁ ଆହୁରି ଦୃଢ଼ କରି ରିଲାଏନ୍ସ ପକ୍ଷରୁ ମୁମ୍ବାଇରେ କୋଭିଡ୍ ବିରୋଧୀ ଲଢ଼େଇରେ ଆଉ ଚାରିଟି ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି।

ରିଲାଏନ୍ସ ଫାଉଣ୍ଡେସନ ତରଫରୁ ୱର୍ଲିରେ ଥିବା ନ୍ୟାସନାଲ୍ ସ୍ପୋର୍ଟସ୍ କ୍ଲବ ଅଫ୍ ଇଣ୍ଡିଆରେ ୧୦୦ ଆଇସିୟୁ ଶଯ୍ୟା ସୃଷ୍ଟି, କାର୍ଯ୍ୟକ୍ଷମ ଓ ପରିଚାଳନା କରାଯିବ ଯାହା ୨୦୨୧ ମେ’ ୧୫ ଠାରୁ ପର୍ଯ୍ୟାୟକ୍ରମେ କାର୍ଯ୍ୟକ୍ଷମ ହେବ। ବର୍ତମାନ କାର୍ଯ୍ୟକ୍ଷମ ଥିବା ୫୫୦ ଶଯ୍ୟାର ୱାର୍ଡର ପରିଚାଳନା ସାର୍ ଏଚ୍‌ଏନ୍ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲ୍ ମେ’ ୧ରୁ ନିଜ ହାତକୁ ନେବ। ଏଥି ସହିତ ସାର୍ ଏଚ୍‌ଏନ୍ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲ୍  କୋଭିଡ୍ ରୋଗୀମାନଙ୍କ ପାଇଁ ମୋଟ ୬୫୦ ଶଯ୍ୟାର ପରିଚାଳନା କାର୍ଯ୍ୟ ନିର୍ବାହ କରିବ। ଖାଲି ସେତିକି ନୁହେଁ ରିଲାଏନ୍ସ ଫାଉଣ୍ଡେସନ ତରଫରୁ ୧୦୦ ନୂଆ ଆଇସିୟୁ ଶଯ୍ୟା ସୃଷ୍ଟି କରାଯାଉଛି । ସେହିପରି ଲକ୍ଷଣବିହୀନ ରୋଗୀଙ୍କ ପାଇଁ ବିକେସି ସ୍ଥିତ ଟ୍ରାଇଡେଣ୍ଟ ହୋଟେଲ୍‌ରେ ୧୦୦ ଶଯ୍ୟା ସ୍ଥାପନ କରାଯାଇଛି। ସେଭେନ୍ ହିଲସ୍ ହସ୍ପିଟାଲ୍‌ରେ ଆଇସିୟୁ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯାଇ ୪୫ ଆଇସିୟୁ ଶଯ୍ୟା ସମେତ ମୋଟ ସଂଖ୍ୟା ୧୨୫ ଶଯ୍ୟାକୁ ବୃଦ୍ଧି କରାଯାଇଛି।

ଏନ୍‌ଏସ୍‌ସିଆଇ ଓ ସେଭେନ୍ ହିଲସ୍ ହସ୍ପିଟାଲ୍‌ରେ ସମସ୍ତ ରୋଗୀଙ୍କୁ ବିନା ମୂଲ୍ୟରେ ଚିକିତ୍ସା ପ୍ରଦାନ ବ୍ୟବସ୍ଥା କରାଯାଇଛି । ରୋଗୀମାନଙ୍କ ମେଡିକାଲ୍ ପରିଚାଳନାର ୨୪ ଘଣ୍ଟା ଦେଖାଶୁଣା ଓ ଚିକିତ୍ସା କରିବା ଲାଗି ଡାକ୍ତର, ନର୍ସ, ଅଣ ମେଡିକାଲ୍ ପେସାଦାରମାନଙ୍କ ଭଳି ଆଗ ଧାଡ଼ିର କର୍ମୀମାନଙ୍କୁ ନେଇ ଏକ ଟିମ୍ ନିୟୋଜିତ କରାଯିବ। ଏହି ପ୍ରକଳ୍ପର ସମ୍ପୂର୍ଣ୍ଣ ଖର୍ଚ୍ଚ ମଧ୍ୟରେ ସାମିଲ ରହିଥିବା ଆଇସିୟୁ ଶଯ୍ୟା ଓ ମନିଟର, ଭେଂଟିଲେଟର ଓ ମେଡିକାଲ୍ ଉପକରଣ ସମେତ ୬୫୦ ଶଯ୍ୟାର ପରିଚାଳନା ଖର୍ଚ୍ଚ ରିଲାଏନ୍ସ ଫାଉଣ୍ଡେସନ ବହନ କରିବ ।

 

ପଶ୍ଚିମବଙ୍ଗ: ଡାକ୍ତରଖାନାରେ ବେଡ୍‌ ମିଳୁନି, ଖାଲି ଅକ୍ସିଜେନ ସିଲିଣ୍ଡରର ଦାମ ୨୫ ହଜାର ଟଙ୍କା

ନୂଆଦିଲ୍ଲୀ: କରୋନା ପାଇଁ ଏବେ ଘାଣ୍ଟି ହେଉଛି ପଶ୍ଚିମବଙ୍ଗ। ପଶ୍ଚିମବଙ୍ଗରେ କରୋନା ସ୍ଥିତି ଏବେ ଅସମ୍ଭାଳ ପରିସ୍ଥିତିରେ ପହଞ୍ଚିଛି। ଏଭଳି ସ୍ଥିତିରେ ଚିକିତ୍ସା ବ୍ୟବସ୍ଥା ମଧ୍ୟ ଭୁଶୁଡ଼ି ପଡ଼ିଛି। ଲୋକେ କରୋନାରୁ ବଞ୍ଚିବା ପାଇଁ ଡାକ୍ତରଖାନା ଉପରେ ଭରସା କରୁଛନ୍ତି କିନ୍ତୁ ଯଦି ଲୋକଙ୍କୁ ଭଲ କରୁଥିବା କାରଖାନା ଅଚଳ ହୋଇପଡ଼େ ତେବେ ଲୋକେ କେଉଁଠିକୁ ଯିବେ। ସେହିଭଳି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଯାହାକୁ ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ।

କରୋନାର କରୁଣ ଚିତ୍ର କଣ ବଖାଣୁଛି ଦେଖନ୍ତୁ “କୌଣସି ପ୍ରକାରେ ମୁଁ ତିନି ଦିନ ପୂର୍ବରୁ ଆମ୍ବୁଲାନ୍ସକୁ ୧୦ ହଜାର ଟଙ୍କା ଦେଇ ମୋ ଭାଇଙ୍କୁ କୋଲକାତା ଆଣିଥିଲି। ଦିନସାରା ସମସ୍ତ ସରକାରୀ ଡାକ୍ତରଖାନା ଡହଡହ ଖରାରେ ବୁଲିବା ପରେ ମଧ୍ୟ ଚିକିତ୍ସା ପାଇଁ ବେଡ୍‌ ମିଳିଲାନି। ପରେ ମୁଁ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲି। କିନ୍ତୁ ସେଠାରେ ଦିନକୁ ଦେବାକୁ ପଡ଼ିଥାନ୍ତା ଏକ ଲକ୍ଷ ଟଙ୍କା, ଯାହା ମୋ ପକ୍ଷେ ଅସମ୍ବବ ଥିଲା। ଏହା ପରେ ମୁଁ ତାଙ୍କୁ ଘରକୁ ଆଣି ସେହି ଅଞ୍ଚଳର ଡାକ୍ତରଙ୍କ ପରାମର୍ଶ କ୍ରମେ ଘରେ ଅମ୍ଳଜାନ ଦେବା ଆରମ୍ଭ କଲି। ହେଲେ ଅମ୍ଭଜାନ ଯୋଗାଡ଼ କରିବା ଡାକ୍ତରଖାନାରେ ବେଡ ମିଳିବା ଭଳି କଷ୍ଟସାଧ୍ୟ ଥିଲା। କାରଣ ଗୋଟିଏ ଖାଲି ସିଲିଣ୍ଡରକୁ ୨୫ ହଜାର ଟଙ୍କା ଦେବାକୁ ପଡ଼ୁଥିଲାା।

ଏଭଳି ପରିସ୍ଥିତିର ସାମ୍ନା କରିଛନ୍ତି ପରଗନା ଜିଲ୍ଲାର ବାଂଲାଦେଶକୁ ଲାଗିଥିବା ଅଶୋକ ନଗର ଅଞ୍ଚଳର ମୋଇନୁଲ ଇସଲାମ। କରୋନା ସମୟରେ ଥିବା ସିଷ୍ଟମ ପ୍ରତି ନିରାଶା ଏବଂ ଅସନ୍ତୋଷ ତାଙ୍କ କଥାରୁ ସ୍ପଷ୍ଟ ବାରିହୁଏ।

ପଶ୍ଚିମବଙ୍ଗରେ କରୋନା ସଂକ୍ରମଣ ଯେଉଁ ବେଗରେ ବୃଦ୍ଧି ପାଉଛି ତାହା ଅତ୍ୟନ୍ତ ଚିନ୍ତାଜନକ ଅଟେ। ବିଶେଷକରି ରାଜଧାନୀ କୋଲକାତା ଏବଂ ଏହାର ଆଖପାଖ ଅଞ୍ଚଳରେ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଛି। ଏଠାରେ ଥିବା ପରିସଂଖ୍ୟାନକୁହେ କରୋନାର କାହାଣୀ। ରବିବାର ୧୬ ହଜାର ନୂଆ ମାମଲା ରୁଜୁ ହୋଇଥିବା ବେଳେ ୫୭ ଜଣଙ୍କର ମୃତ୍ୟୁ ହୋଇଥିଲା।

ଏଥିମଧ୍ୟରୁ କେବଳ କୋଲକାତାରେ ଚାରି ହଜାର ମାମଲା ରୁଜୁ ହୋଇଛି। ଦୁଇ ସପ୍ତାହ ପୂର୍ବରୁ, ଯେଉଁଠାରେ ରାଜ୍ୟରେ ଦୈନିକ ସଂକ୍ରମଣ ସଂଖ୍ୟା ୮,୩୯୮ ଏବଂ ହାରାହାରି ମୃତ୍ୟୁ ସଂଖ୍ୟା ୧୦ ଥିଲା, ଏହା ଦୁଇ ସପ୍ତାହ ମଧ୍ୟରେ ବହୁଗୁଣିତ ହୋଇଛି।

କରୋନା ସଂକଟରେ ସାହାଯ୍ୟକରି ମୁଖ୍ୟମନ୍ତ୍ରୀ ହାତେଇଥିବା ପ୍ରଶଂସାକୁ ବିଜେପି ହଜମ କରିପାରୁନି: ବିଜେଡି

ଭୁବନେଶ୍ୱର: ସଂକଟରେ ଓଡ଼ିଶା ସାଜିଲା ପଥ ପ୍ରଦର୍ଶକ। କରୋନା ସଂକଟ କାଳରେ ଦେଶ ସହ ଛିଡ଼ା ହେଲା ଓଡ଼ିଶା। ଦେଶରେ କରୋନାର ଦ୍ୱିତୀୟ ପ୍ରବାହ ଆତଙ୍କ ସୃଷ୍ଟି କରିଥିବାବେଳେ ଅନେକ ରାଜ୍ୟ ବେଡ୍ ସହ ଅକ୍ସିଜେନ୍ ଅଭାବକୁ ନେଇ ଚିନ୍ତାରେ ଅଛନ୍ତି। ଅମ୍ଲଜାନ ନିଅଣ୍ଟ ପଡ଼ୁଥିବାରୁ ରୋଗୀଙ୍କ ମୃତ୍ୟୁ ହେଉଛି। କିନ୍ତୁ ଦେଶର ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ତ୍ରାଣକର୍ତ୍ତା ସାଜିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଭିନ୍ନ ରାଜ୍ୟକୁ ମେଡିକାଲ୍ ଅକ୍ସିଜେନ୍ ପଠାଇ ସାଉଣ୍ଟିଛନ୍ତି ପ୍ରଶଂସା। ହେଲେ ମୁଖ୍ୟମନ୍ତ୍ରୀ ହାତେଇଥିବା ଗଦା ଗଦା ପ୍ରଶଂସାକୁ ହଜମ କରିପାରୁନାହାଁନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। ଓଡ଼ିଶାର ଏଭଳି କାର୍ଯ୍ୟକୁ ପ୍ରଶଂସା କରିବା ବଦଳରେ ସେ ଅଭ୍ୟାସଗତ ଭାବେ ବିଭ୍ରାନ୍ତିକର ଓ ନିମ୍ନମାନର ମନ୍ତବ୍ୟ ଦେବା ସହିତ ଅସହିଷ୍ଣୁ ମନୋଭାବ ଦେଖାଉଥିବା କହିଛନ୍ତି ବିଜେଡି ମୁଖପାତ୍ର ସୁଶ୍ରୀ ଇପ୍‌ସିତା ସାହୁ।

ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ଜବାବ ଦେଇ ସୁଶ୍ରୀ କହିଛନ୍ତି ଯେ ଅକ୍ସିଜେନ ଯୋଗାଣ ମାଧ୍ୟମରେ ଓଡ଼ିଶା ଏବେ ଦିଲ୍ଲୀ, ମହାରାଷ୍ଟ୍ର ଭଳି ରାଜ୍ୟର ଲୋକଙ୍କୁ ଜୀବନଦାନ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ରାଜ୍ୟର ଏଭଳି ସହଯୋଗ ପାଇଁ ସେହିସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଓଡ଼ିଶାକୁ ଭୁରି ଭୁରି ପ୍ରଶଂସା କରୁଛନ୍ତି। ତେବେ ଏଭଳି ପ୍ରଶଂସାକୁ ଏବେ ରାଜ୍ୟ ବିଜେପି ହଜମ କରିପାରୁ ନାହିଁ। ଯାହା ଲେଖାଶ୍ରୀଙ୍କ ପ୍ରତିକ୍ରିୟାରୁ ସଫା ସଫା ବାରିହୋଇ ପଡୁଛି।

ଲେଖାଶ୍ରୀ ପିପିଲି ଟିକଟ ପାଇଁ ଆଶାୟୀ ଥିଲେ। ସେଥିରେ ସଫଳ ନହେବା ଓ ଦଳରେ ନିଜର ପ୍ରାସଙ୍ଗିତା ହରାଉଥିବାରୁ ଏବେ ପ୍ରତିଦିନ ଗଣମାଧ୍ୟମରେ ଏଭଳି ଅବାନ୍ତର ଯୁକ୍ତି ବାଢ଼ଉଛନ୍ତି। ଏଭଳି ମନ୍ତବ୍ୟ ଦେଇ ନିଜକୁ ଗଣମାଧ୍ୟମରେ ଚର୍ଚ୍ଚାରେ ରହିବା ହେଉଛି ତାଙ୍କର ମୂଳ ଲକ୍ଷ୍ୟ। କିନ୍ତୁ ଓଡ଼ିଶାର ଜନସାଧାରଣ ବିଜେପି ନେତ୍ରୀଙ୍କର ଏଭଳି ନିତିଦିନିଆ ମନଗଢା ବିବୃତ୍ତି ସଂକ୍ରାନ୍ତରେ ଭଲଭାବେ ଅବଗତ ଅଛନ୍ତି ବୋଲି ବିଜେଡି ମୁଖପାତ୍ର କହିଛନ୍ତି।

କରୋନା ପାଇଁ ଖୋଲିଲା ୬ ବର୍ଷ ହେଲା ବନ୍ଦ ଥିବା ଅକ୍ସିଜେନ କମ୍ପାନୀ

ନୂଆଦିଲ୍ଲୀ: ବଢ଼ୁଥିବା କରୋନା ମାମଲା ମଧ୍ୟରେ ଭାରତ ପୃଥିବୀର କରୋନା ପେଣ୍ଠସ୍ଥଳି ପାଲଟିଛି। ସାରା ବିଶ୍ୱରେ ଭାରତରେ ସର୍ବାଧିକ ସଂଖ୍ୟକ କରୋନା ମାମଲା ରିପୋର୍ଟ କରାଯାଉଛି। ଏଥି ସହିତ ଅମ୍ଳଜାନ ଏବଂ ଶଯ୍ୟା ଅଭାବକୁ ନେଇ ଚିନ୍ତା ବଢ଼ୁଛି। ସେପଟେ ସୋମବାର ଦିଲ୍ଲୀରୁ ଆରାମଦାୟକ ଖବର ଆସିଛି। ଛତ୍ରପୁରରେ ସର୍ଦ୍ଦାର ପଟେଲ କୋଭିଡ କେୟାର ସେଣ୍ଟର ଆରମ୍ଭ ହୋଇଛି। ଏହି କୋଭିଡ କେୟାର ସେଣ୍ଟରରେ ୫ଶହ ଶଯ୍ୟା ବିଶିଷ୍ଟ ସୁବିଧା ରହିଛି। ୨ଶହ ଆଇସିୟୁ ଶଯ୍ୟା ସୁବିଧା ମଧ୍ୟ ଏଠାରେ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ।

ଏଥି ସହିତ ଗୌତମ ବୁଦ୍ଧ ନଗର ଜିଲ୍ଲାରେ ଅମ୍ଳଜାନର ସଙ୍କଟ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ଏଥିପାଇଁ ଜିଲ୍ଲା ପ୍ରଶାସନ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି। ଜିଲ୍ଲାର PGI ରେ ୬ ବର୍ଷ ଧରି ବନ୍ଦ ରହିଥିବା ଅମ୍ଳଜାନ କାରଖାନା ପୁନଃ ଖୋଲାଯାଇଛି। ଏହି କାରଖାନାରେ ପ୍ରାୟ ୭ଶହ ଘନ ମିଟର ଗ୍ୟାସ ଭର୍ତ୍ତି କରାଯାଇଛି। ଏଭଳି ପରିସ୍ଥିତିରେ, ଏହି ଗ୍ୟାସ କାରଖାନା ପୁରଣ ହେବା ପରେ ସରକାରୀ ଡାକ୍ତରଖାନାରେ ଅମ୍ଳଜାନ ଅଭାବରୁ ସାଧାରଣ ଜନତାଙ୍କ ସମସ୍ୟା ହ୍ରାସ ପାଇବ ବୋଲି ଆଶା ରହିଛି।

ଅମ୍ଳଜାନ ଅଭାବ ଖବର ପାଇବା ପରେ ଆମେରିକା ଭାରତକୁ ଅମ୍ଳଜାନ ପଠାଇପା ପାଇଁ ଆଗେଇ ଆସିଛି। ଆମେରିକା ପଠାଇଥିବା ୩୧୯ ଅମ୍ଳଜାନ କଣ୍ଟେନର ଦିଲ୍ଲୀରେ ପହଞ୍ଚିଛନ୍ତି। ଯାହା ପରେ ସେମାନଙ୍କୁ ବର୍ତ୍ତମାନ ଡାକ୍ତରଖାନାର ଆବଶ୍ୟକତା ଅନୁଯାୟୀ ଯୋଗାଇ ଦିଆଯିବ। ଏହା ବ୍ୟତୀତ ଭେଣ୍ଟିଲେଟର, ରେପିଡ୍‌ କିଟ୍ ମଧ୍ୟ ଆମେରିକାରୁ ପଠାଯାଉଛି।

ଆମେରିକା ଦ୍ୱାରା ଭାରତକୁ ପଠାଯାଇଥିବା ସହାୟତା ବ୍ୟତୀତ ହଂକଂ ୮ଶହ ଅମ୍ଳଜାନ ଏମ୍ଳଜାନ ଏୟାର ଲିପ୍ଟ କରାଯାଇଛି ।  ସବୁ ଏହା ବ୍ୟତୀତ ବ୍ରିଟେନ ଭାରତକୁ ୬ଶହ ଚିକିତ୍ସା ଉପକରଣ ପଠାଇଛି। ଏଥିରେ ଭେଣ୍ଟିଲେଟର ଏବଂ ଅନ୍ୟସବୁ ସାମଗ୍ରୀ ରହିଛି ।