ଆୟକର ବିଭାଗର ନୂଆ ପୋର୍ଟାଲ୍ ଲଞ୍ଚ, ଟିକସଦାତାଙ୍କୁ ମିଳିବ ଏହି ସୁବିଧା

1 min read

ନୂଆଦିଲ୍ଲୀ: ଆୟକର ବିଭାଗର ନୂଆ ପୋର୍ଟାଲ ସୋମବାର ଦିନ ଠାରୁ ଆରମ୍ଭ ହେଉଛି । ବିଭାଗ ଅନୁଯାୟୀ ଟିକସଦାତାମାନେ ଏହି ପୋର୍ଟାଲ ଜରିଆରେ ଅନଲାଇନରେ ବିବରଣୀ ଦେଇପାରିବେ। ଏହାସହିତ ଏହି ପୋର୍ଟାଲ୍ ରେ ଦିଆଯାଇଥିବା ବିବରଣୀ ଗୁଡିକର ତୁରନ୍ତ ପ୍ରକ୍ରିୟାକରଣ ହେବା ସହ ତୁରନ୍ତ ଟିକସ ଫେରସ୍ତ ପ୍ରକ୍ରିୟା ସୁବିଧା ମଧ୍ୟ ଉପଲବ୍ଧ ହେଉଛି ।

କେନ୍ଦ୍ରୀୟ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସ (ସିବିଡିଟି) ଅନୁଯାୟୀ, ଏହି ପୋର୍ଟାଲ www.incometax.gov.in ଆଜିଠାରୁ ଆରମ୍ଭ ହେଉଛି ।  CBDT ପକ୍ଷରୁ ଜୁନ୍ ୧୮ରେ ଏକ ନୂଆ ପେମେଣ୍ଟ ସିଷ୍ଟମ୍ ଆରମ୍ଭ କରିବାକୁ ଯାଉଛି । ପୋର୍ଟାଲ ଲଞ୍ଚ ପରେପରେ ଏକ ମୋବାଇଲ୍ ଆପ୍ ମଧ୍ୟ ଜାରି କରାଯିବ । ଯାହା ଫଳରେ ଟିକସଦାତାମାନେ ଏହାର ବିଭିନ୍ନ ଫିଚର ସମ୍ପର୍କରେ ଅବଗତ ହୋଇପାରିବେ ।

ସିବିଡିଟି ଅନୁଯାୟୀ, “ଟିକସ ଦେବାର ନୂତନ ବ୍ୟବସ୍ଥା ସମ୍ପର୍କରେ ଅଭ୍ୟସ୍ତ ହେବା ପାଇଁ ଟିକସଦାତାଙ୍କୁ କିଛି ସମୟ ଲାଗିପାରେ। ବ୍ୟବହାର କରିବା ପୂର୍ବରୁ ଏହାର ସମସ୍ତ ବୈଶିଷ୍ଟ୍ୟଗୁଡିକୁ ଟିକସଦାତା ମାନେ ଭଲ ଭାବରେ ବୁଝନ୍ତୁ ବୋଲି ଆମର ପ୍ରଚେଷ୍ଟା ରହିଛି ।

ଉଲ୍ଲେଖଯୋଗ୍ୟ, ଜୁନ୍ ୧ରୁ ୬ ତାରିଖ ଯାଏଁ ଇନକମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟର ଇ-ଫାଇଲିଂ ପୋର୍ଟାଲ୍ କାମ କରିବ ନାହିଁ ବୋଲି ପୂର୍ବରୁ ସୂଚନା ଦିଆଯାଇଥିଲା। କାରଣ ବିଭାଗ ପକ୍ଷରୁ ଟ୍ୟାକ୍ସ ପେୟର୍ସଙ୍କ ପାଇଁ ଇନକମ୍ ଟ୍ୟାକ୍ସ ଇ-ଫାଇଲିଂର ନୂଆ ପୋର୍ଟାଲ୍ ଲଞ୍ଚ କରାଯାଇଥାନ୍ତା ।

ଅଧିକ ପଢନ୍ତୁ- ଜୁନ୍ ୧ରୁ ହେବ ଏହି ୬ଟି ପରିବର୍ତ୍ତନ, ଜାଣନ୍ତୁ…

Leave a Reply