ମାଟିତଳେ କୀଟ ରହୁଛି ୧୭ ବର୍ଷ, DNA ଟେଷ୍ଟରୁ ଜଣା ପଡିଲା ସତ

ଦକ୍ଷିଣ ଆଫ୍ରିକା: ଆପଣ କୀଟ ଦେଖିଥିବେ । ଅନେକ କୀଟ ପତଙ୍ଗ ସଦଳବଳେ ଚାଷ ଜମିରେ ବସନ୍ତି । ଆଉ ଫସଲ ନଷ୍ଟ କରି ଚାଲି ଯାଆନ୍ତି । ଅତି ବେଶିରେ ଚାଷ ଜମିରେ ବସିବାର ଅବଧି ଅତି ବେଶିରେ ରହିଥାଏ ୧୫ ଦିନରୁ ମାସେ । କିନ୍ତୁ ଆମେ ଆପଣଙ୍କୁ ଏମିତି ଏକ କୀଟ ବିଷୟରେ କହିବାକୁ ଯାଉଛୁ, ଯିଏ ଜମିରେ ମାସେ କିମ୍ବା ବର୍ଷେ ନୁହେଁ । ଲୁଚି ରୁହନ୍ତି ୧୭ ବର୍ଷ । ଆମେରିକାର ପୂର୍ବ ତଟରେ ଦେଖିବାକୁ ମିଳୁଛି ଏମିତି କିଛି କୀଟ । ପ୍ରଥମେ ଆମେରିକାର ପୂର୍ବ ଅଞ୍ଚଳରେ ଅଜବ ଶବ୍ଦ ଶୁଣିବାକୁ ମିଳିଥିଲା । ପରବର୍ତ୍ତୀ ସମୟରେ ଏହାର ଅନୁସନ୍ଧାନ କରିବାରୁ ଜଣା ପଡ଼ିଲା ଯେ, ଜମି ଭିତରୁ ଆସିବାରେ ଲାଗୁଛି ଏହି ଶବ୍ଦ । ଏବଂ ଏହି ଶବ୍ଦ କୌଣସି ପଶୁର କିମ୍ବା ପକ୍ଷୀର ନଥିଲା । ଏହା ଥିଲା ଚାଷ ଜମିରେ ବସୁଥିବା କୀଟର । ଲାଲ ଆଖି ଥିବା ଏହି କୀଟ ମାଟି ଭିତରେ ରୁହନ୍ତି । ଆଉ ପାଗ ବଦଳିବାରୁ ମାଟିରୁ ବାହାରିବାରେ ଲାଗିଛନ୍ତି । ହମିଙ୍ଗ ହେଲା ଭଳି ସାଉଣ୍ଡ କରୁଥିବା ଏହି କୀଟ ମାଟି ଭିତରେ ହିଁ ରହିଥାନ୍ତି । ସେଇଠି ହିଁ ପିଲା ଛୁଆ ଜନ୍ମ କରିବା ପରେ ମରିଯାଆନ୍ତି । ଅର୍ଥାତ କହିବାକୁ ଜୀବନର କିଛି ଅନ୍ତିମ ସମୟ ବିତାଇବା ପାଇଁ ଏମାନେ ମାଟି ଉପରକୁ ଆସିଥାନ୍ତି ।

 

ଏହି କୀଟ ମାନଙ୍କର ପ୍ରଚଳନରେ ଏକ ରୋଚକ କଥା ରହିଛି । ଏମାନଙ୍କ ଶବ୍ଦରେ ମଧ୍ୟ ରହିଛି ରହସ୍ୟପୂର୍ଣ୍ଣ କଥା । ମାଟିରୁ ବାହାରିବା ପରେ ଏହି କୀଟମାନେ ଫସଲ କ୍ଷେତରେ ବିଛୁରିତ ହୋଇ ବସି ରହନ୍ତି । କହିବାକୁ ଗଲେ ଫସଲକୁ ନଷ୍ଟ କରିପକାନ୍ତି । ଏବଂ ଶବ୍ଦ କରୁଥିବା କୀଟ କେବଳ ପୁରୁଷ ପ୍ରଜାତିର । ଶବ୍ଦ କରିବା ଦ୍ବାରା ମାଇ କୀଟ ମାନେ ଆକର୍ଷିତ ହୁଅନ୍ତି । ପୁରୁଷ କୀଟର ଶବ୍ଦ ଶୁଣିବା ପରେ ମାଇ କୀଟ ସେହି ପଥରେ ହିଁ ଯାଇଥାନ୍ତି । ଏବଂ ଗନ୍ତବ୍ୟ ସ୍ଥଳରେ ପହଁଚିବାରେ ସକ୍ଷମ ହୁଅନ୍ତି । ଯଦି ମାଇ କୀଟଟି କୌଣସି କାରଣରୁ ଏହି ଶବ୍ଦ ପାଇପାରେ ନାହିଁ ଅର୍ଥାତ ଶୁଣିବାରେ ସମସ୍ୟା ସୃଷ୍ଟି ହୁଏ । ତେବେ ସେ ଶେଷ ଥର ପାଇଁ ଶୁଣିଥିବା ଶବ୍ଦ ପଥର ସନ୍ଧାନରେ ରହିଥାଏ । ଅନ୍ତିମ ଥର ପାଇଁ କୀଟଟି ଯେଉଁଠାରୁ ହିଁ ପୁରୁଷ କୀଟର ଶବ୍ଦ ଶୁଣିଥଲା, ସେଇଠାକୁ ଯିବାକୁ ଲାଗିପଡ଼େ । ଏହି ଶବ୍ଦ ସେମାନଙ୍କର ସମ୍ଭୋଗ ଏବଂ ପ୍ରଜୋଜନର ମହତ୍ୱ ରଖିଥାଏ ।

ଏହାରି ଭିତରେ ଏପରି ନିର୍ଦ୍ଧିଷ୍ଟ କୀଟକୁ ଗତିପଥ ଏବଂ ପ୍ରଚଳନକୁ ପରିଲିଖିତ କରି ବୈଜ୍ଞାନିକ ମଧ୍ୟ ସତର୍କ ହୋଇଯାଇଛନ୍ତି । ମୌସୁମୀରେ ପରିବର୍ତ୍ତନ, ମାଟିର ସ୍ୱଭାବରେ ସାମଞ୍ଜସ୍ୟ ଏବଂ ପାଣିପାଗରେ ପରିବର୍ତ୍ତନ ଆଦି ସମସ୍ତ ବିଷୟକୁ ଅଧ୍ୟୟନ କରିବା ପରେ କୀଟଙ୍କ ଏପରି ସ୍ୱଭାବ ସମ୍ବନ୍ଧରେ ଅବଗତ ହୋଇଛନ୍ତି । ଜଳବାୟୁରେ ପରିବର୍ତ୍ତନ ହେବାରୁ ୨୦୧୭ ମସିହାରେ ଏହିପରି କିଛି କୀଟ ଆମେରିକାରେ ଦେଖିବାକୁ ମିଳିଥିଲେ । ୧୭ ବର୍ଷ ମାଟି ଭିତରେ ରହିବା ପରେ ଏମାନେ ପଦାକୁ ଆସିଥିବା ଜଣାପଡ଼ିଥିଲା । ବୈଜ୍ଞାନିକଙ୍କ କହିବା ମୁତାବକ ପାଣିପାଗରେ ପରିବର୍ତ୍ତନ ଘଟିବା ସହ ଏମାନଙ୍କ ଜୀବନ ଉପରେ ମଧ୍ୟ ଏହାର ପ୍ରଭାବ ପକାଇଥାଏ । ୟୁନିଭରସିଟ ଅଫ କନେକ୍ଟଭିଟ ସଂସ୍ଥା ଏହି କୀଟଙ୍କ ଉପରେ ପାଖାପାଖି ୩ ଦଶକ ଧରି ବିଶ୍ଲଷଣ ଜାରି ରଖିବା ପରେ ଏମାନଙ୍କ ସମ୍ବନ୍ଧରେ ଜାଣିବାକୁ ପାୱଇଛନ୍ତି । ଅନୁସନ୍ଧାନ କରୁଥିବା ସଂସ୍ଥାର କହିବା ମୁତାବକ ପାଣିପାଗରେ ପରିବର୍ତ୍ତନ ଘଟିବା ଏମାନଙ୍କ ଜୀବନ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ମାଟି ଭିତରେ ରହିବାର ମଧ୍ୟ କାରଣ ରହିଛି । ଅନ୍ୟା ଛୋଟ ଜୀବ ଏବଂ କୀଟପତଙ୍ଗ ସହ ଏମାନଙ୍କର ସାମଞ୍ଜସ୍ୟ ରହିଥାଏ । ଚଳପ୍ରଚଳରେ ସମସ୍ୟା ସୃଷ୍ଟି ହୁଏ । ଯାହା ଫଳରେ ଏମାନେ ମାଟି ଭିତରେ ରହିବାକୁ ପସନ୍ଦ କରିଥାନ୍ତି ।

ଆମେରିକାର ଅନ୍ୟ କିଛି ରିସର୍ଚର ମଧ୍ୟ ଏହି କୀଟଙ୍କ ଉପରେ ନିଜର ପରୀକ୍ଷା ନିରୀକ୍ଷା ଜାରି ରଖିଥିଲେ । ଦେଶର ବିଭିନ୍ନ ପ୍ରାନ୍ତରୁ ଏହି କୀଟମାନଙ୍କୁ ସଂଗ୍ରହ କରି ସେମାନଙ୍କର ଡିଏନଏକୁ ଏକତ୍ର କରାଇଥିଲେ । ଏମାନଙ୍କର ଲାଇଫ ଷ୍ଟାଇଲ ବିଷୟରେ ଜାଣିବାକୁ ପାଇଥିଲେ ଯେ କାହିଁକି ଏମାନେ ୧୭ ବର୍ଷ ଧରି ମାଟି ଭିତରେ ରହିଥାନ୍ତି । ଯେତେବେଳେ ପ୍ରଜନନ ସମୟ ହୋଇଥାଏ, ସେହି ସମୟରେ ହିଁ କେବଳ ବାହାରକୁ ଆସିଥାନ୍ତି । କେବଳ ଜଳବାୟୁ ପରିବର୍ତ୍ତନ ଯୋଗୁଁ ହିଁ ୧୭ ଏହି ନିର୍ଦ୍ଧିଷ୍ଟ କୀଟ ମାଟି ଭିତରେ ଛପି ରହିଥାନ୍ତି ।

Leave a Reply