ଆଜି ସନ୍ଧ୍ୟା ୫ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

1 min read

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଧ୍ୟା ୫ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ଏନେଇ ପିଏମଓ ଅଫିସ୍ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି । ଟୁଇଟ୍ ଅନୁଯାୟୀ, ‘‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ୍ ୭ ତାରିଖ ତଥା ଆଜି ସନ୍ଧ୍ୟା ୫ଟାରେ ଦେଶକୁ ସମ୍ବୋଧିତ କରିବେ’’।

ସୂଚନା ଅନୁଯାୟୀ, ଦେଶରେ ସାମ୍ପ୍ରତିକ ପରିସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ କିଛି ସୂଚନା ଦେଇପାରନ୍ତି । ଏଥସହିତ ସେ ଟୀକାକରଣ ସମ୍ପର୍କରେ ମଧ୍ୟ ଦେଶବାସୀଙ୍କୁ ମଧ୍ୟ ଆହ୍ୱାନ କରିପାରନ୍ତି । ଦେଶର ଅନେକ ରାଜ୍ୟରେ ଅନଲକ୍ ପ୍ରକ୍ରିୟା ଧୀରେ ଧୀରେ ଆରମ୍ଭ ହେଉଥିବା ବେଳେ ପ୍ରଧାନମନ୍ତ୍ରୀ ସମ୍ବୋଧନ କରିବେ ।

୬୧ ଦିନ ପରେ ସବୁଠୁ କମ୍ ମାମଲା-

ଖାସ୍ କଥା ହେଉଛି, ପ୍ରାୟ ୬୧ ଦିନ ପରେ ଦେଶରେ ସର୍ବନିମ୍ନ ମାମଲା ରୁଜୁ ହୋଇଛି । ସୋମବାର ଦିନ ଭାରତରେ ୧,୦୦,୬୩୬ ନୂଆ ମାମଲା ରୁଜୁ ହୋଇଛି । ଏଥିସହିତ ୨ ହଜାର ୪୨୭ ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବା ରିପୋର୍ଟ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ। ଏହାକୁ ମିଶାଇ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୩ଲକ୍ଷ ୪୯ହଜାର ୧୮୬ ପାର୍ କରିଛି । ଗୋଟିଏ ଦିନରେ କରୋନା ସଂକ୍ରମଣରୁ ସୁସ୍ଥ ହୋଇ ଫେରିଛନ୍ତି ୧ ଲକ୍ଷ ୭୪ ହଜାର ୩୯୯ ଆକ୍ରାନ୍ତ। ନୂଆ ଆକ୍ରାନ୍ତକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୮୯ ଲକ୍ଷ ୯ ହଜାର ୯୭୫ ପାର୍ କରିଛି। ଏବେ ସୁଦ୍ଧା ସାରା ଦେଶରେ ୨୩ କୋଟି ୨୭ ଲକ୍ଷ ୮୬ ହଜାର ୪୮୨ ଲୋକଙ୍କୁ କରୋନା ଟିକା ଦିଆ ସରିଛି।

Leave a Reply