ଜୁନ ୧୦ରେ ସୂର୍ଯ୍ୟ ପରାଗ, ଏହି ରାଶିଗୁଡ଼ିକ ଉପରେ ପଡ଼ିବ କୁପ୍ରଭାବ

1 min read

ଭୁବନେଶ୍ୱର: ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ପଡୁଛି ଜୁନ ୧୦ ଗୁରୁବାର ଦିନ। ଏହି ଦିନ ସଧବାଙ୍କ ପର୍ବ ସାବିତ୍ରୀ ମଧ୍ୟ । ଜ୍ୟୋତିଷ ବିଜ୍ଞାନ ଅନୁସାରେ, ସୂର୍ଯ୍ୟ ପରାଗର ଶୁଭ ଓ ଅଶୁଭ ପ୍ରଭାବ ସମସ୍ତ ରାଶି ଉପରେ ଭିନ୍ନ ଭିନ୍ନ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଚଳିତ ଥରର ସୂର୍ଯ୍ୟ ପରାଗ କେଉଁ ରାଶି ଉପରେ ଅଶୁଭ ପ୍ରଭାବ ପକାଇବ ।

ବୃଷ: ଏଥରକ ବୃଷ ରାଶିରେ ପରାଗ ଲାଗିବାକୁ ଯାଉଛି । ଏଣୁ ଏହି ରାଶିର ବ୍ୟକ୍ତିଙ୍କ ଉପରେ ଅଶୁଭ ପ୍ରଭାବ ପଡ଼ିବ । ଏମାନେ ଖର୍ଚ୍ଚାନ୍ତ ଓ ଅସୁସ୍ଥ ହୋଇପାରନ୍ତି ।

ମିଥୁନ: ଏହି ପରାଗ ମିଥୁନ ରାଶି ପାଇଁ ଆଦୌ ଶୁଭ ନୁହେଁ। ଏହି ରାଶିର ବ୍ୟକ୍ତିଙ୍କ ବ୍ୟବସାୟରେ କ୍ଷତି ହୋଇପାରେ। ଏଣୁ କାହା ସହ ନେଣ-ଦେଣ କରନ୍ତୁ ନାହିଁ।

ତୁଳା: ତୁଳା ରାଶିର ବ୍ୟକ୍ତିଙ୍କ ପାଇଁ ଏହି ସୂର୍ଯ୍ୟ ପରାଗ ବହୁ ସମସ୍ୟା ନେଇ ଆସିବ। ଚାକିରି କିମ୍ବା ବେପାର ସମସ୍ୟାର ସମ୍ମୁଖୀନ ହେବେ। ଦାମ୍ପତ୍ୟ ଜୀବନ ଉପରେ ବି ଏହାର ପ୍ରଭାବ ପଡିବ।

ମକର: ଏହି ସୂର୍ଯ୍ୟ ପରାଗ ମକର ରାଶିର ଲୋକଙ୍କ ପାଇଁ ଅଶୁଭ ପ୍ରଭାବ ନେଇ ଆସୁଛି। ଏ ଅବସରରେ ସାବଧାନ ରୁହନ୍ତୁ। ଅସଫଳ ହୋଇପାରନ୍ତି ।

Leave a Reply