ପାକିସ୍ତାନରେ ଭୟାବହ ରେଳ ଦୁର୍ଘଟଣା,୩୦ ମୃତ, ଶତାଧିକ ଆହତ

1 min read

କରାଚି: ପାକିସ୍ତାନର ସିନ୍ଧ ପ୍ରଦେଶର ଘୋଟକିରେ ଏକ ବଡ ଧରଣର ରେଳ ଦୁର୍ଘଟଣାରେ ୩୦ରୁ ଅଧିକ ପ୍ରାଣ ହରାଇଛନ୍ତି । ଘୋଟକିରେ ଦୁଇଟି ଟ୍ରେନ୍ ମଧ୍ୟରେ ହୋଇଥିବା ମୁହାଁମୁହିଁ ଦୁର୍ଘଟଣାରେ ୩୦ରୁ ଅଧିକ ପ୍ରାଣ ହରାଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି । ଦୁର୍ଘଟଣାର ଭୟାବହତ ଦୃଷ୍ଟିରୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବାର ଆଶଙ୍କା କରାଯାଉଛି । ରେଡିଓ ପାକିସ୍ତାନ ଅନୁସାରେ ଦୁର୍ଘଟଣା ସୋମବାର ସକାଳେ ହୋଇଥିଲା । ଦୁର୍ଘଟଣସ୍ଥଳରୁ ଆହତଙ୍କୁ ହସ୍ପିଟାଲ ପଠା ଯାଇଥିବା ବେଳେ ବଗିରେ ଫସି ରହିଥିବା ଯାତ୍ରୀଙ୍କ ଉଦ୍ଧାର ଉଦ୍ୟମ ଜାରି ରହିଛି  ।

ପୋଲିସ ଅନୁସାରେ କରାଚିରୁ ସରଗୋଧା ଯାଉଥିବା ମିଲତ୍ ଏକ୍ସପ୍ରେସର ଚକ ଟ୍ରାକରୁ ଖସି ଯାଇଥିଲା । ଏହି ସମୟରେ ବିପରିତ ଦୀଗରୁ ଆସୁଥିବା ସାର ସୟଦ୍ ଏକ୍ସପ୍ରେସ ତାକୁ ଧକ୍କା ଦେଇଥିଲା । ଫଳରେ ମିଲତର ୮ ଓ ସୟଦର ଇଂଜିନ ସମେତ ୩ ବଗି ଟ୍ରାକରୁ ଖସି ଯାଇଥିଲା । ଅନ୍ୟପକ୍ଷରେ କିଛି ବଗି ଟ୍ରାକ କରରେ ଥିବା ଖାଇ ମଧ୍ୟକୁ ଖସି ପଡିଥିଲା । ପୋଲିସ ଅନୁସାରେ ଟ୍ରେନ୍ ବଗିରେ ଫସିଥିବା ଯାତ୍ରୀଙ୍କୁ ଉଦ୍ଧାର କରିବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ବଗି କାଟିବା ପାଇଁ ବଡ଼ ବଡ଼ ମେସିନ୍ ବ୍ୟବହାର କରାଯାଉଛି ।

Leave a Reply