spot_img
Home Blog Page 5705

ଅନଲାଇନରେ ସାମଗ୍ରୀ ଅର୍ଡର କରୁଛନ୍ତି କି? ସାବଧାନ! ହୋଇପାରନ୍ତି ସଂକ୍ରମିତ

ସାରା ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ୁଛି। ଏଭଳି ପରିସ୍ଥିତିରେ ଅନେକ ରାଜ୍ୟରେ ସମ୍ପୂର୍ଣ୍ଣ ଲକଡାଉନ୍ ଲାଗୁ କରାଯାଇଛି। ମହାମାରୀର ବିସ୍ତାରକୁ ରୋକିବା ପାଇଁ ସରକାର ବାରମ୍ବାର ଲୋକମାନଙ୍କୁ ଘରେ ରହିବାକୁ ପରାମର୍ଶ ଦେବା ସହ ଲୋକଙ୍କୁ ବାରମ୍ବାର ସାବୁନରେ ହାତ ଧୋଇବାକୁ , ମାସ୍କ ମାସ୍କ ପିନ୍ଧିବାକୁ ଏବଂ ସାମାଜିକ ଦୂରତା ରକ୍ଷା କରିବାକୁ ପରାମର୍ଶ ଦେଉଛନ୍ତି। ତେବେ ଏଭଳି ସମୟରେ ଲୋକମାନେ ଅନଲାଇନ୍ ଡେଲିଭରି ମାଧ୍ୟମରେ ଅତ୍ୟାବଶ୍ୟକ ସାମଗ୍ରୀ ଅର୍ଡର କରୁଛନ୍ତି। ହେଲେ ଏହି ଅନଲାଇ ଡେଲିଭରି ବି ଆପଣଙ୍କୁ ସଂକ୍ରମିତ କରିପାରେ। ତେବେ ଆସନ୍ତୁ ଜାଣିବା କେମିତି ରହିବେ ସାବଧାନ।

କଣ୍ଟାକ୍ଟ ଫ୍ରି ଡେଲିଭରି:

ମନେରଖନ୍ତୁ ଯେତେବେଳେ ବି ଅନଲାଇନ ଅର୍ଡର କରୁଛନ୍ତି ସେତେବେଳେ କଣ୍ଟାକ୍ଟ ଫ୍ରି ଡେଲିଭରି ଚୟ କରନ୍ତୁ। ଧ୍ୟାନ ରଖନ୍ତୁ ଯେପରି ଡେଲିଭରି ବୟ ସହ ଆପଣଙ୍କ ଯୋଗାଯୋଗ ନ ହେବ। ଡେଲିଭରି ବୟଙ୍ ଫୋନ କରି ପ୍ୟାକେଟକୁ ଆପଣଙ୍କ ଘର ବାହାରେ ଛାଡିଦେବାକୁ କୁହନ୍ତୁ। ଏବଂ କେବଳ ଅନଲାଇନ୍ ପେମେଣ୍ଟ କରନ୍ତୁ।

ପରିଷ୍କାର ପରିଛନ୍ନତା ଗୁରୁତ୍ୱପୂର୍ଣ୍ଣ:

ପ୍ୟାକେଜ୍ ନେବା ପରେ, WHO ନିର୍ଦ୍ଦେଶାବଳୀ ଅନୁଯାୟୀ ସାବୁନ୍ କିମ୍ବା ହ୍ୟାଣ୍ଡୱାସ୍ ସହିତ ହାତକୁ ଭଲ ଭାବରେ ଧୋଇ ଦିଅନ୍ତୁ ନଚେତ ସାନିଟାଇଜର ସ୍ପ୍ରେ କରି କିଛି ସମୟ ରଖିଦିଅନ୍ତୁ। ଏବଂ କିଛି ସମୟ ପରେ ଏହାକୁ ଖୋଲୋନ୍ତୁ ମନେ ରଖନ୍ତୁ ପ୍ୟାକେଜ୍ ଧରିବା ପରେ ନାକ, ପାଟି ଏବଂ ଆଖିକୁ ନିଜ ହାତରେ ସ୍ପର୍ଶ କରନ୍ତୁ ନାହିଁ।

ପ୍ୟାକେଜିଂକୁ ତୁରନ୍ତ ଫୋପାଡ଼ନ୍ତୁ:

ଅର୍ଡର ହୋଇଥିବା ଆଇଟମଗୁଡିକର ଖୋଳ ବା ପ୍ୟାକେଜିଂକୁ ତୁର୍ନ୍ତ ଢାଙ୍କୁଣୀ ଥିବା ଡଷ୍ଟବିନରେ ପକାନ୍ତୁ। ମନେରଖନ୍ତୁ ଯେ କାଗଜ ଏବଂ ପ୍ଲାଷ୍ଟିକ ଭଳି ଜିନିଷରେ ଏହି ଜୀବାଣୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଜୀବନ୍ତ ରହିପାରିବେ। ତେଣୁ ପ୍ୟାକେଜିଂ ଆଇଟମଗୁଡିକ ତୁରନ୍ତ ପକାଇଦିଅନ୍ତୁ। ଓ ଏହାପରେ ହାତକୁ ଭଲ ଭାବରେ ପରିଷ୍କାର କରିନ୍ତୁ।

 

 

ଭୁବନେଶ୍ୱର ଓ କଟକରେ ଉପୁଜିଲାଣି କମ୍ୟୁନିଟି ଟ୍ରାନ୍ସମିସନ୍ ପରିସ୍ଥିତି

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ବଢ଼ିଥିବା ବେଳେ ଟ୍ବିନସିଟିରେ ଗୋଷ୍ଠୀ ସଂକ୍ରମଣ ସ୍ଥିତି ସୃଷ୍ଟି ହୋଇଛି । ଭୁବନେଶ୍ୱର ଓ କଟକରେ କମ୍ୟୁନିଟି ଟ୍ରାନ୍ସମିସନ ପରିସ୍ଥିତି ଉପୁଜିଲାଣି । ଯେହେତୁ ଏଠି ପ୍ରବାସୀ ଅଧିକ, ତେଣୁ ସଂକ୍ରମଣ ବଢୁଛି ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଜଣେ ଲୋକ ଏକାଧିକ ଲୋକଙ୍କୁ ସଂକ୍ରମିତ କରିପାରେ । ବିଗତ ୨୪ ଘଣ୍ଟାରେ ୮ ହଜାର ସଂକ୍ରମଣ ସଂକ୍ରମିତ ହୋଇଥିବା ବେଳେ କାଲି କି ସଂକ୍ରମଣ କମିପାରେ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ।

Corona Community Spread Started In Twin City

ସଂକ୍ରମଣକୁ ଦେଖି ବେଡ୍ ବ୍ୟବସ୍ଥା ହେଉଛି । ଏବେ ପର୍ଯ୍ୟାପ୍ତ ବେଡ୍‌ ଅଛି । ପଶ୍ଚିମ ଓଡ଼ିଶାରେ ଅଧିକ ରୋଗୀ ଭର୍ତ୍ତି ହେଉଛନ୍ତି । ଯେଉଁଠି ଆବିଶ୍ୟକ, ସେଠାରେ ବେଡ୍‌ ସଂଖ୍ୟା ବଢାଯାଉଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ଏବେ ରାଜ୍ୟରେ ଉପଲବ୍ଧ ଥିବା ସାଧାରଣ ଶଯ୍ୟା ୩୩ରୁ ୩୮ ପ୍ରତିଶତରେ ଆକ୍ରାନ୍ତ ଥିବାବେଳେ ଭେଣ୍ଟିଲେଟରରେ ୩୬ ପ୍ରତିଶତ ରୋଗୀ ଅଛନ୍ତି । ସେହିଭଳି ଆଇସିୟୁ ବେଡରେ ୫୬ ପ୍ରତିଶତ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ରାଜ୍ୟରେ ୯୦ ପ୍ରତିଶତ ଲୋକ ହୋମ୍ ଆଇସୋଲେସନରେ ରହି ଚିକିତ୍ସିତ ହେଉଛନ୍ତି । ଯେତିକି ରୋଗୀଙ୍କୁ ଆଇସିୟୁ ଓ ଅକ୍ସିଜେନ୍ ସପୋର୍ଟ ଆବଶ୍ୟକ ସେଥିପାଇଁ ପ୍ରସ୍ତୁତ କରିଛନ୍ତି ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ।

ବିବାହରେ ଜିଲ୍ଲାପାଳଙ୍କ ଚଢ଼ାଉ, ଯିଏ ସାମ୍ନାକୁ ଆସିଲା ଖାଇଲା ଚାପୁଡ଼ା

ଦେଶରେ କରନା ସଂକ୍ରମଣ ଗଦିକୁ ଦିନ ବଢ଼ିବାରେ ଲାଗିଛି। ତେବେ ଏଭଳି ପରିସ୍ଥିତିରେ ରାଜ୍ୟ ଗୁଡ଼ିକରେ କୋଭିଡ୍ ଗାଇଡଲାଇନ ଜାରି କରାଯାଇଛି। ତେବେ ସମସ୍ତ କୋଭିଡ ନିୟମର ପାଳନ ହେଉଛି କି ନାହିଁ ତାହା ନିଶ୍ଚିତ କରିବା ପ୍ରଶାସନର ଦାୟିତ୍ୱ। ହେଲେ କିଛି ସ୍ଥାନରେ ପ୍ରଶାସନିକ ଅଧିକାରୀମାନେ ଏହି ଗାଇଡଲାଇନ ପାଳନ ଯାଞ୍ଚ କରିବା ସମୟରେ କଠୋରତା ଓ ଅଭଦ୍ରାମି କରୁଥିବା ଦେଖିବାକୁ ମିଳୁଛି। ନିକଟରେ ତ୍ରିପୁରାର ରାଜଧାନୀ ଅଗରତାଲାର ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ସ୍ଥାନୀୟ ଜିଲ୍ଲାପାଳ ଏହ ବିବାହ ଉତ୍ସବରେ ଚଢ଼ଉ କରି ବର ଏବଂ ପଣ୍ଡିତଙ୍କୁ ଚାପୁଡ଼ା ମାରୁଥିବା ଦେଖିବାକୁ ମିଳିଛି।

ଯିଏ ସାମ୍ନାକୁ ଆସିଲା ସେ ଚାପୁଡ଼ା ଖାଇଲା:

ଏହି ଘଟଣା 26 ଏପ୍ରିଲ ରାତିରେ ଘଟିଛି। ଜିଲ୍ଲାପାଳ ଶୈଳେଶ ଯାଦବ କରୋନା ପ୍ରୋଟୋକଲ ଅନୁସରଣ କରିବାକୁ ସହରରେ ପାଟ୍ରୋଲିଂ କରିବାକୁ ଯାଇଥିଲେ। ରାତି ପ୍ରା 10ଟା ବେଳେ ସେ ଏକ ବିବାହ ଉତ୍ସବରେ ଚଢ଼ାଉ କରିଥିଲେ। ତେବେ ସେଠି କରୋନା କଟକଣା ଉଲଙ୍ଘନ ହେଉଥିବା ଦେଖି ସେ ରାଗିଯାଇଥିଲେ। ଭିଡିଓରେ ଦେଖିବାକୁ ମିଳୁଛି ଯେ ଜିଲ୍ଲାପାଳ ଯେତେବେଳେ ମ୍ୟାରେଜ ହଲ ଭିତରକୁ ପ୍ରବେଶ କରୁଛନ୍ତି ଜଣେ ମହିଳା ତାଙ୍କୁ ପରମିଶନ ଲେଟର ଦେଖାଉଛନ୍ତି। ହେଲେ ଜିଲ୍ଲାପାଳ କିଛି ଶୁଣୁନାହାନ୍ତି ଏବଂ, ସେ ସେହି ଲେଟରଟିକୁ ଚିରି ଫୋପାଡ଼ିଦେଉଛନ୍ତି। ସେ କହୁଛନ୍ତି ଯେ ରାତି 10ଟା ପରେ ବାହାଘର ପାଇଁ ଅନୁମତି ନାହିଁ।  ଏହାପରେ ସେ ଆକ୍ସନ ମୋଡକୁ ଆସୁଛନ୍ତି। ବର, ପରିବାର ବର୍ଗ, ବୃଦ୍ଧ, ମହିଳା ଯଏ ବି ତାଙ୍କ ସାମ୍ନାକୁ ଆସିଲେ ସେ ସମସ୍ତଙ୍କୁ ଚାପୁଡ଼ା ମାରୁଛନ୍ତି। ଏହାପରେ ସେ ବର ଓ କନ୍ୟାଙ୍କୁ ଗିରଫ କରିବାକୁ ମଧ୍ଯ ନିର୍ଦ୍ଦେଶ ଦେଉଛନ୍ତି। ଯିଏ ବି ତାଙ୍କ ସହ କଥା ହେବାକୁ ଚେଷ୍ଟା କରୁଛନ୍ତି ସେ ତାଙ୍କୁ ମଧ୍ଯ ଗିରଫ କରିବାକୁ ନିର୍ଦ୍ଦେଶ ଦେଉଛନ୍ତି।

କେବଳ ବିବାହରେ ଥିବା ଲୋକଙ୍କୁ ନୁହେଁ ଜିଲ୍ଲାପାଳ ପୋଲିସ ଅଧିକାରୀମାନଙ୍କୁ ମଧ୍ଯ ଗାଳିଦେଉଥିବା ଦେଖିବାକୁ ମିଳୁଛି। ସେମାନଙ୍କ ଅବହେଳା ଯୋଗୁ ଏଭଳି ହେଉଥିବା କହି ସେ ପୋଲିସ କର୍ମଚାରୀଙ୍କୁ ଗାଳିଗୁଲଜ କରୁଛନ୍ତି।

ସୋସିଆଲ୍ ମିଡିଆରେ ହଇଚଇ:

ଏହି ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭଭାଇରାଲ ହେଉଛି। ଅନେକ ଲୋକ ଜିଲ୍ଲାପାଳଙ୍କ ଅଏବଳି ବ୍ୟବହାରକୁ ନେଇ ସମାଲୋଚନା କରୁଛନ୍ତି। କେବଳ ସାଧାରଣ ଲୋକ ନୁହେଁ 2009 ବ୍ୟାଚର ଆଇଏଏସ୍ ଅଧିକାରୀ ଅଶ୍ୱୀନ ଶରଣ ମଧ୍ଯ ଟ୍ୱିଟ୍ କରି ଜିଲ୍ଲାପାଳଙ୍କ ଏଭଳି ବ୍ୟବହାରକୁ ନିନ୍ଦା କରିଛନ୍ତି।

ନିଲମ୍ବିତ ହେଲେ ଜିଲ୍ଲାପାଳ:

ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବାପରେ ଜଲ୍ଲାପାଳ ଶୈଳେଶ ଯାଦବଙ୍କୁ ନିଲମ୍ବିତ କରାଯାଇଛି। ଏଥି ସହ ମୁଖ୍ୟମନ୍ତ୍ରୀ ଦୁଇଜଣ ସାଂସଦଙ୍କ ଏକ କମିଟି ଗଠନ କରିଛନ୍ତି। ପଶ୍ଚିମ ତ୍ରିପୁରା ସାଂସଦ ତଥା ବିଜେପି ନେତା ପ୍ରତୀମା ଭୋମିକ କହିଛନ୍ତି ଯେ ସେ ବରର ସମ୍ପର୍କୀୟଙ୍କୁ ଦେଖା କରିବେ ଏବଂ ସେମାନଙ୍କଠାରୁ ଏହି ଘଟଣା ବିଷୟରେ ସମ୍ପୂର୍ଣ୍ଣ ସୂଚନା ଗ୍ରହଣ କରିବେ।

ଅନ୍ୟପଟେ ଏହି ଘଟଣା ନେଇ କଡ଼ା ସମାଲୋଚନା ପରେ ଜିଲ୍ଲାପାଳ କ୍ଷମା ମାଗିଛନ୍ତି। ସେ ଲେଖିଛନ୍ତି ଯେ ଯଦି କାହାର ଭାବନାକୁ ମୁଁ  ଆଘାତ ଦେଇଛି ତେବେ କ୍ଷମା ମାଗୁଛି। ଏହା କାହାର ଭାବନାକୁ ଆଘାତ କରିବା ପାଇଁ କରାଯାଇ ନାହିଁ। କେବଳ ଏଠାରେ ଥିବା ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ଏଭଳି କରାଯାଇଥିଲା। ଆମେ ନିୟମକୁ କଠୋର ଭାବରେ କାର୍ଯ୍ୟକାରୀ କରିବାକୁ ଚାହୁଁଥିଲୁ।

 

 

୪୦ ବର୍ଷୀୟଙ୍କୁ ବେଡ୍‌ ଛାଡ଼ିଦେଲେ ୮୫ ବର୍ଷୀୟ ବୃଦ୍ଧ, ତିନି ଦିନ ପରେ ମୃତ୍ୟୁ

ନାଗପୁର: କରୋନାର ଦ୍ୱିତୀୟ ପ୍ରବାହରେ ଯେତେବେଳେ ଲୋକଙ୍କୁ ବେଡ୍, ଅକ୍ସିଜେନ୍ଏବଂ ଜରୁରୀ ଔଷଧ ମିଳୁନାହିଁ ସେତେବେଳେ ଜଣେ ୮୫ ବର୍ଷୀୟ ବୃଦ୍ଧ ସବୁଦିନ ପାଇଁ ଆଖି ବୁଜିବା ପୂର୍ବରୁ ଅନ୍ୟ ଜଣକୁ ସାହାଯ୍ୟ କରି ମାନବିକତାର ଉଦାହରଣ ସୃଷ୍ଟି କରିଛନ୍ତି । ଯାହା ସମସ୍ତେ ସବୁଦିନ ପାଇଁ ମନେ ରଖିବେ ।

ମହାରାଷ୍ଟ୍ରର ନାଗପୁରର ୮୫ ବର୍ଷୀୟ ନାରାୟଣ ଭାଉରାଓ ଦାଭାଡ଼କର ଗତ କିଛି ଦିନ ପୂର୍ବରୁ ଶରୀର ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏହି ମଧ୍ୟରେ ଜଣେ ୪୦ ବର୍ଷୀୟ ମହିଳା ତାଙ୍କ ସ୍ୱାମୀଙ୍କୁ ନେଇ ହସ୍ପିଟାଲରେ ପହଞ୍ଚିଲେ । କିନ୍ତୁ ହସ୍ପିଟାଲରେ ବେଡ୍ଖାଲି ନଥିବାରୁ ମନା କରିଦେଲେ । ଡାକ୍ତରଙ୍କ ନିକଟରେ ନିବେଦନ କରିବା ପରେ ମଧ୍ୟ ହସ୍ପିଟାଲରେ ବେଡ୍ଟିଏ ଯୋଗାଡ଼ ହୋଇପାରିଲା ନାହିଁ । ଏସବୁ ଦେଖୁଥିଲେ ସେହି ହସ୍ପିଟାଲରେ ଚିକିତ୍ସିତ ହେଉଥିବା କିନ୍ତୁ ୮୫ ବର୍ଷୀୟ ବୃଦ୍ଧ ଦାଭାଡ଼କର । ସେ ମହିଳାଙ୍କ କଷ୍ଟ ସହିପାରିଲେ ନାହିଁ । ଯାହାପରେ ନିଜ ଶଯ୍ୟା ମହିଳାଙ୍କ ସ୍ୱାମୀଙ୍କୁ ଦେବାପାଇଁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ନିକଟରେ ଅନୁରୋଧ କଲେ। ଏହି ମଧ୍ୟରେ ସବୁଠାରୁ ମର୍ମସ୍ପର୍ଶୀ ଥିଲା ଦାଭାଡ଼କରଙ୍କ ବାକ୍ୟ । ଦାଭାଡ଼କର କହିଲେଯେ, ମୁଁ ମୋ ଜୀବନ ବଞ୍ଚି ସାରିଛି, ମୋ ବୟସ ୮୫, କିନ୍ତୁ ମହିଳାଙ୍କ ସ୍ୱାମୀ ଏବେ ମଧ୍ୟ ଯୁବକ ଅଛନ୍ତି । ତାଙ୍କ ଉପରେ ପରିବାରର ଦାୟୀତ୍ୱ ଅଛି । ତେଣୁ ମୋ ଶଯ୍ୟା ତାଙ୍କୁ ଦେଇ ଦିଅନ୍ତୁ ।

ଦାଭାଡ଼କରଙ୍କ ଅନୁରୋଧ କ୍ରମେ, ହସ୍ପିଟାଲ କର୍ତ୍ତୃପକ୍ଷ ଲିଖିତ ଭାବରେ ବୟସ୍କଙ୍କ ଠାରୁ ଦସ୍ତଖତ ରଖିଲେ ଓ ଦାଭାଡ଼କର ଘରକୁ ଫେରିଗଲେ । କିନ୍ତୁ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିବାରୁ ତିନିଦିନ ପରେ ଆଖି ବୁଜିଦେଲେ ଦାଭାଡ଼କର ।

ସୂଚନାଯୋଗ୍ୟ କିଛି ଦିନ ପୂର୍ବରୁ କରୋନାରେ ସଂକ୍ରମିତ ହୋଇଥିଲେ ଦାଭାଡ଼କର । ତାଙ୍କ ଅକ୍ସିଜେନ ସ୍ତର କମ୍ହୋଇ ଯାଇଥିଲା । ଯେଉଁଥିପାଇଁ ତାଙ୍କ ଝିଓ ଓ ଜ୍ୱାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତାଙ୍କୁ ମଧ୍ୟ ଖୁବ କଷ୍ଟରେ ବେଡ୍ଟି‌ଏ    ମିଳିଥିଲା । କିନ୍ତୁ ଶେଷରେ ଅନ୍ୟର ହିତପାଇଁ ନିଜ ଜୀବନକୁ ବିପଦରେ ପକାଇବାକୁ ପଛଘୁଞ୍ଚା ଦେଲେନାହିଁ ଏହି ମହାନ୍ବ୍ୟକ୍ତି ।

ସୂଚନା ମୁତାବକ 85 ବର୍ଷୀୟ ଦାଭାଡ଼କର ରାଷ୍ଟ୍ରୀୟ ସ୍ୱୟଂ ସେବକ ସହ ଜଡିତ ଥିଲେ । ପିଲା ମାନଙ୍କୁ ଖୁବ୍  ସ୍ନେହ   ଆଦର କରୁଥିଲେ । ପିଲାଙ୍କୁ ଦେଖିବାମାତ୍ରେ କେବେ ମଧ୍ୟ ଚକଲେଟ୍ଦେବାକୁ ଭୁଲୁନଥିଲେ । ସେଥିପାଇଁ ସେହି ଅଞ୍ଚଳରେ ସମସ୍ତ ପିଲା ତାଙ୍କୁ ଚକଲେଟ୍ ଚାଚା ମଧ୍ୟ ଡାକନ୍ତି । କିନ୍ତୁ ଏବେ ଆଉ କେହି ସେମାନଙ୍କୁ ଚକଲେଟ ଦେବେନାହିଁ । ସାହି ଗଳିରେ ଚକଲେଟ ଚାଚା ଶବ୍ଦ ଆଉ ଶୁଣିବାକୁ ମିଳିବ ନାହିଁ । କାରଣ ଅନ୍ୟର ଜୀବନ ବଞ୍ଚାଇ ସବୁଦିନ ପାଇଁ ନୀରବି ଯାଇଛନ୍ତି ଚକଲେଟ ଚାଚା ।

ବଢ଼ୁଛି ସଂକ୍ରମଣ, ଖୁବଶୀଘ୍ର ସହରରେ ଲାଗୁ ହେବ କଣ୍ଟେନମେଣ୍ଟ ଜୋନ୍

ଭୁବନେଶ୍ୱର: ଭୁବନେଶ୍ୱରରେ ଆରମ୍ଭ ହେବ କଣ୍ଟେନମେଣ୍ଟ ଜୋନ୍ । ଗତ ୨୪ ଘଣ୍ଟାରେ ଖୋର୍ଦ୍ଧା ଜିଲ୍ଲାରୁ ୧୮୪୦ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିରୁ ୧୦୪୪ ଜଣ ଆକ୍ରାନ୍ତ ବିଏମସି ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ସଂକ୍ରମଣକୁ ଦୃଷ୍ଟିରେ ରଖି ଅଧିକ ସଂକ୍ରମିତ ଚିହ୍ନଟ ହେଉଥିବା ଅଞ୍ଚଳର ତାଲିକା ପ୍ରସ୍ତୁତ କରିଛି ବିଏମସି । ଅଧିକ ସ୍କ୍ୱାଡ ଗଠନ ସହ ଏନଫୋର୍ସମେଣ୍ଟକୁ କଡ଼ାକଡ଼ି କରାଯିବ । ଏନେଇ ବିଏମସି ଡେପୁଟି କମିଶନର ତଥା ନୋଡାଲ ଅଫିସର ଶୁଭେନ୍ଦୁ କୁମାର ସାହୁ ସୂଚନା ଦେଇଛନ୍ତି ।

BMC To Declare Some Area As Containment Zone After Covid Case Surges

ସେହିଭଳି ସଂକ୍ରମଣ ବଢୁଥିବାରୁ ଚିନ୍ତା ବଢୁଛି । ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ତ୍ୱରାନ୍ୱିତ କରାଯାଇଛି । ଟେଷ୍ଟିଂ ବୃଦ୍ଧି ଯୋଗୁଁ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା କହିଛନ୍ତି ବିଏମସିର ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ । ସଟଡାଉନ କଥା ମଧ୍ୟ ଆଲୋଚନା ହେଉଛି । କିଛି ନିଷ୍ପତ୍ତି ହୋଇନି ତଥାପି କଣ୍ଟେନମେଣ୍ଟ ଜୋନ୍ ସମ୍ପର୍କରେ ଖୁବଶୀଘ୍ର ନିଷ୍ପତ୍ତି ହେବ । କୋଭିଡ ସଚେତକଙ୍କୁ ସକ୍ରିୟ ସହ ଜନସମ୍ପର୍କ ଅଭିଯାନକୁ ତ୍ୱରାନ୍ୱିତ କରାଯାଇଛି । ସପ୍ତାହନ୍ତ ସଟଡାଉନ ପୂର୍ବଦିନ ଓ ପରଦିନ ଅର୍ଥାତ ଶୁକ୍ରବାର ଓ ସୋମବାର ଲୋକେ କଟକଣା ଖିଲାପ କରୁଛନ୍ତି । ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ବିଏମସି ଅତିରିକ୍ତ କମିଶନର ।

କରୋନା ତାଣ୍ଡବ ଭିତରେ ଦିଲ୍ଲୀରେ ଖେଲାଯିବ ପ୍ରଥମ IPL ମ୍ୟାଚ୍

0

ନୂଆଦିଲ୍ଲୀ: ବୁଧବାର ଦିଲ୍ଲୀ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL)ର ପ୍ରଥମ ମ୍ୟାଚ୍ ଆୟୋଜନ କରୁଛି। ଦିଲ୍ଲୀରେ କରୋନା ମାମଲା ହୁ ହୁ ହୋଇ ବଢ଼ୁଥିବାରୁ ବର୍ତ୍ତମାନ ସମ୍ପୂର୍ଣ୍ଣ ଲକଡାଉନ ରହିଥିବାବେଳେ ଡାକ୍ତରଖାନାରେ ଶଯ୍ୟା ଅଭାବ ଓ ଅମ୍ଳଜାନ ଅଭାବରୁ ଅନେକ ରୋଗୀ ମୃତ୍ୟୁବରଣ କରୁଛନ୍ତି।

ଗତ 24 ଘଣ୍ଟାରେ ଦିଲ୍ଲୀରେ 24 ହଜାର 149ଜଣ କରୋନା ସଂକ୍ରମିତ ହୋଇଥିବାବେଳେ  3ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଦିଲ୍ଲୀରେ ଅମ୍ଳଜାନ ଯୋଗାଣ ପରିସ୍ଥିତି ଏତେ ଗୁରୁତର ଯେ ଦିଲ୍ଲୀ ହାଇକୋର୍ଟ ମଙ୍ଗଳବାର ଦିନ ଦିଲ୍ଲୀ ସରକାର ରୋଗୀମାନଙ୍କ ପାଇଁ ଅମ୍ଳଜାନ ସିଲିଣ୍ଡର ପରିଚାଳନା କରିବାରେ ଅସମର୍ଥ ବୋଲି କହଛନ୍ତି। ଏବଂ କୋର୍ଟ ଅମ୍ଳଜାନ ଯୋଗାଣ ପରିଚାଳନା ଦାୟିତ୍ୱ ବହନ କରିବାକୁ କେନ୍ଦ୍ର ସରକାରଙ୍କୁ କହିବେ ବୋଲି ମଧ୍ଯ କହିଛନ୍ତି।

ବୁଧବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମର ଫେରୋଜ ଶାହା କୋଟଲା ଗ୍ରାଉଣ୍ଡରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ସନ୍ଧ୍ୟା 7.30 ରୁ ଆରମ୍ଭ ହେବ ମ୍ୟାଚ୍।

ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ମହାମାରୀରେ ଦେଶରେ ହା ହା କାର ହେଉଥିବାବେଳେ, ଆଇପିଏଲ୍ ମ୍ୟାଚ୍ ଆୟୋଜନ କରିବା ଠିକ୍ କି?  ତେବେ ଏଭଳି ପରିସ୍ଥିତିରେ ବିସିସିଆଇ କିନ୍ତୁ ପୂର୍ବ ନିର୍ଦ୍ଧାରିତ ସମୟରେ ମ୍ୟାଚଗୁଡିକୁ କରିବାକୁ କହିଛି।

ଏକ ଆଇପିଏଲ୍ ମ୍ୟାଚ୍ ସାଧାରଣତଃ  ସାଢ଼େ ତିନି ଘଣ୍ଟା ଧରି ଚାଲିଥାଏ। ଚଳିତ ବର୍ଷ ଆଇପିଏଲରେ ଷ୍ଟାଡିୟମ ଭିତରକୁ ଦର୍ଶକଙ୍କୁ ଅନୁମତିଦିଆଯାଇ ନାହିଁ। ଆଇପିଏଲ ସମ୍ପୂର୍ଣ୍ଣ ସୁରକ୍ଷିତ ଭାବେ ଏ କଠୋର ବାୟୋ-ବବଲ୍ ଭିତରେ ଚାଲିଛି। ତେଣୁ ମଙ୍ଗଳବାର ଦିଲ୍ଲୀ ଏବଂ ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ (ଡିଡିସିଏ) ବୁଧବାର ମ୍ୟାଚ୍ ନିର୍ଦ୍ଧାରିତ ସମୟରେ ହେଲେ କିଛି ଅସୁବିଧା ନାହିଁ ବୋଲି କହିଛି।

ଆସନ୍ତା ମେ 7 ପର୍ଯ୍ୟନ୍ତ ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ 4ଟି ଦଳର ମ୍ୟାଚ ରହିଛି। ତେବେ ଶେଷ ମ୍ୟାଚ୍ ପର୍ଯ୍ୟନ୍ତ ଡିଡିସିଏ ଦଳଗୁଡ଼ିକର ଅଭ୍ୟାସ ଅଧିବେଶନ ପାଇଁ ପୂରୁଣା ଦିଲ୍ଲୀର ରୋଶନାରା କ୍ଲବ ଗ୍ରାଉଣ୍ଡ ବୁକ୍ କରିଛି। ଏହା ମଧ୍ଯ ସୁରକ୍ଷିତ ବାୟୋ-ବବଲ୍ ଭିତରେ ରହିଛି।

ତେବେ ଡିଡିସିଏ ମୁତାବକ ଗ୍ରାଉଣ୍ଡର ସମସ୍ତ କର୍ମଚାରୀ ମଧ୍ଯ ବୋୟୋ-ବବଲରେ ରହିଛନ୍ତି ଏବଂ ସେମାନଙ୍କର ପ୍ରତ୍ୟେକ 2ଦିନରେ ଥରେ କୋଭିଡ ପରୀକ୍ଷା ମଧ୍ଯ କରାଯାଉଛି।

ଏକ ମ୍ୟାଚ୍ ସମୟରେ ଷ୍ଟାଡିୟମରେ 700 ରୁ ଅଧିକ ଲୋକ ରହିବେ ନାହିଁ। ଡିଡିସିଏ କର୍ମଚାରୀ, ଡାକ୍ତର ଏବଂ ଅଗ୍ନିଶମ ବାହିନୀଙ୍କୁ ମିଶାଇ ପ୍ରାୟ 200 ଜଣ,  400 ପୋଲିସ୍ କର୍ମଚାରୀ ରହିବା ସହ ବିସିସିଆଇ, ଫ୍ରାଞ୍ଚାଇଜ୍ ଅଧିକାରୀ ଏବଂ ପ୍ରସାରଣକାରୀଙ୍କୁ ମିଶାଇ ପ୍ରାୟ 100 ଜଣ ରହିବେ ବୋଲି ଡିଡିସିଏ ସୂଚନା ଦେଇଛି।

ଭ୍ୟାକ୍ସିନର ପାର୍ଶ୍ୱ ପ୍ରତିକ୍ରିୟା ଦେଖା ନ ଦେବାର ଅର୍ଥ କ’ଣ ହୋଇପାରେ?

ନୂଆଦିଲ୍ଲୀ: ଭାରତରେ ଅଧିକାଂଶ ସ୍ଥାନରେ କରୋନାର ଦ୍ୱିତୀୟ ପ୍ରବାହ ଆତଙ୍କ ସୃଷ୍ଟି କରିଛି । ଏଥିରୁ ବର୍ତ୍ତିବା ପାଇଁ ଲୋକ ଭ୍ୟାକ୍ସିନ ନେବାକୁ ଶ୍ରେୟ ମନେ କରୁଛନ୍ତି । କିନ୍ତୁ କେତେକ ରାଜ୍ୟରେ ଲକଡାଉନ ହେତୁ ଟୀକାକରଣ ପ୍ରକ୍ରିୟା କ୍ଷିପ୍ର ହୋଇ ଯାଇଛି । ଗୋଟିଏ ପଟେ ଭ୍ୟାକ୍ସିନର ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଦେଉଥିବାରୁ ଲୋକଙ୍କ ମନରେ ଅନେକ ଆଶଙ୍କା ସୃଷ୍ଟି ହେଉଥିବା ବେଳେ ଅନ୍ୟପଟେ ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଦେଉନଥିବାରୁ ମଧ୍ୟ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହେଉଛି ।

ଲୋକଙ୍କୁ ବାରମ୍ବାର କୁହାଯାଉଛିଯେ, ଯଦି ଭ୍ୟାକ୍ସିନ ନେବା ପରେ ଭ୍ୟାକ୍ସିନ ନେଇଥିବା ସ୍ଥାନରେ ଯନ୍ତ୍ରଣା, ,ଶରୀରରେ କ୍ଲାନ୍ତ ଅନୁଭବ, ଜ୍ୱର ଏବଂ ବମିଟିଂ ଭଳି ଭଳି ପାର୍ଶ୍ୱ ପ୍ରତିକ୍ରିୟା ନଜର ଆସୁଛି ତେବେ ଏହାକୁ ନେଇ ଚିନ୍ତିତ ହେବାଭଳି କୌଣସି କାରଣ ନାହିଁ । ବିଶେଷଜ୍ଞଙ୍କ କହିବା ହେଉଛି ଏହା ରୋଗ ପ୍ରତିରୋଧକ ତନ୍ତ୍ରକୁ ସକ୍ରିୟ କରୁଛି । ଅନ୍ୟପଟେ କିଛି ଲୋକଙ୍କ ନିକଟରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳୁନାହିଁ । ଯାହା ଲୋକଙ୍କୁ ଏକ ପ୍ରକାରର ଚିନ୍ତାରେ ପକାଇଛି । ଅର୍ଥାତ୍‌ଲୋକ ଭାବୁଛନ୍ତିଯେ, ଯଦି ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଯାଉନାହିଁ ରୋଗ ପ୍ରତିରୋଧକ ଶକ୍ତି ଉପରେ କୌଣସି ପ୍ରଭାବ ପଡ଼ୁନାହିଁ । ଯାହା ଏକ ବିରାଟ ସମସ୍ୟା ସୃଷ୍ଟି କଲାଣି ।

କିନ୍ତୁ ଏହାକୁ ନେଇ ବିଶେଷଜ୍ଞ କହୁଛନ୍ତିଯେ, ପାର୍ଶ୍ୱ ପ୍ରତିକ୍ରିୟା ଦେଖା ନଦେବା ଏକ ସାମାନ୍ୟ କଥା । କରୋନା ଭ୍ୟାକ୍ସିନ ଟ୍ରାଏଲ ସମୟରେ ଏହା ପ୍ରମାଣିତ ହୋଇ ଯାଇଥିଲା । ଫାଇଜର ଦ୍ୱାରା ହୋଇଥିବା କ୍ଲିନିକାଲ ଟ୍ରାଏଲରୁ ଜଣାପଡ଼ିଥିଲାଯେ, ୫୦ ପ୍ରତିଶତଙ୍କ ନିକଟରେ କୌଣସି ପ୍ରକାରର ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇନଥିଲା । କିନ୍ତୁ ଏହି ପରୀକ୍ଷଣ ସମୟରେ ୯୦ ପ୍ରତିଶତଙ୍କ ନିକଟରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇ ସାରିଥିଲା । ମଡର୍ଣ୍ଣା ମଧ୍ୟ ଠିକ୍‌ଏହିଭଳି କହିଥିଲା । ମଡର୍ଣ୍ଣା ଅନୁସାରେ ୧୦ ଜଣକ ମଧ୍ୟରୁ ଜଣକ ନିକଟରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଏ । ଏବଂ ୯୦ ପ୍ରତିଶତଙ୍କ ନିକଟରେ ଏହା ସଫଳ ପ୍ରମାଣିତ ହୋଇଥିଲା ।

ବିଶେଷଜ୍ଞ ଆଉ ମଧ୍ୟ କୁହନ୍ତିଯେ, ଅଧିକାଂଶ କୋଭିଡ ଭ୍ୟାକ୍ସିନ ସ୍ପାଇକ ପ୍ରୋଟିନ ନାମକ ଏକ ଭାଇରାଲ ପ୍ରୋଟିନ ବ୍ୟବହାର କରିଥାଏ । ଭ୍ୟାକ୍ସିନ ନେଲେ ରୋଗ ପ୍ରତିରୋଧକ ତନ୍ତ୍ର ଏହି ସ୍ପାଇକ ପ୍ରୋଟିନ ଉପରେ ଆକ୍ରମଣ କରେ । ଯେଉଁଥିପାଇଁ ଯନ୍ତ୍ରଣା, ଜ୍ୱର ଆଦି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଏ । କିନ୍ତୁ ଏହାର ଅର୍ଥ ନୁହେଁଯେ ଭ୍ୟାକ୍ସିନ କାମ କରୁନାହିଁ ।

ଅଙ୍ଗାଡ଼ିଆ ସ୍କିମର ଆନ୍ତଃ ରାଜ୍ୟ ଲିଙ୍କ୍, ୩ ପୋଲିସ ସହ ୮ ଗିରଫ

ଭୁବନେଶ୍ୱର: ଏକ ବଡ଼ ଠକେଇ ଘଟଣାର ପର୍ଦ୍ଦାଫାସ୍ କରିଛି କମିଶନରେଟ୍ ପୋଲିସ । ମାମଲାରେ ପୋଲିସ ମୋଟ 8 ଜଣଙ୍କୁ ଗିରଫ କରିଛି । ଅଙ୍ଗାଡ଼ିଆ ସ୍କିମ୍ ନାଁରେ ଏହି ଠକେଇ ଚାଲିଥିଲା ବଡ଼ ବଡ଼ ବ୍ୟବସାୟୀଙ୍କୁ ଟାର୍ଗେଟ୍ କରୁଥିଲେ ଠକ । ବେଆଇନ୍ ଟଙ୍କାକୁ ଆଇନତଃ ବୈଧ କରି ଡବଲ୍ କରି ଆକାଉଣ୍ଟରେ କ୍ରେଡିଟ୍ ମଧ୍ୟ କରୁଥିଲେ । ଆଇପିଏଲ୍ ବେଟିଂ ରେଡ୍ ବେଳେ ପୋଲିସ ହାତରେ ଧରାପଡ଼ିଛନ୍ତି ଏହି ହାଇପ୍ରୋଫାଇଲ୍ ଠକ । ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ।

ପ୍ରଶାନ୍ତ ପଣ୍ଡା ନାମକ ବ୍ୟକ୍ତି ଅଙ୍ଗାଡ଼ିଆ ଠକେଇର ମାଷ୍ଟର ମାଇଣ୍ଡ । ପୋଲିସ ପ୍ରଶାନ୍ତ ପଣ୍ଡା ସହିତ ମୋଟ ୮ ଜଣଙ୍କୁ ଗିରଫ କରିଛି । ଗିରଫଙ୍କ ମଧ୍ୟରେ କମିଶନରେଟ୍ ପୋଲିସର ୩ କର୍ମଚାରୀ ମଧ୍ୟ ଅଛନ୍ତି । ଅଙ୍ଗାଡ଼ିଆ ସ୍କିମରେ ଟଙ୍କା ଡବଲ୍ ହେବାର ଲୋଭ ଦେଖାଇ ପ୍ରଶାନ୍ତ ପଣ୍ଡା ଓ ତାଙ୍କ ସହଯୋଗୀ ବ୍ୟବସାୟୀ କମଲ୍ ଶାହଙ୍କୁ ଟାର୍ଗେଟ୍ କରିଥିଲେ । କମଲ୍ କୋଟିଏ ଟଙ୍କା କ୍ୟାସ୍ ଦେଲେ ସେମାନେ ଏହାକୁ ଆକାଉଣ୍ଟରେ ଦେଢ଼ କୋଟି କରି ଦେବା ସହ ସମସ୍ତ କାଗଜପତ୍ର ଦେବେ ବୋଲି କହିଥିଲେ ।

 commissionerate police Arrested 9 In Angadia Scheme

ସେହି ଅନୁସାରେ ଅଢ଼େଇ ଲକ୍ଷ ଟଙ୍କାର ୪୦ଟି ବଣ୍ଡଲ୍ କରି ବ୍ୟବସାୟୀ କମଲ୍ ଶାହ ଆସିଥିଲେ । ଠକ ଅଙ୍ଗାଡ଼ିଆ ଗ୍ୟାଙ୍ଗର ମୁଖ୍ୟ ପ୍ରଶାନ୍ତ ପଣ୍ଡା ଷଡ଼ଯନ୍ତ୍ର ରଚିଥିଲେ । କମଲଙ୍କ ଉପରେ ରେଡ୍ କରି ଟଙ୍କା ନେଇ ଖସିଯିବାକୁ ବସିଥିଲେ । କରଞ୍ଜିଆର ବ୍ୟବସାୟୀ କମଲ ଶାହଙ୍କୁ ପୋଲିସ ପଚରାଉଚରା କରିବା ପରେ ଅଙ୍ଗାଡ଼ିଆ ଅନଲାଇନ୍ ଠକେଇ ବାବାଦରେ ଜଣାପଡ଼ିଛି । ପୋଲିସ ଗଣିଲା ପରେ ୩୧ଟି ବଣ୍ଡଲ୍ ମିଳିଥିଲା । ତଦନ୍ତ ପରେ ରେଡରେ ସାମିଲ୍ ଥିବା ପୋଲିସଙ୍କ ଠାରୁ ୯ଟି ବଣ୍ଡଲ ମିଳିଛି । ଗୋଟିଏ ବଣ୍ଡଲରେ ୫୦ ହଜାର ଟଙ୍କା କମ ଥିବା ଡିସିପି ସୂଚନା ଦେଇଛନ୍ତି ।

ମାମଲାରେ ମହେଶ୍ୱର ସାହୁ, ପ୍ରଶାନ୍ତ ପଣ୍ଡା, ପ୍ରଶାନ୍ତ ପାଢ଼ୀ, ରାଜ ରାୟ ବାହାଦୂର, ଅଭିଶେକ ସେଠୀଙ୍କ ସହ ଭୁବନେଶ୍ୱର କମିଶନରେଟ୍ ପୋଲିସର ଦିଲ୍ଲୀପ ମଲ୍ଲିକ, ସନ୍ଦୀପ୍ତ ପୃଷ୍ଟି ଓ କଟକ କମିଶନରେଟ ପୋଲିସର ପ୍ରଫୁଲ୍ଲ କୁମାର ଭୂୟାଁଙ୍କୁ ଗିରଫ କରାଯାଇଛି । ରାକେଟର ମୁଖ୍ୟ ପ୍ରଶାନ୍ତ ପଣ୍ଡା ମଧ୍ୟ ଧରାପଡ଼ିଛନ୍ତି । ଏଥିରେ ଜଡ଼ିତ ବହୁତ ଲୋକ ଫେରାର୍ ଅଛନ୍ତି । ଭୁବନେଶ୍ୱରର ସହ ବାହାରା ରାଜ୍ୟର ଲୋକ ସାମିଲ୍ ଥିବା ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି ।

ଠକେଇ ମାମଲାର ତଦନ୍ତ ଜାରି ରହିଛି । ଦରକାର ପଡ଼ିଲେ ରିମାଣ୍ଡରେ ଅଣାଯିବ ବୋଲି କହିଛନ୍ତି ଡିସିପି । ଅଙ୍ଗାଡ଼ିଆ ସ୍କିମ୍ ମାଧ୍ୟମରେ ଠକେଇ କରାଯାଉଥିଲା । ଏଗ୍ରିମେଣ୍ଟ ପେପର୍ସ ଦେଖାଇ ଠକିବାକୁ ଚେଷ୍ଟା କରୁଥିଲେ ଠକ । ବେଆଇନ୍ ଟଙ୍କାକୁ ନେଇ ଆଇନତଃ ଉପାୟରେ ଆୟକର ଦେଇ କାରବାର କରୁଥିଲେ ।

ରାଜ୍ୟରେ ମେ’ ପହିଲାରୁ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ଟିକା ଦିଆଯିବ ନା ନାହିଁ ?

ଭୁବନେଶ୍ୱର: ଆଜି ଆସିବ କୋଭିସିଲ୍ଡ ଟିକା । ଅପରାହ୍ଣ ୨ଟା ୩୦ରେ ୯୦ ହଜାର କୋଭିସିଲ୍ଡ ଟିକା ଆସି ପହଞ୍ଚିବ । ୫୪ ହଜାର କୋଭିସିଲ୍ଡ ଟିକା ଏବେ ମହଜୁଦ୍ ଅଛି । ୩.୫ କୋଭାକ୍ସିନ ଅଛି । ପୂର୍ବଭଳି ୪୫ ବର୍ଷରୁ ଅଧିକ ଲୋକଙ୍କ ଟିକାକରଣ ଚାଲିଛି । ଗତକାଲି  ୬୧୭ଟି ସେସନ୍ ସାଇଟରେ ୬୫ ହଜାର ୭୬୬ ଜଣଙ୍କୁ ଟିକା ଦିଆଯାଇଛି । ଆଜି ଯାଏ ସମୁଦାୟ ୫୭ ଲକ୍ଷ ୪ ହଜାର ୯୧୬ ଜଣଙ୍କୁ ଟିକା ଦିଆଯାଇଛି । ଆଜି ଯାଜପୁର, କେନ୍ଦୁଝରରେ ବନ୍ଦ ରହିଛି ଟିକାକରଣ । ଆଜି ୪୬୪ ସେସନ୍ ସାଇଟରେ ଟିକାକରଣ ଚାଲିଛି ।

Odisha May Vaccinate 18 Years Plus From 1st May

କେନ୍ଦ୍ର ଦେଉଥିବା ଟିକାରେ ୪୫ ବର୍ଷରୁ ଅଧିକଙ୍କ ପାଇଁ । ସେଥିରେ ୧୮ରୁ ୪୪ ବର୍ଷ ଯାଏ ଦିଆ ଯାଇପାରିବ ନାହିଁ । ସେଥିପାଇଁ ଆମେ କମ୍ପାନୀମାନଙ୍କୁ ଚିଠି ଲେଖିଛୁ । ରାଜ୍ୟ ସରକାର ଯୋଗାଯୋଗରେ ଅଛନ୍ତି । ଏ ଯାଏ ପୋର୍ଟାଲରେ କାମ ଚାଲିଛି । ଟିକା ନ ଆସିବା ଯାଏ କହି ହେବନି ଯେ ମେ ପହିଲାରୁ ୧୮ରୁ ୪୪ ବର୍ଷ ଯାଏ ଟିକାକରଣ ହେବେ ନା ନାହିଁ ।

Odisha May Vaccinate 18 Years Plus From 1st May

ସନ୍ଧ୍ୟା ସୁଦ୍ଧା କାମ ସରିଲେ ୧୮ରୁ ୪୪ ବର୍ଷ ପଞ୍ଜିକରଣ ଆରମ୍ଭ ହେବ । ହେଲେ ନିର୍ଦ୍ଦିଷ୍ଟ ସମୟ କହି ହେବନି । ଟିକା ମିଳିବା ଉପରେ ପ୍ଲାନିଂ ନିର୍ଭର କରେ । ଭିତ୍ତିଭୂମି ପ୍ରସ୍ତୁତ ଅଛି । ଟିକା ଆସିବା ମାତ୍ରେ କାର୍ଯ୍ୟକାରୀ କରାଯିବ । ସେସନ୍ ସାଇଟ୍ ବଢ଼ାଯିବ । ହେଲେ ଏବେ ବୃଦ୍ଧିର ଆବଶ୍ୟକତା ପଡ଼ିନି ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

ମାସକରେ ମଲେଣି ୨୨ ମେଣ୍ଢା, ମାରୁଛି କିଏ ? ଖୋଜି ପାଉନି ବନ ବିଭାଗ

ନିଆଳି: ନିଆଳିରେ ପୁଣି ମେଣ୍ଡା ମଡ଼କ । ଗୋଟିଏ ମାସରେ ଚତୁର୍ଥ ଥର ପାଇଁ ମେଣ୍ଡା ମୃତ୍ୟୁ ଘଟିଛି । ଗୋଟିଏ ମାସରେ ଗଲାଣି ୨୨ ମେଣ୍ଢାଙ୍କ ଜୀବନ । ଗତକାଲି ବିଳମ୍ୱିତ ରାତିରେ ନିଆଳି ବ୍ଳକ ବାଘମାର ଗାଁର ଶରତ ଚନ୍ଦ୍ର କାଠୁଆଙ୍କ ଗୁହାଳରେ ୬ଟି ମେଣ୍ଢା ମରିପଡିଥିବା ଦେଖିବାକୁ ମିଳିଥିଲା । ଏହାସହ ୫ ମେଣ୍ଡା ଆହତ ହୋଇଛନ୍ତି ।

22 Sheep Killed In Niali Ver One Month Till Suspension

ମେଣ୍ଡା ମାନଙ୍କ ବେକ ଓ ପେଟରେ ଗଭୀର ଆଘାତ ଲାଗିଛି । ତେଣୁ ଅଜଣା ଜନ୍ତୁ ଆତଙ୍କ ନେଇ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି । ଘଟଣାସ୍ଥଳରେ ପହଞ୍ଚି ବନ ବିଭାଗ ଟିମ୍ ଅନୁଧ୍ୟାନ କରୁଛନ୍ତି । ତେବେ ଅଜଣା ଜନ୍ତୁକୁ ଧରିବାରେ ବନ ବିଭାଗ ବିଫଳ ହୋଇଥିବାରୁ ମେଣ୍ଢା ଚାଷୀଙ୍କ ଭିତରେ ଅସନ୍ତୋଷ ବୃଦ୍ଧି ପାଉଛି ।