ଅନୁପ ଚନ୍ଦ୍ର ପାଣ୍ଡେ ହେଲେ ଭାରତର ନୂଆ ନିର୍ବାଚନ କମିଶନର

ନୂଆଦିଲ୍ଲୀ : ଅବସର ପ୍ରାପ୍ତ ଆଇଏଏସ ଅଧିକାରୀ ଅନୁପ ଚନ୍ଦ୍ର ପାଣ୍ଡେ ଭାରତର ନୂଆ ନିର୍ବାଚନ କମିଶନର ଭାବେ ନିଯୁକ୍ତ । ୧୯୮୪ ବ୍ୟାଚର ଆଇଏଏସ ଅଧିକାରୀ ହେଉଛନ୍ତି ଅନୁପ ଚନ୍ଦ୍ର ପାଣ୍ଡେ। ଶ୍ରୀପାଣ୍ଡେ ୨୦୧୯ ଫେବୃଆରୀରେ ଅବସର ଗ୍ରହଣ କରିଥିଲେ।

ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରାଙ୍କ ଅବସର ପରେ ୩ ସଦସ୍ୟ ବିଶିଷ୍ଟ କମିଶନଙ୍କ ଗୋଟିଏ ପଦ ଖାଲିଥିଲା । ଏବେ ସୁଶୀଲ ଚନ୍ଦ୍ରା ମୁଖ୍ୟ ନିର୍ବାଚନ କମିଶନର ଥିବା ବେଳେ ରାଜୀବ କୁମାର ଅନ୍ୟତମ ନିର୍ବାଚନ କମିଶନର ଅଛନ୍ତି।

ଉତ୍ତରପ୍ରଦେଶର ମୁଖ୍ୟ ଶାସନ ସଚିବ ଭାବେ କାମ କରିଥିବା ଅବସରପ୍ରାପ୍ତ ଆଇଏଏସ୍ ଅନୁପ ଚନ୍ଦ୍ର ପାଣ୍ଡେ ୩୭ ବର୍ଷ ଧରି ଉତ୍ତରପ୍ରଦେଶରେ ବିଭିନ୍ନ ପଦବୀରେ କାର୍ଯ୍ୟଭାର ସମ୍ଭାଳିଛନ୍ତି। ୨୦୧୯ ଅଗଷ୍ଟ ୨୯ରେ, ସେ ୟୁପି ମୁଖ୍ୟ ସଚିବ ପଦରୁ ଅବସର ନେଇଥିଲେ। ସେ ଉତ୍ତରପ୍ରଦେଶର ଭିତ୍ତିଭୂମି ଏବଂ ଶିଳ୍ପ ବିକାଶ ବିଭାଗରେ କମିଶନର ଭାବରେ କାର୍ଯ୍ୟ କରିଛନ୍ତି। ଏହା ସହିତ ସେ ଅନେକ ଜିଲ୍ଲାର ଜିଲ୍ଲାପାଳଭାବେ ମଧ୍ୟ କାମ କରିଛନ୍ତି ।

Leave a Reply