ଅଶୁଭ ସଙ୍କେତ ଦିଏ ଘରେ ଥିବା ବୁଢିଆଣୀ ଜାଲ

ଘର ସୁନ୍ଦର ଦେଖାଯିବା ପାଇଁ ଆମେ ସାଧାରଣତଃ ଘରକୁ ସଫାସୁତୁରା ରଖିଥାଉ । କିନ୍ତୁ ଅଧିକାଂଶ ସମୟରେ ଘରର ଛାତ ଏବଂ କୋଣକୁ ଭଲ ଭାବରେ ନଜର ପକାଇ ନଥାଉ । କାରଣ ଘରର ଛାତ ଏବଂ କୋଣ ବୁଢିଆଣୀର ଘର ହୋଇଥାଏ, ଯେଉଁଠାରେ ସେମାନେ ଅତି ସହଜରେ ଘର ତିଆରି କରିଥାନ୍ତି । ବିଭିନ୍ନ ସମୟରେ ତାକୁ ପରିଷ୍କାର କରିବା ସମୟରେ ଆମେ ଆଳସ୍ୟତା କରିଥାଉ, ଯାହା ଦ୍ୱାରା ଘରେ ବାସ୍ତୁଦୋଷ ଉତ୍ପନ୍ନ ହୋଇଥାଏ ।

ଅଧିକାଂଶ ସମୟରେ ଲୋକ କୁହନ୍ତିଯେ ଆମେ ରୋଜଗାର କରୁଛୁ କିନ୍ତୁ ଟଙ୍କାର ଅଭାବ ସବୁବେଳେ ରହୁଛି । ଏହି କଥାକୁ ଆମେ କେବେ ମଧ୍ୟ ଧ୍ୟାନ ଦେଇ ନଥାଉ, କିନ୍ତୁ ଏହା ଏକ ବାସ୍ତୁ ଦୋଷ ଦ୍ୱାରା ହୋଇଥାଏ । ତେବେ କେହି କେହି ଏହାକୁ ବିଶ୍ୱାସ କରନ୍ତି ତ କେହି ଏହାକୁ ବିଶ୍ୱାସ କରନ୍ତି ନାହିଁ । କିନ୍ତୁ ଏହାକୁ ନେଇ ବାସ୍ତୁଶାସ୍ତ୍ରରେ ଅନେକ କଥା ଉଲ୍ଲେଖ ରହିଛି ।

 

ବାସ୍ତୁଶାସ୍ତ୍ର ଅନୁସାରେ ଏହି ଜାଲକୁ ଅଶୁଭ ବୋଲି କୁହାଯାଏ । ବାସ୍ତୁ ଅନୁସାରେ ଏହା ଘରେ ବାସ୍ତୁ ଦୋଷ ସୃଷ୍ଟି କରିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହା ଘରେ ନକରାତ୍ମକ ଶକ୍ତିକୁ ସ୍ଥାନ ଦେବା ସହିତ ରୋଗ ଓ ବ୍ୟାଧି ମଧ୍ୟ ବଢାଇଥାଏ । ଯେଉଁ ଘରେ ଏହି ଜାଲ ରହିଥାଏ ସେହି ଘରର ଲୋକଙ୍କ ମସ୍ତିଷ୍କ କାମ କରେ ନାହିଁ ବୋଲି ମଧ୍ୟ ବିଶ୍ୱାସ କରାଯାଏ ।

ଏହି ଜାଲର ସଂରଚନା କିଛି ଏଭଳି ଯେଉଁଥିରେ ନକାରାତ୍ମକ ଶକ୍ତି ଏକତ୍ରିତ ହୋଇଯାଏ । ଏହା ଦ୍ୱାରା ସୁଖ ସମୃଦ୍ଧିର ହ୍ରାସ ହୁଏ । ଏହା ବ୍ୟତୀତ କୌଣସି କାର୍ଯ୍ୟରେ ମନ ମଧ୍ୟ ଲାଗେ ନାହିଁ । ଏହା ଚିନ୍ତା ମଧ୍ୟ ବଢାଇଥାଏ । ତେଣୁ ଏହାକୁ ସଫା କରିଦେବା ଉଚିତ ।

ଖାଲି ସେତିକି ନୁହେଁ ଏହା ଘରେ ନକରାତ୍ମକ ଶକ୍ତି ବସବାସ କରିବାର ଏକମାତ୍ର କାରଣ ବୋଲି କୁହାଯାଏ ।

Leave a Reply