ହଠାତ୍‌ ବିଷାକ୍ତ ହେଲା ଗଙ୍ଗା, ରାଜ୍‌ ଖୋଲିବେ ବିଶେଷଜ୍ଞ

1 min read

ବାରଣାସୀ: ବାରଣାସୀ ସ୍ଥିତ ଗଙ୍ଗା ଘାଟରେ ଶିଉଳି ପଡ଼ି ପାଣିର ରଙ୍ଗ ବଦଳି ଯାଇଛି । ଯାହା ଜିଲ୍ଲା ପ୍ରଶାସନ ପାଇଁ ଚିନ୍ତାର ବିଷୟ ସାଜିଛି । ଏଥିପାଇଁ ପୋଲିସ ପ୍ରଶାସନ, ପ୍ରଦୂଷଣ ବୋର୍ଡ଼ ଏବଂ ଗଙ୍ଗା ପ୍ରଦୂଷଣର ଅଧିକାରୀଙ୍କୁ ନେଇ ଜିଲ୍ଲା ଅଧିକାରୀ ଏକ ସ୍ୱତନ୍ତ୍ର ଟିମ୍‌ଗଠନ କରିଛନ୍ତି । ଏମାନଙ୍କୁ ତିନି ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ପଡ଼ିବ । ଯାଞ୍ଚ୍‌ପାଇଁ ଉକ୍ତ ଟିମ୍‌ମଙ୍ଗଳବାର ଗଙ୍ଗା ଘାଟରେ ପହଞ୍ଚିଥିଲେ । ଗବେଷଣା ପାଇଁ ନମୁନା ସଂଗ୍ରହ କରିଛି ଟିମ୍‌।

କେବଳ ଗୋଟିଏ ସ୍ଥାନ ନୁହେଁ ବରଂ ବାରଣାସୀର ୮୪ଟି ସ୍ଥାନରେ ସବୁଜ ଶୈବାଳ ସମସ୍ୟା ଦେଖାଦେଇଛି । ସମୟ ବଢିବା ସହିତ ଚିନ୍ତା ମଧ୍ୟ ବଢୁଛି । ଯଦିଓ ପ୍ରଥମେ ସ୍ଥାନୀୟ ଲୋକ ଏହାକୁ ଏକ ଗୁରୁତ୍ୱ ଦେଇ ନଥିଲେ, କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ଏକାଧିକ ସ୍ଥାନରେ ସମାନ ସମସ୍ୟା ଦେଖାଯିବା ପରେ ତତ୍ପର ହୋଇଛି ଜିଲ୍ଲା ପ୍ରଶାସନ ।

ଡିଏମ ପକ୍ଷରୁ ଅପର ନଗର ମାଜିଷ୍ଟ୍ରେଟ୍‌, ଆଞ୍ଚଳିକ ଅଧିକାରୀ ପ୍ରଦୂଷଣ ବୋର୍ଡ଼, ACP, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଏବଂ ଜେନେରାଲ ମ୍ୟାନେଜରଙ୍କୁ ନେଇ ଏକ ଟିମ୍‌ଗଠନ ହୋଇଛି । ଟିମ ସଦସ୍ୟ ମଙ୍ଗଳବାର ଦଶାଶ୍ୱମେଧ ଘାଟରେ ପହଞ୍ଚି ଶୈବାଳ ନମୁନାକୁ ଏକାଠି କରିବା ଆରମ୍ଭ କରି ଦେଇଛନ୍ତି ।

ୟୁପି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ଆଞ୍ଚଳିକ ଅଧିକାରୀ କାଳିକା ସିଂଙ୍କ କହିବା ହେଉଛି, ପ୍ରାୟ ୧୫ରୁ ୨୦ ଦିନ ହେବ ଗଙ୍ଗାରେ ଏଭଳି ଶୈବାଳ ଦେଖିବାକୁ ମିଳିଛି । କାନପୁର ଠାରୁ ଆରମ୍ଭ କରି ମିର୍ଜାପୁର, ବନାରସରେ ମଧ୍ୟ ପାଣିର ରଙ୍ଗ ବଦଳିଥିବା ଦେଖିବାକୁ ମିଳିଛି । କିନ୍ତୁ ଯାଞ୍ଚ୍‌ପାଇଁ ଏକ ଟିମ୍‌ଗଠନ କରାଯାଇଛି । ୧୦ ଜୁନରେ ଏହା ପଛର କାରଣ କ’ଣ ସେହି ବାବଦରେ ସୂଚନା ଦିଆଯିବ । ଏହା ମଧ୍ୟରେ ଜଳସ୍ତର କମିବା ଏବଂ ହଠାତ୍‌ଦୁଇ ଦିନ ଧରି ବର୍ଷା ହେବା ଏକ ବିରାଟ ସମସ୍ୟା ବୋଲି କୁହାଯାଉଛି । ତେବେ ଏହା ମଧ୍ୟ କୁହାଯାଉଛିଯେ, ପାଣିରେ ଫସଫରସ ଏବଂ ନାଇଟ୍ରୋଜେନା ମାତ୍ରା ବଢିଯାଇଛି ଏବଂ ପାଣିର ତାପମାତ୍ରା ୨୫ ଡିଗ୍ରୀରୁ ଅଧିକ ହୋଇଯାଇଛି । ତେବେ ଗଙ୍ଗାନଦୀ କୂଳକୁ ଯିବାପାଇଁ ଏବେ ସ୍ଥାନୀୟ ଲୋକଙ୍କୁଚ ବାରଣ କରାଯାଇଛି ।

Leave a Reply