spot_img
Home Blog Page 5699

ଜମି ବିବାଦକୁ ନେଇ ଗଣ୍ଡଗୋଳ, ଡ୍ରେନରେ ବୁଡ଼ାଇ ହତ୍ୟା ଉଦ୍ୟମ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବର ଉପକଣ୍ଠ ଦାରୁଠେଙ୍ଗରେ ଅଭାବନୀୟ ଘଟଣା । ଜମି ବିବାଦକୁ ନେଇ ଡ୍ରେନ ପାଣିରେ ବୁଡ଼ାଇ ହତ୍ୟା ଉଦ୍ୟମ କରାଯାଇଛି । ଚନ୍ଦକା ଦାରୁଠେଙ୍ଗ ଗାଁରେ ଏଭଳି ଘଟିଛି ଘଟଣା । ସୋସିଆଲ ମିଡିଆରେ ଉକ୍ତ ଭିଡିଓ ଭାଇରାଲ ହୋଇଛି । ସୂଚନା ଅନୁସାରେ, ଚନ୍ଦକା ଥାନା ଦାରୁଠେଙ୍ଗ ଗାଁର ବୁଲୁ ବେହେରା ଓ ରବୀନ୍ଦ୍ର ବେହେରାଙ୍କ ପରିବାର ମଧ୍ୟରେ ଜମିଜମାକୁ ନେଇ ବିବାଦ ଲାଗି ରହିଛି । ଉକ୍ତ ଘଟଣାକୁ ନେଇ ଦୁଇ ପରିବାର ମଧ୍ୟରେ ଅନେକ ଥର ଗଣ୍ଡଗୋଳ ମଧ୍ୟ ହୋଇଛି ।

Man Attempt To Murder For Land In Bhubaneswar

ତେବେ ପକ୍ଷାଘାତରେ ଆକ୍ରାନ୍ତ ରବୀନ୍ଦ୍ର ବେହେରା ସବୁଦିନ ପରି ଗତକାଲି ଚାଲିବାକୁ ଯାଇଥିଲେ । ଏହି ସମୟରେ ବୁଲୁଙ୍କ ସହ ତାଙ୍କର କୌଣସି କାରଣକୁ ନେଇ ପାଟିତୁଣ୍ଡ ହୋଇଥିଲା । ବୁଲୁ ତାଙ୍କୁ ମାରିବାକୁ ଯିବାରୁ ସେ ତାଙ୍କ ହାତକୁ କାମୁଡ଼ି ଦେଇଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ବୁଲୁ ରବୀନ୍ଦ୍ରଙ୍କୁ ମାଡ଼ ମାରିବା ସହ ନିକଟରେ ଥିବା ଡ୍ରେନରେ ବୁଡ଼ାଇ ହତ୍ୟା ଉଦ୍ୟମ କରିଥିଲେ । ଯେତେ ଚିତ୍କାର କଲେ ମଧ୍ୟ ବୁଲୁ ଛାଡ଼ି ନଥିଲେ ।

ଲୋକେ ଦୌଡ଼ି ଆସିବାରୁ ରବୀନ୍ଦ୍ର ଅଳ୍ପକେ ବର୍ତ୍ତି ଯାଇଥିଲେ । ଏନେଇ ଉଭୟଙ୍କ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା । ପୋଲିସ ଘଟଣାକୁ ହାଲକା ଭାବେ ନେଇ ଉଭୟଙ୍କୁ ବୁଝାସୁଝା କରି ଛାଡ଼ି ଦେଇଥିଲା । ଏଭଳି ହୃଦୟ ବିଦାରକ ଭିଡିଓ ଭାଇରାଲ୍ ହେବା ପରେ ଘଟଣାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ପରେ ପୋଲିସ ପୁଣି ଉଭୟଙ୍କୁ ଡାକି ଥାନାରେ ଅଟକ ରଖି ପଚରାଉଚରା କରୁଥବା ଜଣାପଡ଼ିଛି ।

ଭୟଙ୍କର ହେଉଛି ମହାମାରୀ, ୨୪ ଘଣ୍ଟାରେ ଦେଶରେ ୩୪୯୮ ଜଣ ମୃତ

ନୂଆଦିଲ୍ଲୀ: ଦେଶରେ ଥମୁନି କରୋନା ଦ୍ବିତୀୟ ଲହର ଆତଙ୍କ । ଗତ ୨୪ ଘଣ୍ଟାରେ ଦେଶରେ ଚିହ୍ନଟ ହୋଇଛନ୍ତି ଆଉ ୩ ଲକ୍ଷ ୮୬ ହଜାର ୪୫୨ ଜଣ କରୋନା ଆକ୍ରାନ୍ତ । ସେହିପରି କରୋନାରେ ଆଉ ୩ ହଜାର ୪୯୮ ଜଣଙ୍କ ଜୀବନ ଯାଇଛି । କରୋନାରୁ ସୁସ୍ଥ ହୋଇଛନ୍ତି ଆଉ ୨ ଲକ୍ଷ ୯୭ ହଜାର ୫୪୦ ସଂକ୍ରମିତ । ଏଥିସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୮୭ ଲକ୍ଷ ୬୨ ହଜାର ୯୭୬ରେ ପହଞ୍ଚିଛି ।

ଏଯାବତ୍ ୧ କୋଟି ୫୩ ଲକ୍ଷ ୮୪ ହଜାର ୪୧୮ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ମୋଟ ମୃତ୍ୟୁସଂଖ୍ୟା ୨ ଲକ୍ଷ ୮ ହଜାର ୩୩୦କୁ ବୃଦ୍ଧି ପାଇଛି । ଦେଶରେ ଏବେ ୩୧ ଲକ୍ଷ ୭୦ ହଜାର ୨୨୮ ସକ୍ରିୟ ମାମଲା ରହିଛି । ଦେଶରେ ଟିକାକରଣ ଜାରିଥିବା ବେଳେ ଏବେ ସୁଦ୍ଧା ମୋଟ ୧୫ କୋଟି ୨୨ ଲକ୍ଷ ୪୫ ହଜାର ୧୭୯ ଜଣଙ୍କୁ ଦିଆଯାଇଛି ଟିକା ।

ଦଳାଚକଟାରେ ୪୪ ମୃତ, ୧୦୩ରୁ ଅଧିକ ଆହତ

ଜେରୁସେଲମ: ଉତ୍ତର ଇସ୍ରାଏଲରେ ଲାଗି ବି ଓମର ଉତ୍ସବରେ ଦଳାଚକଟା ହୋଇଛି । ଏଥିରେ ୪୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦୩ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଅନେକଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି ।

 44 killed in crush at religious event in northern Israel

ଇସ୍ରାଏଲର ସବୁଠୁ ବଡ଼ ପର୍ବ ଲାଗି ବି ଓମର ଉତ୍ସବ ପାଳନ ହୁଏ । ଏହି କାର୍ଯ୍ୟକ୍ରମରେ ଶୁକ୍ରବାର ହଜାର ହଜାର ଲୋକ ସାମିଲ୍ ହୋଇଥିଲେ । ଉତ୍ସବ ବେଳେ ଦଳାଚକଟା ହୋଇ ୪୪ ଜଣଙ୍କ ମୃତ୍ୟୁ ହୋଇଛି । ଉଦ୍ଧାର କାର୍ଯ୍ୟରେ ୬ଟି ହେଲିକପ୍ଟର ସହ ଏକାଧିକ ଆମ୍ବୁଲାନ୍ସ ନିୟୋଜିତ ଅଛନ୍ତି ।

ଆହତଙ୍କୁ ସ୍ଥାନୀୟ ଜିଭ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଧିକ ଗହଳି ଯୋଗୁଁ ଷ୍ଟେଜ୍ ଭାଙ୍ଗିଯିବା ଫଳରେ ଦଳାଚକଟା ହୋଇଥିବା ଜଣାପଡ଼ିଛି । କରୋନା ସଂକ୍ରମଣ ପାଇଁ ସରକାର ଗତବର୍ଷ କାର୍ଯ୍ୟକ୍ରମକୁ ବାତିଲ୍ କରି ଦେଇଥିଲେ । ଚଳିତବର୍ଷ ମଧ୍ୟ ଉତ୍ସବରେ ଲୋକଙ୍କୁ ଭାଗ ନେବାକୁ ମନା କରିଥିଲେ ସରକାର ।

କୋଭିସିଲ୍ଡ ଅଭାବ, ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯିବ କେମିତି ?

ଭୁବନେଶ୍ୱର: ରାଜ୍ୟରେ କରୋନା ଟିକାର ଅଭାବ । ଟିକା ନଥିବା କାରଣରୁ ବିଭିନ୍ନ ଜିଲ୍ଲାରେ ବନ୍ଦ ହେଉଛି ଟିକାକରଣ । ଆଜି ୫ଜିଲ୍ଲାରେ ବନ୍ଦ ରହିବ ଭ୍ୟାକ୍ସିନେସନ୍ । ବୌଦ୍ଧ, ଝାରସୁଗୁଡା, କୋରାପୁଟ, ସମ୍ବଲପୁର ଓ ସୋନପୁର ଜିଲ୍ଲରେ ଟିକାକରଣ ବନ୍ଦ ରହିବ । ଗତକାଲି ରାଜ୍ୟରେ ଟିକାର ଅଭାବ ଯୋଗୁ ୧୨ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିଥିଲା ।

୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ଦିଆଯାଉଥିବା କୋଭିସିଲ୍ଡ ଟିକାର ଅଭାବ ଦେଖା ଦେଇଛି । ଏପରିକି ଟିକା ଅଭାବରୁ କୋଭିସିଲ୍ଡର ଦ୍ବିତୀୟ ଡୋଜ୍ ଦିଆଯାଇ ପାରିବ ନାହିଁ । ଦ୍ୱିତୀୟ ଡୋଜ୍ ଟିକାକରଣ ପାଇଁ ୬.୩ ଲକ୍ଷ ଡୋଜ୍ ଆବଶ୍ୟକ ଅଟେ । ତେବେ ରାଜ୍ୟରେ ଏବେ ୧ ଲକ୍ଷ ୬ ହଜାର ୬୬୦ କୋଭିସିଲ୍ଡ ଟିକା ଅଛି ।

ରାଜ୍ୟରେ ଯେତିକି ପରିମାଣର ଟିକା ଅଛି ତାହା ଯଥେଷ୍ଟ ନୁହେଁ । ଯଦି ରବିବାର ମଧ୍ୟରେ ଅଧିକ କୋଭିସିଲ୍ଡ ଟିକା ନ ଆସେ, ତେବେ ସୋମବାରରୁ ସମସ୍ତ ଜିଲ୍ଲାରେ ଟିକାକରଣ ବନ୍ଦ ହେବାର ଆଶଙ୍କା ସୃଷ୍ଟି ହୋଇଛି ।

୨୪ ଘଣ୍ଟାରେ ଆଉ ୧୪ ଜୀବନ ନେଲା ମହାମାରୀ, ମୃତ୍ୟୁସଂଖ୍ୟା ୨୦୪୩କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଟେଷ୍ଟିଂ ବଢ଼ିବା ସହ ବୃଦ୍ଧି ପାଉଛି ସଂକ୍ରମିତଙ୍କ ସଂଖ୍ୟା । ବିଗତ ୨୪ ଘଣ୍ଟାରେ ରାଜ୍ୟରୁ ୮ ହଜାର ୬୮୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କରୋନାରେ ଆଉ ୧୪ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ରାଜ୍ୟରେ ମୋଟ କୋଭିଡ୍ ମୃତ୍ୟୁ ସଂଖ୍ୟା ୨ ହଜାର ୪୩କୁ ବୃଦ୍ଧି ପାଇଛି ।

ଗଞ୍ଜାମରୁ ଜଣେ, କଳାହାଣ୍ଡିରୁ ଜଣେ, ଖୋର୍ଦ୍ଧାରୁ ୨ ଜଣ, କୋରାପୁଟରୁ ୩ ଜଣ, ନବରଙ୍ଗପୁରରୁ ଜଣେ, ରାୟଗଡ଼ାରୁ ୨ ଜଣ, ସମ୍ବଲପୁରରୁ ଜଣେ, ସୁନ୍ଦରଗଡ଼ରୁ ୩ ଜଣ କୋଭିଡ୍ ଆକ୍ରାନ୍ତ ଆଖି ବୁଜିଛନ୍ତି ।

ଏଯାବତ୍ ରାଜ୍ୟରେ ୪ ଲକ୍ଷ ୪୪ ହଜାର ୧୯୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୩ ଲକ୍ଷ ୮୦ ହଜାର ୪୦୦ ଜଣ କରୋନାକୁ ମାତ୍ ଦେଇ ସୁସ୍ଥ ହୋଇଛନ୍ତି । ଏବେ ରାଜ୍ୟରେ ୬୧ ହଜାର ୬୯୮ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି ।

ଅନ୍ୟପଟେ ଗତ ୧୧ ଦିନ ମଧ୍ୟରେ ୭୧ ହଜାର ୪୯୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୯ ତାରିଖରେ ୪ ହଜାର ୭୬୧ଟି ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୦ ତାରିଖରେ ୪ ହଜାର ୮୫୧ ଜଣ, ୨୧ରେ ୬ ହଜାର ୧୬୪ ଜଣ, ୨୨ରେ ୬ ହଜାର ୨୧୫ ଜଣ, ୨୩ରେ ୬, ୬୪୭ ଜଣ, ୨୪ରେ ୬ ହଜାର ୧୧୬, ୨୫ରେ ୬ ହଜାର ୫୯୯ ଜଣ, ୨୬ରେ ୬ ହଜାର ୭୩ ଜଣ, ୨୭ରେ ୮ ହଜାର ୩୮୬ ଜଣ, ୨୮ରେ ୬ ହଜାର ୯୯୮ ଜଣ ଏବଂ ୨୯ ତାରିଖରେ ୮ ହଜାର ୬୮୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଭୂତାଣୁ ଭୟରେ ଆତ୍ମହତ୍ୟା, ସଂକ୍ରମିତ ହେବାରୁ ଜୀବନ ହାରିଦେଲେ ସ୍ୱାମୀ-ସ୍ତ୍ରୀ

ଟାଙ୍ଗି: କରୋନାର ଆଉ ଏକ କରୁଣ କାହାଣୀ । ଭୂତାଣୁ ସଂକ୍ରମିତ କଲା ବୋଲି ଜୀବନ ହାରିଦେଲେ ଦମ୍ପତି । କରୋନାକୁ ନେଇ ଅନ୍ୟକୁ ଭୟଭୀତ କରାଇବା ଅଯଥା ଅପପ୍ରଚାର ଗୁଜବ କାହାର ବି ଜୀବନ ନେଇପାରେ । କାହାରିକୁ ବି ଜୀବନ ହାରିବାକୁ ପ୍ରେରିତ କରିପାରେ । ଏମିତି ହିଁ ଘଟିଛି ନୟାଗଡ଼ ଜିଲ୍ଲା ରଣପୁର ଥାନା ଗୋଡ଼ିମଡ଼ା ଗାଁରେ ।

Couple Committed Suicide After Tested Covid19 Positive

ଦର୍ପନାରାୟଣପୁର ଫାଣ୍ଡି ଗୋଡ଼ିମଡ଼ା ଗାଁରେ କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା ପରେ ଆତ୍ମହତ୍ୟା କରିଛନ୍ତି ଦମ୍ପତି । ମୃତ ସ୍ୱାମୀ-ସ୍ତ୍ରୀ ୫୫ ବର୍ଷିଅ ଭିକାରୀ ପାତ୍ର ଓ ୫୦ ବର୍ଷିଅ ଜ୍ୟୋସ୍ନା ପାତ୍ର । ଭିକାରୀ ଓ ଜ୍ୟୋସ୍ନାଙ୍କୁ କିଛିଦିନ ହେଲା ଥଣ୍ଡା ଜରରେ ପୀଡ଼ିତ ଥିଲେ । ଗତ ୧୭ ତାରିଖରେ କରୋନା ଦମ୍ପତି ଶରଣକୁଳ ମେଡିକାଲରେ କୋଭିଡ୍ ପରୀକ୍ଷା କରାଇ ଥିଲେ । ଆଉ ରିପୋର୍ଟ ଆସିଥିଲା ପଜିଟିଭ୍ ।

ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବାରୁ ଦମ୍ପତିଙ୍କୁ ହୋମ୍ ଆଇସୋଲେସନରେ ରହିବା ଲାଗି ଡାକ୍ତର ପରାମର୍ଶ ଦେଇଥିଲେ । ସଂଗରୋଧରେ ରହିବା ବେଳେ ରଣପୁର ମେଡିକାଲ ପକ୍ଷରୁ ସେମାନଙ୍କୁ ସ୍ଥାନୀୟ ସ୍ୱାସ୍ଥ୍ୟକର୍ମୀ ଔଷଧ ଯୋଗାଇ ଦେଇଥିଲେ । ହେଲେ କରୋନା ସଂକ୍ରମିତ ହେବା ପରେ ଭାଙ୍ଗି ପଡ଼ିଥିଲେ ସ୍ୱାମୀ, ସ୍ତ୍ରୀ । ଗୁରୁବାର ରାତିରେ ଶେଷରେ ଆତ୍ମହତ୍ୟା କରିଛନ୍ତି । ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

କୋଭିଡର ବିସ୍ଫୋରକ ସ୍ଥିତି, ଗୁରୁବାର ରେକର୍ଡ ସଂଖ୍ୟକ ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ କୋଭିଡର ବିଷ୍ଫୋରକ ସ୍ଥିତି । ଗୋଟିଏ ଦିନରେ ଚିହ୍ନଟ ହେଲେ ପୁଣି ୮ ହଜାର ୬୮୧ ମାମଲା । ବିଭିନ୍ନ ଜିଲ୍ଲାରୁ ଆସିଥିବା ରିପୋର୍ଟ ଅନୁସାରେ ୨୯ ତାରିଖରେ ରାଜ୍ୟରେ ୮ ହଦାରରୁ ଅଧିକ କେସ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ଜଣାପଡିଛି । ଖୋର୍ଦ୍ଧାରୁ ଗୋଟିଏ ଦିନରେ ୧୪୦୮ଟି ମାମଲା ବାହାରିଛନ୍ତି ।

ରିପୋର୍ଟ ମୁତାବକ ଅନୁଗୋଳ ଜିଲ୍ଲାରୁ ୪୧୬ ମାମଲା ଚିହ୍ନଟ ହୋଇଥିବାବେଳେ ବାଲେଶ୍ୱରରୁ ୧୫୫, ବରଗଡ଼ରୁ ୪୨୩, ଭଦ୍ରକରୁ ୧୦୩, ବଲାଙ୍ଗୀରରୁ ୪୫୯, ବୈଦ୍ଧରୁ ୫୭, କଟକରୁ ୫୭୦, ଏବଂ ଦେବଗଡ଼ରୁ ୧୦୨ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଢେଙ୍କାନାଳରୁ ୩୩, ଗଜପତିରୁ୧୨୫, ଗଞ୍ଜାମରୁ ୧୯୮, ଜଗତସିଂହପୁରରୁ ୨୧, ଯାଜପୁରରୁ ୩୨୧ ଜଣ ଚିହ୍ନଟ ହୋଇଛନ୍ତି ।

ସମ୍ବଲପୁରରୁ ୪୧୦ , ସୁନ୍ଦରଗଡରୁ ୭୪୫, ନୂପଡାରୁ ୩୦୪, ନବରଙ୍ଗପୁରରୁ ୩୬୮, ବରଗଡରୁ ୪୨୩, ବଲାଙ୍ଗୀରରୁ ୪୫୯ ଚିହ୍ନଟ ହୋଇଛନ୍ତି । ସେହିଭଳି କଟକ ୫୭୦. ଝାରସୁଗୁଡା ୪୧୧ ସଂକ୍ରମିତ ଚିହ୍ନଟ ହୋଇଥିବା ଆସିଥିବା ଜିଲ୍ଲା ସ୍ତରୀୟ ରିପୋର୍ଟରୁ ଜଣାପଡିଛି ।

ଅକ୍ସିଜେନ ଖୋଲିଲା ବେଳେ ଅଘଟଣ, ଆଟେଣ୍ଡାଣ୍ଟଙ୍କ ଆଖିରେ ଆଘାତ

ପୁରୀ: ଅକ୍ସିଜେନ ଖୋଲିଲା ବେଳେ ଅଘଟଣ । ପୁରୀ ଆଇଡିଏଚ ହସପିଟାଲରେ ଘଟିଛି ଅଘଟଣ। ଅକ୍ସିଜେନ ସିଲଣ୍ଡର ଖୋଲୁଥିବା ସମୟରେ ପ୍ରୋ ମିଟର ଫାଟିଯିବା ଫଳରେ ଆଟେଣ୍ଡାଣ୍ଟ ଦେବେନ୍ଦ୍ର ପ୍ରଧାନ ଗୁରୁତର ଭାବରେ ଆହାତ ହୋଇଛନ୍ତି।

ସୂଚନା ମୁତାବକ ଆଟେଣ୍ଡାଣ୍ଟ ଦେବେନ୍ଦ୍ର ପ୍ରଧାନଙ୍କ ଡାହାଣ ଆଖିରେ ଗୁରୁତର ଆଘାତ ଲାଗିଛି । ଅସାବଧାନତା କାରଣରୁ ଏଭଳି ଅଘଟଣ ଘଟିଥିବାବେଳେ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଯାଇଛି ସେଠାରେ ତାଙ୍କୁ ଚିକିତ୍ସା ଦିଆଯାଉଛି |

ସିଲଭର ସିଟିରେ ଗର୍ଜିଲା ପୋଲିସ ବନ୍ଧୁକ, ଦୁର୍ଦାନ୍ତ ଅପରାଧୀ ଶେଖ ବାବୁକୁ ଏନକାଉଣ୍ଟର

କଟକ: ସିଲଭର ସିଟିରେ ଗର୍ଜିଛି ପୋଲିସ ବନ୍ଧୁକ । ଦରଘା ବଜାର ଅଞ୍ଚଳର ଦୁର୍ଦାନ୍ତ ଅପରାଧୀ ଶେଖ ବାବୁ କୁ ଏନକାଉଣ୍ଟର କରିଛି ସ୍ପେଶାଲ ସ୍କ୍ୱାଡ ଓ ଦରଘା ବଜାର ପୋଲିସ । ସୂଚନା ମୁତାବକ ଏନକାଉଣ୍ଟରରେ ବାବୁର ବାମ ଗୋଡ଼ ତଳକୁ ଗୁଳି ବାଜିଛି।

ଆହତ ଅବସ୍ଥାରେ ତାକୁ ଏସସିବି କାଜୁଆଲଟିରେ ଭର୍ତ୍ତି କରାଯାଇଛି। ଦୁର୍ଦାନ୍ତ ଅପରାଧୀ ଶେଖ ବାବୁର ନାଁରେ ପ୍ରାୟ 21ଟି ଅପରାଧିକ ମାମଲା ରହିଛି। ଏହି ଘଟଣାରେ ଦରଘା ବଜାର ଆଇଆଇସି ପ୍ରଦୀପ ଜେନା ଆହତ ହେବା ସହିତ ସ୍ପେଶାଲ ସ୍କ୍ୱାଡର 2 ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି।

ସ୍ପେଶାଲ ସ୍କୱାଡର ଦୁଇ ସଦସ୍ୟ ତୋଫାନ ଦାସ ଓ ଜକେଶ ବେହେରା ଆହତ
ହୋଇଛନ୍ତି । ଆଜି ବାବୁକୁ ଦ୍ୱିତୀୟ ଥର ଅନକାଉଣ୍ଟର କରାଯାଇଛି । ପୂର୍ବରୁ ମଙ୍ଗଳାବାଗ ଅଂଚଳରେ ଏନକାଉଣ୍ଟର କରାଯାଇଥିଲା ।

ତାମିଲନାଡୁରେ ଷ୍ଟାଲିନ, ପୁଡୁଚେରୀରେ ବିଜେପି

ଭୁବନେଶ୍ୱର: ଏଥର AIADMK ହାତରୁ ଖସିପାରେ କ୍ଷମତା। ତାମିଲନାଡୁରେ ଚାଲିବ ଷ୍ଟାଲିନ୍ ରାଜ୍ । AIADMK ଓ ବିଜେପିକୁ ଝଟକା ଦେଇପାରେ ଚଳିତ ନିର୍ବାଚନ। ବୁଥ୍ ବାହୁଡା ମତ ଏଭଳି ଆକଳନ କରି ବିଜେପି ଓ AIADMK ପାଇଁ ଚିନ୍ତା ବଢାଇଦେଇଛି । ରିପବ୍ଲିକର ପୂର୍ବାନୁମାନ ଅନୁସାରେ DMK ଓ କଂଗ୍ରେସ ମେଣ୍ଟକୁ ମିଳିବ ୧୬୦ରୁ ୧୭୦ ଆସନ । ସେହିଭଳି ବିଜେପି ଓ AIADMK ମେଣ୍ଟକୁ ମିଳିବ ୫୮ରୁ ୬୮ ମିଳୁଛି।

ସେହିପରି ଆଜତକ୍ ସର୍ଭେରେ ବିଜେପି ମେଣ୍ଟକୁ 38-54 ଆସନ ମିଳିବା ନେଇ ଆକଳନ କରାଯାଉଥିବାବେଳେ କଂଗ୍ରେସକୁ 175-195 ଆସନ ଓ ଅନ୍ୟ ଦଳକୁ 01-03 ଆସନ ମିଳିପାରେ ବୋଲି କୁହାଯାଇଛି । ତାମିଲନାଡୁରେ ମୋଟ୍ ଆସନ ସଂଖ୍ୟା ହେଉଛି 234 ରହିଥିବାବେଳେ ସରକାର ଗଢିବା ପାଇଁ ଆବଶ୍ୟକ 118ଟି ଆସନର ଆବଶ୍ୟକ ରହିଛି ।

ଅନ୍ୟପଟେ ପୁଡୁଚେରୀରେ କଂଗ୍ରେସ ହାତରୁ ଖସିପାରେ କ୍ଷମତା । ପ୍ରାୟତଃ ଏକଜିଟ୍ ପୋଲରେ ପୁଡୁଚେରୀରେ ବିଜେପି ସରକାର ଗଢିବା ନେଇ ଅନୁମାନ କରାଯାଇଛି। ରିପବ୍ଲିକର ପୂର୍ବାନୁମାନ ଅନୁସାରେ ବିଜେପି ମେଣ୍ଟକୁ୧୬ରୁ ୨୦ ଓ କଂଗ୍ରେସ ମେଣ୍ଟ ୧୧ରୁ ୧୩ଟି ଆସନ ମିଳିବ। ଚଳିତ ନିର୍ବାଚନରେ କଂଗ୍ରେସ ପାଇଁ ଚିନ୍ତାର କାରଣ ସାଜିଛନ୍ତି ନିଜ ଦଳର ବିଧାୟକମାନେ। ଦଳବଦଳ ପାଇଁ କଂଗ୍ରେସ ନିର୍ବାଚନ ପୂର୍ବରୁ କ୍ଷମତା ହରାଇଥିବାବେଳେ ମୁଖ୍ୟମନ୍ତ୍ରୀ ଭି.ନାରାୟଣସ୍ବାମୀଙ୍କ ବିରୋଧରେ ଅସନ୍ତୋଷ ବଢିବାରେ ଲାଗିଥିଲା।