spot_img
Home Blog Page 5700

ଦ୍ୱିତୀୟ ଡୋଜ ପାଇଁ ନାହିଁ ଟିକା, ଆବଶ୍ୟକ ୬ ଲକ୍ଷ ଅଛି ଲକ୍ଷେ

ଭୁବନେଶ୍ୱର: କରୋନା ସଂକଟରେ ଥମୁନି ଟିକା ଟେନ୍‌ସନ୍। ୪୫ ବର୍ଷରୁ ଅଧିକଙ୍କୁ ଦିଆଯାଉଥିବା କୋଭିସିଲ୍‌ଡ ଟିକାର ଅଭାବ ପୁଣି ଥରେ ପରିଲିଖିତ ହୋଇଛି । ଏପରିକି ଟିକା ଅଭାବରୁ ଦିଆଯାଇପାରିବନି ଦ୍ବିତୀୟ ଡୋଜ୍ କୋଭିସିଲ୍‌ଡ ଟିକା । ଦ୍ୱିତୀୟ ଡୋଜ୍ ଟିକାକରଣ ପାଇଁ ୬.୩ଲକ୍ଷ ଡୋଜ୍ ଆବଶ୍ୟକ ରହିଛି ।

ତେବେ ରାଜ୍ୟରେ ଏବେ ୧ଲକ୍ଷ ୬ହଜାର ୬୬୦ କୋଭିସିଲ୍ଡ ଟିକା ଅଛି । ରାଜ୍ୟରେ ଯେତିକି ପରିମାଣର ଟିକା ଅଛି ତାହା ଯଥେଷ୍ଟ ନୁହେଁ । ଆସନ୍ତାକାଲି ୫ଜିଲ୍ଲାରେ ଟିକାକରଣ ବନ୍ଦ ରହିବା ନେଇ କହିଛି ସ୍ବାସ୍ଥ୍ୟ ବିଭାଗ । ସେପଟେ ବୌଦ୍ଧ, ଝାରସୁଗୁଡା, କୋରାପୁଟ, ସମ୍ବଲପୁର ଓ ସୋନପୁର ଜିଲ୍ଲରେ ଟିକାକରଣ ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି ।

ସୂଚନା ମୁତାବକ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫୭ଲକ୍ଷ ୭୬ହଜାର ୩୭୧ ଜଣଙ୍କୁ ଟିକାକରଣ ହୋଇଛି । ସେହିପରି ରାଜ୍ୟରେ ୩ଲକ୍ଷ ୩୪ହଜାର ୫ଶହ କୋଭାକ୍ସିନ ଟିକା ମହଜୁଦ ଅଛି । କିନ୍ତୁ ଦ୍ୱିତୀୟ ପର୍ଯ୍ୟାୟ ଆବଶ୍ୟକୀୟ କୋଭିସିଲଡ ଟିକା ନଥିବା ଅଭିଯୋଗ ହୋଇଛି ।

ଆସାମ-କେରଳରେ ବଦଳିବନି ସରକାର, ବିରୋଧି ଉପରେ ନାହିଁ ଭରସା !

ଭୁବନେଶ୍ୱର: ଆସାମ, କେରଳରେ ଅପରିବର୍ତ୍ତିତ ସରକାର । କ୍ଷମତା ବଜାୟ ରଖିବ ବିଜେପି । ଏକଜିଟ ପୋଲ କହୁଛି ପୁଣି ଥରେ ଆସାମରେ ଭାରତୀୟ ଜନତା ପାର୍ଟିକୁ ମିଳିବାକୁ ଯାଉଛି ବହୁ ମତ । ଆକଳନ କରିଥିବା ସମସ୍ତ ସଂସ୍ଥାର ବୁଥ ବାହୁଡା ମତ ବିଜେପିକୁ ସର୍ବାଧିକ ଆସନ ମିଳୁଥିବା ଦର୍ଶାଇଛନ୍ତି । ସେହିପରି କେରଳରେ ମଧ୍ୟ LDF ଆଉଥରେ ସରକାର ଗଢିବାକୁ ଯାଉଥିବା କହିଛି ବୁଥ ବାହୁଡା ମତ ।

ଆସାମ ପାଇଁ CNNର ପୂର୍ବାନୁମାନ ବିଜେପି ମେଣ୍ଟକୁ-୭୫ରୁ ୮୫ ଆସନ ଦେଇଛି । କଂଗ୍ରେସ ମେଣ୍ଟକୁ ୪୦ରୁ ୫୦ ଓ ଅନ୍ୟମାନଙ୍କୁ ୧ରୁ ୩ଆସନ ମିଳିପାରେ ବୋଲି ଆକଳନ କରିଛି । ସେହିପରି ଇଣ୍ଡିଆ ଟୁଡେ ଆଜତକର ପୂର୍ବାନୁମାନ ଅନୁଯାୟୀ ବିଜେପି ମେଣ୍ଟ-୭୫ରୁ ୮୫, କଂଗ୍ରେସ ମେଣ୍ଟ ୪୦ରୁ ୫୦ ଓ ଅନ୍ୟମାନଙ୍କୁ ୧ରୁ ୪ଆସନ ମିଳିବା ନେଇ ପୂର୍ବାନୁମାନ କରିଛି ସଂସ୍ଥା । ଅନ୍ୟପଟେ ରିପ୍ଲବିକ ଭାରତ ବିଜେପିକୁ ୭୪ରୁ ୮୪ ଆସନ ଦେଇଥିବାବେଳେ କଂଗ୍ରେସକୁ ୪୦ରୁ ୫୦ ଆସନ ମିଳୁଥିବା ଦର୍ଶାଇଛି ।

କେରଳକୁ ନେଇ ଏକଜିଟ ପୋଲ ମଧ୍ୟ ସମାନ ଆକଳନ କରିଛି । ପୁଣିଥରେ ବାମ ଦଳ LDF ସରକାର ଗଢୁଥିବା ପ୍ରକାଶ କରିଛି ଏକଜିଟ ପୋଲ ଫଳାଫଳ । ଟାଇମସ ନାଓ ସି ଭୋଟର ରିପୋର୍ଟ ମୁତାବକ ଚଳିତ ନିର୍ବାଚନରେ କେରଳ ଲୋକେ ପୁନର୍ବାର ପିନାରାଇ ବିଜୟନଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି । ଅର୍ଥାତ LDFକୁ ୭୪ ଆସନ ମିଳିବାକୁ ଯାଉଥିବାବେଳେ UDFକୁ ୬୫ ଆସନ ଏବଂ ଅନ୍ୟଦଳକୁ ଗୋଟିଏ ସିଟ ମିଳୁଥିବା କହିଛି ଟାଇମ୍ସ ନାଓ ।

ସେହିପରି କେରଳ ପାଇଁ CNNର ପୂର୍ବାନୁମାନ ପ୍ରକାଶ ପାଇଛି । LDFକୁ CNN ୭୨ରୁ ୮୦ଟି ଆସନ ଦେଉଥିବା ବେଳେ, UDFକୁ ୫୪ରୁ ୬୪ ଆସନ ମିଳିବାକୁ ଯାଉଥିବା ବେଳେ ବିଜେପି ଭାଗରେ ୧ରୁ ୫ ସିଟ ପଡିପାରେ ବୋଲି ଆକଳନ କରିଛି ସିଏନଏନ ।

ପୁଣି ଥରେ ଦିଦି, ଶହେରୁ ଅଧିକରେ ମୋଦି: ଏକଜିଟ ପୋଲ କହିଲା ଖେଲୋ ହବେ..

କୋଲକାତା: ପଶ୍ଚିମବଙ୍ଗରେ ଶେଷ ହୋଇଛି ସମସ୍ତ ପର୍ଯ୍ୟାୟ ନିର୍ବାଚନ । ଦୀର୍ଘ  ଏକ ମାସରୁ ଅଧିକ ସମୟ ଧରି ଚାଲିଥିବା ନିର୍ବାଚନର ଅନ୍ତ ଘଟିଛି । ଦିଦି- ମୋଦି ଲଢେଇ ଭିତରେ କିଏ ବାଜି ମାରିବ, କିଏ ମୁକୁଟ ପିନ୍ଧିବ ପୁଣି କିଏ ବନବାସ ଯିବ ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ଆଶା ଆଶଙ୍କାକୁ ଦ୍ୱିଗୁଣିତ କରିଦେଇଛି  ବୁଥ ବାହୁଡା ମତ । ଏହାରି ଭିତରେ ଅନେକ ଏକଜିଟ ପୋଲ ସଂସ୍ଥା ନିଜର ନିଜର ଆକଳନ ଜାରି କରିଛନ୍ତି ।

ପଶ୍ଚିମବଙ୍ଗରେ ବଡ ପାର୍ଟି ରହି ଆସିଥିବା ତୃଣମୂଳ କଂଗ୍ରେସକୁ କ୍ଷତି  ମିଳିବା ସତ୍ୱେ ମଧ୍ୟ ଦଳ ସରକାର ଗଠନ କରିପାରେ ବୋଲି ଆକଳନ କରାଯାଇଛି ।  ସେପଟେ ବିଜେପି ପୂର୍ବ ନିରିବାଚନରେ ନିରଙ୍କୁଶ ଫଳ ପାଇଥିବା ବେଳେ ଚଳିତ ନିର୍ବାଚନରେ ବଡ ସଫଳତା ହାସଲ କରିବାକୁ ଯାଉଥିବା ପ୍ରକାଶ କରିଛି ଏକଜିଟ ପୋଲ ସଂସ୍ଥା ।

ରିପବ୍ଲିକ ଭାରତ ଏକଜିଟ ପୋଲର ତଥ୍ୟ ଅନୁଯାୟୀ, ପଶ୍ଚିମବଙ୍ଗରେ ସମୁଦାୟ ୨୯୪ ଆସନ ମଧ୍ୟରୁ ବିଜେପିକୁ ୧୩୮ରୁ ୧୪୮ ସିଟ ମିଳୁଛି । ସେହିପରି ଟିଏମସିକୁ ୧୨୮ରୁ ୧୩୮ ଆସନ ମିଳିବାକୁ ଯାଉଛି । CPIକୁ ୧୧ରୁ ୨୧ ଆସନ ମିଳିବାକୁ ଯାଉଥିବାବେଳେ ସ୍ବାଧିନ ପ୍ରାର୍ଥୀ ଗୁଡିକୁ କୈଣସି ସିଟ ମିଳୁନଥିବା କହିଛି ରିପ୍ଲବିକ CNX ଏକଜିଟ ପୋଲ । ସେହିପରି ABP ସି ଭୋଟର ରିପୋର୍ଟ ମୁତାବକ ବିଜେପିକୁ ୧୦୯-୧୨୧ ଆସନ, ଟିଏମସିକୁ ୧୫୨-୧୬୪, CPIMକୁ ୧୪-୨୫ ଆସନ ମିଳୁଥିବା ରିପୋର୍ଟ ପ୍ରକାଶ କରିଛି ABP ।

ଟାଇମସ ନାଓ ସି ଭୋଟର ଏକଜିଟ ପୋଲ ଅନୁଯାୟୀ, ଭାରତୀୟ ଜନତା ପାର୍ଟିକୁ ୧୧୫ ସିଟ, ଟିଏମସିକୁ ୧୫୮ ସିଟ, CPIMକୁ ୧୯ ସିଟ ମୁଳୁଛି । ଅନ୍ୟପଟେ P-MARQ ତଥ୍ୟ କହୁଛି ବିଜେପି ସପକ୍ଷରେ ୧୨୦ ସିଟ ଯାଉଥିବାବେଳେ ଟିଏମସିକୁ ମିଳିବାକୁ ଯାଉଛି ୧୫୮ ଆସନ । ସେହିପରି ବାମଦଳ CPIMକୁ ୧୪ ଆସନ ମିଳୁଥିବା କହିଛି ସଂସ୍ଥା । ଜନତା କି ବାତ ଏକଜିଟ ପୋଲ କିନ୍ତୁ ପଶ୍ଚିମବଙ୍ଗରେ ବିଜେପି ସରକାର ଗଢୁଥିବା ନେଇ ସ୍ପଷ୍ଟ କରିଛି । ୨୯୪ ଆସନରୁ ୧୭୪ ଆସନ ବିଜେପିକୁ ମିଳୁଥିବା କହିଛି ସର୍ଭେ ସଂସ୍ଥା । ସେହିପରି ଟିଏମସିକୁ ୧୧୨ ଆସନ ଏବଂ ବାମଦଳ CPIMକୁ ମାତ୍ର ୬ଟି ଆସନ ମିଳୁଥିବା କହିଛି ଜନ କି ବାତ ।

କରୋନା ଭୟାବହତା ଭିତରେ ଆୟୋଜନ ହେଉଛି ଆଉ ଏକ T-20 ଲିଗ୍

0

ନୂଆଦିଲ୍ଲୀ :  ଦେଶରେ କରନା କରାଳ ରୂପ ଦେଖାଉଥିବାବେଳେ ଇଣ୍ଡିଆନ ପ୍ରିମିୟର ଲିଗ୍ ହେଉଥିବାରୁ ନାନା ପ୍ରଶ୍ନ ଉଠୁଛି। ଅନେକ ଲୋକ ଆଇପିଏଲ୍ ବନ୍ଦ କରିବାକୁ ଦାବି କରୁଛନ୍ତି। ତେବେ ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ବର୍ତ୍ତମାନ କରୋନା ଭୟାବହତା ଭିତରେ ଆଉ ଏକ ଟି-20 ଲିଗ୍ ଆରମ୍ଭ ହେବାକୁ ଯାଉଛି। ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ତାମିଲନାଡ଼ୁ ପ୍ରିମିୟର ଲିଗ 5।

ତାମିଲନାଡୁ କ୍ରିକେଟ୍ ଆସୋସିଏସନ୍ (TNCA) ବୁଧବାର ଘୋଷଣା କରିଛି ଯେ ତାମିଲନାଡୁ ପ୍ରିମିୟର ଲିଗ୍ (ଟିଏନପିଏଲ୍)ର ପଞ୍ଚମ ସଂସ୍କରଣ ଜୁନ୍ 4 ରୁ ଖେଳାଯିବ। TNCA କହିଛି ଯେ ସୁରକ୍ଷିତ ପରିବେଶରେ ଟୁର୍ଣ୍ଣାମେଣ୍ଟର ଆୟୋଜନ ପାଇଁ ବିସିସିଆଇ ଅନୁମୋଦନ ଦେଇଛି।

TNCA ସଚିବ ଆର.ଏସ୍ ରାମସ୍ୱାମୀ କହିଛନ୍ତି, ‘ଏହା ଘୋଷଣା କରି ଖୁସି ଅନୁଭବ ହେଉଛି ଯେ TNPL 2021 ଟୁର୍ନାମେଣ୍ଟ ଆୟୋଜନକୁ ବିସିସିଆଇ ଅନୁମୋଦନ ଦେଇଛି। ତାମିଲନାଡୁ ସରକାରଙ୍କ ଠାରୁ ଆବଶ୍ୟକ ଅନୁମୋଦନ ମିଳିବା ପରେ ଜୁନ୍ 4 ରୁ ତିରୁନେଲଭେଲିରେ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ ଏବଂ ଫାଇନାଲ୍ ଜୁଲାଇ 4 ରେ ସାଲେମରେ ଖେଳାଯିବ।’

ଗତ ବର୍ଷ କରୋନା କାରଣରୁ TNPL ଅନୁଷ୍ଠିତ ହୋଇପାରିଲାନଥିଲା। ଏପର୍ଯ୍ୟନ୍ତ ଚାରୋଟି ସଂସ୍କରଣ ଖେଳାସରିଛି। ଯେଉଁଥିରେ ଚେପକ୍ ସର୍ବାଧିକ ଦୁଇଥର ବିଜୟ ଟାଇଟଲ୍ ଜିତିଛି। ଏହି ଟି -20 ଲିଗ୍ ବିଜେତାଙ୍କୁ 1 କୋଟି ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଏ। ଏହି ଟି -20 ଲିଗ୍ ରୁ ଆଇପିଏଲ୍ ମଧ୍ଯ ଅନେକ ବଡ଼ ବଡ଼ ଖେଳାଳି ପାଇଛି।

ଯଦିଓ ଦେଶରେ ଆଇପିଏଲ ଆୟୋଜନ କରାଯାଉଛି। କିନ୍ତୁ ଅନ୍ୟ କ୍ରୀଡ଼ା କାର୍ଯ୍ୟକ୍ରମଗୁଡ଼ିକ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଛୋଟ କ୍ରୀଡ଼ା ସଙ୍ଗଠନର ଖେଳାଳି ଏବଂ ଅଧିକାରୀଙ୍କ ପାଖରେ ବାୟୋ ବବୁଲ୍ ତିଆରି କରିବାକୁ ପର୍ଯ୍ୟାପ୍ତ ବଜେଟ୍ ନାହିଁ। ବିସିସିଆଇ ହେଉଛି ବିଶ୍ୱର ସବୁଠାରୁ ଧନୀ ବୋର୍ଡ଼। ଏହି କାରଣରୁ, ସେ ଇଭେଣ୍ଟକୁ ଭଲ ଭାବରେ ଆୟୋଜନ କରିବାରେ ସକ୍ଷମ।

କୋଭିସିଲଡ ପରେ କମିଲା କୋଭାକ୍ସିନ, ଏଥର ୪୦୦ ଟଙ୍କାରେ କିଣିବ ରାଜ୍ୟ

ନୂଆଦିଲ୍ଲୀ: କୋଭିସିଲଡ ପରେ କମିଲା କୋଭାକ୍ସିନ । ସେରମ ଇନଷ୍ଟିଚ୍ୟୁଟ ଦର କମାଇବା ପରେ ଭାରତ ବାଓଟେକ ମଧ୍ୟ ଦର କମାଇଛି । ରାଜ୍ୟ ପ୍ରତି ଡୋଜ ପିଛା ୬୦୦ ଟଙ୍କା ଥିବା ବେଳେ ୨୦୦ ଟଙ୍କା ହ୍ରାସ କରିଛି କମ୍ପାନୀ । ନୂଆ ଦର ମୁତାବକ ଏଥର ପ୍ରତି ରାଜ୍ୟକୁ ୪୦୦ ଟଙ୍କାରେ ମିଳିବ କୋଭାକ୍ସିନ । ଦର ୨୦୦ ଟଙ୍କା ହ୍ରାସ ଘଟିଥିବା ନେଇ ଆଜି ଭାରତ ବାଓଟେକ ଏନେଇ ଘୋଷଣାପତ୍ର ଜାରି କରିଛି ।

ଦୁଇଦିନ ତଳେ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ମଧ୍ୟ ପୂର୍ବ ଦର କମାଇଥିବା । ଡୋଜ ପିଛା ପ୍ରତି ରାଜ୍ୟ ପାଇଁ ୪୦୦ ଟଙ୍କା କମ୍ପାନୀ ଧାର୍ଯ୍ୟ କରିଥିବାବେଳେ ପରବର୍ତ୍ତୀ ସମୟରେ ୧୦୦ ଟଙ୍କା କମାଇଥିଲା କମ୍ପାନୀ । ଖୋଲା ବଜାରରେ କେନ୍ଦ୍ର ସରକାର ଟିକା ପ୍ରଦାନ କରିବା ନେଇ ଘୋଷଣା କରିବା ପରେ ଦୁଇ ଟିକା ପ୍ରସ୍ତୁତକାରୀ କମ୍ପାନୀ ନିଜ ନିଜର ଧର ଧାର୍ଯ୍ୟ କରିଥିଲେ ।

ଅଧ ରାତିରେ ଚାଲୁଛି ଅର୍ଦ୍ଧଦଗ୍ଧ ଶରୀର: କିଏ ପୋଡିଦେଇଛି ନା ପୋଡିଗଲେ ?

କଟକ: ଦେହ ପୋଡିଯାଇଛି । ସାରା ଶରୀରରେ କ୍ଷତାକ୍ତ । ଅଧ ରାତିରେ ଅର୍ଦ୍ଧଦଗ୍ଧ ଶରୀରରକୁ ଦେଖି ଅନେକ ଭୟ କରୁଛନ୍ତି । ଆଉ କେହି କେହି ଅଟକାଇ ପାଇଁ ଚେଷ୍ଟା ମଧ୍ୟ କରୁଛନ୍ତି । କିନ୍ତୁ ସେ ଣୁଣିବାକୁ ନାରାଜ । ପାଟିରୁ ବାହାରୁଥିବା କେଇ ପଦ କଷ୍ଟ ଭର୍ତ୍ତି କଥା ତାଙ୍କର ବେଦନା ଆଉ ବିରହ ଭଳି ଲାଗୁଥାଏ । କେମିତି ଏମିତି ହୋଇପାରେ । ଜଣେ ବ୍ୟକ୍ତି ପୋଡିବା ପରେ ମଧ୍ୟ ଧର୍ଯ୍ୟର ସହ ରାସ୍ତାରେ ଚାଲୁଛନ୍ତି । କିଏ ତାଙ୍କୁ ହତ୍ୟା କରିବାର ଉଦ୍ୟମ କରିଛି, ନା ସେ ନିଜେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓ ଏବେ ଛାତିଥରାଇ ଦେଉଛି ।

ଖବର ମୁତାବକ ଏହି ଘଟଣା କଟକ ଜିଲ୍ଲା ଟାଙ୍ଗି ଅଚଂଳରେ ଘଟିଛି । କଟକ ଶେଖ ବଜାର ଅଞ୍ଚଳର ଗଙ୍ଗାଧର ବେହେରା ନାମକ ଜଣେ ଯୁବକଙ୍କ ଶରୀର ୮୦ ପ୍ରତିଶତ ପୋଡିଯାଇଥିବା ସ୍ୱତେ ମଧ୍ୟ ସେ ରାସ୍ତାରେ ଚାଲୁଥିବା ଦେଖିବାକୁ ମିଳିଛି । ଶରୀର ଯନ୍ତ୍ରଣାକୁ ସମ୍ଭାଳି ପାରୁନଥିବା ଗଦାଧର ପାଣିରେ ବସିଥିବା ମଧ୍ୟ ଦେଖିବାକୁ ମିଳିଛି । ସେପଟେ କିଛି ସମୟ ବ୍ୟବଧାନରେ ପୁଣି ନିସ୍ତବ୍ଦ ଆଉ ନିଛାଟିଆ ରାତିରେ ରାସ୍ତା ଅତିକ୍ରାନ୍ତ କରିଚାଲିଛନ୍ତି ଉକ୍ତ ଯୁବକ ।

କଟକ ଠାରୁ ମାତ୍ର ୨୩ କିଲୋମିଟର ଦୂର ଏବଂ ଟାଙ୍ଗୀ ଠାରୁ ୫କିଲୋମିଟର ଦୂର ସଫା ନିକଟରେ ଏପରି ଅଭାବନୀୟ ଘଟଣା ଘଟିଛି । ଏକ ଛୋଟିଆ ଦୋକାନ କରି ଗୁଜୁରାଣ ମେଣ୍ଟାଉଥିବା ୨୯ବର୍ଷିୟ ଗଙ୍ଗାଧର ଗତ ୧୭ ତାରିଖ ଦିନ ଘରୁ ବାହାରିଥିଲେ । ହେଲେ ଆଉ ଫେରି ନଥିଲେ । ରାତି ପ୍ରାୟ ୯ଟା ବେଳେ ଭାଇଙ୍କ ପାଖକୁ କଲ୍ ଆସିଲା ଯେ ଅଧାରୁ ଅଧିକ ଜଳି ଯାଇଥିବା ଗଙ୍ଗାଧରଙ୍କୁ ଟାଙ୍ଗୀ ହସପିଟାଲରେ ଭର୍ତ୍ତି କରାଯାଇଛି । ଭାଇ ପହଞ୍ଚିବା ପରେ ତାଙ୍କୁ ଆଣି ପ୍ରଥମେ କଟକ ବଡ଼ ମେଡିକାଲ ଓ ପରେ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ଗଙ୍ଗାଧରଙ୍କ ମୃତ୍ୟୁ ଘଟିଛି ।

ସେପଟେ ଗଙ୍ଗାଧରଙ୍କ ପରିବାର ଲୋକ ଏନେଇ ଥାନାରେ ଏଫଆଇଆର ଦାୟର କରିଛନ୍ତି । ଗଙ୍ଗାଧରଙ୍କ ପରିବାର ହତ୍ୟା ଅଭିଯୋଗ ଆଣୁଛନ୍ତି । ଯୁବକ ଜଣଙ୍କ ପିନ୍ଧିଥିବା ସୁନା ଚେନ, ମୁଦି, ପର୍ସ, ମୋବାଇଲ ଓ ଗାଡିକୁ ପାଇ ପାରିନାହଁନ୍ତି । ତେଣୁ ଗଙ୍ଗାଧରଙ୍କୁ କେହି ହତ୍ୟା କରିବାର ଷଡଯନ୍ତ୍ର କରିଥିବା କହିଛନ୍ତା ତାଙ୍କ ଭାଇ । ଏହି ଘଟଣାରେ ପ୍ରେମ ବ୍ୟାପାର ଥିବା ନେଇ ମଧ୍ୟ ସନ୍ଦେହ କରାଯାଉଛି । ଜଣେ ଯୁବତୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ରହିଥିଲା । ତେଣୁ ଏହି ଘଟଣା ପଛରେ ଆଉ କିଛି କାରଣ ଥିବା ନେଇ ସନ୍ଦେହ କରୁଛି ପୋଲିସ ।

ନୟାପଲ୍ଲୀରେ ଘରେ ପଶି ସଂଘବଦ୍ଧ ଆକ୍ରମଣ ଘଟଣା, ଆଉ ଜଣେ ଗିରଫ

ଭୁବନେଶ୍ୱର: ନୂଆପଲ୍ଲୀ ଆଇଆରସି ଭିଲେଜ୍‌ ପ୍ଲଟ ନମ୍ବର ଏନ୍‌-୩/୨୧୧ରେ ଥିବା ଘରେ ପଶି ସଂଘବଦ୍ଧ ଆକ୍ରମଣ କରିବା ଏବଂ ଆସବାବପତ୍ର ଭାଙ୍ଗିବା ଘଟଣା । ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ । ଗିରଫ ଅଭିଯୁକ୍ତ ଜଣଙ୍କ ନାଁ ଫେଲୁ ଓରଫ ଦେବବ୍ରତ ନାୟକ । ଗତକାଲି ରାତିରେ କଟକ ନିକଟରୁ ଦେବବ୍ରତଙ୍କୁ ଗିରଫ କରାଯାଇଛି । ଦେବବ୍ରତଙ୍କ ଘର ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲରେ ବୋଲି ଜଣାପଡିଛି । ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା ମହାପାତ୍ର ଓ ଜ୍ୱାଇଁ ଶୁଭ୍ରାଂଶୁ ଶେଖର ବିଶ୍ୱାଳଙ୍କ ସହଯୋଗୀ ଭାବେ କାମ କରୁଥିଲେ ଫେଲୁ ।

ଏକ ମାଇନିଂ କମ୍ପାନୀର ବ୍ୟବସାୟିକ ଡିଲ ଚାଲିଥିବା ବେଳେ ନିଜେ ଥାନାଧିକାରୀ ଶରତ ସାହୁ ଛାପା ମାରିଥିଲେ । ସେହିଠାରୁ ହିଁ ଦେବବ୍ରତଙ୍କୁ ଗିରଫ କରାଯାଇଥିଲା । ଏହି ଘଟଣାରେ ପୂର୍ବରୁ ୧୭ ଜଣଙ୍କୁ ଗିରଫ କରାଯାଇଥିଲା । ଏବେବି ପାଖାପାଖି ୩୦ ଜଣ ଫେରାର ଥିବା ସୂଚନା ରହିଛି ।

ବିଜେପି ନେତ୍ରୀ ଉପାସନା ମହାପାତ୍ରଙ୍କ ନେତୃତ୍ୱରେ ବିଲଡର ସାଗର ରାୟଙ୍କ ସମେତ ୫୦ରୁ ଅଧିକ ଯୁବକ ଘରେ ପଶି ଭାଙ୍ଗାରୁଜା କରିବା ସହ ଫିଙ୍ଗାଫୋପଡା କରିଥିଲେ । ବେଶ କିଛି ସମୟ ପର୍ଯ୍ୟନ୍ତ ଉତ୍ପାତ କରି ସେମାନେ ଫେରାର ହୋଇଯାଇଥିଲେ । ଖବରପାଇ ନୂଆପଲ୍ଲୀ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିବା ସହ ରାତିତମାମ ଚଢଉ କରି ୧୨ରୁ ଅଧିକ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ହେଲେ ସାଗର ରାୟ ଓ ତାର କିଛି ସହଯୋଗୀ ପୋଲିସକୁ ଚକମା ଦେଇ ଖସିଯାଇଥିଲେ ।

କୋରୋନାରୁ ସୁସ୍ଥ ହେବା ପରେ କେମିତି ନେବେ ଶରୀରର ଯତ୍ନ

କରୋନା ସଂକ୍ରମଣରେ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କୁ ନିଜ ସ୍ୱାସ୍ଥ୍ୟର ଅଧିକ ଯତ୍ନ ନେବା ଉଚିତ। ସଂକ୍ରମଣ ସମୟରେ ଡାକ୍ତରଙ୍କ ପରାମର୍ଶ କ୍ରମେ ନିଜର ଧ୍ୟାନ ରଖିବା ଉଚିତ। ଅନେକ ବ୍ୟକ୍ତି କରୋନାରୁ ଠିକ୍ ହେବାପରେ ନିଜର ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତି। ହେଲେ ଆପଣ ଜାଣିରଖିବା ଉଚିତ ଯେ ଏହି ସମୟରେ ଆପଣଙ୍କ ଶରୀର ବହୁତ ଦୁର୍ବଳ ଥାଏ। ତେଣୁ ଆପଣଙ୍କୁ ନିଜ ସ୍ୱାସ୍ଥ୍ୟ ପ୍ରତି ଗୁରୁତ୍ୱ ଦେବା ନିହାତି ଆବଶ୍ୟକ। କରୋନା ଆମ ଶରୀରରେ ଯେତେ ପ୍ରଭାପ ପକାଏ ସେତିକି ମାନସିକ ପ୍ରଭାବ ବି ପକାଇଥାଏ। ତେବେ ଆସନ୍ତୁ ଜାଣିବା କରୋନାରୁ ସୁସ୍ଥ ହେଲା ପରେ ନିଜ ସ୍ୱାସ୍ଥ୍ୟର ଯତ୍ନ କେମିତି ନେବେ।

ସୁସ୍ଥକର ଭୋଜନ କରନ୍ତୁ:

କରୋନା ସଂକ୍ରମିତ ହେବା ପୂର୍ବରୁ ଏବଂ ପରେ ପୁଷ୍ଟିକର ଖାଦ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଶରୀରର ଇମ୍ୟୁନ୍ ସିଷ୍ଟମକୁ ମଜଭୁତ କରିବା ପାଇଁ ସୁସ୍ଥକର ଖାଦ୍ୟ ଖାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଭିଟାମିନ୍ ଓ ପ୍ରୋଟିନଯୁକ୍ତ ଖାଦ୍ୟ ସହ ବିଭିନ୍ନ ପ୍ରକାରର ଫଳ ଏବଂ ପନିପରିବା ଖାଇବା ଜାରି ରଖନ୍ତୁ।

ଶରୀରକୁ ବିଶ୍ରାମ ଦିଅନ୍ତୁ:

କୋଭିଡ ସଂକ୍ରମଣ ପରେ ପ୍ରାୟ ଲୋକଙ୍କ ଶରୀର ଦୁର୍ବଳ ହୋଇଯାଏ। ତେଣୁ କିଛିଦିନ ପାଇଁ ଅତ୍ୟଧିକ ଶାରୀରିକ ପରିଶ୍ରମରୁ ଦୂରେଇ ରୁହନ୍ତୁ। ଯେତେ ସମ୍ଭବ ନିଜ ଶରୀରକୁ ବିଶ୍ରାମ ଦିଅନ୍ତୁ। ଠିକ୍ ସମୟରେ ଶୁଅନ୍ତୁ। ବିଳମ୍ବ ରାତି ପର୍ଯ୍ୟନ୍ତ ଚେଇଁ ରୁହନ୍ତୁ ନାହିଁ। କାରଣ ନିଜ ପୂରା ନ ହେଲେ ଆପଣଙ୍କ ଶୀରର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହଇଯାଏ।

କେମିତି ବଢ଼ଇବେ ରୋଗ ପ୍ରତିରୋଧକ ଶକ୍ତି:

  • ତୁଳସୀ, ଡାଲଚିନି, ଗୋଲମରିଚ, ସୁଣ୍ଠି, ପକାଇ ହର୍ବାଲ ଚାହା ପ୍ରସ୍ତୁତ କରନ୍ତୁ। ଏଥିରେ ସ୍ୱାଦ ଅନୁସାରେ ଲେମ୍ବୁ ଓ ଚିନି କିମ୍ବା ମହୁ ପକାଇ ଏହାକୁ ପ୍ରତ୍ୟେକ ଦିନ ଦିନରେ ଥରେ କିମ୍ବା ଦୁଇଥର ସେବନ କରନ୍ତୁ।
  • 150 ମିଲି ଗରମ କ୍ଷୀରରେ ଅଧା ଚାମଚ ହଳଦୀ ଗୁଣ୍ଡ ମିଶାଇ ଦିନରେ ଥରେ କିମ୍ବା ଦୁଇଥର ପିଅନ୍ତୁ।
  • ରୋଷେଇରେ ନିୟମିତଭାବେ ହଳଦୀ, ଅଦା ଏବଂ ରସୁଣ ବ୍ୟବହାର କରନ୍ତୁ।
  • ଦିନସାରା ମଝିରେ ମଝିରେ ଉଷୁମ ପାଣି ପିଅନ୍ତୁ। ଏହା ସହିତ ଦୈନିକ 8 ଗ୍ଲାସ ପାଣଇ ପିଅନ୍ତୁ। ଶରୀରରପେ ଜଳର ଅଭାବ କରନ୍ତୁ ନାହିଁ।

କ୍ୟୁଏସ୍‍ ୱାର୍ଲ୍ଡ ରାଙ୍କିଙ୍ଗରେ କିଟ୍, ଭାରତର ସର୍ବୋଚ୍ଚ ବିଶ୍ୱବିଦ୍ୟାଳୟକୁ ମାନ୍ୟତା

ଭୁବନେଶ୍ୱର: କିଟ୍‍ ବିଶ୍ୱବିଦ୍ୟାଳୟ ଭାରତର ପ୍ରଥମ ‘କ୍ୟୁଏସ୍‍ ଫାଇଭ୍‍ ଷ୍ଟାର ରେଟେଡ୍‍’ ବିଶ୍ୱବିଦ୍ୟାଳୟ । କ୍ୟୁଏସ୍‍ ୱାର୍ଲ୍ଡ ରାଙ୍କିଙ୍ଗରେ କିଟକୁ ସର୍ବୋଚ୍ଚ ସ୍ଥାନ ପ୍ରଦାନ କରାଯାଇଛି। ଏହି ରାଙ୍କିଙ୍ଗ ପ୍ରଦାନ କରାଯିବା ପରେ ମାନ୍ୟତା ପ୍ରାପ୍ତ ହୋଇଛି। କ୍ୟୁଏସ୍‍ ମାନଦଣ୍ଡର ସମସ୍ତ ବର୍ଗରେ କିଟକୁ ଫାଇଭ୍‍ ଷ୍ଟାର ପ୍ରଦାନ କରାଯାଇଛି । କ୍ୟୁଏସ୍‍ ୱାର୍ଲ୍ଡ ରାଙ୍କିଙ୍ଗରେ ବିଶ୍ୱର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ଅନୁଷ୍ଠାନକୁ ବିଭିନ୍ନ ମାନଦଣ୍ଡରେ ମାନ୍ୟତା ପ୍ରଦାନ କରିଥାନ୍ତି। କ୍ୟୁଏସ୍‍ ୱାର୍ଲ୍ଡ ରାଙ୍କିଙ୍ଗ ‘ଷ୍ଟାର’ ମାନ୍ୟତା ମଧ୍ୟ ପ୍ରଦାନ କରିଥାଏ।

ଏଥିରେ ଚଳିତବର୍ଷ ସମଗ୍ର ଭାରତରୁ କିଟ୍‍ ବିଶ୍ୱବିଦ୍ୟାଳୟକୁ ସର୍ବୋଚ୍ଚ ମାନ୍ୟତା ଫାଇଭ୍‍ ଷ୍ଟାର ପ୍ରଦାନ କରାଯାଇଛି। କ୍ୟୁଏସ୍‍ ଫାଇଭ୍‍ ଷ୍ଟାର ମାନ୍ୟତା ପାଇବାରେ କିଟ୍‍ ଭାରତର ଏକମାତ୍ର ଅନୁଷ୍ଠାନ। କିଟ୍‍ ସମଗ୍ର ବିଶ୍ୱରେ ନିଜର ଗୁଣାତ୍ମକ ଶିକ୍ଷାଦାନ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବାରୁ ବିଶ୍ୱର ବିଭିନ୍ନ ସଂସ୍ଥା ଏହାକୁ ସମୟକୁ ସମୟ ବିଭିନ୍ନ ମାନଦଣ୍ଡରେ ମୂଲ୍ୟାୟନ କରି ମାନ୍ୟତା ପ୍ରଦାନ କରିଥାନ୍ତି । କ୍ୟୁଏସ୍‍ ଇଣ୍ଟେଲିଜେନ୍ସବ ଶାଖା ଦ୍ୱାରା କ୍ୟୁଏସ୍‍ ଷ୍ଟାର ରେଟିଂ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥାଏ।

ଆନ୍ତର୍ଜାତୀୟ ମାନଦଣ୍ଡ ଅନୁସାରେ ପ୍ରମୁଖ ପ୍ରଦର୍ଶନ ସୂଚକାଙ୍କ କ୍ଷେତ୍ରରେ ବିଶ୍ୱର ବିଭିନ୍ନ ବିଶ୍ୱବିଦ୍ୟାଳୟର ବିସ୍ତୃତ ମୂଲ୍ୟାୟନ କରାଯିବା ପରେ ଏହି ରାଙ୍କିଙ୍ଗ ପ୍ରଦାନ କରାଯାଇଥାଏ । ଏହି ସଫଳତାରେ ସନ୍ତୋଷ ବ୍ୟକ୍ତ କରି କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି, କିଟ୍‍ ତାର ଉତ୍କର୍ଷତା ଓ ବିବିଧତା ପାଇଁ କ୍ୟୁଏସ୍‍ ଷ୍ଟାର୍‍ ରେଟିଂ ସିଷ୍ଟମ୍‍ ଦ୍ୱାରା ଭାରତରେ ପ୍ରଥମ ଥର ଲାଗି ଫାଇଭ୍‍ ଷ୍ଟାର ମାନ୍ୟତା ପାଇପାରିଛି। ଏହି ମାନ୍ୟତା ବଜାୟ ରଖିବା ପାଇଁ ଆମେ ଆମର ପ୍ରୟାସ ଜାରି ରଖିବୁ ବୋଲି କହିଛନ୍ତି କିଟ୍‍ ଓ କିସ୍‍ ପ୍ରତିଷ୍ଠାତା।

ଗୋଟିଏ ଦିନରେ ସ୍ଵାମୀ- ସ୍ତ୍ରୀ ଓ ଝିଅର ମୃତ୍ୟୁ, କାରଣ ଖୋଜୁଛି ପୋଲିସ

କେନ୍ଦୁଝର: ପାରିବାରିକ କଳହର କରୁଣ ପରିଣତି । ଗୋଟିଏ ଦିନରେ ସ୍ଵାମୀ, ସ୍ତ୍ରୀ ଓ ଶିଶୁକନ୍ୟାର ମୃତ୍ୟୁ । ସ୍ଵାମୀଙ୍କର ମୃତଦେହ କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଭୁସୁଗାଁ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ମିଳିଥିବା ବେଳେ ସ୍ତ୍ରୀ ଓ ଝିଅର ମୃତଦେହ କୋଇଡା ଥାନା ମସଜିଦ ଗଳିର ଏକ ବନ୍ଦ ଘରୁ ଠାବ ହୋଇଛି ।

ସୂଚନା ମୁତାବକ ମୃତକମାନେ ହେଲେ କୁଜଙ୍ଗ ଥାନା ଅନ୍ତର୍ଗତ କାରାତୋଟା ଗାଁର ପ୍ରହ୍ଲାଦ ସାହାଣୀ ଓ ତାଙ୍କ ସ୍ତ୍ରୀ ଓ ୩ ବର୍ଷର ଝିଅ । ପ୍ରହ୍ଲାଦ କୋଇଡ଼ା ଅଞ୍ଚଳରେ ଏକ ପରିବହନ କମ୍ପାନୀରେ କାମ କରୁଥିଲେ । ଗତ କିଛି ଦିନ ହେଲା ସ୍ଵାମୀ – ସ୍ତ୍ରୀଙ୍କ ମଧ୍ୟର ଝଗଡ଼ା କାରଣରୁ ପ୍ରହ୍ଲାଦ ଘରୁ ପଳାଇଯାଇଥିବା ନେଇ ତାଙ୍କ ସ୍ତ୍ରୀ ଥାନାରେ ଏତଲା ଦେଇଥିବା ସୂଚନା ମିଳିଛି ।

ପୋଲିର ପ୍ରାଥମିକ ସୂଚନା ଅନୁଯାୟୀ, ପାରିପାର୍ଶ୍ଵକ ସ୍ଥିତିରୁ ପ୍ରହ୍ଲାଦ ତାଙ୍କ ବାଇକ୍ ରାସ୍ତା କଡ଼ରେ ରଖି ଆତ୍ମହତ୍ୟା କରିଥିବା ଜଣାପଡିଛି । ସେପେଟେ ପୋଷ୍ଟମର୍ଟମରୁ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି କହିଛି ପୋଲିସ ।