ଅନଲକ ପାଇଁ ଆରମ୍ଭ ହେଲା କାଉଣ୍ଟଡାଉନ୍, ୨୪ ଘଣ୍ଟା ଭିତରେ ଆସିପାରେ ନୂଆ ନିଷ୍ପତ୍ତି

West Bengal And Punjab Government Extends Lockdown Corona

ଭୁବନେଶ୍ୱର: ୧୪ଟି ଜିଲ୍ଲାରେ ସଂକ୍ରମଣ ୫ ପ୍ରତିଶତ ତଳେ। ଗ୍ରୀନ ଜୋନକୁ ଆସିଲାଣି ଗୋଟେ ପରେ ଗୋଟେ ଜିଲ୍ଲା। ତାଳଦେଇ କମିବାରେ ଲାଗିଛି ସଂକ୍ରମଣ ଓ ପଜିଟିଭିଟି ହାର। ୧୫ ଦିନର ତଥ୍ୟ ସଂଗ୍ରହ କରି, ଜୁନ ୧୭ ପରେ କେଉଁ ଜିଲ୍ଲାରେ ଅନଲକ ହେବ, କେଉଁଠି ଲାଗିବ କଟକଣା ବିଚାର ବିମର୍ଶ କରୁଛନ୍ତି ରାଜ୍ୟ ସରକାର। ୨୪ ଘଣ୍ଟା ଭିତରେ ସବୁ ଦିଗକୁ ବିଚାର କରି ଅନଲକ ହେବ ଓଡ଼ିଶା। ବିଶେଷକରି ୫ ପ୍ରତିଶତ ତଳକୁ ଥିବା ଜିଲ୍ଲାରେ ଅନଲକ ହେବ। ଏହାସହ ୫ରୁ ୧୦ ପ୍ରତିଶତ ଥିବା ଜିଲ୍ଲା ଅନଲକ ସହ କଟକଣା ଜାରି କରାଯିବ। ହେଲେ ୧୦ ପ୍ରତିଶତ ଉପରେ ଥିବା ଜିଲ୍ଲା ଗୁଡ଼ିକରେ ତାଲା ନଖୋଲିବାର ସମ୍ଭାବନା ରହିଛି।

ଅନଲକ ପାଇଁ ୪ଟି ଦିଗକୁ ବିଶେଷ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର। ଜିଲ୍ଲାରେ ଆକଟିଭ କେସ କେତେ ରହିଛି ? ପଜିଟିଭ ହାର କେତେ ?  କେତେ ଟିକାକରଣ କରାଯାଇଛି ? ଓ ସଂପୃକ୍ତ ଜିଲ୍ଲାରେ କେତେ ସଂଖ୍ୟକ ବେଡ୍ ଖାଲି ଅଛି ? ସବୁ ଜିଲ୍ଲାରେ ଏସବୁ ଦିଗକୁ ବିଚାରକୁ ନେଇ  କଟକଣା ଜାରି କରିବେ ରାଜ୍ୟ ସରକାର। ମୁଖ୍ୟତଃ ଗଞ୍ଜାମ, ଗଜପତି, ସମ୍ବଲପୁର, ସୋନପୁର, ନୂଆପଡ଼ା, ଦେବଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, ବଲାଙ୍ଗୀର,କନ୍ଧମାଳ ପରି ଜିଲ୍ଲାରେ ଅନଲକ କରିବେ ସରକାର। ହେଲେ ସଂକ୍ରମଣ ଓ ପଜିଟିଭ ହାର ଅଧିକ ଥିବା ଖୋର୍ଦ୍ଧା, ଯାଜପୁର, ପୁରୀ, କଟକ, ବାଲେଶ୍ୱର, ଅନୁଗୁଳ, ନୟାଗଡ଼ରେ  ଜିଲ୍ଲାରେ ଅନଲକ ପ୍ରକ୍ରିୟାକୁ ଯାଇନପାରନ୍ତି ସରକାର। ତେଣେ ବିଶେଷଜ୍ଞ କହିବା କଥା ହେଲା ଅନଲକ ସମୟରେ ରାତ୍ରିକଟକଣା, ମଲ, ଜିମ, ଜନଗହଳୀ ସ୍ଥାନରେ କଟକଣା ବଳବତ୍ତ ରହିବା ଆବଶ୍ୟକ।

ସଂକ୍ରମଣ ହାର କମୁଥିବା ଜିଲ୍ଲାରେ କୋଭିଡ଼ କଟକଣା ସହ ୧୭ ତାରିଖରୁ କୋହଳ ହେବ କଟକଣା। ବିଶ୍ୱସ୍ୱାସ୍ଥ୍ୟ ସଂଗଠନର ନିମୟ ଅନୁସାରେ ୫ ପ୍ରତିଶତ ତଳକୁ ସଂକ୍ରମଣ ଆସିଲେ ଲକଡ଼ାଉନ ହଟିବ। ଅନ୍ୟପଟେ ଯେଉଁ ଜିଲ୍ଲାମାନଙ୍କରେ ସଂକ୍ରମଣ ବୃଦ୍ଧି ପାଉଛି ସେଠାରେ ଟେଷ୍ଟିଂ, ଟ୍ରାକି ଓ ଆଇସୋଲେସନକୁ ଗୁରୁତ୍ୱ ଦେଇଛି ସ୍ୱାସ୍ଥ୍ୟ ବିଭାଗ।

Leave a Reply