ବରୁଣ ସେୟାର କଲେ ବାପା ହେବାର ଭିଡିଓ, ଫ୍ୟାନ୍ସଙ୍କୁ ପଚାରିଲେ ନା କଣ ରଖିବେ ?

1 min read

ମୁମ୍ବାଇ: ବଲିଉଡର ମାୟାନଗରୀରେ ପ୍ରତ୍ୟକଦିନ ଅନେକ ଘଟଣା ଚର୍ଚ୍ଚା ପାଲଟେ  । ତାହା ଫିଲ୍ମକୁ ନେଇ ହେଉ କିମ୍ବା ସେମାନଙ୍କ ବ୍ୟକ୍ତିଗତ ଜୀବନକୁ ନେଇ  । ବଲିଉଡ କଳାକାରମାନେ ନିଜ ବ୍ୟକ୍ତିଗତ ଜୀବନରେ ଘଟୁଥିବା ଘଟଣା ଖୁବ କମ ସମୟରେ ପ୍ରକାଶ କରିଥାନ୍ତି  । ହେଲେ ଏମିତି କିଛି ଖବର ଥାଏ ଯାହା ସେମାନଙ୍କ ଫ୍ୟାନ୍ସ ମାନେ ଜାଣିବାକୁ ଅନେଇ ରହିଥାନ୍ତି  । ଆଉ ସେହିଭଳି କିଛି ଖବର ଦେଇ ନିଜ ଫ୍ୟାନ୍ସଙ୍କୁ ଚକ୍କିତ କରାଇ ଦେଇଛନ୍ତି ବରୁଣ ଧଓ୍ବନ ।  ବରୁଣ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରି ନିଜ ପିତା ହେବାର ଖୁସି ପ୍ରକାଶ କରିଛନ୍ତି ।  ସେହି ଭିଡିଓରେ ସେ ନିଜ କୁକୁର ପପି ସହ ମସ୍ତି କରୁଥିବାର ନଜର ଆସୁଛନ୍ତି  ।

ଏହି ଭିଡିଓର କ୍ୟାପସନରେ ବରୁଣ ଲେଖିଛନ୍ତି- ଫାଦରହୁଡ, ଏପଯ୍ୟନ୍ତ ନିଜ ପୁଅ ପପିର ନାଁ କଣ ଦେବି ନିଣ୍ଣୟ ନେଇପାରୁ ନାହିଁ  । ଦୟାକରି ମୋତେ ସାହାଯ୍ୟ କରନ୍ତୁ  । ଅନେକ ସମୟରେ ବରୁଣଙ୍କର ପୋଷ୍ଟ ଚର୍ଚ୍ଚାର ବିଷୟ ପାଲଟିଯାଏ  । ତାଙ୍କ ଫ୍ୟାନ୍ସମାନେ ତାଙ୍କର ପୋଷ୍ଟକୁ ଖୁବ୍ ମାତ୍ରାରେ ଭଲପାଇବା ବି ଦିଅନ୍ତି  । ସେ ୨୪ ଜାନୁଆରୀ୨୦୨୧ରେ ଯେତେବେଳେ ନିଜ ପ୍ରେମିକା ନତାଶା ଦଲାଲଙ୍କୁ ବିବାହ କଲେ ସେତେବେଳେ ବି ଫ୍ୟାନ୍ସ ମାନେ ତାଙ୍କ ପୋଷ୍ଟକୁ ଢେରସାରା ଭଲପାଇବା ଦେଇଥିଲେ  । ବରୁଣ ଅଲିବାଗରେ ଥିବା ରିଜୋଟ୍ ଦ ମେନସନ ହାଉସରେ ବିବାହ କରିଥିଲେ  । ତା ପରଠୁ ସୋସିଆଲ ମିଡିଆରେ ବରୁଣ କିଛି ନା କିଛି ବ୍ୟକ୍ତିଗତ ଜୀବନର ମୂହୂତ୍ତକୁ ସେୟାର କରନ୍ତି  ।

ଆଉ ଏବେ ନିଜ କୁକୁର ପପିର ବାପା ହେବାର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରି ପୁଣି ଚଚ୍ଚାକୁ ଆସିଯାଇଛନ୍ତି ବରୁଣ  । ତାଙ୍କ ଫ୍ୟାନ ମାନେ ତାଙ୍କୁ କମେଣ୍ଟ ମାଧ୍ୟମରେ ଅଭିନନ୍ଦନ ବି ଜଣାଉଛନ୍ତି  । କେବଳ ତାଙ୍କ ଫ୍ୟାନ୍ସ ନୁହଁ ବଲିଉଡର ଅନେକ ଜଣାଶୁଣା କଳାକାର ଯେମିତିକି-ସୋନାକ୍ଷୀ ସିହ୍ନା, ଉବର୍ଶୀ ରୋତେଲା, ଜ୍ୟାକଲିନ, ନୁସରତ, ମନାଲି, ମୁକ୍ତିମୋହନ ଭଳି ଅନେକ ଜଣ ବରୁଣଙ୍କ ଭିଡିଓରେ କମେଣ୍ଟ ଦେଇଥିଲେ  । କେବଳ ଏହିଭଳି ମଜେଦାର ପୋଷ୍ଟ କରି ବରୁଣ ଚର୍ଚ୍ଚାକୁ ଆସନ୍ତି, ତାହା ନୁହଁ  ବରଂ ସେ କିଛି ସଙ୍ଗିନ ମାମଲାରେ ବି ମୁହଁ  ଖୋଲନ୍ତି  ।

କିଛିଦିନ ତଳେ ବରୁଣ ଜଣେ ଡାକ୍ତରଙ୍କ ସହ  ଆଲୋଚାନା କରୁଥିବାର ଭିଡିଓ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ ଯେଉଁଠିରେ ସେ ମେଡିକାଲ ଷ୍ଟାଫଙ୍କ ବିରୋଧରେ ହେଉଥିବା ଅନ୍ୟାୟ ବିଷୟରେ ମୁହଁ ଖୋଲିଥିଲେ  । ବରୁଣ କହିଥିଲେ ଯେ ଯଦି କୈାଣସି ରୋଗୀଙ୍କର ମୃତ୍ୟୁ ହେଉଛି ତେବେ ତାହା ଡାକ୍ତରଖାନାରେ କାମ କରୁଥିବା କମର୍ଚାରୀଙ୍କର ଭୁଲ ନୁହେଁ କିମ୍ବା ଡାକ୍ତରଙ୍କର ବି ଭୁଲ ନୁହେଁ  । ଏହି ଭିଡିଓରେ ସେ କରୋନା ସମୟରେ ଲୋକଙ୍କୁ ସଚେତନ କରିବା ସହ ଡାକ୍ତରଙ୍କ ସୁରକ୍ଷା ବିଷୟରେ ମୁହଁ ଖୋଲିଥିଲେ  ।

Leave a Reply